ଧୋନୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଜାଡେଜା

ମୁମ୍ବାଇ,୨୨।୪: ମୁମ୍ବାଇ,୨୨।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରୋମାଞ୍ଚକର ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୩ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ହିରୋ ଥିଲେ ମହେନ୍ଦ୍ର ସିଂ ଧୋନୀ। ସେ ମାତ୍ର ୧୩ଟି ବଲ୍‌ରୁ ୨୮ ରନ୍‌ର ପାଳି ଖେଳି ଦଳର ବିଜୟ ପ୍ରଦାନ କରିଥିଲେ। ସେ ମ୍ୟାଚର ଶେଷ ବଲରେ ଚୌକା ମାରି ଦଳକୁ ବିଜୟ ପ୍ରଦାନ କରିଥିଲେ। ଏହା ପରେ ଚେନ୍ନାଇ ଅଧିନାୟକ ରବିନ୍ଦ୍ର ଜାଡେଜା ଧୋନୀଙ୍କୁ ଭିନ୍ନ ଢଙ୍ଗରେ ଅଭିବାଦନ ଜଣାଇଥିଲେ। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ମ୍ୟାଚ ଶେଷ ହେବା ପରେ ଉଭୟ ଦଳର ଖେଳାଳିମାନେ ହାତ ମିଳାଉଥିଲେ ଏବଂ ସମସ୍ତେ ଧୋନୀଙ୍କ ଇନିଂସକୁ ପ୍ରଶଂସା କରୁଥିଲେ।ଏହି ସମୟରେ ଜାଡେଜା ମଧ୍ୟ ଧୋନୀଙ୍କ ସାମ୍ନାକୁ ଆସିଥିଲେ। ସେ ଧୋନୀ ଆଗରେ ମୁଣ୍ଡନୁଆଁଇ ଧୋନୀଙ୍କୁ ଅଭିବାଦନ ଜଣାଇଥିଲେ ଏବଂ ପରେ ଉଭୟ ଖେଳାଳି ଆଲିଙ୍ଗନ କଲେ।ସୁରେଶ ରାଇନା ଠାରୁ ଆରମ୍ଭ କରି ହରଭଜନ ସିଂ ଏବଂ ଜୋଫ୍ରା ଆର୍ଚର ପର୍ଯ୍ୟନ୍ତ ଧୋନୀଙ୍କ ଇନିଂସକୁ ସାରା ବିଶ୍ୱରୁ କ୍ରିକେଟରମାନେ ପ୍ରଶଂସା କରିଛନ୍ତି।
ଏହି ମ୍ୟାଚ୍‌ରେ ଏମଏସ ଧୋନୀ ୨୦ତମ ଓଭରରେ ସର୍ବାଧିକ ଛକା ବିଶିଷ୍ଟ ଖେଳାଳି ଏବଂ ସର୍ବାଧିକ ରନ କରିଛନ୍ତି। ମୁମ୍ବାଇ ବିପକ୍ଷରେ ମଧ୍ୟ ଶେଷ ଓଭରରେ ସେ ୪ଟି ବଲରେ ୨ ଚୌକା ଓ ଗୋଟିଏ ଛକା ସହାୟତାରେ ୧୬ ରନ ସ୍କୋର କରିଥିଲେ। ଆଇପିଏଲ ଇତିହାସରେ ସେ ୨୪୪ର ଷ୍ଟ୍ରାଇକ ହାରରେ ୨୦ତମ ଓଭରରେ ୬୩୭ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ୫୧ଟି ଛକା ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଐତିହାସିକ ବିଜୟ ପରେ ଏମିତି କହିଲେ କୋହଲି

ମୁମ୍ବାଇ,୧୯।୧: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ ଭାରତୀୟ ଅଧିନାକୟ ବିରାଟ କୋହଲି ଦଳର ବିଜୟକୁ ଐତିହାସିକ ବୋଲି କହିଛନ୍ତି। ଏହାସହ ସାଥୀ...

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂ ୨୦୨୩

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂର ୭୪ତମ ସଂସ୍କରଣ ମାର୍ଚ୍ଚ ମାସରେ ଆରମ୍ଭ ହୋଇଛି। ଏହି ସିଜନରେ ବିଶ୍ୱର ବିଭିନ୍ନ ସର୍କିଟ୍‌ରେ ମୋଟ ୨୩ଟି ରେସ୍‌ ଅନୁଷ୍ଠିତ...

ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ହେବାକୁ ଭୂତିଆ ଆଗ୍ରହୀ

ନୂଆଦିଲ୍ଲୀ,୧୧।୪(ପି.ଟି.): ଭବିଷ୍ୟତରେ ଦିନେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବି ବୋଲି ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟକ ବାଇଚୁଙ୍ଗ୍‌...

ଜର୍ମାନୀ, ନେଦରଲାଣ୍ଡ୍ସ, ଫିନ୍‌ଲାଣ୍ଡରେ ମୋଟୋ ଗ୍ରାଁ ପ୍ରି ରେସ୍‌ ବାତିଲ

ପ୍ୟାରିସ୍‌,୩୦।୪ (ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ଜର୍ମାନୀ, ନେଦରଲାଣ୍ଡ୍ସ ଓ ଫିନ୍‌ଲାଣ୍ଡରେ ଆୟୋଜନ ହେବାକୁଥିବା ମୋଟୋ ଗ୍ରାଁ ପ୍ରି ରେସ୍‌ଗୁଡିକୁ ବାତିଲ କରାଯାଇଛି। ଜୁନ୍‌ ଓ...

ଧୋନୀଙ୍କ ଆଖିର ତାରା ଏହି କ୍ରିକେଟର୍‌

ଶାରଜା,୪।୧୦: ଆଇପିଏଲ ୨୦୨୧ର ୪୭ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ରାଜସ୍ଥାନ ରୟାଲ୍ସ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ମ୍ୟାଚରେ ସିଏସକେକୁ ପରାଜୟର ସାମ୍ନା କରିବାକୁ...

୧୯ ବର୍ଷରୁ କମ୍‌ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ସଚିନ, ରୋହିତଙ୍କ ପ୍ରଶଂସା

ନୂଆଦିଲ୍ଲୀ,୩୧।୧- ନ୍ୟୁଜିଲାଣ୍ଡ ଖେଳାଳିମାନେ ଖେଳୁଆଡ଼ ମନୋଭାବ ପାଇଁ ବିଶ୍ୱରେ ବେଶ ପରିଚିତ। କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ଆଇସିସି ବିଶ୍ୱକପ୍‌ ଫାଇନାଲରେ ପରାଜୟ ପରେ...

ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୧/୦

ନୂଆଦିଲ୍ଲୀ,୧୭।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର...

ରାଉରକେଲାରେ ଭବ୍ୟ ସ୍ବାଗତ

ରାଉରକେଲା ଅଫିସ,୨୮ା୧୨: ରାଉରକେଲାରେ ପ୍ରଥମ ଥର ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଦର୍ଶକଙ୍କ ମନରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ଝାରସୁଗୁଡା...

Advertisement
Archives

Model This Week