ସିଏସ୍‌ଏସ୍‌ ସଙ୍କଟ

ସେଣ୍ଟ୍ରାଲ ସେକ୍ରେଟାରିଏଟ ସର୍ଭିସ(ସିଏସ୍‌ଏସ୍‌)ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇ ନ ପାରେ; କିନ୍ତୁ ଏହା ନିଶ୍ଚିତ ଯେ, ତାହା ସରକାରଙ୍କର ସବୁ କ୍ଷେତ୍ରକୁ ଏମାନେ ସୁଚାରୂପେ ଚଳାଇବାରେ ସାହାଯ୍ୟ କରିଥାଏ। ଏବେ ଏହା ଅଚଳ ହୋଇଯିବାର ସଙ୍କେତ ମିଳୁଛି। ଅନେକ ବର୍ଷ ଧରି ସିଏସ୍‌ଏସ୍‌ କ୍ୟାଡର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି ଏବଂ ଠିକ୍‌ ସମୟରେ କ୍ୟାଡର ସମୀକ୍ଷା, ତ୍ରୁଟିଶୂନ୍ୟ ପଦୋନ୍ନତି ଏବଂ ଅନ୍ୟ କେନ୍ଦ୍ରୀୟ ସର୍ଭିସ ସହ ସମାନତା ପାଇଁ ଦାବି କରିଆସୁଛି। ତେବେ ୨୦୧୮ରେ ହୋଇଥିବା ୪ର୍ଥ କ୍ୟାଡର ସମୀକ୍ଷା ଅମଲାତନ୍ତ୍ରିକ ମନ୍ଥରତା ଯୋଗୁ ଅଟକି ଗଲା । ଏହାର ପାଖାପାଖି ଦୁଇ ବର୍ଷ ପୂର୍ବରୁ ଏକ କମିଟି ଗଠନ ହୋଇଥିଲେ ମଧ୍ୟ ଏହା ହୋଇପାରି ନ ଥିଲା। କ୍ୟାଡର ସମୀକ୍ଷା ନିୟମିତ ଭାବେ ପ୍ରତି ୫ ବର୍ଷରେ ହେବାକୁ ଥିବାବେଳେ ଏଥିରେ ୭ ବର୍ଷ ବିଳମ୍ବ ହୋଇଛି। ପଦୋନ୍ନତି ସମ୍ପୂର୍ଣ୍ଣ ଅଟକି ରହିଛି। ପାଞ୍ଚ ବର୍ଷ ପରେ ପଦୋନ୍ନତି ପାଇଁ ଯୋଗ୍ୟ ଅଣ୍ଡର ସେକ୍ରେଟାରିମାନେ ୧୨ ବର୍ଷରୁ ଅଧିକ ସମୟ ଅପେକ୍ଷା କରି ବସିଛନ୍ତି। ୨୦୧୪ ବ୍ୟାଚ୍‌ର ଏଏସ୍‌ଓମାନଙ୍କ ମଧ୍ୟରୁ ଜଣେ ହେଲେ କେହି ପଦୋନ୍ନତି ପାଇନାହାନ୍ତି। ଏହା ଏକ ଉଦାସୀନତା ଭଳି ମନେହେଉଛି। ଆରଟିଆଇ ଉତ୍ତରରୁ ଜଣାପଡ଼ିଛି ଯେ,କେବଳ ୨୪ଟି ବିଭାଗରେ ୨,୫୦୦ରୁ ଅଧିକ ସିଏସ୍‌ଏସ୍‌ ପଦବୀ ଖାଲି ରହିଛି , ଯାହା ଶାସନ, ଦକ୍ଷତା ଓ ସାର୍ବଜନୀନ ସେବାକୁ ପ୍ରଭାବିତ କରୁଛି। ଅତ୍ୟନ୍ତ ଦୁଃଖଦାୟକ ଯେ, ଅନ୍ୟ ସେବାଗୁଡ଼ିକର କ୍ୟାଡର ସମୀକ୍ଷା ଏକ ବର୍ଷରୁ କମ୍‌ ସମୟରେ ପୂର୍ଣ୍ଣ କରାଯାଉଛି। କେବଳ ସିଏସ୍‌ଏସ୍‌କୁ କାହିଁକି ଅଲଗା କରି ରଖାଯାଇଛି ବୋଲି ସିଏସ୍‌ଏସ୍‌ ବାବୁମାନେ ପ୍ରଶ୍ନ ଉଠାଉଛନ୍ତି । କାର୍ମିକ ନୀତି ପାଇଁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ହିଁ ଦାୟୀ। ଏହାକୁ ନିଶ୍ଚିତ କରିବାକୁ ପଡ଼ିବ ଯେ, ସିଏସ୍‌ଏସ୍‌ ଅଧିକାରୀଙ୍କୁ ସିଭିଲ୍‌ ସର୍ଭିସର ଅନ୍ୟ ସଦସ୍ୟଙ୍କ ଭଳି ସମ୍ମାନର ସହ ଗଣାଯିବା ଦରକାର। ତେବେ ସିଏସ୍‌ଏସ୍‌ ସୁବିଧା ପାଇଁ କହୁନାହିଁ; କିନ୍ତୁ ପ୍ରଶାସନିକ କଳ ବନ୍ଦ ହେବା ପୂର୍ବରୁ ସେମାନଙ୍କ କଥା ଶୁଣିବାକୁ ହେବ।
ଇସ୍ତଫାକୁ ନେଇ ନୀରବତା
ଉପରାଷ୍ଟ୍ରପତି ଜଗଦୀପ ଧନକର ସ୍ବାସ୍ଥ୍ୟଗତ କାରଣ ଯୋଗୁ ଇସ୍ତଫା ଦେଇଥିବା କହି ମୂଳ ରହସ୍ୟକୁ ଆଢୁଆଳରେ ରଖାଯାଇପାରେ, କିନ୍ତୁ ଏହାର ପରବର୍ତ୍ତୀ ଘଟଣାକ୍ରମ ବାସ୍ତବରେ ଅତି ଆଶ୍ଚର୍ଯ୍ୟଜନକ। ଧନକରଙ୍କ ଇସ୍ତଫାକୁ ଗଣମାଧ୍ୟମ ଭଲ ଭାବେ ହୃଦୟଙ୍ଗମ କରିବା ପୂର୍ବରୁ ଡେପୁଟେଶନରେ ଥିବା ଅଧିକାରୀଙ୍କ ସମେତ ତାଙ୍କ ସଚିବାଳୟ କର୍ମଚାରୀମାନଙ୍କୁ ତୁରନ୍ତ ସେମାନଙ୍କ ମୂଳ କ୍ୟାଡରକୁ ପଠାଇଦିଆଯାଇଥିବା ଜଣାପଡ଼ିଛି। ଏଭଳି ସ୍ଥାନାନ୍ତର ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ଏହି ସ୍ତରର ଏକ ସାମ୍ବିଧାନିକ ପଦବୀ ପାଇଁ ଏଭଳି ଶୀଘ୍ର ପଦକ୍ଷେପ ନେବା ଅନୁଚିତ । ଯେତେବେଳେ ଏକ ଉଚ୍ଚ ସାମ୍ବିଧାନିକ ପଦାଧିକାରୀଙ୍କୁ କାର୍ଯ୍ୟକାଳ ଅଧାରୁ ଅନ୍ତର କରାଯାଏ, ସେତେବେଳେ ସାଧାରଣତଃ ବ୍ୟବସ୍ଥାଗତ କାର୍ଯ୍ୟ ଅଟକି ଯାଏ, ସ୍ବଚ୍ଛତା ଜାରି ରଖାଯାଏ ଏବଂ ଏକ ବ୍ୟବସ୍ଥିତ ହସ୍ତାନ୍ତରକୁ ନିଶ୍ଚିତ କରେ। କିନ୍ତୁ ଏହି ଘଟଣାରେ ତାହା ହୋଇନାହିଁ। ବରଂ ଏଥର କେବଳ ଉପରାଷ୍ଟ୍ରପତି ନୁହନ୍ତି, ବରଂ ତାଙ୍କ ଲୋକମାନେ ମଧ୍ୟ ବାହାରିଗଲେ ଏବଂ ତାହା ଖୁବ୍‌ଶୀଘ୍ର କରାଗଲା। ଏହି ପ୍ରକାର ପ୍ରଶାସନିକ କସରତ ଦର୍ଶାଉଛି ଏବଂ ଆଧିକାରିକ ସୂତ୍ରରୁ ଯାହା ଜଣାପଡ଼ୁଛି, ଧନକରଙ୍କ ଇସ୍ତଫା ସ୍ବେଚ୍ଛାକୃତ ନ ଥିଲା। ଏହା ସହ ଶାସକ ଦଳ ପକ୍ଷରୁ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରାଯାଉଛି। ଅମଲତନ୍ତ୍ରର କାଗଜ କଲମ ଓ ତଥ୍ୟରେ ସବୁବେଳେ ବହୁତ କିଛି କହୁଥିବାବେଳେ ଏହି ସମୟରେ ତାହା ପ୍ରତିଶୋଧ ନେବା ମାନସିକତାରେ ଥିବା ଭଳି ମନେହେଉଛି। ବେଳେବେଳେ ଧନକରଙ୍କ ମନ୍ତବ୍ୟ ସରକାରଙ୍କୁ ଅକଳରେ ପକାଉଥିଲା, ସମ୍ଭବତଃ କ୍ଷମତାଧାରୀଙ୍କୁ ଏହି କଥା ପସନ୍ଦ ହୋଇନାହିଁ। କିନ୍ତୁ ତାଙ୍କ କର୍ମଚାରୀଙ୍କ ପ୍ରତି ସରକାରଙ୍କ ବ୍ୟବହାରରୁ ଜଣାପଡ଼ିଛି ଯେ, ଏହା କେତେ ବ୍ୟକ୍ତିଗତ ହୋଇଗଲାଣି।
ପୋଡକାଷ୍ଟରେ ବାବୁ
ପୋଡକାଷ୍ଟରେ ଏବେ ବାବୁମାନେ ଦେଖିବାକୁ ମିଳିଲେଣି। ପୋଡକାଷ୍ଟରେ ପୋଲିସ ଅଧିକାରୀ ଏବଂ ବାବୁମାନେ ସେମାନଙ୍କ କାହାଣୀକୁ ଶେୟାର କରୁଛନ୍ତି, ଯାହା ଗୋଟିଏ ସମୟରେ କେବଳ କାର୍ଯ୍ୟାଳୟ ପରିସରରେ ସୀମିତ ଥିଲା। ଉତ୍ତରପ୍ରଦେଶ ପୋଲିସର‘ବିୟଣ୍ଡ ଦି ବ୍ଲେଜ୍‌’ ସିରିଜରେ ୧୦୦ କୋଟି ଟଙ୍କା ବୀମା ଜାଲିଆତି ଏବଂ ୟୁପିଏସ୍‌ସି ଟପ୍ପରଙ୍କ ଆକର୍ଷଣୀୟ କାହାଣୀ ନିଜେ ପୋଲିସ ଅଧିକାରୀମାନେ କହୁଛନ୍ତି। ଏଥିରେ ସେମାନେ ୟୁନିଫର୍ମରେ ଫୋରେନ୍‌ସିକର ସମ୍ପୂର୍ଣ୍ଣ ବିବରଣୀ ସହ ଆକାଂକ୍ଷାପୂର୍ଣ୍ଣ ଯାତ୍ରା ସମ୍ପର୍କିତ କାହାଣୀ ବଖାଣୁଛନ୍ତି। ହରିୟାଣାର ଏଚ୍‌ଏସ୍‌ଏନ୍‌ସିବି ମୁଖ୍ୟ ନିକଟରେ ବିନା ଡାକ୍ତରଙ୍କ ପରାମର୍ଶରେ ନିଜେ ଔଷଧ ସେବନ କରିବାଠାରୁ ଆରମ୍ଭ କରି ଆନ୍ତଃରାଜ୍ୟ ଚୋରାକାରବାର ନେଟଓ୍ବର୍କ ପର୍ଯ୍ୟନ୍ତ ମାଦକଦ୍ରବ୍ୟର ଅବୈଧ ବ୍ୟବହାର ଓ ବେପାରକୁ ରୋକିବା ଲାଗି କରାଯାଉଥିବା ଆଇନଗତ ପ୍ରୟାସ ବା ପଦକ୍ଷେପ ସମ୍ପର୍କିତ କାହାଣୀର ଏକ ସିରିଜ ଆରମ୍ଭ କରିଥିଲେ। ପୋଡକାଷ୍ଟର ଭାବେ ବାବୁମାନେ ଅପରାଧର ଅବଗଣନା ଯେତିକି କରୁଛନ୍ତି ତାହାଠାରୁ ଅଧିକ ନିଜ ଭାବମୂର୍ତ୍ତି ଗଢ଼ିବାରେ ଜୋର ଦେଉଥିବା ଦେଖାଯାଉଛି। ଭାରତର ବ୍ୟାପକ ପୋଡକାଷ୍ଟ ସଂସ୍କୃତିରେ ଏବେ ବାବୁ ପୋଡକାଷ୍ଟରମାନେ ଜାଗା ଜମାଇ ସାରିଲେଣି। ବାବୁମାନଙ୍କ ପ୍ରବେଶ ଅତ୍ୟନ୍ତ କୌତୂହଳପ୍ରଦ। ବାବୁମାନେ ପୋଡକାଷ୍ଟିଙ୍ଗ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିତ୍ୱକୁ ମାର୍ଜିତ କରିବା କିମ୍ବା ପଦବୀର ପ୍ରଚାର କରୁଥିବାବେଳେ ତାହା ସମସ୍ତଙ୍କୁ ଚକିତ କରିଛି ଏବଂ କିଛି ସନ୍ଦେହ ସୃଷ୍ଟି କରୁଛି। ଯଦି ବାବୁମାନେ ସେମାନଙ୍କ ପ୍ରଶଂସା ଚାହଁୁଛନ୍ତି, ତେବେ ବାସ୍ତବ ପରୀକ୍ଷା କହୁଥିବା କାହାଣୀରେ ନାହିଁ ବରଂ ତାହା ପ୍ରକୃତରେ ସଚ୍ଚୋଟ କାର୍ଯ୍ୟରେ ଅଛି।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri