Posted inଖେଳ

ଟ୍ରିପଲ ଜମ୍ପରେ ଭାରତ ରଚିଲା ଇତିହାସ

ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାରତୀୟ ଆଥଲେଟ୍‌ ମାନେ ରବିବାର ୨ଟି ପଦକ ଜିତିଛନ୍ତି। ଭାରତର ଏଲଡୋଜ ପଲ ଏବଂ ଅବଦୁଲ୍ଲା ଆବୁବାକର୍‌ ଦେଶ ପାଇଁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଭାରତ ମଧ୍ୟ ଏହି ଇଭେଣ୍ଟର ବ୍ରୋଞ୍ଜ ଜିତି ପାରିଥାନ୍ତା, କିନ୍ତୁ ପ୍ରବୀଣ ଚିତ୍ରାଭେଲ ବରମୁଡାର ପେରିଞ୍ଚେଫଙ୍କଠାରୁ ଅଳ୍ପ ବ୍ୟବଧାନରେ ପଛରେ ପଡ଼ିଯାଇଥିଲେ।
ଏଲଡୋଜ ପଲ ୧୭.୦୩ ମିଟର ଦୂରତା ଅତିକ୍ରମ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ଅବଦୁଲ୍ଲା ୧୭.୦୨ ମିଟର ଡେଇଁ ଦୁଇ ନମ୍ବରରେ ରହିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ଟ୍ରିପଲ ଜମ୍ପରେ ଭାରତ ୨ ପଦକ ଜିତିଛି। ଏହାସହଭାରତୀୟ ସ୍ପ୍ରିଣ୍ଟର ସନ୍ଦୀପ କୁମାର ୧୦୦୦୦ ମିଟର ରେସୱାକରେ ବ୍ରୋଞ୍ଜ ପଦକ ଜିତିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୪୬ରେ ପହଞ୍ଚିଛି। ଏଥିରେ ୧୬ଟି ସ୍ବର୍ଣ୍ଣ, ୧୨ଟି ରୌପ୍ୟ ଏବଂ ୧୮ଟି ବ୍ରୋଞ୍ଜ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ତ୍ତ ସହ ସାଲିସ କରିବାକୁ ରାଜି ନୁହନ୍ତି ହରେନ୍ଦ୍ର

ନୂଆଦିଲ୍ଲୀ,୧୨।୮(ପିଟି)- ହରେନ୍ଦ୍ର ସିଂ ଏବେ ମଧ୍ୟ ଭାରତୀୟ ଜୁନିୟର ହକି ଦଳର କୋଚ୍‌ ପଦ ଲାଗି ଇଚ୍ଛୁକ ଅଛନ୍ତି। କିନ୍ତୁ ନିଜ ଆଡ଼ୁ ରଖିଥିବା ସର୍ତ୍ତ...

ଆଇପିଏଲ୍‌ ଲାଗି ଏସିଆ କପ୍‌ କାର୍ଯ୍ୟସୂଚୀ ପରିବର୍ତ୍ତନ ଗ୍ରହଣୀୟ ନୁହଁ: ପିସିବି

କରାଚି,୨୪।୪ (ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ସ୍ଥଗିତ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ପାଇଁ ଏସିଆ କପ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନକୁ ଗ୍ରହଣ କରିବୁ...

୨୦୨୨ରେ ବିଜୟ ରେକର୍ଡ ୧୯-୦

ଇଣ୍ଡିଆନ ଓ୍ବେଲ୍ସ,୧୮।୩: ସ୍ପେନର କିମ୍ବଦନ୍ତୀ ଟେନିସ ଖେଳାଳି ରାଫାଲ ନାଡାଲ ପ୍ରତିପକ୍ଷ ନିକ୍‌ କିିର୍ଗିଅସଙ୍କୁ ୭-୬(୭/୦), ୫-୭, ୬-୪ ସେଟ୍‌ରେ ହରାଇ ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସର...

କୋଲକାତାକୁ ଜିତାଇ ଦେଲା ରାହୁଲଙ୍କ ଛକା

ଶାରଜା,୧୩।୧୦: ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପୁଣି ଥରେ ଠିକଣା ସମୟରେ ତାର ପୁରୁଣା ତ୍ରୁଟି ଦୋହରାଇଛି। ଖରାପ ଶଟ୍‌ ଚୟନ, ମିସ ଫିଲ୍ଡିଂ...

ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି ନଭେମ୍ବର ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଭାରତର ଉଭୟ...

୩୦ କୋଟିର ଏହି ଭବ୍ୟ ବଙ୍ଗଳାରେ ରହିବେ ପାଣ୍ଡ୍ୟା ବ୍ରଦର୍ସ; ଟାଇଗର ଶ୍ରଫ-ଦିଶା ପଟାନୀ ହେବେ ପଡୋଶୀ

ନୂଆଦିଲ୍ଲୀ,୨୯।୯: ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ପାଣ୍ଡ୍ୟା ବ୍ରଦର୍ସ ଅର୍ଥାତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ସର୍ବଦା ନିଜର ଜୀବନଚର୍ଯ୍ୟାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।...

ଓଡ଼ିଶା ଦଳରେ ସମୀର

ବ୍ରହ୍ମପୁର ଅଫିସ୍‌,୧୨ା୧୨: କୁଚ୍‌ବିହାର ଟ୍ରଫିର ଆଗାମୀ ମ୍ୟାଚ୍‌ ଆସନ୍ତା ୧୩ତାରିଖରେ ଓଡ଼ିଶା ଦଳ ଆସାମ ବିପକ୍ଷରେ ଖେଳିବ। ଆସାମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ...

ପୂଜାରାଙ୍କୁ ସ୍ବତନ୍ତ୍ର ଉପହାର ଦେଲା ଅଷ୍ଟ୍ରେଲିଆ ଟିମ୍‌

ନୂଆଦିଲ୍ଲୀ,୧୯।୨: ଭାରତୀୟ କ୍ରିକେଟ ଦଳ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଟିମ ଇଣ୍ଡିଆ ୪ ମ୍ୟାଚ ବିଶିଷ୍ଟ...

Advertisement
Archives

Model This Week