ଟ୍ୟାନ୍‌ ଫ୍ରି ତ୍ୱଚା ପାଇଁ କାକୁଡ଼ି

କାକୁଡ଼ି ଖାଇବା କେବଳ ସ୍ବାସ୍ଥ୍ୟ ପାଇଁ ଉପକାରୀ ନୁହେଁ, ବରଂ ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚାକୁ ଟ୍ୟାନ୍‌ ଫ୍ରି ରଖିବାରେ ମଧ୍ୟ ବେଶ୍‌ଲାଭଦାୟକ। ଜାଣି ରଖନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ…

ପ୍ରଥମେ କାକୁଡ଼ିକୁ ଭଲ ଭାବେ ଗ୍ରାଇଣ୍ଡ କରି ସେଥିରେ ଅଳ୍ପ ଓଟ୍‌ମିଲ୍‌ ଏବଂ ମହୁ ମିଶାନ୍ତୁ। ଏହି ମାସ୍କକୁ ମୁହଁରେ ଲଗାଇ ୧୫ ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ। ଏହା ସନବର୍ନ ଏବଂ ଟ୍ୟାନ୍‌ ଦୂର କରିବା ଲାଗି ସବୁଠୁ ଭଲ ଉପାୟ।
କାକୁଡ଼ିକୁ ଖରାଦିନେ ଟୋନର ଭାବେ ବ୍ୟବହାର କରିବା ଦ୍ୱାରା ଟ୍ୟାନ୍‌ ସମସ୍ୟା ଦୂର ହୋଇଥାଏ। ଏଥିପାଇଁ କାକୁଡ଼ିର ଚୋପା ଛଡ଼ାଇ ଏହାକୁ ଗ୍ରାଇଣ୍ଡ କରିବା ପରେ ଭଲ ଭାବେ ଛାଣି ରସ ବାହାର କରିଦିଅନ୍ତୁ। ଏହାକୁ ସ୍ପ୍ରେ ବୋତଲରେ ରଖି ମୁହଁରେ ସ୍ପ୍ରେ କରନ୍ତୁ ନଚେତ୍‌ ତୁଳାରେ ନେଇ ମୁହଁରେ ଲଗାନ୍ତୁ। ଏହା ତ୍ୱଚାକୁ ହାଇଡ୍ରେଟ୍‌ ଏବଂ ଫ୍ରେଶ୍‌ ରଖିବା ସହ ଟ୍ୟାନ୍‌ ହେବାକୁ ଦେଇ ନ ଥାଏ।
କାକୁଡ଼ିର ଚୋପା ଏବଂ ମଞ୍ଜି ବାହାର କରି ଅବଶିଷ୍ଟ ଅଂଶରେ ଗୋଟିଏ ଅଣ୍ଡାର ଧଳା ଭାଗ ଭଲ ଭାବେ ବାଟି ଦିଅନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ୧୫ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ। ଏହା ଖରାରେ ହୋଇଥିବା ଟ୍ୟାନ୍‌ ଦୂର କରି ତ୍ୱଚାର ଉଜ୍ୱଳତା ବଢାଇଥାଏ। ଏଥିରେ ଆପଣ ଚାହିଁଲେ କିଛି ପୋଦିନା ପତ୍ର ମଧ୍ୟ ମିଶାଇ ଗ୍ରାଇଣ୍ଡ କରିପାରିବେ।
କାକୁଡ଼ିକୁ ପତଳା କାଟି ମୁହଁ ଏବଂ ଆଖି ଉପରେ ରଖିବା ଦ୍ୱାରା ମଧ୍ୟ କଳାଦାଗ ସହଜରେ ଦୂର ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ସୁଜି ଜିଲାପି

ଆବଶ୍ୟକ ସାମଗ୍ରୀ: ସୁଜି- ୧ କପ୍‌, ମଇଦା- ୧/୪ କପ୍‌, ଘୋଳ ଦହି- ୧/୨ କପ୍‌, ବେକିଂ ପାଉଡ଼ର ୧/୨ ଛୋଟ ଚାମଚ, ଚିମୁଟାଏ ଅରେଞ୍ଜ...

କରୋନା ସଂକ୍ରମିତ ହେବା ପରେ ରୋଗୀଙ୍କ ପିଛା ଛାଡୁନି ଏହି ୬ ସମସ୍ୟା

କରୋନା ଭାଇରସ ପୁଣି ଦେଶରେ ଆତଙ୍କ ସୃଷ୍ଟି କରିଛି। ଟିକାକରଣ ଆରମ୍ଭ ହେବା ପରେ ବି ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା...

ଡାଇବେଟିସ୍‌ଠାରୁ ଦୂରେଇ ରଖେ ଏହି ଚା’…

ସକାଳ ଚା’ ପିଇଲେ ଫୁର୍ତ୍ତି ଲାଗେ। ତେବେ ଚା’ ମଧ୍ୟ ଡାଇବେଟିସ୍‌ ସମସ୍ୟାରୁ ଦୂରେଇ ରଖିଥାଏ। ନିୟମିତ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର...

ଏସବୁ ପାଇଁ ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଧିକ ଦେଖାଦିଏ…

ନୂଆଦିଲ୍ଲୀ: କେତେକ ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଦେଇଥାଏ। ଏହାପଛରେ କିଛି କାରଣ ରହିଛି। ସାଧାରଣତଃ ମହିଳାମାନେ ଘରେ ଅଧିକ ସମୟ କାମ କରନ୍ତି। ସକାଳୁ ଉଠି...

ସୁନ୍ଦରତା ବଢ଼ାଇବ କମଳା

କମଳା ଚୋପାକୁ କ୍ଲିଜର ଭଳି ବ୍ୟବହାର କରିହେବ। ଏଥିପାଇଁ ଏକ ଚାମଚ କମଳା ରସରେ ଏକ ଚାମଚ ମହୁ ମିଶାଇ ମୁହଁରେ ଲଗାଇ ୧୫ ମିନିଟ୍‌...

ଶିଶୁର କାନ ସଫା କରୁଥିଲେ

ଶିଶୁର କାନ ଅତ୍ୟନ୍ତ ସୂକ୍ଷ୍ମ ଏବଂ ନରମ। ତେଣୁ ଏହାକୁ ସଫା କରିବା ସମୟରେ କେତେଗୁଡ଼ିଏ ଦିଗ ପ୍ରତି ବିଶେଷ ଧ୍ୟାନ ନ ଦେଲେ ତାକୁ...

ଅଂଶୁଘାତରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ଖରାଦିନେ ପ୍ରବଳ ଗରମରେ ଅଂଶୁଘାତ ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆଖୁରସ ପିଇଲେ ଅନେକ ଉପକାର ମିଳେ । ଆଖୁରସରେ ଭିଟାମିନ୍‌,କ୍ୟାଲସିୟମ୍‌,...

‘ଏସ୍‌’ ନାମଧାରୀ ଝିଅ ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର: ଜାଣନ୍ତୁ ସେମାନଙ୍କ ପ୍ରକୃତି ବିଷୟରେ…

ରାଶି ଅନୁଯାୟୀ ଏବଂ ରାଶିରେ ଲେଖାଯାଇଥିବା ପ୍ରଥମ ନାମରୁ ଜଣେ ବ୍ୟକ୍ତି ଏବଂ ତାର ପ୍ରକୃତି ବିଷୟରେ ଜଣାପଡ଼ିଥାଏ। ତେବେ ଜାଣିବା ଏସ୍‌ ନାମଧାରୀ ଝିଅଙ୍କ...

Advertisement
Archives

Model This Week