Posted inଜାତୀୟ

ଅତି ଭୟଙ୍କର ରୂପ ଧାରଣ କଲା ବାତ୍ୟା ‘ନିଭାର’: ଛୁଇଁଲା ସ୍ଥଳଭାଗ

ଚେନ୍ନାଇ,୨୬।୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ବାତ୍ୟା ‘ନିଭାର’ ଗୁରୁବାର ଭୋରରୁ ସ୍ଥଳଭାଗ ଛୁଇଁଛି। ତାମିଲନାଡୁର ମମଲ୍ଲାପୁରମ ଏବଂ ପୁଡୁଚେରୀର କରିକଲରେ ବାତ୍ୟା ମାଡ ହୋଇଛି। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଏହି ବାତ୍ୟା ଅତି ଭୟଙ୍କର ରୂପ ଧାରଣ କରିଛି। ତାମିଲନାଡୁ ଏବଂ ପୁଡୁଚେରୀରେ ଏହା ଆତଙ୍କ ଖେଳାଇଛି। ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଏବଂ ପବନ ଲାଗି ରହିଛି। ବାତ୍ୟାକୁ ନଜରରେ ରଖି ବିମାନ ଏବଂ ମେଟ୍ରୋ ସେବା ମଧ୍ୟ ବନ୍ଦ ରହିଛି। ବାତ୍ୟା ପ୍ରଭାବ ଚେନ୍ନାଇରେ ଅଧିକ ଦେଖିବାକୁ ମିଳିଛି। ତାମିଲନାଡୁ ୧୨୦୦ ଏନ୍‌ଡିଆରଏଫ ମୁତୟନ ହୋଇଛନ୍ତି। ଯେକୌଣସି ଜରୁରୀ ସ୍ଥିତି ପାଇଁ ଯୁଦ୍ଧ ଜାହାଜ ମଧ୍ୟ ମୁତୟନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନା ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ବାମୀ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀଙ୍କ ସହ ବାତ୍ୟା ମୁକାବିଲା ଓ ସହାୟତା ସମ୍ପର୍କରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନବିକ୍ରି ଟୋକନ ନ ମିଳିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ମାତ୍ର ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁ ଚାଷୀମାନେ ଗତ ରବିରେ ଅମଳ କରିଥିବା ଧାନ…

ନାବାଳିକା ଝାଡ଼ୁବିକାଳିଙ୍କୁ ଗଣବଳାତ୍କାର: ରାତିରେ ଉଠିଥିବା ବେଳେ…

କେନ୍ଦ୍ରାପଡ଼ା, ୧୭।୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଜଜାଙ୍ଗଠାରେ ଜଣେ ନାବାଳିକା ଝାଡୁ ବିକାଳି ଗଣବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି।…

ଟୋଲ୍ ଟ୍ୟାକ୍ସ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି! ଏମାନଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ନୂଆଦିଲ୍ଲୀ,୧୭।୬: ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଲମ୍ବା ଧାଡ଼ି ଏବଂ ବାରମ୍ବାର ଟୋଲ୍ ଦେୟ ଦେବାର ଅସୁବିଧାରୁ ମୁକ୍ତି ପାଇବାକୁ ଯାଉଛି । କେନ୍ଦ୍ର ସରକାର ଉନ୍ନତ ପ୍ରଯୁକ୍ତିବିଦ୍ୟା…

ମୋଦିଙ୍କ ସହ ସମ୍ପର୍କକୁ ନେଇ କହୁ କହୁ ଏମିତି କହିଲେ ମେଲୋନି: ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ୍‌,୧୭।୬: ବିଶ୍ୱ ନେତାମାନେ ଜି-୭ ଶିଖର ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଫରାସୀ ସହର ଏଭିଆନରେ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ,…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲେବାନନ୍‌ରୁ ଇସ୍ରାଏଲ୍‌ ଓହରିବା ଆବଶ୍ୟକ: ଇରାନ

ଦୁବାଇ,୧୭ା୬: ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ ଲାଗି ଆମେରିକା ଓ ଇରାନ ସହମତିରେ ପହଞ୍ଚତ୍ଥିବା ଏବଂ ଆସନ୍ତା ୧୯ର ଉଭୟ ପକ୍ଷ ଆନୁଷ୍ଠାନିକ ଭାବେ ଚୁକ୍ତିନାମା ସ୍ବାକ୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri