Posted inଖେଳ

୨୦୨୧ରେ ଚେନ୍ନାଇ ଦଳର ନେତୃତ୍ୱ କିଏ ନେବ, ସିଇଓ ଦେଲେ ଏମିତି ଉତ୍ତର

ଆଇପିଏଲ ୨୦୨୦ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଖରାପ ପ୍ରଦର୍ଶନ କରିଛି। ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଦଳ ପ୍ଲେ ଅଫ ରେସ୍‌ରୁ ବାଦ୍‌ ପଡିଛି। ୟୁଏଇରେ ଚାଲିଥିବା ଆଇପିଏଲର ୧୩ ତମ ସିଜିନରୁ ଟୁର୍ନାମେଣ୍ଟ ଇତିହାସର ଦ୍ୱିତୀୟ ସଫଳ ଦଳ ସିଏସ୍‌କେ ବାହାରି ଯାଇଛି। ଏହାପରେ ଦଳର ଭବିଷ୍ୟତ ଏବଂ ବିଶେଷକରି ଧୋନୀଙ୍କ ଉପରେ ପ୍ରଶ୍ନ ଉଠିଛି। ଟୁର୍ନାମେଣ୍ଟର ପରବର୍ତ୍ତୀ ସିଜନରେ ସିଏସ୍‌କେ ଏକ ନୂଆ ଭାବରେ ନଜର ଆସିବ ବୋଲି ବିଶ୍ୱାସ କରାଯାଇଥିଲା। ଅଧିନାୟକଙ୍କ ସମେତ ଅନେକ ଖେଳାଳି ନିଶ୍ଚିତ ଭାବରେ ପରିବର୍ତ୍ତନ ହେବେ ବୋଲି ଆଲୋଚନା କରାଯାଉଛି। ଦଳର ଭବିଷ୍ୟତ ଉପରେ ସିଏସକେ ସିଇଓ କାଶୀ ବିଶ୍ୱନାଥନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ ପରବର୍ତ୍ତୀ ସିଜିନର ଅଧିନାୟକଙ୍କ ନାମ ଘୋଷଣା କରିଛନ୍ତି। ବିଶ୍ୱନାଥନ କହିଛନ୍ତି ଯେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଧୋନୀ ଆଇପିଏଲ ୨୦୨୧ରେ ସିଏସ୍‌କେର ନେତୃତ୍ୱ ନେବେ। ଆଇପିଏଲରେ ସେ ଆମ ପାଇଁ ତିନୋଟି ଟାଇଟଲ ଜିତିଛନ୍ତି। ପ୍ରଥମଥା ପାଇଁ ଆମେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲୁ ନାହିଁ। ତେଣୁ ଏହାର ଅର୍ଥ ନୁହେଁ ଆମେ ଦଳ ପରିବର୍ତ୍ତନ କରିଦେବୁ। ଟୁର୍ନାମେଣ୍ଟରୁ ସୁରେଶ ରାଇନା ଏବଂ ହରଭଜନ ସିଂଙ୍କ ଓହରିଯିବା ଯୋଗୁ ଦଳର ସନ୍ତୁଳନ ଖରାପ ହୋଇଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦ ତ୍ୟାଗ କରିବେ ବେଲିଣ୍ଡା କ୍ଲାର୍କ

ସିଡ୍‌ନୀ, ୩୦ା୯ (ପି.ଟି.)-ଅଷ୍ଟ୍ରଲିଆର ପୂର୍ବତନ ମହିଳା ଟିମ୍‌ ଅଧିନାୟକ ବେଲିଣ୍ଡା କ୍ଲାର୍କ କ୍ରିକେଟ ବୋର୍ଡର କମ୍ୟୁନିଟି କ୍ରିକେଟ ଏକ୍‌ଜିକ୍ୟୁଟିଭ୍‌ ଜେନେରାଲ ମ୍ୟାନେଜର ପଦ ତ୍ୟାଗ କରିବେ...

ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତାଇ ଦେଲେନି

ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ବିନା ହାର୍‌ ଜିତ୍‌ରେ ଶେଷ ହୋଇଛି। ୪୦୭ ରନ୍‌ର ବିଜୟ ଲକ୍ଷ୍ୟ...

ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ: ରୋହିତ୍‌, ସାମିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ, ୨୩।୧୨ (ପି.ଟି.)- କଟକ ଦିନିକିଆ ମ୍ୟାଚ୍‌ ସହ ୨୦୧୯ ବର୍ଷ ଲାଗି ଭାରତୀୟ କ୍ରିକେଟ୍‌ ଦଳର କାର୍ଯ୍ୟସୂଚୀ ସମାପ୍ତ ହୋଇଛି। ନୂଆବର୍ଷର ପ୍ରଥମ ସପ୍ତାହରୁ...

ବାଂଲାଦେଶକୁ କ୍ଲିନ୍‌ ସୁଇପ୍‌ରୁ ରୋକିବ ଭାରତ

ଚଟ୍ଟୋଗ୍ରାମ୍‌,୧୦ା୧୨(ପି.ଟି.): ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଶନିବାର ଖେଳାଯିବ। ଇଞ୍ଜୁରି ଓ...

କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ୪ ଗୋଲ୍‌

ମିକ୍କା, ୧୧ା୨ (ସାଉଦି ଆରବ): କ୍ରିଷ୍ଟିଆନୋ ରୋନାଲ୍‌ଡୋ ତାଙ୍କ ନୂଆ ସାଉଦି ଆରବ ଟିମ୍‌ ଅଲ୍‌ ନାସେର ଦଳ ତରଫରୁ ଖେଳିବା ଆରମ୍ଭ କରି ଏକ...

ସଚିନ୍‌ କରୋନା ପିଜିଟିଭ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌...

ଭାରତୀୟ ସେନାରେ ଯୋଗଦେଲେ ଧୋନୀ, କରିବେ ଏହି କାମ

ଶ୍ରୀନଗର, ୨୫।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖୁବ୍‌ଶୀଘ୍ର ଭାରତୀୟ ସେନା ସହ ଯୋଗ ଦେବାକୁ ଯାଉଛନ୍ତି। ଜୁଲାଇ ୩୧ରେ...

ଅଖ୍‌ତରଙ୍କ ପ୍ରସ୍ତାବକୁ କପିଳଦେବଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୦।୪ (ପି.ଟି.)-କୋଭିଡ୍‌-୧୯ ମହାମାରୀକୁ ରୋକିବା ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖ୍‌ତର ଯେଉଁ ୩ ମ୍ୟାଚ୍‌ ବିଶିଷ୍ଟ...

Advertisement
Archives

Model This Week