ନାମାଙ୍କନ ବେଳେ ବଢୁଛି ଗହଳି

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁଗହଳିରେ ରାଜନୀତି ସେତେ ସରଗରମ ହେଉଛି। ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଜୋରସୋର ଚାଲିଛି। ଗତ ୧୭ ତାରିଖରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି। କୋଭିଡ୍‌ ନିୟମକୁ ପ୍ରାର୍ଥୀ କିମ୍ବା ସେମାନଙ୍କ ସମର୍ଥକ ମାନୁନାହାନ୍ତି। ମାଳମାଳ ଲୋକ ନାମାଙ୍କନ ଦାଖଲ ବେଳେ ସାମିଲ ହେଉଥିବା ଯୋଗୁ ରାଜ୍ୟ ନିର୍ବାଚନ କମିଶନର ପରିସ୍ଥିତିକୁ ଗମ୍ଭୀରତାର ସହ ନେଇଛନ୍ତି। ନାମାଙ୍କନ ଦାଖଲ ବେଳେ ଯେପରି ଭିଡ଼ ନ ହେବ ସେଥିପ୍ରତି ପଦକ୍ଷେପ ନେବାକୁ କମିଶନ ମହାନିର୍ଦ୍ଦେଶକ(ଡିଜିପି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ନାମାଙ୍କନ ଦାଖଲର ଶେଷ ଦିବସ। ଏହି ଦିନ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମ୍ଭାବନା ଥିବାରୁ ଭିଡ଼ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଶେଷ ଦିବସରେ ଯେପରି ଅଧିକ ଗହଳି ନ ହେବ ଓ ଗାଇଡ୍‌ଲାଇନ ଉଲ୍ଲଂଘନ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପୋଲିସ ଡିଜିପିଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରାର୍ଥୀଙ୍କ ସହ ସମର୍ଥକମାନେ ନାମାଙ୍କନ କେନ୍ଦ୍ରରେ ଭିଡ଼ କରୁଥିବାର ଦୃଶ୍ୟ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି। ନିର୍ବାଚନ ପରିଚାଳନା ନେଇ ଜାନୁୟାରୀ ୧୫ ତାରିଖରେ ଏସ୍‌ପି ଓ ଜିଲାପାଳଙ୍କ ସହ ନିର୍ବାଚନ କମିଶନର ବୈଠକ କରିଥିଲେ। ଜଣେ ଡିଏସ୍‌ପି ପାହ୍ୟାର ପୋଲିସ ଅଧିକାରୀଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯିବ। ପ୍ରାର୍ଥତ୍ପତ୍ର ଦାଖଲ ବେଳେ ଏବଂ ନିର୍ବାଚନ ସଭା ଅନୁଷ୍ଠିତ ବେଳେ ଭିଡ଼କୁ ନିୟନ୍ତ୍ରଣ କରିବା ସହ କୋଭିଡ୍‌-୧୯ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ଶେଷ ଦିନରେ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଯେମିତି ଭିଡ଼ ନ ହେବ ଓ ଗାଇଡ୍‌ଲାଇନ ଉଲ୍ଲଂଘନ ନ ହେବ ସେଥିପ୍ରତି ଦୃଷ୍ଟିଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ନାମାଙ୍କନପତ୍ର ଦାଖଲ ଶେଷ ହେବା ପରେ ୨୨ ତାରିଖରେ ଯାଞ୍ଚ, ୨୫ ତାରିଖ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର କରିହେବ। ସେହିଦିନ ସାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଆସନ୍ତା ଫେବୃୟାରୀ ୧୬ରୁ ସମଗ୍ର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ରାଜ୍ୟରେ ୫ଟି ପର୍ଯ୍ୟାୟ ଫେବୃୟାରୀ ୧୬, ୧୮,୨୦,୨୨ ଓ ୨୪ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଫେବୃୟାରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲା ପରିଷଦ ଜୋନ୍‌ୱାରି ହେବ। ଭୋଟଗଣତି ସମାପ୍ତ ସହ ଫେବୃୟାରୀ ୨୮ତାରିଖରେ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ। କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରାଯାଇ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ। ଜଣେ ପ୍ରାର୍ଥୀ ସର୍ବାଧିକ ୫ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ। ପ୍ରାର୍ଥତ୍ପତ୍ର ଦାଖଲ ବେଳେ ସାଙ୍ଗରେ କେବଳ ଜଣଙ୍କୁ ନେବାକୁ କଡ଼ା ନିର୍ଦ୍ଦେଶ ରହିଛି। ହେଲେ ଏବେ ତାହାର ଖୁଲୁମଖୁଲା ଉଲ୍ଲଂଘନ ଦେଖିବାକୁ ମିଳିଛି। ଭିଡ଼ ରୋକିବାକୁ କମିଶନ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri