Posted inଜାତୀୟ

‘ଥରେ ଛାତିର ସିଟି-ସ୍କାନ, ୩୦୦ ଥର ଏକ୍ସ-ରେ ସହ ସମାନ’

ନୂଆଦିଲ୍ଲୀ,୩।୫: ସାଧାରଣ ଲକ୍ଷଣ ଥିବା କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ସିଟି-ସ୍କାନ ଆଦୌ ଦରକାର ନାହିଁ। ସିଟି-ସ୍କାନର ଉପକାରିତା ସାଙ୍ଗକୁ କ୍ଷତିକାରକ ମଧ୍ୟ ରହିଛି। ଥରଟିଏ ଛାତିର ସିଟି-ସ୍କାନ କରିବାର ଅର୍ଥ ହେଉଛି ୩୦୦ ଥର ଏକ୍ସ-ରେ କରିବା ସହ ସମାନ। ସିଟି-ସ୍କାନରେ ପଡୁୁୁଥିବା ରଶ୍ମି ଦେହ ପାଇଁ କ୍ଷତିକାରକ ବୋଲି ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ଦୈନିକ ଖବରଦାତା ସମ୍ମିଳନୀ ଅବସରରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପ୍ରକାଶ କରିଛନ୍ତି। ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହୁଥିବା କରୋନା ଆକ୍ରାନ୍ତ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ରୋଗୀଙ୍କର ଅମ୍ଳଜାନ ସ୍ତର ୯୩ରୁ ତଳକୁ ଖସିଲେ କିମ୍ବା ଚେତା ବୁଡ଼ିବା, ଛାତିରେ ଯନ୍ତ୍ରଣା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ସେ କହିଥିଲେ। ବର୍ତ୍ତମାନ ଦେଶରେ କରୋନା ପରୀକ୍ଷା ପାଇଁ ସିଟି-ସ୍କାନର ଦୁରୁପଯୋଗ ହେଉଛି। ଲୋକେ ସଚେତନ ହୋଇ ଭୟଭୀତ ନ ହେବାକୁ ସେ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଆନାଇଡ୍‌ ଦେଇ ପରିବାରର ୬ଜଣଙ୍କୁ ହତ୍ୟା

ଥିରୁଭାନନ୍ଥପୁରମ୍‌,୭ା୧୦: କେରଳର ଜଣେ ମହିଳା ଖାଦ୍ୟରେ ସିଆନାଇଡ୍‌ ଦେଇ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି। ୧୭ ବର୍ଷ ହେଲା ତାଙ୍କ ପରିବାର ସଦସ୍ୟଙ୍କର ରହସ୍ୟମୟ...

ଫିଲ୍ମ ଅନ୍ଦାଜରେ କମ୍ପାନୀରେ ହଙ୍ଗାମା କଲେ ଯୁବତୀ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜହାଁଗିରପୁରୀରେ ରହୁଥିବା ଜଣେ ଯୁବତୀଙ୍କୁ ନିଜ ଅଫିସରେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ସେକ୍ଟର-୧୮ ସ୍ଥିତ ଥିବା ଏକ କନଷ୍ଟ୍ରକସନ୍‌ କମ୍ପାନୀ ଜିଆର...

ନଡ଼ା ପୋଡ଼ି ୪୧% କମିଛି

ନୂଆଦିଲ୍ଲୀ,୨ା୧୧(ଆଇଏଏନ୍‌ଏସ୍‌): ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ ପାଇଁ ପଡୋଶୀ ପଞ୍ଜାବ ଓ ହରିୟାଣାରେ ପର୍ଯ୍ୟାପ୍ତ ନଡ଼ା ପୋଡ଼ାଯିବାକୁ ଅଧିକାଂଶ ଦାୟୀ କରୁଛନ୍ତି। ତେବେ ପୂର୍ବ ୩...

ସମ୍ପୂର୍ଣ୍ଣ ସଜ୍ଜା କାଟି ସାରିଥିଲେ ବି ମୁକୁଳି ପାରୁ ନାହାନ୍ତି ୧,୦୩୧ କଏଦୀ

ନୂଆଦିଲ୍ଲୀ,୧୮ ।୯: ଦେଶର ବିଭିନ୍ନ ରାଜ୍ୟର ଜେଲ୍‌ରେ କଏଦୀ ଥିବା କେତେଜଣ କଏଦୀ ସେମାନଙ୍କର ସମ୍ପୂର୍ଣ୍ଣ ସଜ୍ଜା କାଟି ସାରିଥିଲେ ବି ଏପର୍ଯ୍ୟନ୍ତ ମୁକୁଳି ପାରୁ...

‘ଦୋସା କିଙ୍ଗ’ରାଜଗୋପାଳଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୭: ସରଓ୍ବାନା ଭବନର ସଂସ୍ଥାପକ ପି. ରାଜଗୋପାଳଙ୍କର ଚେନ୍ନାଇର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ବେଲ୍‌ରେ ଯାଇ ଫେରାର ଥିବା ରାଜଗୋପାଳ କିଛି ସପ୍ତାହ ପୂର୍ବରୁ...

ୟୁନିଫର୍ମ ପିନ୍ଧି ଧାନ ରୋଇବା ଶିଖିଲେ ବିଦ୍ୟାର୍ଥୀ

ଗୁଆହାଟି,୧୧।୭: ୟୁନିଫର୍ମ ପିନ୍ଧି କେତେଜଣ ବିଦ୍ୟାର୍ଥୀ ଧାନ ରୋଇବାର ଏକ ଫଟୋ ଏବେ ସାରା ଦେଶରେ କୌତୁହଳ ସୃଷ୍ଟି କରିଛି। ଏହା ଆସାମ ତୁଦଳଗୁଡି ଜିଲାର...

ଶାହିନ ବାଗ୍‌ରେ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ: ପୋଲିସ ଅଯଥା ବନ୍ଦ କରିଛି ରାସ୍ତା; ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ,୨୩।୨: ଶାହିନ ବାଗ୍‌ରେ ୨ ମାସରୁ ଅଧିକ ଦିନ ଧରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରଦର୍ଶନ ଜାରି ରହିଛି। ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ପ୍ରଦର୍ଶନକାରୀଙ୍କ ସହିତ...

ସ୍ବାମୀଙ୍କ ମୃତ୍ୟୁ ପରେ ମଲ୍‌ର ତୃତୀୟ ମହଲାରୁ ଡେଇଁଲେ ସ୍ତ୍ରୀ, ଆଉ ତା’ ପରେ…

ଭୋପାଳ,୧୨ା୯: ଇନ୍ଦୋରର ବିଜୟନଗର ଥାନା ଅନ୍ତର୍ଗତ ସି-୨୧ ମଲ୍‌ର ତୃତୀୟ ମହଲାରୁ ଜଣେ ମହିଳା ଡେଇଁ ଆତ୍ମହତ୍ୟା ପାଇଁ ଚେଷ୍ଟା କରି ଗୁରୁତର ହୋଇଛନ୍ତି। କାରଣ...

Advertisement


Archives

Model This Week

Why Dharitri