ଦୁଇବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କ ଟିକାକରଣରେ କ୍ୟୁବା ପ୍ରଥମ, ହେଲେ ମିଳିନି ଡବ୍ଲୁଏଚ୍‌ଓର ମଞ୍ଜୁରୀ

ହୱାନା,୭ ।୯: ସାରା ବିଶ୍ୱରେ କରୋନା ଭାଇରସକୁ ଦୂରେଇବା ପାଇଁ ଭ୍ୟାକ୍ସିନ ବା ଟିକାକରଣର ଅଭିଯାନ ଯୋର ସୋରରେ ଚାଲିଛି । ହେଲେ ଏପର୍ଯ୍ୟନ୍ତ ଛୋଟ ପିଲାମାନଙ୍କ ପାଇଁ ଭ୍ୟାକ୍ସିନ ନ ଆସିବା ଚିନ୍ତାର କାରଣ ପାଲଟିଛି । ଆମେରିକାଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଦେଶ ଏହାକୁ ନେଇ ରିସର୍ଚ୍ଚ ଜାରି ରଖିଛନ୍ତି । କୁହାଯାଉଛି କି ବଡ ମାନଙ୍କୁ ଦିଆଯାଉଥିବା ଭ୍ୟାକ୍ସିନ ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଭଲ କାମ କରିବ । ହେଲେ ଏପର୍ଯ୍ୟନ୍ତ ଏହା ପିଲାମାନଙ୍କୁ ଦିଆଯାଇ ନାହିଁ । ଏହାରି ଭିତରେ କ୍ୟୁବା ପ୍ରଥମ ଦେଶ ଭାବେ ୨ ବର୍ଷ ବୟସରୁ ଅଧିକ ପିଲାମାନଙ୍କୁ ଭ୍ୟାକ୍ସିନ ଦେବା ଆରମ୍ଭ କରିଛି । ହେଲେ ଏହି ଭ୍ୟାକ୍ସିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲଏଚ୍‌ଓ) ଦ୍ୱାରା ମଞ୍ଜୁରୀ ପାଇନାହିଁ ଓ ଏହା କ୍ୟୁବାରେ ହିଁ ତିଆରି କରାଯାଇଛି ବୋଲି ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ କଥାହେଲା ୧.୧୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ସରକାର ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ପିଲାଙ୍କୁ ଟିକା ଦେବାକୁ ସ୍ଥିର କରିଛନ୍ତି । କ୍ୟୁବାରେ ଅଧିକାଂଶ ସ୍ଥାନରେ ଇଣ୍ଟରନେଟ୍ ନ ଥିବାରୁ ପିଲାମାନେ ଟେଲିଭିଜନ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ସେଥିପାଇଁ ସରକାର ଶୀଘ୍ର ସ୍କୁଲ ଖୋଲିବାକୁ ଏଭଳି ପଦକ୍ଷେପ ନେଇଛନ୍ତି । ଅବଦଲା ଓ ସୋବେରାନା ନାମକ ଦୁଇଟି ଟିକା ପିଲାଙ୍କୁ ଦିଆଯାଇଥିବା ଜଣାପଡିଛି । ଶୁକ୍ରବାର ଏହି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସର ପିଲାଙ୍କୁ ଏହା ଦିଆଯାଇଛି । ସୋମବାର ୨-୧୧ ବର୍ଷ ବୟସର ପିଲାମାନଙ୍କୁ ଏହି ଟିକା ଦେବା ଆରମ୍ଭ କରାଯାଇଛି ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ଠକାମୀ ପଡ଼ିଲା ଧରା: ୪ ବନ୍ଧୁଦେଶଙ୍କୁ ବିକ୍ରି କରିଛି ନକଲି ଅସ୍ତ୍ରଶସ୍ତ୍ର

ବେଜିଂ,୭।୧୧: ଚାଇନାକୁ ବିଶ୍ୱାସ କରିଥିବା ଦେଶ ଏବେ ପଶ୍ଚାତାପ କରୁଛନ୍ତି। ବନ୍ଧୁ ବୋଲି କହି ଚାଇନା ସେମାନଙ୍କୁ ଠକି ଦେଇଛି। ୪ଟି ବନ୍ଧୁଦେଶକୁ ଚାଇନା ନକଲି...

CORONAVIRUS UPDATE: ରାଜ୍ୟରେ ୭୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ରାଜ୍ୟରେ ଗୁରୁବାର ପୁଣି ୨୮୯୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ଦକ୍ଷିଣ, ଉତ୍ତରପୂର୍ବରେ ବଡ଼ ଚିନ୍ତା

ନୂଆଦିଲ୍ଲୀ,୨୭ା୫: ଭାରତରେ ମଙ୍ଗଳବାର ୨,୦୮,୯୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୧,୫୭,୭୯୫ରେ ପହଞ୍ଚତ୍ଛି। ସେହିପରି ଗତ ୨୪ ଘଣ୍ଟା...

ସମଲିଙ୍ଗୀ ଦମ୍ପତିଙ୍କ ପିଲାଙ୍କ ଜନ୍ମ ପଞ୍ଜୀକରଣରେ ନିଷେଧାଦେଶ

ରୋମ୍‌,୧୯ା୩: ୟୁରୋପୀୟ ଦେଶ ଇଟାଲୀରେ ସମଲିଙ୍ଗୀ ଦମ୍ପତିଙ୍କ ଉପରେ ହୋଇଥିବା ନିଷ୍ପତ୍ତିକୁ ନେଇ ସରକାରଙ୍କୁ ଦୃଢ଼ ବିରୋଧ କରାଯାଉଛି। ସମଲିଙ୍ଗୀ ଦମ୍ପତିଙ୍କ ପିଲାମାନଙ୍କର ଜନ୍ମ ପଞ୍ଜୀକରଣକୁ...

ଆଜି ରାଜ୍ୟରେ ପୁଣି ୧୯୧୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୧୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୮୦୪ ଜଣ ଲୋକାଲ କେସ୍‌...

ପାକିସ୍ତାନ ହାତରେ ଚାଇନାର ବିଧ୍ୱଂସକ ଯୁଦ୍ଧପୋତ, ଭାରତର ଚିନ୍ତା ବଢ଼ିଲା…

ଇସଲାମାବାଦ୍‌/ନୂଆଦିଲ୍ଲୀ,୯।୧୧: ଏଲ୍‌ଏସିରେ ଭାରତ ପାଇଁ ବିପଦ ସୃଷ୍ଟି କରୁଥିବା ଚାଇନା ଏବେ ସମୁଦ୍ରରେ ଭାରତକୁ ଘେରିବା ଲାଗି ଉଦ୍ୟମ କରୁଛି। ଏଥିରେ ଚାଇନା ପାକିସ୍ତାନର ସହାୟତା...

୨୦୨୦ ମସିହାକୁ ଡିଲିଟ୍‌ କରିବାକୁ ଚାହୁଁଛନ୍ତି ଅମିତାଭ !

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଏବେ କରୋନା ଭାଇରସକୁ ନେଇ ମଧ୍ୟ ସେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ...

ମାସ୍କ ପିନ୍ଧିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଲୋକଙ୍କୁ କରାଯାଉଛି ସଚେତନ

ହିଳିକାଟୁ,୧୦ା୪(ଡି.ଏନ୍‌.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇଁ ଲୋକଙ୍କୁ ମୁହଁ ଓ ନାକକୁ ମାସ୍କ କିମ୍ବା କପଡ଼ାରେ ଘୋଡ଼ାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବାହାରେ ମାସ୍କ ନ...

Advertisement
Archives

Model This Week