Posted inରାଜ୍ୟ

ଡଙ୍ଗାଭସା ଉପରେ କଟକଣା

ଭୁବନେଶ୍ୱର, ୨୫ା୧୧(ବ୍ୟୁରୋ): ଆସନ୍ତା ୩୦ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷା ପର୍ବ ପାଳିତ ହେବ। ନଦୀ, ପୋଖରୀ କିମ୍ବା ଜଳାଶୟରେ ଡଙ୍ଗା ଭସାଇବା ଓ ବୁଡ଼ ପକାଇବା ଉପରେ ସରକାର କଟକଣା ଲଗାଇଛନ୍ତି। ଏ ନେଇ ମଙ୍ଗଳବାର ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ବଡ଼ିଭୋରରୁ ବହୁ ସଂଖ୍ୟାରେ ଲୋକମାନେ ନଦୀ, ନାଳ ଓ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇବା ପାଇଁ ଏକାଠି ହୋଇଥାଆନ୍ତି। କଟକ, ଭୁବନେଶ୍ୱର, ପାରାଦୀପ ଭଳି କେତେକ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ବାଲିଯାତ୍ରା ଆରମ୍ଭ ହୋଇଥାଏ। ଏହା ବହୁସଂଖ୍ୟାରେ ଲୋକଙ୍କୁ ଆକର୍ଷିତ କରିଥାଏ। ତେବେ ଚଳିତବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁ ଉପୁଜିଥିବା ସଙ୍କଟ ଯୋଗୁ ଏହା ଉପରେ କଟକଣା ଜାରି କରାଯାଇଛି। ଗୋଟିଏ ସ୍ଥାନରେ ଜନସମାଗମ ହେଲେ କୋଭିଡ୍‌ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ରାଜ୍ୟରେ ଗତ ୮ ମାସ ହେବ କୋଭିଡ୍‌-୧୯ ମହାମାରୀ ପ୍ରକୋପ ଜାରି ରହିଛି। ଏଭଳି ପରିସ୍ଥିତିରେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନଦୀଘାଟ, ପୋଖରୀ କିମ୍ବା ଜଳାଶୟରେ କୌଣସି ପ୍ରକାର ଡଙ୍ଗା ଭସାଇବା କିମ୍ବା ଗାଧୋଇବାକୁ ବାରଣ କରାଯାଇଛି। ଯଦି ସରକାରଙ୍କ ଗାଇଡ୍‌ଲାଇନକୁ କୌଣସି ବ୍ୟକ୍ତି ଉଲ୍ଲଂଘନ କରିବେ, ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶଙ୍କାରେ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

ପୁରୁଣା ଭୁବନେଶ୍ୱର,୪ା୩(ଡି.ଏନ୍‌.ଏ.): ପ୍ରତିବର୍ଷ ମହାଶିବରାତ୍ରି ପରେ ଅମାବାସ୍ୟା ଯିବାର ପ୍ରଥମ ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥାଏ। କପିଳେଶ୍ୱର ମନ୍ଦିରରେ ଖୁଣ୍ଟିଆ ଓ...

ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ: ମା’ ପେଟ ଛୁଆ ଉପରେ ଏବେ ୨୨ ହଜାର ଟଙ୍କାର ଋଣ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ଋଣଭାରକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏବେ ଋଣଭାର ୧ ଲକ୍ଷ ୨୭ ହଜାର କୋଟି ଟଙ୍କା ଟପିଲାଣି। ମା’ ପେଟର...

ବ୍ୟାଙ୍କ ତଥ୍ୟ ଦେବାକୁ ବିଏମ୍‌ସି ଡେପୁଟି କମିଶନର, ଅଭିନେତ୍ରୀଙ୍କୁ ନୋଟିସ

ଭୁବନେଶ୍ୱର,୩।୨(ବ୍ୟୁରୋ):ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନ୍‌ ଡେପୁଟି କମିଶନର ଯୋଗେଶ୍ୱର ନାୟକ ଓ ଅଭିନେତ୍ରୀ ପ୍ରିୟଙ୍କା ଦାସ ଉଭୟ ପରସ୍ପରଙ୍କ ବିରୋଧରେ ଶ୍ରୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ।...

ବନ ବିଭାଗ ରୁଜୁ କଲା ମାମଲା: ହାତୀ ମୃତ୍ୟୁର ହେବ ତଦନ୍ତ

କେନ୍ଦୁଝର,୯।୫: ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦେଓଗାଁ ରେଞ୍ଜ ଶଗଡ଼ପଟା ଗ୍ରାମ ନିକଟରେ ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ...

ପୋଷାକରେ ଶାଳୀନତା ଆଧ୍ୟାତ୍ମିକ ଭାବ ଜାଗ୍ରତ କରେ

ନିଶ୍ଚିନ୍ତକୋଇଲି,୯।୭(ଅଶୋକ କୁମାର ମହାପାତ୍ର)ଦେଶର ଉତ୍ତର ଓ ଦକ୍ଷିଣ ଭାରତରେ ବିଭିନ୍ନ ପ୍ରତିଷ୍ଠିତ ଦେବଦେବୀ ମନ୍ଦିରରେ ପ୍ରବେଶ ପାଇଁ ସ୍ବତନ୍ତ୍ର ଡ୍ରେସକୋଡର ବିଧିବ୍ୟବସ୍ଥା ରହିଛି। ଏପରିକି ମୁସ୍‌ଲିମ୍‌...

ଶେୟାର ମାର୍କେଟ ନିବେଶ ନାଁରେ ୧୦ କୋଟି ଠକେଇ

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଶେୟାର ମାର୍କେଟ୍‌ରେ ନିବେଶ ନାଁରେ ପ୍ରାୟ ୧୦ କୋଟି ଟଙ୍କା ଠକେଇ ର଼୍ୟାକେଟର ରହସ୍ୟ ଉନ୍ମୋଚନ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା...

ସିଂହଦ୍ୱାର ସମ୍ମୁଖରେ ଭଜନ ମଣ୍ଡପ ହେଉ

ପୁରୀ ଅଫିସ, ୧୨।୯: ସିଂହଦ୍ୱାର ସମ୍ମୁଖରେ ଭଜନ ମଣ୍ଡପ ନିର୍ମାଣ ପାଇଁ ଓଡ଼ିଶା ଯୁବ ଚେତନା ସଙ୍ଗଠନ ଦାବି କରିଛି। ଏ ନେଇ ସଙ୍ଗଠନ ପକ୍ଷରୁ...

ମହିଳାଙ୍କ ପାଇଁ ୫୦%ରୁ ଊର୍ଦ୍ଧ୍ୱ ଆସନ ସଂରକ୍ଷିତ

ପାରାଦୀପ, ୧୦।୧୧(ସ୍ବ.ପ୍ର.): ପାରାଦୀପ ପୌର ନିର୍ବାଚନ ପାଇଁ ମଙ୍ଗଳବାର ଚିଠା ସଂରକ୍ଷଣ ତାଲିକା ଘୋଷଣା କରାଯାଇଛି। ଜିଲାପାଳ ପାରୁଲ ପଟଓ୍ବାରିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସମସ୍ତ...

Advertisement
Archives

Model This Week