କଟକ ମେୟରଙ୍କ ପୋଷ୍ଟର ପୋଡ଼ି

ନବରଙ୍ଗପୁର, (ବି.ପ୍ର.)/ଭୁବନେଶ୍ୱର (ବ୍ୟୁରୋ), ୨୪ା୫: ‘କାମ କର ନଚେତ ମାଲକାନଗିରି ପଠେଇଦେବି’ କଟକ ମେୟର ସୁବାସ ସିଂ ଦେଇଥିବା ଏପରି ମନ୍ତବ୍ୟକୁ ବିରୋଧ କରିଛି ନବରଙ୍ଗପୁର ଜିଲା କଂଗ୍ରେସ। ସୋମବାର ନବରଙ୍ଗପୁର ସହରସ୍ଥିତ କଂଗ୍ରେସ ଭବନରେ ଦଳ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇଛି। ମାଲକାନଗିରି ଜିଲାକୁ କଳାପାଣି ସଦୃଶ ଅପମାନିତ କରିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି। କ୍ଷମାପ୍ରାର୍ଥନା ନ କଲେ ଅବିଭକ୍ତ କୋରାପୁଟ ଜିଲାରେ ତାଙ୍କୁ ପଶିବାକୁ ଦିଆଯିବନାହିଁ ବୋଲି ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି। ସୁବାସ ସିଂଙ୍କ ମସ୍ତିଷ୍କ ବିକୃତ ଥିବା ତ୍ରିପାଠୀ କହିବା ସହ କଂଗ୍ରେସ ପକ୍ଷରୁ ତାଙ୍କ ପୋଷ୍ଟର ପୋଡ଼ାଯାଇଛି।
ମାଲକାନଗିରି ଜିଲା ତା’ର ଐତିହ୍ୟ, ଖଣି ଓ ସଂସ୍କୃତିକୁ ନେଇ ଗର୍ବିତ। କଟକ ମେୟର ଏପରି ବୟାନ ଦେଇ କେବଳ ମାଲକାନଗିରି ଜିଲାକୁ ଅପମାନିତ କରିନାହାନ୍ତି ବରଂ ତାଙ୍କର ଏହି ବୟାନ ଅବିଭକ୍ତ କୋରାପୁଟ ଜିଲାବାସୀଙ୍କୁ କଷ୍ଟ ଦେଇଛି। ସୁବାସଙ୍କ ଦୃଷ୍ଟିରେ ଯଦି ମାଲକାନଗିରି ଜିଲା ଅନୁନ୍ନତ ପଛୁଆ, ତେବେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ଦାୟୀ ବୋଲି କଂଗ୍ରେସ ନେତାମାନେ କହିଛନ୍ତି। ଖବରଦାତା ସମ୍ମିଳନୀରେ ବିଆରଓ ତାପସ ପ୍ରଧାନୀ, ଦିଲୀପ ବେହେରା, ଅବ୍‌ଦୁଲ ଫିରୋଜ, ସତ୍ୟ ନାରାୟଣ ତ୍ରିପାଠୀ, ସୁରଜ ଲାଲ, ବାସୁଦେବ ପଟ୍ଟନାୟକ ଓ ମୁନା ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ। ରବିବାର ମାଲକାନଗିରିରେ ମଧ୍ୟ ସୁବାସ ସିଂଙ୍କ ଏହି ବୟାନକୁ ବିରୋଧ କରାଯାଇଥିଲା। ସେ କ୍ଷମା ନ ମାଗିଲେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି ମାଲକାନଗିରି ଜିଲା କଂଗ୍ରେସ ପକ୍ଷରୁ କୁହାଯାଇଥିଲା।
ଅନ୍ୟପକ୍ଷରେ କଟକ ମେୟର ସୁବାସ କହିଛନ୍ତି ଯେ, କଂଗ୍ରେସ ଜୀବନରେ କିଛି କରିନାହିଁ। ବିକାଶ ପ୍ରତି ସେମାନଙ୍କ ନଜର ମଧ୍ୟ ନାହିଁ। ଖାଲି ଅବାସ୍ତବ କଥା କହି ସେମାନେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମାଲକାନାଗିରି ହେଉଛି ଦ୍ରୁତ ବିକାଶ ଦିଗରେ ଗତି କରୁଥିବା ଜିଲା। ଏହି ଜିଲା ବର୍ତ୍ତମାନ ସାରା ଦେଶ ପାଇଁ ଉଦାହରଣ ପାଲଟିଛି। ଏହି ଜିଲାରେ ବହୁ ଦକ୍ଷ ଅଫିସର କାମ କରୁଛନ୍ତି। ସେଠାକୁ ଗଲେ ଜଣେ ଅଧିକାରୀ ଭଲ କାମ ଶିଖିପାରିବ। କାରଣ ବହୁ ସରକାରୀ କର୍ମଚାରୀ ଘର ପାଖରେ ରହିବେ, ଦୂରକୁ ଯିବାକୁ ଜମା ରାଜିନାହାନ୍ତି। କଟକ ସହରର ରାସ୍ତା ଉପରେ ପାଣି ପାଇପ୍‌ ଟି ଫାଟିଗଲା। ସେଠାରେ ଖାଲ ହୋଇପଡିଛି। ଜଣେ ସ୍କୁଟରଟିଏ ଧରିକି ଗଲେ ସେଠାରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ୪ ମାସ ହେଲାଣି କାହିଁକି ସେହି କାମ ହୋଇ ନାହିଁ ବୋଲି ପଚାରିବା ସହ ମାଲକାନାଗିରି ପଠାଇ ଦେବେ ବୋଲି କହିଥିଲେ। ସେଠାକୁ ଗଲେ ଭଲ କାମ ଶିଖିପାରିବାର ସମ୍ଭାବନା ଥିବାରୁ ଏକଥା କହିଥିଲେ। ତାଙ୍କର ବଦଳି କରିବାର କ୍ଷମତା ନାହିଁ, କେବଳ ଚିଠି ଲେଖିପାରିବେ। କଂଗ୍ରେସ ବିକାଶ କ’ଣ ଜାଣିନି। ତେଣୁ ଅଯଥା ଏବଂ ଅବାସ୍ତବ କଥା କାହି କଂଗ୍ରେସ ରାଜନୀତି କରିବା ଛାଡୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri