ଶାସନ ପାଇଁ ଅଭିଶାପ

ଚଳିତ ମାସରେ ଉତ୍ତରାଖଣ୍ଡରେ ବିଲ୍ଡିଂ ଭଙ୍ଗା (ଡିମୋଲିଶନ)କୁ ନେଇ ସୃଷ୍ଟି ହୋଇଥିବା ହିଂସାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ପ୍ରକାର ଡିମୋଲିଶନ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଦେଖିବାକୁ ପାଇଥାଉ। ସାମ୍ପ୍ରଦାୟିକ ହିଂସା କିମ୍ବା ଭେଦଭାବ ବିରୋଧୀ ପ୍ରତିବାଦ ପରେ ମ୍ୟୁନିସିପାଲ କର୍ତ୍ତୃପକ୍ଷ କିମ୍ବା ପୋଲିସ ତରଫରୁ ଏକ ନ୍ୟାୟିକ ଦଣ୍ଡ ଭାବେ ଏଭଳି ଘର ଭାଙ୍ଗି ଧ୍ୱଂସ କରାଯାଉଛି। ଏହି ଧରଣର ଭଙ୍ଗା ପ୍ରକ୍ରିୟା ସମ୍ପର୍କରେ ସିଟିଜେନ୍ସ ଆଣ୍ଡ ଲୟର୍ସ ଇନିସିଏଟିଭ ଦ୍ୱାରା ପ୍ରସ୍ତୁତ ‘କ୍ରୋଧର ମାର୍ଗ: ଧର୍ମୀୟ ଶୋଭାଯାତ୍ରାର ଅସ୍ତ୍ରକରଣ’ ଶୀର୍ଷକ ରିପୋର୍ଟ (ଏପ୍ରିଲ ୨୦୨୨)ରେ ଉଲ୍ଲେଖ କରାଯାଇଥିଲା। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରୋହିନ୍‌ଟନ ନରିମାନ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଏପ୍ରିଲ ୨୦୨୨ରେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ସମୟରେ ଏହି ଦେଶରେ ୯ଟି ରାଜ୍ୟରେ ବ୍ୟାପକ ଉପଦ୍ରବ ଓ ହିଂସା ଦେଖାଯାଇଥିଲା। ଏହା ପରେ ଜେସିପିଗୁଡ଼ିକ ବାହାରି ଆସିଥିଲା। ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଘରଭଙ୍ଗା ଯୋଗୁ ଲୋକେ ଗୃହହୀନ ହେବା ସହ ଜୀବିକା ହରାଇଥିଲେ। ଜାଗା ଛାଡ଼ିବାକୁ ସେମାନଙ୍କୁ ବାଧ୍ୟ କରାଯାଇଥିଲା। ସେମାନଙ୍କୁ ପୋଲିସ ଭୟଭୀତ କରାଇବା ସହ ବେଆଇନ ବଳ ପ୍ରୟୋଗ କରାଯାଇଥିଲା। ବିଭିନ୍ନ ସ୍ଥାନରେ ମୁସଲମାନ ବହୁଳ ଅଞ୍ଚଳକୁ କିମ୍ବା ମୁସଲମାନ ମାଲିକାନାରେ ଥିବା ସମ୍ପତ୍ତିକୁ ଭାଙ୍ଗିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବିଶେଷକରି ଗୁଜରାଟରେ ଏବଂ ମଧ୍ୟପ୍ରଦେଶରେ ହିନ୍ଦୁମାନଙ୍କ ସମ୍ପତ୍ତି, ଯାହା ସରକାରୀ ଜମିକୁ ଜବରଦଖଲ କରିଥିବା ଅଭିଯୋଗ କରାଯାଇଥିଲା, ସେସବୁକୁ ପ୍ରଶାସନ ଛୁଇଁ ନ ଥିଲା। ଭାରତର ରାଜ୍ୟଗୁଡ଼ିକ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ସ୍ବେଚ୍ଛାଚାରୀ ଡିମୋଲିଶନ ଯୁକ୍ତିସଙ୍ଗତ କହୁଛନ୍ତି। ବାସ୍ତବରେ ନିର୍ମାଣ ଆଇନଗୁଡ଼ିକର କାର୍ଯ୍ୟକାରିତାରେ ପ୍ରବର୍ତ୍ତନର ବ୍ୟାପକ ଅଭାବ ଯୋଗୁ ଦେଶରେ ଆବଶ୍ୟକ ଅନୁମତି ବିନା ଅତ୍ୟଧିକ ନିର୍ମାଣ କାର୍ଯ୍ୟ କରାଯାଉଛି। ରାଜଧାନୀରେ ବେଆଇନ ନିର୍ମାଣ ଉପରେ ରିପୋର୍ଟ କରିବାକୁ ୨୦୧୭ରେ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଗଠିତ ଏକ କମିଟି ଦର୍ଶାଇଥିଲା ଯେ, ନିିର୍ମାଣ କରାଯାଇଥିବା ଘରଗୁଡ଼ିକ ମଧ୍ୟରୁ ୯୦ ପ୍ରତିଶତ ନିର୍ମାଣ ଆଇନ କିମ୍ବା ଅନ୍ୟ କଟକଣାକୁ କୌଣସି ବାଟରେ ଉଲ୍ଲଂଘନ କରିଛନ୍ତି। ଏଭଳି ଏକ ସ୍ଥାନର ଉଦାହରଣ ହେଉଛି ଦିଲ୍ଲୀର ସୈନିକ ଫାର୍ମ ବା କଲୋନି। ଏହି ସ୍ଥାନଟି କେବେ ବି ଜେସିପି ଦେଖିନାହିଁ କିମ୍ବା ସେଠାରେ ଧନୀମାନଙ୍କ ଘର ଭଙ୍ଗାଯାଇନାହିଁ। ୨୦୨୩ରେ ‘ଦିଲ୍ଲୀର ସୈନିକ ଫାର୍ମର ଆଇନଗତ ଭାବେ ସ୍ଥିତିକୁ ଶୀଘ୍ର ପରିବର୍ତ୍ତନ କର: ହାଇକୋର୍ଟ’ ଶୀର୍ଷକ ଏକ ରିପୋର୍ଟ ଏହାର ବାସ୍ତବତାକୁ ଦର୍ଶାଇଥିଲା। ଅବଶ୍ୟ ମୁସଲମାନ ଗରିବଙ୍କୁ ଏଭଳି କୌଣସି ସୁବିଧା ଦିଆଯାଇ ନ ଥାଏ। ସେମାନଙ୍କୁ ଆଇନଗତ ଏବଂ ଅନ୍ୟାନ୍ୟ ସୁରକ୍ଷା ବିନା ନିଜ ଘର ବା ଜମିରୁ ସେମାନଙ୍କ ଇଚ୍ଛା ବିରୋଧରେ ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବେ ବହିଷ୍କାର କରାଯାଇଛି। ବଳପ୍ରୟୋଗକରି ଘର ଉଚ୍ଛେଦ କରିବା ହେଉଛି ମାନବ ଅଧିକାରର ଉଲ୍ଲଂଘନ। ଅନ୍ତର୍ଜାତୀୟ ମାନବ ଅଧିକାର ଆଇନ ଅନୁଯାୟୀ ବହିଷ୍କାର କେବଳ ଅସାମାନ୍ୟ ପରିସ୍ଥିତିରେ ଏବଂ ପୂରା ନ୍ୟାୟିକ ଓ ପର୍ଯ୍ୟାପ୍ତ ଆଇନଗତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେବ ବୋଲି ରାଜ୍ୟଗୁଡ଼ିକ ନିଶ୍ଚିତ କରିବା ଉଚିତ। ଅବଶ୍ୟ ନୂଆ ଭାରତରେ ଏସବୁ ମଧ୍ୟରୁ କୌଣସିଟି ନାହିଁ।
ଭାରତରେ ଘରଭଙ୍ଗିବା ପାଇଁ ଅନେକ ରାଜ୍ୟରେ ଅଧିକରୀମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ବୁଲ୍‌ଡୋଜର ବ୍ୟବହାର କରୁଛନ୍ତି। ବିଶ୍ୱାସଯୋଗ୍ୟ ପ୍ରମାଣ ରହିଛି ଯେ, ଏହିସବୁ ଡିମୋଲିଶନ ପକ୍ଷପାତପୂର୍ଣ୍ଣ ଏବଂ ଏହାକୁ ଭାରତରେ ମୁସଲମାନଙ୍କ ବିରୋଧରେ ଏକ ଘୃଣା ଅଭିଯାନ ଭାବେ ବ୍ୟବହାର କରାଯାଉଛି। ଆମ୍ନେଷ୍ଟିର ଡିମୋଲିଶନ ସମ୍ପର୍କରେ ତଥ୍ୟ ଉପସ୍ଥାପନର ଦେଢ଼ ବର୍ଷ ପରେ ବି ଘର ଓ ବ୍ୟବସାୟ ହରାଇ ଆଥିର୍ର୍କ ଅଭାବରେ ଥିବା ଲୋକମାନେ ନ୍ୟାୟ ପାଇଁ ଅପେକ୍ଷାରେ ରହିଛନ୍ତି। ମାମଲାଗୁଡ଼ିକ କୋର୍ଟରେ ପଡ଼ିରହିଛି। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଗଠିତ ଅର୍ଦ୍ଧ-ନ୍ୟାୟିକ ଟ୍ରିବ୍ୟୁନାଲକୁ ଦେଖିଲେ ଜଣାଯାଏ ଯେ, ଏହା ପୂର୍ବ ହିଂସାରେ କ୍ଷତିଗ୍ରସ୍ତ ହିନ୍ଦୁମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିଥିବାବେଳେ ହିଂସାର ଶିକାର ହୋଇଥିବା ମୁସଲମାନମାନେ ଘରଭଙ୍ଗା ପରେ ସଂଘର୍ଷ ଜାରି ରଖିଛନ୍ତି। ସିଟିଜେନ୍ସ ଆଣ୍ଡ ଲୟର୍ସ ଇନିସିଏଟିଭର ରୁଟ୍ସ ଅଫ୍‌ ଓ୍ବାର୍ଥ(କ୍ରେଧର ମାର୍ଗ) ରିପୋର୍ଟର ସିଦ୍ଧାନ୍ତରେ କୁହାଯାଇଛି ଯେ, ପୂର୍ବରୁ ଭାରତରେ ସାମ୍ପ୍ରଦାୟିକ ହିଂସା ବିଶେଷ ଭାବରେ ଭାରତୀୟ ମୁସଲମାନମାନଙ୍କ ପାଇଁ ସାମାଜିକ-ଅର୍ଥନୈତିକ ଗତିଶୀଳତାରେ ସ୍ଥାୟୀ ପ୍ରତିବନ୍ଧକ ସୃଷ୍ଟି କରିଥିଲେ ମଧ୍ୟ ସେସବୁ ସମାଜ କିମ୍ବା ଅନୁଷ୍ଠାନିକ ଅଧିକାର ଉପରେ ରାଜ୍ୟ ନିୟନ୍ତ୍ରଣକୁ କ୍ଷୁଣ୍ଣ କରି ନ ଥିଲା। କିନ୍ତୁ ଏହା ଏବେ ଦେଖାଯାଉଛି। ହିନ୍ଦୁତ୍ୱ ସଂସ୍ଥାଗୁଡ଼ିକ, ପୋଲିସ ଏବଂ ଜିଲା ପ୍ରଶାସନ ମଧ୍ୟରେ ସମନ୍ବୟର ଅର୍ଥ ହେଉଛି ଏକ ଶୀର୍ଷ ବୈଚାରିକ ସଂସ୍ଥାକୁ ନାଗରିକ ସେବା ସହ ଜଡ଼ିତ କରିବା। କିନ୍ତୁ ଯାହା ଅନୁଭବ କରାଯାଉଛି, ସେମାନଙ୍କ କ୍ଷମତା କମିବା ସହ ସେମାନେ ସ୍ବାଧୀନ ଭାବରେ କାମ କରୁଛନ୍ତି। ଏଗୁଡ଼ିକ ଶାସନର ଏକ ହିଂସାତ୍ମକ ଅଗଣତାନ୍ତ୍ରିକ ଢାଞ୍ଚାକୁ ଧାରଣ କରିଛନ୍ତି ଯାହା ଆଇନର ଶାସନ ପାଇଁ ଅଭିଶାପ ପାଲଟିଯାଇଛି। ଏପ୍ରିଲ ୨୦୨୨ରେ ୧୦୦ରୁ ଅଧିକ ଅବସରପ୍ରାପ୍ତ ବରିଷ୍ଠ ସରକାରୀ କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଦର୍ଶାଇଥିଲେ ଯେ, ସଂଖ୍ୟାଲଘୁ ବିଶେଷକରି ମୁସଲମାନ ସମ୍ପ୍ରଦାୟକୁ ସ୍ଥାୟୀ ଭୟ ମଧ୍ୟରେ ରଖିବାରେ ଆଇନର ଶାସନ ଏକ ମାଧ୍ୟମ ହୋଇଯାଇଛି। ସେମାନେ କହିଥିଲେ, ପ୍ରଶାସନର ସମସ୍ତ ସ୍ତରରେ ଅର୍ଥାତ୍‌ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭକରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ରାଜନୈତିକ ସ୍ତରରେ ସାମ୍ପ୍ରଦାୟିକ ଉନ୍ମାଦକୁ ସଞ୍ଚାଳନ ତଥା ସହାୟତା ଯୋଗାଇ ଦିଆଯାଉଛି। ଶେଷରେ ସିଟିଜେନ୍ସ ଆଣ୍ଡ ଲୟର୍ସ ଇନିସିଏଟିଭ ରିପୋର୍ଟରୁ ଏହା ପ୍ରମାଣିତ ହୁଏ ଯେ, ଭାରତ ଚିରସ୍ଥାୟୀ ହିଂସା ସ୍ତରରେ ପହଞ୍ଚିଛି ବୋଲି ନାଗରିକ ସମାଜ ଗୋଷ୍ଠୀ, ଆଇନଜୀବୀ, ବୁଦ୍ଧିଜୀବୀ ଏବଂ କାର୍ଯ୍ୟକର୍ତ୍ତାମାନେ ଯାହା କହିଛନ୍ତି ତାହା ଯୁକ୍ତିଯୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri