ହମାସ ନୁହେଁ ଇସ୍ରାଏଲ ଲୋକଙ୍କୁ ବନ୍ଧକ ରଖିଛନ୍ତି ଗାଜା ନାଗରିକଙ୍କ ଭିଡ…

ଜେରୁଜେଲମ,୨୦।୧୨ : ଅକ୍ଟୋବର ୭ ରେ ଗାଜା ସ୍ଥିତ ହମାସ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ ମାଡ କରାଯାଇଥିଲା। ଆକ୍ରମଣକାରୀମାନେ ଗାଜା ସହିତ ଇସ୍ରାଏଲ ସୀମାରେ ଥିବା ବାଡ ଭାଙ୍ଗି ଦେଇଥିଲେ। ଏହା ପରେ ହମାସ ଯୋଦ୍ଧାମାନେ ଇସ୍ରାଏଲ ସହରରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ବହୁ ସଂଖ୍ୟକ ଇସ୍ରାଏଲ ଲୋକ ଗାଜାରେ ବନ୍ଧକ ରଖିଥିଲେ। ଏହି ଘଟଣା ସମୟରେ ଜଣେ ଇସ୍ରାଏଲ ଝିଅଙ୍କୁ ବନ୍ଧକ ରଖିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଦୁଇଜଣ ହମାସ ଆକ୍ରମଣକାରୀ ତାଙ୍କୁ ଏକ ବାଇକରେ ନେଇ ଯାଉଥିଲେ।

ନିକଟରେ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ସେମାନଙ୍କୁ ହମାସ ଦ୍ୱାରା ବନ୍ଧକ କରାଯାଇ ନାହିଁ ବରଂ ଗାଜା ନାଗରିକଙ୍କ ଭିଡ଼ ଦ୍ୱାରା ରଖାଯାଇଛି।

ଇସ୍ରାଏଲର ନାଗରିକଙ୍କୁ ବନ୍ଧକ ରଖିଥିବା ଲୋକେ ଆତଙ୍କବାଦୀ ନୁହଁନ୍ତି ବରଂ ଗାଜା ନାଗରିକଙ୍କ ଭିଡ। ସେମାନେ ହମାସ ଆକ୍ରମଣର ସୁଯୋଗ ନେଇ ଇସ୍ରାଏଲରେ ପ୍ରବେଶ କରିଥିଲେ।

ଏହି ରିପୋର୍ଟରେ ଇସ୍ରାଏଲର ଦୁଇ ସାମରିକ ଅଧିକାରୀଙ୍କ ସହ ବାର୍ତ୍ତାଳାପ ଉଲ୍ଲେଖ କରାଯାଇଛି। ସେମାନେ କହିଛନ୍ତି ଏହା ସତ୍ୟ ଯେ ନୁଖବା ଫୋର୍ସ ନରସଂହାରର କିଛି ଘଣ୍ଟା ପରେ ଅକ୍ଟୋବର ୭ ରେ ଅନେକ ଲୋକ ସଂଗୀତ ମହୋତ୍ସବରେ ପହଞ୍ଚିଥିଲେ। ଜଣେ ଅଧିକାରୀ କହିଛନ୍ତି ନୋୟା ଏବଂ ଅନ୍ୟମାନଙ୍କୁ ଅପହରଣର ଭିଡିଓରେ ଦେଖାଯାଇଛି କୌଣସି ଅପହରଣକାରୀ ବନ୍ଧୁକଧାରୀ ସଶସ୍ତ୍ର କିମ୍ବା ସାମରିକ ଜ୍ୟାକେଟ ପିନ୍ଧି ନ ଥିଲେ। ତେଣୁ ଏହା ପ୍ରମାଣିିତ ହେଉଛି ସେମାନେ ନୁଖବା ସଦସ୍ୟ ନୁହନ୍ତି।

ନୋୟା ଅରଗାମଣିଙ୍କୁ ବନ୍ଧକ ରଖାଯାଇଥିବା ଭିଡିଓରେ ହମାସର ବର୍ବରତାର ସତ୍ୟ ଦୃଶ୍ୟମାନ ହୋଇଥିଲା। ଝିଅଙ୍କ କେଶକୁ ଧରି ଟାଣି ନିଆଯାଉଥିଲା। ସେ ଯନ୍ତ୍ରଣାରେ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ସମୟରେ ହମାସ ଦ୍ୱାରା ୨୪୦ ବନ୍ଧକଙ୍କ ଙ୍‌ମଧ୍ୟରୁ ୧୦୦ରୁ ଅଧିକ ଲୋକଙ୍କୁ ମୁକ୍ତ କରାଯାଇଥିଲା। ୧୪ ଜଣ ସାଧାରଣ ନାଗରିକଙ୍କ ମଧ୍ୟରେ ନୋୟା ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ମୁକ୍ତ ହୋଇନାହାନ୍ତି। ଉଭୟ ଇସ୍ରାଏଲ ଏବଂ ଆମେରିକା କହିଛନ୍ତି ହମାସ ମହିଳାମାନଙ୍କୁ ମୁକ୍ତ କରିବାକୁ ମନା କରିଦେଇଥିବାରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?