Posted inଖେଳ

ନୂଆ ଲୁକ୍‌ରେ ଧୋନୀ

ଚେନ୍ନାଇ,୧୦।୭: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇରେ ପହଞ୍ଚିଛନ୍ତି। ଧୋନୀ ନିଜ ପ୍ରଡକ୍ସନ ହାଉସର ପ୍ରଥମ ଚଳଚ୍ଚିତ୍ର ‘ଲେଟ୍‌ସ ଗେଟ୍‌ ମ୍ୟାରେଡ୍‌’ର ଅଡିଓ ଏବଂ ଟ୍ରେଲର ଲଞ୍ଚ ପାଇଁ ଏଠାକୁ ଆସିଛନ୍ତି। ଏହି ଅବସରରେ ଧୋନୀ ଚେନ୍ନାଇରେ ଏକ ନୂଆ ଲୁକ୍‌ ସହିତ ନଜର ଆସିଛନ୍ତି। ଧୋନୀ ବିମାନବନ୍ଦରକୁ ଆସୁଥିବା ଭିଡିଓକୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଫ୍ୟାନ ପେଜରେ ଶେୟାର କରାଯାଇଛି। ଏହି ଫ୍ୟାନ ପେଜ ମାଧ୍ୟମରେ ଧୋନୀ ତାଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ପ୍ରଥମ ଚଳଚ୍ଚିତ୍ରର ଅଡିଓ ଏବଂ ଟ୍ରେଲର ଲଞ୍ଚ ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି ବୋଲି ସୂଚନା ଦିଆଯାଇଛି। ଭିଡିଓରେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି। ‘ଲେଟ୍‌ସ ଗେଟ୍‌ ମ୍ୟାରେଡ୍‌’ ଫିଲ୍ମରେ ହରିଶ କଲ୍ୟାଣ, ଇଭାନା, ନାଦିଆ, ଯୋଗୀ ବାବୁ ଏବଂ ମିର୍ଚି ବିଜୟ ଏଥିରେ ନଜର ଆସିବେ।
ଧୋନୀଙ୍କ ଦ୍ୱାରା ଅଧିନାୟକତ୍ୱ ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୩ରେ ଖେଳାଯାଇଥିବା ଆଇପିଏଲ ୧୬ରେ ଚାମ୍ପିଅନ ହୋଇଥିଲା। ସେବେଠାରୁ କଳ୍ପନା କରାଯାଉଥିଲା ଯେ ଏହା ଧୋନୀଙ୍କର ଶେଷ ଆଇପିଏଲ ସିଜିନ ଥିଲା। ତେବେ ଧୋନୀଙ୍କ ପକ୍ଷରୁ ଏ ବାବଦରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ପୂର୍ବରୁ ବାହା ହୋଇଥିବା କଥା ଲୁଚାଇ ପ୍ରଲୋଭନ ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ପରେ…

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ଠକେଇ କରିବା ଅଭିଯୋଗରେ ଆନନ୍ଦପୁର…

‘ମା’ କ୍ଷୀର ଶିଶୁର ଅଧିକାର, ସୁସ୍ଥ ଭବିଷ୍ୟତର ମୂଳଦୁଆ‘

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁର୍ଗାମଣ୍ଡପସ୍ଥିତ ୧୨ ନମ୍ବର ୱାର୍ଡର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ପାଳନ କରାଯାଇଛି।…

ୟୁଟର୍ନ ମାରିଲେ କଙ୍ଗନା? Gen Z ଙ୍କୁ ନେଇ ଦେଲେ ପୁଣି ବଡ଼ ବୟାନ

ନୂଆଦିଲ୍ଲୀ, ୭।୮: Bjp ସାଂସଦ/ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଥିଲେ, କିନ୍ତୁ ତାଙ୍କୁ ଭଲପାଇବା…

ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ଜିଲାପାଳ କହିଲେ ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ…

ଝରିଗାଁ,୭ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri