ଗୁମାଝରନକୁ ପର୍ଯ୍ୟଟକଙ୍କୁ ଦୂରେଇ ରଖୁଛି କଲଭର୍ଟ, ଖରାପ ରାସ୍ତା

ଗୋବିନ୍ଦପାଲି, ୧୮ା୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଖଇରପୁଟ ବ୍ଲକର ଗୁମାଝରନ ଜଳପ୍ରପାତ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ। ଜିଲାର ପ୍ରବେଶ ଦ୍ୱାର ଗୋବିନ୍ଦାପଲିଠାରୁ ୧୮ କି.ମି. ଦୂରରେ ଅବସ୍ଥିତ ଏହି ଜଳପ୍ରପାତକୁ ବୁଲିବାକୁ ପ୍ରତି ବର୍ଷ ବିଭିନ୍ନ ଋତୁରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସିଥାନ୍ତି। ଏଠାକାର ପ୍ରାକୃତିକ ପରିବେଶ ସାଙ୍ଗକୁ ପାହାଡ଼ି ବଗିଚାର ସୌନ୍ଦର୍ଯ୍ୟ ଆକୃଷ୍ଟ କରେ। ସ୍ଥାନୀୟ ସରପଞ୍ଚ ଡମ୍ବୁରୁ ଶିସା ଓ ବ୍ଲକ୍‌ ପ୍ରଶାସନ ଉଦ୍ୟମରେ ଗତବର୍ଷ ଏଠାରେ କିଛି ଉନ୍ନୟନମୂଳକ କାର୍ଯ୍ୟ ହେଇଛି। ଗୋବିନ୍ଦପାଲି-ମହୁଲପୁଟ ରାସ୍ତାର ବାହାଦୁରଗୁଡା ଛକରୁ ମହୁଲପୁଟ ପର୍ଯ୍ୟନ୍ତ ରାସ୍ତା କାମ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗ ଟେଣ୍ଡର ପ୍ରକ୍ରିୟାରେ ଠିକାଦାର ମାଧ୍ୟମରେ କରାଯାଇଛି। ଏବେ ଏହି ରାସ୍ତାର ଅବସ୍ଥା କହିଲେ ନ ସରେ। ମହୁଲପୁଟ ରାସ୍ତାର ଶେଷ ଆଡ଼କୁ ଥିବା ଗୁମାଝରନ ଗ୍ରାମ ରାସ୍ତା ନିର୍ମାଣର ଅଳ୍ପଦିନ ମଧ୍ୟରେ ନଷ୍ଟ ହୋଇଯାଇଛି। ଏହା ମରାମତି ହେଉନାହିଁ। ଏବେ ଏହି ରାସ୍ତାର ନୁନଖାରି ଗ୍ରାମ ନିକଟରେ ଥିବା କଲଭର୍ଟ ଅବସ୍ଥା ବିପଦସଙ୍କୁଳ ଅବସ୍ଥାରେ ରହିଛି। କଲଭର୍ଟର ଗୋଟିଏ ପାର୍ଶ୍ୱ ମାଟି ଭୁଶୁଡି ରାସ୍ତା ଖାଇଯାଇଛି। ଦୁଇଚକିଆ ଗାଡ଼ିକୁ ଛାଡ଼ି ଦେଲେ ଉକ୍ତ ରାସ୍ତାରେ ଅନ୍ୟ କୌଣସି ଗାଡି ଯାତାୟାତ କରିପାରୁନାହିଁ। ଖାଲ ଢିପ ମରାମତି ହେଉ ନ ଥିବା ଏହି ରାସ୍ତାରେ ଯାତାୟାତ ବେଳେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ନୁନଖାରି,ତୋଟାଗୁଡା, ଶୁକ୍ରିପୁଟ, ବିଜାପଦର,ମହୁଲପୁଟ,ଦୋରା ସାହି, ଡକମ୍‌ଗୁଡା ଆଦି ଗ୍ରାମର ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଅସୁସ୍ଥ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ରାସ୍ତା ଦୁରବସ୍ଥା ଯୋଗୁ ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚତ୍ପାରୁନାହିଁ। ବିପଦ ସମୟରେ ଦମକଳ ଗାଡ଼ି ମଧ୍ୟ ଗ୍ରାମକୁ ଆସିପାରୁନହିଁ। ଉତ୍ପାଦିତ ପନିପରିବା ମଧ୍ୟ ଆଖପାଖ ବଜାର ହାଟକୁ ନେଇ ବିକ୍ରି କରିବା ଚାଷୀଙ୍କ ପାଇଁ କଷ୍ଟକର ହୋଇପଡୁଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri