Posted inଫୁରସତ

ବିନା ମାଟିରେ ଚାଷ

ସହର ବଜାର କଥା ଦେଖିଲେ, ଘର କରିବା ପାଇଁ ତ ଜାଗାର ଅଭାବ ପୁଣି ଜାଗାର ଦାମ୍‌ ଯାହା, ସେଥିରେ ଘରକରି ବଗିଚା କରିବା ପାଇଁ ସମ୍ବଳର ଅଭାବ ଦେଖାଦିଏ। ତେଣୁ ନିଜ ସାଧ୍ୟମୁତାବକ ଛୋଟ ଜାଗାକୁ କିଣି ଲୋକ ଘରକରିବାକୁ ବାଧ୍ୟ ହୁଅନ୍ତି । ଏପଟେ ପନିପରିବାର ଦାମ୍‌ ଯାହା ସେଥିରେ ମନରେ କେଉଁଠି ନା କେଉଁଠି ଇଚ୍ଛାଥାଏ ଯେ କିଚେନ ଗାର୍ଡ଼େନଟିଏ ଥାନ୍ତା କି? ହେଲେ ମାଟି ବି କାହିଁ, ତେବେ ଏସବୁ ସମସ୍ୟାର ସମାଧାନ ଏବେ କରିବାକୁ ଯାଉଛି-ବିନା ମାଟିରେ ଚାଷ…

ଏବେ ଯେଉଁଭଳି ଭାବରେ ଲୋକସଂଖ୍ୟା ବଢ଼ିବାରେ ଲାଗିଛି, ସେହି ଅନୁପାତରେ ବଢ଼ିବାରେ ଲାଗିଛି ଘରଦ୍ୱାର। କମି କମି ଯାଉଛି ଚାଷଜମି। ପୁଣି ସହର ବଜାର କଥା ଦେଖିଲେ, ଘର କରିବା ପାଇଁ ତ ଜାଗାର ଅଭାବ ପୁଣି ଜାଗାର ଦାମ୍‌ ଯାହା, ସେଥିରେ ଘରକରି ବଗିଚା କରିବା ପାଇଁ ସମ୍ବଳର ଅଭାବ ଦେଖାଦିଏ। ତେଣୁ ନିଜ ସାଧ୍ୟମୁତାବକ ଛୋଟ ଜାଗାକୁ କିଣି ଲୋକ ଘରକରିବାକୁ ବାଧ୍ୟ ହୁଅନ୍ତି । ଏପଟେ ପନିପରିବାର ଦାମ୍‌ ଯାହା ସେଥିରେ ମନରେ କେଉଁଠି ନା କେଉଁଠି ଇଚ୍ଛାଥାଏ ଯେ କିଚେନ ଗାର୍ଡ଼େନଟିଏ ଥାନ୍ତା କି? ହେଲେ ମାଟି ବି କାହିଁ, ତେବେ ଏସବୁ ସମସ୍ୟାର ସମାଧାନ ଏବେ କରିବାକୁ ଯାଉଛି-ବିନା ମାଟିରେ ଚାଷ। ବିନା ମାଟିରେ ଛାତ ଉପରେ ଚାଷକରି ପରିବାରର ଗୁଜୁରାଣ ମେଣ୍ଟାଇବା ସହିତ ଏହାକୁ ରୋଜଗାରର ମାଧ୍ୟମ ବି କରିପାରିବେ।

ତେବେ ବିନା ମାଟିରେ ଚାଷ କରିବା କଥା ଶୁଣିଲେ ନିହାତି ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏବେ ଏହି ଚାଷର ଆଦର ବଢିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଅନେକେ ଏହି ପ୍ରଣାଳୀର ଚାଷକୁ ଆପଣେଇ ଲାଭବାନ ହେଉଛନ୍ତି। କିଏ ପାଣିରେ ତ କିଏ କୋକୋପିଟ୍‌ରେ କରୁଛନ୍ତି ଏହି ପ୍ରକାର ଚାଷ, ଯେଉଁଥିରେ ବିଭିନ୍ନ ପନିପରିବା, ସେଓ, ଅଙ୍ଗୁର, ପିଜୁଳି ପରି ବିଭିନ୍ନ ପ୍ରକାରର ଫଳ ଓ ଅନେକ ପ୍ରକାର ବିଦେଶୀ ପତ୍ର ଜାତୀୟ ଛୋଟ ଗଛ (ଯାହା ମୁଖ୍ୟତଃ ସାଲାଡ଼ରେ ବ୍ୟବହାର ହୋଇଥାଏ) ଲଗାଇ ନିଜ ପରିବାରର ପରିବା ଖର୍ଚ୍ଚ ତୁଲାଇବା ସହ ଏହାକୁ ବିକ୍ରି କରି ଭଲ ରୋଜଗାର ମଧ୍ୟ କରିପାରୁଛନ୍ତି।

ଛାତରେ କରିଛି ବିନା ମାଟିର ବଗିଚା
ସେ ଭଲପାଆନ୍ତି ବିଭିନ୍ନ ବୃକ୍ଷଲତାକୁ। ଏମିତିରେ ପିଲାଟି ଦିନରୁ ତାଙ୍କର ରହିଛି ବିଭିନ୍ନ ବୃକ୍ଷଲତା ପ୍ରତି ଦୁର୍ବଲତା। ଏଥିପାଇଁ ନିଜସ୍ବ ଉଦ୍ୟମରେ ଳଗାଇଥିବା କେତେକ ଗଛଲତାର ଯତ୍ନ ନେବାରେ ସେ ପ୍ରତିଦିନ କିଛି ସମୟ ପରିଶ୍ରମ କରିଥାନ୍ତି। ଏହି କାର୍ଯ୍ୟରେ ସେ ଆନନ୍ଦ ପାଆନ୍ତି। ମାତ୍ର ଗଛଟିଏ ଲଗାଇବା ପାଇଁ ମାଟି, ପାଣି, ପବନ ସହିତ ଉପଯୁକ୍ତ ପରିବେଶ ଦରକାର ହୁଏ। କିନ୍ତୁ ବିନା ମାଟିରେ ଛାତ ଉପରେ ବିଭିନ୍ନ ଫଳ ଓ ପନିପରିବା ଗଛ ଲଗାଇ ସେଥିରେ ସଫଳତା ପାଇବାରେ ସେ ନିଆରା ପ୍ରୟାସ କରିଛନ୍ତି। ସେ ହେଲେ ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳର ହୃଷୀକେଶ ଦାସ। ପିତା ହରିହର ଦାସ। ସେ କୁହନ୍ତି, ଆଜକୁ ପ୍ରାୟ ୩୦ବର୍ଷ ତଳେ ମୋ ମା’ ରୁ୍‌କ୍ମଣୀ ଦାସ ଆମ ଘରେ ମାଟି କୁଣ୍ଡରେ ବିଭିନ୍ନ ପ୍ରକାର ଗଛ ଲଗାଇ ତା’ର ଯତ୍ନ ନେଉଥିଲେ। ଏପରି କାର୍ଯ୍ୟଦେଖି ମତେ ଖୁସି ଲାଗେ। ବିଭିନ୍ନ ଗଛଲତା ଲଗାଇବାର ଅଭ୍ୟାସ ରହିଥାଏ। ଯେତେବେଳେ ମୋର ଏମ୍‌ଏ.ଏଲ୍‌ଏଲ୍‌ବି ପଢ଼ା ସରିଲା, ତା’ପରେ କିଛି ଗୋଟେ ନୂଆକାମ ପାଇଁ ଭାବୁଥିଲି। ବିଭିନ୍ନ ସ୍ଥାନରେ ଆୟୋଜିତ କୃଷି ପ୍ରଦର୍ଶନୀ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥାଏ। ୨୦୦୯ରେ ଦିଲ୍ଲୀ ଯାଇ ସେଠାର ଜନତାମଇଦାନରେ ପଡ଼ିଥିବା ଏକ କୃଷି ପ୍ରଦର୍ଶନୀରେ ଗୋଟିଏ ପ୍ରକଳ୍ପ ଦେଖିଲି। ଏହାଥିଲା ବିନା ମାଟିରେ କିପରି ବିଭିନ୍ନ ପନିପରିବା ଚାଷ ହେଉଛି। ଏଠାରୁ ଏହି ପ୍ରକଳ୍ପ ଦେଖି ନିଜେ କିପରି ଏମିତି ଚାଷ କରିପାରିବି ସେ ନେଇ ଯୋଜନା କଲି। ତା’ସହିତ ଏ ଚାଷ ସମ୍ପର୍କରେ ଅଧିକ ଜାଣିବା ପାଇଁ ୟୁଟ୍ୟୁବ୍‌ରେ ବି ସର୍ଚ୍ଚ କଲି। ସେଥିରୁ ବି ମୋତେ ବିନା ମାଟିରେ କିପରି ବିଭିନ୍ନ ପ୍ରକାର ଫସଲ ଓ ପନିପରିବା ଚାଷ ହେଉଛି, ସେ ସମ୍ପର୍କରେ ଅଧିକ ତଥ୍ୟ ମିଳିଗଲା। ଭୁବନେଶ୍ୱର ଫେରିଲା ପରେ ଆବଶ୍ୟକ ଉପକରଣ ଯୋଗାଡ଼ କଲି। ସାକ୍ଷୀଗୋପାଳରୁ ନଡ଼ିଆକତା ଗୁଣ୍ଡ ଏବଂ କେରଳରୁ କୋକୋପିଟ୍‌ ବକ୍ସ କିଣିଲି। ଏହାପରେ କିଛି ମାଟି ଓ ସିମେଣ୍ଟ କୁଣ୍ଡି ସଂଗ୍ରହ କଲି। ପର୍‌ଲାଇଟ ଭର୍ମିକୁଲାଇଟ ମିନେରାଲ କେରଳରୁ କିଣିବା ପାଇଁ ଅନ୍‌ଲାଇନରେ ମଗାଇଲି। ଏହା ପାଣିକୁ ସଂରକ୍ଷଣ କରିପାରେ। ଏହି କୋକୋପିଟ୍‌ ବା ନଡ଼ିଆକତା ଗୁଣ୍ଡ ମାଟିଠାରୁ ହାଲୁକା, ଏଥିରେ ଗଛ ଶୀଘ୍ର ବଢ଼ିପାରେ, ଚେର ବି ଚାରିଆଡ଼କୁ ଯାଏ। କିଛି ମିନେରାଲ (ପର୍‌ଲାଇଟ ଭର୍ମିକୁଲାଇଟ) ମିଶ୍ରଣ କରାଯାଇଥାଏ, ଯାହା ପାଣିକୁ ଅବଜର୍ଭ କରିବାରେ ସହାୟକ ହୋଇଥାଏ। ଏହାପରେ ଆମ ରାଜଧାନୀର ସ୍ଥାନୀୟ ନର୍ସରିରୁ କେତେଗୁଡ଼ିଏ ଗଛ ଚାରା କିଣିଆଣିଲି । ଘର ଛାତର ପ୍ରାୟ ୩ଶହ ସ୍କୋୟାର ଫୁଟ୍‌ ଜାଗାରେ କୋକୋପିଟ୍‌ କୁଣ୍ଡରେ କିଛି ଜୈବିକ ଖତ, ନିମ୍ବତେଲ, ପତ୍ରଗୁଣ୍ଡ, କରଞ୍ଜତେଲ, ପର୍‌ଲାଇଟ ଭର୍ମିକୁଲାଇଟ ପକାଇଥିଲି। ତା’ପରେ ଏଥିରେ ବାଇଗଣ, କଲରା, ଟମାଟୋ, ସପେଟା, ସେଓ, ତାଇଓ୍ବାନ ପିଜୁଳି, ଷ୍ଟ୍ରବେରି, ଡାଳିମ୍ବ, କୁନ୍ଦୁରୀ, ଲେମ୍ବୁ, ହଳଦୀ, ପୋଦିନା, ଧନିଆ, କୋଶଳା, ଜହ୍ନି, ଭେଣ୍ଡି ପୁଣି କେତେକ ଫୁଲ ଗଛ ଲଗାଇଥିଲି। ଗଛରେ ପୋକ ନ ଲାଗିବା ପାଇଁ ନିମ୍ବତେଲ ବ୍ୟବହାର କଲି। ପରିବାରର ପିଲାମାନେ ବି ଏହି ଗଛଲତାରେ ପାଣି ଦିଅନ୍ତି। ସାଧାରଣତଃ ସେଓ ଗଛ ପାଇଁ ଆବଶ୍ୟକ ପଡ଼ୁଥିବା ତାପମାତ୍ରା ନିର୍ଦ୍ଦିଷ୍ଟ ଋତୁର ସମୟରେ ଅନୁଭୂତ ହୋଇଥାଏ। କିନ୍ତୁ ଏପରି ପ୍ରଣାଳୀରେ ଚାଷ ପାଇଁ ସେଓ ଗଛ ଲାଗି ହିମାଚଳପ୍ରଦେଶରୁ ଜଣେ ବନ୍ଧୁଙ୍କ ଜରିଆରେ ପ୍ରଥମେ ଦୁଇଟି ଗଛ ଆଣିଲି। ଅଙ୍ଗୁର ପାଇଁ ପୁଣେରୁ ଚାରା ମଗାଇଲି। ସେହିପରି ଷ୍ଟ୍ରବେରି ପାଇଁ ହରିୟାଣାରୁ ଚାରା ମଗାଇଥିଲି। ଗୋଟେ ବର୍ଷ ମଧ୍ୟରେ ଏ ସବୁଥିରେ ଫଳ ମଧ୍ୟ ଫଳିଲା। ମତେ ଖୁସି ଲାଗିଲା। ଏବେ ବେଙ୍ଗାଲୁରୁ, ହିମାଚଳପ୍ରଦେଶ, ଆସାମ ଆଦି ସ୍ଥାନରୁ ବିଭିନ୍ନ ଫଳଗଛର ଚାରା ମଗାଇଛି। ଏମିତିରେ ଆଗକୁ ଅଧିକ ଗଛ ଲଗାଇବାର ଯୋଜନା ଚାଲିଛି। ଏମିତି ଖର୍ଚ୍ଚ ଦେଖିଲେ ବହୁତ କମ୍‌ ପଡ଼େ, କାରଣ କୋକୋପିଟ୍‌ ଯାହା କିଲୋଗ୍ରାମ୍‌ ହିସାବରେ କିଣିବାକୁ ପଡ଼େ କିମ୍ବା ଅନ୍‌ଲାଇନରେ ମଗାଯାଇପାରେ। ଅନ୍ୟାନ୍ୟ ସାର ପାଇଁ ମୁଁ ଜୈବିକ ଖତକୁ ବ୍ୟବହାର କରିଥାଏ। ଏପରି କାର୍ଯ୍ୟରେ ଆନନ୍ଦ ମିଳିବା ସହ କିଛି ପରିମାଣରେ ଘର ଚଳିବାରେ ବି ସହାୟକ ହେଉଛି।

ସୌଖୀନରେ ଲଗାଇଥିଲି ମାତ୍ର ଚାହିଦା ମେଣ୍ଟାଉଛି
ମାଟିରେ ଗଛଲତା ହୁଏ, କିନ୍ତୁ ବିନା ମାଟିରେ କିପରି ହୁଏ ପ୍ରଥମେ ମତେ ଆଶ୍ଚର୍ଯ୍ୟ ଲାଗୁଥିଲା। ଏହା ପୁଣି ବିନା ହଳଲଙ୍ଗଳ ଆଉ ବିନା ଚାଷଜମିରେ। ଏମିତି କେତେଜଣଙ୍କର ଏହି ଚାଷ ଦେଖିଲି। ସହରରେ ରହୁଥିବା ଲୋକମାନଙ୍କ ପାଇଁ ଏହା ସୌଖୀନ, ମାତ୍ର କିଛି ମାତ୍ରାରେ ଚାହିଦା ବି ମେଣ୍ଟାଇ ପାରୁଛି। କେତେକ ଫଳ ଅନ୍ୟ ରାଜ୍ୟ ଓ ବିଦେଶରୁ ଆସେ କିନ୍ତୁ ଏବେ ଏହା ଓଡ଼ିଶାରେ ହୋଇପାରୁଛି। ଗ୍ରୀନ୍‌ ଆପଲ, କଖାରୁ, ଅମୃତଭଣ୍ଡା, ସପୁରି ଆଦି ଅନେକ ପ୍ରକାରର ଫଳ ଏହି ପ୍ରଣାଳୀରେ ଏବେ ଚାଷ କରାଯାଉଥିବା କଥା ଜାଣି ଖୁସି ହେଲି ଏବଂ ନିଜେ ଏମିତି ଚାଷ କରିବାକୁ ମନରେ ଆଗ୍ରହ ସୃଷ୍ଟି କଲି। ଏଥିପାଇଁ ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳର ହୃଷୀକେଶ ଦାସଙ୍କ ସହ ସାକ୍ଷାତ କରି ତାଙ୍କଠାରୁ ଉକ୍ତ ଚାଷକାର୍ଯ୍ୟ ସମ୍ପର୍କରେ ଅନେକ ତଥ୍ୟ ଆଣିଥିଲି ବୋଲି କୁହନ୍ତି ବାଣପୁର ଚେଏଙ୍ଗା ସାହିର ବାସିନ୍ଦା କୃତାର୍ଥସାରଥି ସାମନ୍ତରା। ସେ କୁହନ୍ତି, ଏକ ଘରୋଇ ସଂସ୍ଥାରେ ମୁଁ କାମ କରେ। ସେଥିପାଇଁ ଏବେ ଭୁବନେଶ୍ୱର କୋଳଥିଆ ଅଞ୍ଚଳରେ ପରିବାର ଘେନି ଏକ ଭଡ଼ା ଘରେ ରହୁଛି। ସେହି ଭଡ଼ା ଘରର ଛାତ ଉପରେ ସୌଖୀନ ଭାବେ ବିନା ମାଟିରେ ଅର୍ଥାତ୍‌ କୋକୋପିଟ୍‌ ବକ୍ସ କିଣି ଛୋଟ ଛୋଟ କୁଣ୍ଡିରେ ସେବୁକୁ ପକାଇ ଏବଂ ସେଥିରେ ଜୈବିକ ଖତ, ନିମ୍ବପତ୍ରଗୁଣ୍ଡ ଦେଇ ବିଭିନ୍ନ ଗଛଲତାର ଚାରା ଆଣି ଲଗାଇଛି। ସେଥିରେ ନାନା ପ୍ରକାରର ଫଳ ବି ଫଳୁଛି। କଲରା, ଟମାଟୋ, ଲଙ୍କା, ଭେଣ୍ଡି, ପୋଦିନା, ଧନିଆ ଲଗାଇ କିଛି ପରିମାଣରେ ନିଜଘର ଚଳଣିରେ ଏବେ ଏହା ଚାହିଦା ମେଣ୍ଟାଉଛି। ଏଥିରେ ମୋତେ ମୋ ସ୍ତ୍ରୀ ତୃପ୍ତିମଞ୍ଜରୀ ରଥ ଖୁବ୍‌ ସହଯୋଗ କରିଥାନ୍ତି। ଅଫିସ କାର୍ଯ୍ୟ ସାରି ବଳକା ସମୟରେ ଗଛର ଯତ୍ନ ନେଇଥାଏ। ଏବେ ବିନା ମାଟିରେ ବିଭିନ୍ନ ପ୍ରକାରର ଫଳ, ପନିପରିବା ଗଛରେ ଫଳିଥିବାର ଦେଖିଲେ ଖୁସିଲାଗେ। ଆମ ରାଜ୍ୟରେ ଅନେକଙ୍କ ପାଇଁ ଏହି ପ୍ରଣାଳୀ ସତରେ ନିଆରା ଲାଗିବ।

ପାଣିରେ ବିଦେଶୀ ଗଛ ଚାଷ
ମାଟିରେ ନୁହେଁ ପାଣିରେ ହୁଏ ବିଭିନ୍ନ ଗଛର ଚାଷ। ପୁଣି ବିଦେଶୀ ଗଛ ଏବେ ଓଡ଼ିଶାରେ। ଏମିତି ପାଣିରେ ଏପରି ଚାଷ ଆରମ୍ଭକରି ସଫଳତା ପାଇଛନ୍ତି ଜଣେ ଶିକ୍ଷିତ ଯୁବକ। ସେ ହେଲେ ଆଶିଷ ମହାନ୍ତି। ଘର ଜଗତସିଂହପୁର ଜିଲାର ପୌରାଞ୍ଚଳ ଅନ୍ତର୍ଗତ ସୁଜଙ୍ଗ ଗାଁରେ। ପିତା ନରୋତ୍ତମ ମହାନ୍ତି, ମା’ କିରଣବାଳା ମହାନ୍ତି। ଆଶିଷ କୁହନ୍ତି ଏମସିଏ, କେମେଷ୍ଟ୍ରିରେ ମାଷ୍ଟର ଡିଗ୍ରୀ ସାରି ହାଇଦ୍ରାବାଦରେ ଏକ ଘରୋଇ ସଂସ୍ଥାରେ ଚାକିରି କରିଥିଲି। ମାତ୍ର କିଛି ନୂଆକାମ ଖୋଜୁଥିଲି। ଯେପରି ନିଜେ ସ୍ବାଧୀନଭାବେ ସ୍ବାବଲମ୍ବୀ ହୋଇପାରିବି। ଏମିତିରେ ମୋ ଭଉଣୀଠାରୁ ଶୁଣିଲି ପାଣିରେ କେତେକ ଗଛର ଚାଷ ହେଉଛି। ପୁଣି ବ୍ୟବସାୟିକ ଚାହିଦା ରହିଛି। ଏଥିପ୍ରତି ମନବଳାଇଲି। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ୟୁଟ୍ୟୁବରୁ କେତେକ କଥା ଦେଖି ଜାଣିପାରିଲି। ତା’ପରେ ଥରେ ହାଇଦ୍ରାବାଦ ଯାଇ ଏକ ଦିନିକିଆ ଟ୍ରେନଂ ନେଲି। ପରେ ଗାଁକୁ ଫେରିଲି । ପ୍ରଥମେ ଏହି ଚାଷ ପାଇଁ ଇସ୍ରାଏଲ, ନେଦରଲାଣ୍ଡ, ସ୍ପେନ ଆଦି ବିଦେଶରୁ ଚାରା ଓ ମଞ୍ଜି ସଂଗ୍ରହ କଲି। ଏମିତି କେତେକ ପତ୍ରଜାତୀୟ ଗଛ- ଲେଟୁସ୍‌, ଇଟଲିଅନ୍‌ ବାସିଲ, କେଲ ପକ୍ଟୟ ଇତ୍ୟାଦି ଲିଫି ଭେଜିଟେବଲ ଏବଂ ଚାଷ ପାଇଁ ଗୁଜରାଟରୁ ଆବଶ୍ୟକ ସାମଗ୍ରୀ କିଣିଥିଲି। ତାପରେ ନିଜ ଘରର ଛାତ ଉପରେ ଏହି ପତ୍ରଜାତୀୟ ଗଛର ଚାଷକୁ ପ୍ରଥମେ ଆରମ୍ଭ କଲି। ୨୦୧୯ରେ ନିଜ ଘର ଛାତର ୮ଶହ ସ୍କୋୟାର ଫୁଟ ଜାଗାରେ ପ୍ରାୟ ୨୪ଶହ ଗଛ ଲଗାଇଥିଲି। ଏଥିପାଇଁ ମୋର ପ୍ରାୟ ୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ ପ୍ରାୟ ୨୨୦ଫୁଟ୍‌ ଜାଗାରେ ହାଇଡ଼୍ରୋଫୋନିକ ପ୍ରଣାଳୀରେ ଏକ ପ୍ୟାନ୍‌ ଆଣ୍ଡ ପ୍ୟାଡ଼ ପଲ୍ଲୀ ହାଉସରେ ପ୍ରାୟ ୨୫ଡିଗ୍ରୀ ତାପମାତ୍ରାରେ ଏହି ବିଦେଶୀଗଛର ଚାଷ କରୁଛି। ତେବେ ମଞ୍ଜିରୁ ଚାରା ପୁଣି ଗଛର ପରିପକ୍ୱତା ପାଇବା ପାଇଁ ପ୍ରାୟ ୨ ମାସ ସମୟ ଲାଗିଥାଏ। ତା’ପରେ ଏହି ଗଛଗୁଡ଼ିକୁ ମୁଁ କଟକ, ଭୁବନେଶ୍ୱର, ପୁରୀ, କେନ୍ଦୁଝର ଆଦି ସ୍ଥାନରେ ଥିବା ବଡ଼ବଡ଼ ହୋଟେଲକୁ ବିକ୍ରି କରଥାଏ। ଏହାକୁ ଗଛଗୁଡ଼ିକର ପତ୍ର ମୁଖ୍ୟତଃ ସାଲାଡ଼ରେ ବ୍ୟବହାର କରାଯାଇଥାଏ। ଏଥିତ୍ରେ ନ୍ୟୁଟ୍ରିଶନ ଅଧିକ ମାତ୍ରାରେ ଥିବା ସୂଚନା ରହିଛି। ଆଉ ଏହି ଚାଷରୁ ଭଲ ରୋଜଗାର ବି ହୋଇପାରୁଛି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri