Posted inUncategorized

ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ସଂସ୍କୃତି ବିକଶିତ ହୋଇଛି: ସିଜେଆଇ…

ନୂଆଦିଲ୍ଲୀ,୨।୯ : ଦେଶର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ଶନିବାର କହିଛନ୍ତି ଭାରତୀୟ ଅନୁଷ୍ଠାନଗୁଡ଼ିକ ସଂଳାପ, ସହନଶୀଳତା ଏବଂ ସହଭାଗୀ ମୂଲ୍ୟବୋଧ ମାଧ୍ୟମରେ ସମସ୍ୟାର ସମାଧାନ କରିବାର ସଂସ୍କୃତି ବିକଶିତ କରିଛନ୍ତି। ଅପରପକ୍ଷରେ କେତେକ ବିଦେଶୀ ରାଷ୍ଟ୍ରରେ ଅସ୍ତ୍ରଶସ୍ତ୍ର ବ୍ୟବହାର ଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ହେଉଛି।

ଗୁଆହାଟୀ ହାଇକୋର୍ଟର ଆଇଜ୍ୱଲ ବେଞ୍ଚର ନୂତନ କୋଠାକୁ ଉଦଘାଟନ କରି ସିଜେଆଇ କହିଛନ୍ତି ଆଇନ ଶୃଙ୍ଖଳା ଦେଶ ତଥା ବିଚାରପତି, ଆଇନଜୀବୀ ଏବଂ ମକଦ୍ଦମାକାରୀଙ୍କୁ ବଞ୍ଚାଇଥାଏ।
ସେ କହିଛନ୍ତି, ’ଦୁନିଆରେ ଅନେକ ଦେଶ ଅଛନ୍ତି ଯେଉଁଠାରେ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇଥାଏ। କିନ୍ତୁ ଆମ ଅନୁଷ୍ଠାନର ଗୁରୁତ୍ୱ ହେଉଛି ଆମେ ହିଂସା ସଂସ୍କୃତିକୁ ସଂଳାପର ସଂସ୍କୃତି, ସହନଶୀଳତାର ସଂସ୍କୃତି, ବୁଝିବାର ସଂସ୍କୃତି ଏବଂ ଏହି ହୃଦୟଙ୍ଗମ ସହିତ ବଦଳାଇଛୁ।

ମଣିଷକୁ ସୁଖୀ କରିବା ପାଇଁ ଆମେ ଉଦ୍ୟମ କରିଥାଊ। ସଂଳାପର ଆତ୍ମା ସମଗ୍ର ଦେଶରେ ବୁଝାମଣାକୁ ପ୍ରୋତ୍ସାହିତ କରିଥାଏ।
ନ୍ୟାୟାଳୟ ସମାଜକୁ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ହେଉଛି ଆମେ ଆଇନର ଶାସନ ପାଇଁ ଛିଡା ହୋଇଛୁ, ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଛିଡା ହୋଇଛୁ। ସେ କହିଛନ୍ତି ସମ୍ପ୍ରଦାୟ ଏବଂ ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତାର ଆତ୍ମା ସମଗ୍ର ଦେଶରେ ବୁଝାମଣା ସୃଷ୍ଟି କରିଛି।

ଏହି ଅବସରରେ ମହିଳାମାନଙ୍କୁ ସର୍ବାଧିକ ସଂଖ୍ୟାରେ ନ୍ୟାୟପାଳିକାରେ ଯୋଗଦେବାକୁ ସେ ଅନୁରୋଧ କରିଥିଲେ। କର୍ମକ୍ଷେତ୍ର ସେମାନଙ୍କ ପାଇଁ ଅଧିକ ଅନୁକୂଳ ହେବା ପାଇଁ ସେ ବିଶେଷ ଉଦ୍ୟମ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୮: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri