Odisha Elections 2024

ବିଶ୍ୱବିଦ୍ୟାଳୟକୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ଭରସା

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ)ରାଜ୍ୟରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାବେଳେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିୟମିତ ନିଯୁକ୍ତି ନ ଥିବାରୁ ପଦବୀ ଖାଲିପଡ଼ୁଛି। ମିଳିଥିବା ତଥ୍ୟ ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୭ ବିଶ୍ୱବିଦ୍ୟାଳୟରେ ୧୮୦୧ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ମଞ୍ଜୁର ରହିଛି। ହେଲେ ଏବେ ସେଥିରୁ ମାତ୍ର ୭୨୧ଟି ପଦବୀ ପୂରଣ ହୋଇଛି। ଅର୍ଥାତ୍‌ ୬୦% ଶିକ୍ଷକ ପଦବୀ ଖାଲିପଡ଼ିଛି। ଏପରି କି ଏଥିମଧ୍ୟରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଏପର୍ଯ୍ୟନ୍ତ କୌଣସି ନିୟମିତ ପଦବୀ ମଞ୍ଜୁର ହୋଇନାହିଁ। ତେଣୁ ଆବଶ୍ୟକ ପ୍ରାଧ୍ୟାପକ ନ ଥିବାରୁ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଶିକ୍ଷାଦାନ ବ୍ୟାଘାତ ହେଉଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଏହାକୁ ଭରଣା କରିବା ପାଇଁ ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କୁ ନିୟୋଜିତ କରିବା ପାଇଁ ଯୋଜନା କରିଛନ୍ତି। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀ ପୂରଣ ନିମନ୍ତେ ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର/ ପ୍ରଫେସର/ ଆଡ୍‌ଜଙ୍କ୍‌ଟ ବା ପାର୍ଟ ଟାଇମ୍‌/ ଗେଷ୍ଟ ଫାକଲ୍‌ଟି/ ପ୍ରଫେସର ଏମିରିଟସ/ ପ୍ରଫେସର ଅଫ୍‌ ପ୍ରାକ୍ଟିସଙ୍କୁ ନିୟୋଜିତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଗତ ୧ତାରିଖରେ ଚିଠି କରିଛି। ତୁରନ୍ତ ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କୁ ନିୟୋଜିତ କରିବା ପାଇଁ ଚିଠିରେ କୁହାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ ଏକ ଗାଇଡ୍‌ଲାଇନ ମଧ୍ୟ ପ୍ରସ୍ତୁତ ହୋଇଛି। ମୂଳ ପଦବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଅବସରପ୍ରାପ୍ତ ପ୍ରାଧ୍ୟାପକମାନେ ରହିବେ। ଗାଇଡ୍‌ଲାଇନ ପାଳନ କରି ତାହାକୁ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।
ଅପରପକ୍ଷେ ବିଭାଗ ପକ୍ଷରୁ ଆଉ ଏକ ଚିଠିରେ ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଏମ୍‌ଏସ୍‌ ଲ’ ୟୁନିଭରସିଟି ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଛାଡ଼ି ରାଜ୍ୟର ଅନ୍ୟ ୧୩ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଗୁଣବତ୍ତା ଶିକ୍ଷାଦାନ ନିମନ୍ତେ ଅତିରିକ୍ତ ପ୍ରାଧ୍ୟାପକଙ୍କୁ ନିୟୋଜିତ କରିବା ପାଇଁ କୁହାଯାଇଛି। ଏହି ୧୩ ବିଶ୍ୱବିଦ୍ୟାଳୟରେ ମୋଟ ୧,୧୯୨ଜଣ ଅତିରିକ୍ତ ପ୍ରାଧ୍ୟାପକଙ୍କୁ ନିୟୋଜିତ କରିବା ପାଇଁ କୁହାଯାଇଛି। ଏମାନଙ୍କ ମଧ୍ୟରେ ୩୪ଜଣ ପ୍ରଫେସର, ୨୨୬ଜଣ ଆସୋସିଏଟ ପ୍ରଫେସର ଏବଂ ୯୩୨ଜଣ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିୟୋଜିତ ହେବେ, ଯେଉଁମାନେ ଅବସରପ୍ରାପ୍ତ କିମ୍ବା ଆଡ୍‌ଜଙ୍କ୍‌ଟ ଫାକଲ୍‌ଟି ହୋଇଥିବେ। ଏଥିମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୩ ଜଣ ପ୍ରଫେସର, ୧୬ଜଣ ଆସୋସିଏଟ ପ୍ରଫେସର ଏବଂ ୪୨ଜଣ ଆସିଷ୍ଟାଣ୍ଟ ପ୍ରଫେସର, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୬ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଏମ୍‌ଏସ୍‌ସିବି ବିଶ୍ୱବିଦ୍ୟାଳୟରେ ୨ ପ୍ରଫେସର, ୭ ଆସୋସିଏଟ ପ୍ରଫେସର ଏବଂ ୩୭ ଆସିଷ୍ଟାଣ୍ଟ ପ୍ରଫେସର, ଏସ୍‌ଜେଏସ୍‌ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସର, ୪ଜଣ ଆସୋସିଏଟ ପ୍ରଫେସର ଏବଂ ୧୩ ଆସିଷ୍ଟାଣ୍ଟ ପ୍ରଫେସର, ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସର, ୪ ଆସୋସିଏଟ ପ୍ରଫେସର ଏବଂ ୨୫ଜଣ ଆସିଷ୍ଟାଣ୍ଟ ପ୍ରଫେସର, ରମାଦେବୀ ବିଶ୍ୱବିଦ୍ୟାଳୟରେ ୩ଜଣ ପ୍ରଫେସର, ୨୨ଜଣ ଆସୋସିଏଟ ପ୍ରଫେସର ଏବଂ ୯୦ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୩୨ ଆସୋସିଏଟ ପ୍ରଫେସର ଏବଂ ୮୦ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୧୭ ଆସୋସିଏଟ ପ୍ରଫେସର ଏବଂ ୮୫ଜଣ ଆସିଷ୍ଟାଣ୍ଟ ପ୍ରଫେସର, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୪ଜଣ ଆସୋସିଏଟ ପ୍ରଫେସର ଏବଂ ୮୧ଜଣ ଆସିଷ୍ଟାଣ୍ଟ ପ୍ରଫେସର, କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ୧୯ଜଣ ଆସୋସିଏଟ ପ୍ରଫେସର ଏବଂ ୮୯ଜଣ ଆସିଷ୍ଟାଣ୍ଟ ପ୍ରଫେସର, ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୫ଜଣ ପ୍ରଫେସର, ୨୦ଜଣ ଆସୋସିଏଟ ପ୍ରଫେସର ଏବଂ ୧୭୫ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଧରଣୀଧର ବିଶ୍ୱବିଦ୍ୟାଳୟରେ ୧୦ଜଣ ପ୍ରଫେସର, ୫୩ଜଣ ଆସୋସିଏଟ ପ୍ରଫେସର ଏବଂ ୧୭୩ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ୯ଜଣ ପ୍ରଫେସର, ୮ଜଣ ଆସୋସିଏଟ ପ୍ରଫେସର ଏବଂ ୩୬ଜଣ ଆସିଷ୍ଟାଣ୍ଟ ପ୍ରଫେସର ନିୟୋଜିତ କରିବା ପାଇଁ କୁହାଯାଇଛି।
ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷାବିତ୍‌ମାନେ ନାପସନ୍ଦ କରିଛନ୍ତି। ଏନେଇ ଶିକ୍ଷାବିତ୍‌ ଚିତ୍ତରଞ୍ଜନ ଆଚାର୍ଯ୍ୟଙ୍କ କହିବା ହେଲା ଖାଲିଥିବା ପଦବୀକୁ ତୁରନ୍ତ ପୂରଣ ନିମନ୍ତେ ପଦକ୍ଷେପ ନ ନେଇ ଏଭଳି ଯୋଜନା ଉଚିତ ନୁହେଁ। ତୁରନ୍ତ ନିୟମିତ ପଦବୀ ପୂରଣ ନିମନ୍ତେ ସରକାର ପଦକ୍ଷେପ ନେବା ଜରୁରୀ। ଅପରପକ୍ଷରେ ଉଚ୍ଚଶିକ୍ଷା ବିଭାଗର ଏଭଳି ଚିଠି ଉପରେ ବିଭାଗୀୟ ଅଧିକାରୀଙ୍କ କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡିଶା ଆଜି...

ପୁଣି ଦୋହରାଇଲେ ମୋଦି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୫: ଅନୁଗୋଳ ସଭାରେ ସମ୍ବୋଧିତ କରି ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ବିଜେଡି ସରକାରରେ ଓଡ଼ିଶା...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ...

ଭୋଟ୍‌ ଦେଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼,୨୦ା୫(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଭୋଟ୍‌ ଦେଲେ ଅର୍ଥମନ୍ତ୍ରୀ

ଭଞ୍ଜନଗର,୨୦ା୫(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ସୋମବାର ନିଜ ଗ୍ରାମ ଅଗଝୋଳରେ ମତଦାନ ସାବ୍ୟସ୍ତ କରିଛନ୍ତି। ବିକ୍ରମ ସପ୍ତମଥର...

ମହାନଦୀ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ୱର,୨୦।୫: ପୁଣି ଭିଡିଓ ଜାରି କରି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ମହାନଦୀକୁ ପ୍ରସଙ୍ଗ କରି...

ସସ୍ତ୍ରୀକ ଭୋଟ୍‌ ଦେଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାଶ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri