Posted inଜାତୀୟ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡ଼ ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି, ପଡୋଶୀ ଦେଶ (ପାକିସ୍ତାନ)ର ନୂତନ ପ୍ରଧାନମନ୍ତ୍ରୀ (ଶେହଓ୍ବାଜ୍‌ ଶରିଫ)ଙ୍କୁ ଏକମାତ୍ର ବାର୍ତ୍ତା ଦେବାକୁ ଚାହୁଁଛି। ସେ ତାଙ୍କ ଦେଶରେ ଆତଙ୍କବାଦକୁ ରୋକିବାରେ ସଫଳ ହୁଅନ୍ତୁ। ଆମେ ସେମାନଙ୍କୁ ଶୁଭେଚ୍ଛା ଜଣାଉଛୁ। ୨ + ୨ ଆଲୋଚନା ପାଇଁ ରାଜନାଥ ସିଂ ଏବେ ଆମେରିକା ଗସ୍ତରେ ଅଛନ୍ତି। ଏକ ସାକ୍ଷାତକାରରେ ସେ ଶେହଓ୍ବାଜଙ୍କୁ ଏହି ବାର୍ତ୍ତା ଦେଇଛନ୍ତି।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶେହଓ୍ବାଜ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଟୁଇଟ୍‌ କରି କହିଥିଲେ, ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫଙ୍କୁ ଅଭିନନ୍ଦନ। ଆତଙ୍କବାଦରୁ ମୁକ୍ତ ଏକ ଅଞ୍ଚଳରେ ଭାରତ ଶାନ୍ତି ଏବଂ ସ୍ଥିରତା ଚାହୁଁଛି, ଯାହା ଦ୍ୱାରା ଆମେ ଆମର ବିକାଶ ଆହ୍ବାନ ଉପରେ ଧ୍ୟାନ ଦେଇପାରିବା ଏବଂ ଆମ ଲୋକଙ୍କ କଲ୍ୟାଣ ତଥା ସମୃଦ୍ଧତାକୁ ନିଶ୍ଚିତ କରିପାରିବା।
ଶେହଓ୍ବାଜ୍‌ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ କଶ୍ମୀରର ପ୍ରସଙ୍ଗ ଉଠାଇଥିଲେ। ସେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବାର୍ତ୍ତା ଦେଇ ସେ କହିଛନ୍ତି,କଶ୍ମୀରବାସୀଙ୍କ ଇଚ୍ଛା ଅନୁଯାୟୀ କାଶ୍ମୀର ସମସ୍ୟାର ସମାଧାନ ହେବା ଉଚିତ। ଆମେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛୁ, କିନ୍ତୁ କଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ନ ମିଳିବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୁର୍ନୀତିର ଷ୍ଟିଙ୍ଗ୍‌ ଅପରେଶନ, ଦୁର୍ନୀତି ବିରୋଧରେ ଲଢ଼ିବାକୁ ଶପଥ ନେଇଥିବା ଏଏପି ହୋଇଛି ଦୁର୍ନୀତିଗ୍ରସ୍ତ…

ନୂଆଦିଲ୍ଲୀ, ୫।୯ : ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତିକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ସରକାରଙ୍କୁ ଟାର୍ଗେଟ କରି ଭାରତୀୟ ଜନତା ପାର୍ଟି ଏକ...

ଏବେ ହେଲମେଟ ପିନ୍ଧିଲେ ବି ଦେବାକୁ ପଡିବ ୨ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୦ ।୫: ଦେଶରେ ପ୍ରତିଥର ଗାଡି ଚାଳକଙ୍କ ପାଇଁ ନୂଆ ନୂଆ ନିୟମ ଲାଗୁ କରାଯାଉଛି । ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଏବେ ଜଣେ...

୧୫ ସ୍ଥାନରେ ଦେଶର ୬୦% କରୋନା ରୋଗୀ

ନୂଆଦିଲ୍ଲୀ,୨୯ା୪: ଦିଲ୍ଲୀ ଓ ମୁମ୍ବାଇ ସମେତ ୧୫ ସ୍ଥାନରେ ଦେଶର ୬୦ ପ୍ରତିଶତ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ନୀତି ଆୟୋଗର ତଥ୍ୟରେ ଏହା ଦର୍ଶାଯାଇଛି।...

ଆଇଏନ୍‌ଏସ୍‌ ଅରିହନ୍ତରୁ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ନୂଆଦିଲ୍ଲୀ,୧୫।୧୦: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିହନ୍ତରୁ ଶୁକ୍ରବାର ଏକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରାଯାଇଛି।...

ସିଇସି ଭାବେ ଦାୟିତ୍ୱ ନେଲେ ରାଜୀବ କୁମାର

ନୂଆଦିଲ୍ଲୀ,୧୬।୫: ଭାରତର ୨୫ତମ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ରାଜୀବ କୁମାର ରବିବାର ଦିଲ୍ଲୀର ନିର୍ବାଚନ ସଦନରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଭାଜପା-ଏଏପି ବାକ୍‌ଯୁଦ୍ଧ ଜାରି, ମୋଦି -କ୍ରେଜିଓ୍ବାଲ ମୁହାଁମୁହିଁ..

ନୂଆଦିଲ୍ଲୀ, ୧୬।୭ : ଭାଜପା ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ...

ସୋନିଆଙ୍କ ଜୋତା ଫିତା ବାନ୍ଧିଲେ ରାହୁଲ

ବେଙ୍ଗାଲୁରୁ,୬।୯: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଦୁଇ ଦିନର ବିରତି ପରେ ଗୁରୁବାର କର୍ନାଟକର ମାଣ୍ଡ୍ୟା ଜିଲାରେ ପୁଣି ଆରମ୍ଭ ହୋଇଛି।...

କରୋନା ଭୟରେ ଦୁର୍ଘଟଣାର ଶିକାର ଯୁବକଙ୍କୁ ଛୁଉଁ ନ ଥିଲେ କେହି: ବିଧାୟକ ପହଞ୍ଚି କଲେ ଏମିତି

ଗୁଣ୍ଟୁର,୮।୮: କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ କେହି କାହାର ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ମଣିଷର ଅମାନବିକତା...

Advertisement
Archives

Model This Week