ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଅନୁସୟା ମହାରଣାଙ୍କୁ ନିଲମ୍ବିତ କରାଯାଇଛି। ଶିକ୍ଷୟିତ୍ରୀ ଜଣକ ପରୀକ୍ଷା ନିରୀକ୍ଷକ ଦାୟିତ୍ୱରେ ଥିବା ହଲ୍‌ ମଧ୍ୟକୁ ଜଣେ କନେଷ୍ଟବଳ ପ୍ରବେଶ କରି ଜଣେ ପରୀକ୍ଷାର୍ଥୀଙ୍କୁ କପି ଦେଇଥିଲେ। ଏହା ଦେଖିଥିଲେ ବି ଶିକ୍ଷୟିତ୍ରୀ ଜଣକ କିଛି ନ କହି ନିରବ ରହିଥିଲେ। ସେଥିପାଇଁ ବୋର୍ଡର ସୁପାରିଶ କ୍ରମେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି।

ସୂଚନାନୁଯାୟୀ, ଫେବୃଆରୀ ୨୦ରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ସେହିଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ଥିଲା। ନରସିଂହପୁରସ୍ଥିତ ଅନନ୍ତ ନାରାୟଣ ଉଚ୍ଚବିଦ୍ୟାଳୟରେ ମଧ୍ୟ ପିଲା ପରୀକ୍ଷା ଦେଉଥିଲେ। ଏହି କେନ୍ଦ୍ରର ଏକ ରୁମ୍‌ରେ ଶିକ୍ଷୟିତ୍ରୀ ଅନୁସୟା ନିରୀକ୍ଷକ ଭାବେ ନିୟୋଜିତ ହୋଇଥିଲେ। ପରୀକ୍ଷା ଚାଲିଥିବା ବେଳେ ତାଙ୍କ ଉପସ୍ଥିତିରେ ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଥିବା ଜଣେ ମହିଳା ହୋମଗାର୍ଡ ଜଣେ ପରୀକ୍ଷାର୍ଥୀଙ୍କୁ କପି ଦେଇଥିଲେ, ଯାହାକି ଏଆଇରେ ରେକର୍ଡ ହୋଇଯାଇଥିଲା। ଏନେଇ ଜଣାପଡ଼ିବା ପରେ ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ତାରିଖ, ୨୭ ନୁହେଁ …

ଭୁବନେଶ୍ୱର, ୨୩ା୫(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ଆସନ୍ତା ୨୭ ପରିବର୍ତ୍ତେ ୨୬ ତାରିଖରେ କରିବାକୁ ନିଷ୍ପତ୍ତି...

ଯୁକ୍ତ ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେଉଁ ତାରିଖରେ…

ଭୁବନେଶ୍ୱର, ୨୩ା୫ (ଅନୁରାଧା ମହାରଣା)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁନ୍‌ ୨୫ ଓ ୨୬ ତାରିଖରେ...

‘ଅଫିସ ପରେ ଖୋଲି ହେବ, ପ୍ରଥମେ ଜୀବନ ବଞ୍ଚାଅ’..ଭାରତର ଘନ ଘନ ଆକ୍ରମଣ ପରେ…

ନୂଆଦିଲ୍ଲୀ,୨୩।୫: ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସେନାର ଆକ୍ରମଣ ପାକିସ୍ତାନୀ ସେନାରେ ଆତଙ୍କ ସୃଷ୍ଟି କରିଥିଲା। ଏହି ସମୟରେ ପାକିସ୍ତାନୀ ସେନାରେ ହେଉଥିବା ଆଲୋଚନାର ଅନେକ...

ମରଣଯନ୍ତା ପାଲଟିଛି ସିଙ୍ଗାରି ଘାଟି ରାସ୍ତା

ଥୁଆମୂଳ ରାମପୁର, ୨୩ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କଲମପୁର-ଥୁଆମୂଳ ରାମପୁର ମୁଖ୍ୟରାସ୍ତାର ସିଙ୍ଗାରି ଘାଟି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଥୁଆମୂଳ ରାମପୁର ବ୍ଲକବାସୀଙ୍କ...

ସହଜରେ ପାକିସ୍ତାନକୁ ଛାଡ଼ିବନି ଭାରତ, FATFର ଓ୍ବାଚ୍‌ ଲିଷ୍ଟରେ ରଖିବା ପାଇଁ ଦେବ ବଳିଷ୍ଠ ପ୍ରମାଣ 

ନୂଆଦିଲ୍ଲୀ,୨୩।୫: ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଏକ ଧ୍ୱସ୍ତ କରିଥିଲା ଭାରତ।  ଏବେ ପୁଣି ନିଜର କବଜାକୁ ଆହୁରି କଠୋର କରିବାକୁ...

ମଝି ରାସ୍ତାରେ ଓଲଟିଲା କାର୍‌

ଖଜୁରିପଡ଼ା,୨୩ା୫ (ବିଦୁର ବେହେରା): ଖଜୁରିପଡ଼ା ଥାନା ଅନ୍ତର୍ଗତ ସମ୍ବରଡେଗାରେ ଏକ କାର୍‌ (ଓଡି୦୨ଏଓ୍ବାଇ ୬୮୩୩) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। କାର୍‌ଟି ଗୁରୁବାର ରାତିରେ ଫୁଲବାଣୀ...

ରାତି ହେଉ ହେଉ ପାକ୍‌ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ, କାନ୍ଦିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୩।୫: ଏପ୍ରିଲ 2025 ରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ, ଭାରତ ପଶ୍ଚିମ ନଦୀଗୁଡ଼ିକର ଜଳର ସର୍ବାଧିକ ବ୍ୟବହାର କରିବା ଦିଗରେ ଏକ...

ଆସୁଛି ବଡ଼ ଲଘୁଚାପ: ୨୪ଘଣ୍ଟା ଭିତରେ ମାଡ଼ି ଆସୁଛି ଝଡବର୍ଷା, ୮ଜିଲାରେ…

ଭୁବନେଶ୍ୱର,୨୩।୫: ଆସୁଛି ବଡ଼ ଲଘୁଚାପ। ୨୭ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଦେଲା ପାଣିପାଗ ବିଭାଗ । ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri