ଗୁମାଝରନକୁ ପର୍ଯ୍ୟଟକଙ୍କୁ ଦୂରେଇ ରଖୁଛି କଲଭର୍ଟ, ଖରାପ ରାସ୍ତା

ଗୋବିନ୍ଦପାଲି, ୧୮ା୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଖଇରପୁଟ ବ୍ଲକର ଗୁମାଝରନ ଜଳପ୍ରପାତ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ। ଜିଲାର ପ୍ରବେଶ ଦ୍ୱାର ଗୋବିନ୍ଦାପଲିଠାରୁ ୧୮ କି.ମି. ଦୂରରେ ଅବସ୍ଥିତ ଏହି ଜଳପ୍ରପାତକୁ ବୁଲିବାକୁ ପ୍ରତି ବର୍ଷ ବିଭିନ୍ନ ଋତୁରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସିଥାନ୍ତି। ଏଠାକାର ପ୍ରାକୃତିକ ପରିବେଶ ସାଙ୍ଗକୁ ପାହାଡ଼ି ବଗିଚାର ସୌନ୍ଦର୍ଯ୍ୟ ଆକୃଷ୍ଟ କରେ। ସ୍ଥାନୀୟ ସରପଞ୍ଚ ଡମ୍ବୁରୁ ଶିସା ଓ ବ୍ଲକ୍‌ ପ୍ରଶାସନ ଉଦ୍ୟମରେ ଗତବର୍ଷ ଏଠାରେ କିଛି ଉନ୍ନୟନମୂଳକ କାର୍ଯ୍ୟ ହେଇଛି। ଗୋବିନ୍ଦପାଲି-ମହୁଲପୁଟ ରାସ୍ତାର ବାହାଦୁରଗୁଡା ଛକରୁ ମହୁଲପୁଟ ପର୍ଯ୍ୟନ୍ତ ରାସ୍ତା କାମ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗ ଟେଣ୍ଡର ପ୍ରକ୍ରିୟାରେ ଠିକାଦାର ମାଧ୍ୟମରେ କରାଯାଇଛି। ଏବେ ଏହି ରାସ୍ତାର ଅବସ୍ଥା କହିଲେ ନ ସରେ। ମହୁଲପୁଟ ରାସ୍ତାର ଶେଷ ଆଡ଼କୁ ଥିବା ଗୁମାଝରନ ଗ୍ରାମ ରାସ୍ତା ନିର୍ମାଣର ଅଳ୍ପଦିନ ମଧ୍ୟରେ ନଷ୍ଟ ହୋଇଯାଇଛି। ଏହା ମରାମତି ହେଉନାହିଁ। ଏବେ ଏହି ରାସ୍ତାର ନୁନଖାରି ଗ୍ରାମ ନିକଟରେ ଥିବା କଲଭର୍ଟ ଅବସ୍ଥା ବିପଦସଙ୍କୁଳ ଅବସ୍ଥାରେ ରହିଛି। କଲଭର୍ଟର ଗୋଟିଏ ପାର୍ଶ୍ୱ ମାଟି ଭୁଶୁଡି ରାସ୍ତା ଖାଇଯାଇଛି। ଦୁଇଚକିଆ ଗାଡ଼ିକୁ ଛାଡ଼ି ଦେଲେ ଉକ୍ତ ରାସ୍ତାରେ ଅନ୍ୟ କୌଣସି ଗାଡି ଯାତାୟାତ କରିପାରୁନାହିଁ। ଖାଲ ଢିପ ମରାମତି ହେଉ ନ ଥିବା ଏହି ରାସ୍ତାରେ ଯାତାୟାତ ବେଳେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ନୁନଖାରି,ତୋଟାଗୁଡା, ଶୁକ୍ରିପୁଟ, ବିଜାପଦର,ମହୁଲପୁଟ,ଦୋରା ସାହି, ଡକମ୍‌ଗୁଡା ଆଦି ଗ୍ରାମର ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଅସୁସ୍ଥ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ରାସ୍ତା ଦୁରବସ୍ଥା ଯୋଗୁ ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚତ୍ପାରୁନାହିଁ। ବିପଦ ସମୟରେ ଦମକଳ ଗାଡ଼ି ମଧ୍ୟ ଗ୍ରାମକୁ ଆସିପାରୁନହିଁ। ଉତ୍ପାଦିତ ପନିପରିବା ମଧ୍ୟ ଆଖପାଖ ବଜାର ହାଟକୁ ନେଇ ବିକ୍ରି କରିବା ଚାଷୀଙ୍କ ପାଇଁ କଷ୍ଟକର ହୋଇପଡୁଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri