ଗାଁରେ ଜମିଲାଣି ଗହଳି

ଭୁବନେଶ୍ୱର,୧୫ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ଭରିଯାଇଛି। ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଛାଇଗଲାଣି। ଛକ, ହାଟ ବଜାରରେ ଆଶାୟୀ ପ୍ରାର୍ଥୀମାନେ ନିଜର ପୋଷ୍ଟର ଓ ବ୍ୟାନର ମାରି ନିର୍ବାଚନ ଦୌଡ଼ରେ ଥିବା ସଙ୍କେତ ଦେଇ ସାରିଛନ୍ତି। କେବଳ ସେତିକି ନୁହେଁ, ଦଳୀୟ ସମର୍ଥନ ହାସଲ କରିବାକୁ ସ୍ଥାନୀୟ ନେତାଙ୍କ ଜରିଆରେ ଲବି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଆସନ୍ତା ୧୭ ତାରିଖରୁ ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ ହେବ। ଏହା ପୂର୍ବରୁ ଜିଲା ପରିଷଦ ସଭ୍ୟ ଆଶାୟୀମାନେ ଟିକେଟ ହାତେଇବା ପାଇଁ ସ୍ଥାନୀୟ ବିଧାୟକମାନଙ୍କ ଜରିଆରେ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି। ଅନ୍ୟପକ୍ଷରେ ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟଙ୍କର କୌଣସି ଦଳୀୟ ଚିହ୍ନ ନ ଥିଲେ ମଧ୍ୟ ଆଶାୟୀମାନେ ରାଜନୈତିକ ସମର୍ଥନ ହାସଲ କରିବାକୁ ଉଦ୍ୟମ ଚଳାଇଛନ୍ତି।
ଶାସକ ଦଳ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦ୍ୱିତା ବଢ଼ିବାରେ ଲାଗିଛି। ଶାସକ ଦଳରୁ ପ୍ରାର୍ଥୀ ପାଇଁ କୂଳକିନାରା ପାଉ ନ ଥିବା ଆଶାୟୀମାନେ ଭାଜପା ଓ କଂଗ୍ରେସ ନେତାଙ୍କୁ ଭରସା କରିଛନ୍ତି। ତେବେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଖୋଜା ଆରମ୍ଭ କରି ଦେଇଛନ୍ତି। ବିଜେଡି ପ୍ରାର୍ଥୀ ଚୟନରେ ଆଗରେ ଥିଲେ ମଧ୍ୟ ଆଶାୟୀଙ୍କୁ ମନାଇବା ସ୍ଥାନୀୟ ନେତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ପଞ୍ଚାୟତ ନିର୍ବାଚନକୁ ହାତେଇବା ପାଇଁ ଉଭୟ ବିଜେଡି ଓ ଭାଜପା ମୁହାଁମୁହିଁ ହେଉଥିବା ବେଳେ କଂଗ୍ରେସ ମଧ୍ୟ ନିଜର ପୁରୁଣା ସ୍ଥିତିକୁ ଫେରିବାକୁ ରଣନୀତି ପ୍ରସ୍ତୁତ କରୁଛି। ବିଜୟୀ ହେବା ଆଶା ଅଧିକ ଥିବା ପ୍ରାର୍ଥୀଙ୍କୁ ନିଜ ସପକ୍ଷରେ ନେବାକୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୨ ଦିନ ବାକି ଥିବାବେଳେ ଆଶାୟୀମାନେ ବିଧାୟକଙ୍କ ଘରେ ଭିଡ଼ ଜମାଉଛନ୍ତି। ଏପରିକି ଅନେକ ଆଶାୟୀ ଭୁବନେଶ୍ୱର ଆସି ଦଳୀୟ ବିଧାୟକଙ୍କୁ ସାକ୍ଷାତ କରି ଟିକେଟ ଲବି ଚଳାଇଛନ୍ତି। ତେବେ କେଉଁ ଦଳରୁ କାହାକୁ ଟିକେଟ ଓ ସମର୍ଥନ ମିଳିବ ତାହା ନାମାଙ୍କନ ବେଳେ ସ୍ପଷ୍ଟ ହୋଇଯିବ।
ରାଜ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ପଞ୍ଚାୟତ ନିର୍ବାଚନ ପାଇଁ ଜାନୁୟାରୀ ୧୭ରୁ ୨୧ ମଧ୍ୟରେ ନାମାନଙ୍କପତ୍ର ଦାଖଲ ହେବ। ୨୨ତାରିଖରେ ଯାଞ୍ଚ, ୨୫ ତାରିଖ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର କରିହେବ। ସେହିଦିନ ସାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋଟ ୯୧,୯୧୩ ୱାର୍ଡମେମ୍ବର, ୬,୭୯୪ ସରପଞ୍ଚ, ୬,୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲା ପରିଷଦ ସଭ୍ୟ ପଦ ପାଇଁ ଭୋଟଗ୍ରହଣ ହେବ। ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ଜଣ ଭୋଟର ନିଜର ମତଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?