ଅଙ୍ଗୁଳି ଯୋଡ଼ିବା ବଦଳରେ କାଟିଦେଲେ

ସମ୍ବଲପୁର,୧୩ା୮(ଶୁଭାଶିଷ ପାଢ଼ୀ)ଛତିଶଗଡ଼ ରାୟପୁରର ଏକ ଘରୋଇ ମେଡିକାଲ ଡାକ୍ତରଙ୍କ ଅବହେଳା ଯୋଗୁ ସମ୍ବଲପୁର ମହାନଗର ନିଗମ ହୀରାକୁଦର ଯୁବକ ସନତ କୁମାର ମହାନ୍ତି ତାଙ୍କ ଡାହାଣ ହାତର ବୁଢା ଅଙ୍ଗୁଳି ହରାଇ ବସିଛନ୍ତି। ଅଙ୍ଗୁଳି ଯୋଡିବା ବଦଳରେ ଡାକ୍ତର ବାରମ୍ବାର ଅପରେଶନ କରି ଶେଷରେ କାଟି ଦେଇଥିବା ସନତ ଅଭିଯୋଗ କରିଛନ୍ତି।
ଜିଲା ସାମ୍ବାଦିକ ଭବନରେ ଶନିବାର ସନତ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଗତ ଜୁଲାଇ ୨୧ ତାରିଖରେ ସେ ବାଇକ୍‌ରେ ଆସୁଥିବା ସମୟରେ ଦୁର୍ଘଟଣା ଯୋଗୁ ତାଙ୍କ ବୁଢା ଅଙ୍ଗୁଳିରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ପ୍ରଥମେ ସେ ଜିଲା ସଦର ଡାକ୍ତରଖାନା ଓ ପରେ ବୁର୍ଲା ଭିମ୍‌ସାରକୁ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଅଙ୍ଗୁଳି ଯୋଡିବାକୁ କଟକ ବଡ ମେଡିକାଲ ଯିବାକୁ କହିଥିଲେ। ହେଲେ ଶୀଘ୍ର ସୁସ୍ଥ ହେବା ଆଶାରେ ସେ ରାୟପୁରର ଏକ ବର୍ନ ଓ ପ୍ଲାଷ୍ଟିକ ସର୍ଜରି ସେଣ୍ଟର (ଘରୋଇ ମେଡିକାଲ)କୁ ଯାଇଥିଲେ। ସେଠାରେ ଆଡ୍‌ମିଶନ ହେବା ସମୟରେ ପ୍ରଥମେ ମେଡିକାଲ କର୍ତ୍ତୃପକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ଚିକିତ୍ସା ଆରମ୍ଭ କରିବା ପରେ ଆଉ ୫୦ ହଜାର ନେଇଥିଲେ। ଅଙ୍ଗୁଳି ଯୋଡିବା ପାଇଁ ଅପରେଶନ କରିଥିଲେ। ହେଲେ ସେଫ୍‌ଟିକ୍‌ ହୋଇଯିବାରୁ ପୁଣି ଅପରେଶନ କରିବା ପାଇଁ କହିଥିଲେ। ଛିଣ୍ଡି ଯାଇଥିବା ଅଙ୍ଗୁଳି ନଷ୍ଟ ହୋଇଯାଇଛି, ଆଉ ହୋଇପାରିବ ନାହିଁ ବୋଲି କହିଥିଲେ। ୩ ଲକ୍ଷ ୭୫ ହଜାର ଟଙ୍କାର ବିଲ୍‌ ହୋଇଥିବାରୁ ତୁରନ୍ତ ପଇଠ ପାଇଁ କହିଥିଲେ। ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିବାରୁ ମେଡିକାଲରେ ପ୍ରାୟ ଏକସପ୍ତାହ ବନ୍ଧକ ରଖିଥିଲେ। ବହୁ କଷ୍ଟରେ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଋ଼ଣ ନେଇ ଟଙ୍କା ଦେଇ ମୁକୁଳିଥିଲି। ଆଉ ୨୫ହଜାର ଟଙ୍କା ନେବା ପାଇଁ ମୋଠାରୁ ଚୁକ୍ତିନାମା ମଧ୍ୟ ରଖିଛନ୍ତି। ଘରୋଇ ମେଡିକାଲ ଚିକିତ୍ସା ସେବା ଦେବା ନାମରେ ଶୋଷଣ କରୁଛନ୍ତି। ଏହାକୁ ନେଇ ଖାଉଟି ଅଦାଲତରେ ମାମଲା କରିବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri