Posted inଫୁରସତ

କାଉ, କୁକୁରର ବନ୍ଧୁତା

କୁକୁର ଏକ ବିଶ୍ୱସ୍ତ ପ୍ରାଣୀଭାବେ ବେଶ୍‌ ପରିଚିତ। ମାଲିକ ସହ କୁକୁରର ବନ୍ଧୁତାର ଉଦାହରଣ ବି ଅନେକ ରହିଛି। ସେହିଭଳି କୁକୁରର ଅନ୍ୟ ପ୍ରାଣୀଙ୍କ ସହ ବନ୍ଧୁତା ହେଉଥିବା ମଧ୍ୟ ଦେଖିଥିବେ। ତେବେ ଏକ କୁକୁରର କୌଣସି ପକ୍ଷୀ ସହ ବନ୍ଧୁତା ହେବା ବିରଳ। ନିକଟରେ ସୋସିଆଲ ମିଡଆରେ ଏକ ଜର୍ମାନ ଶେଫର୍ଡ କୁକୁର ସହ ଛୋଟ କାଉର ବନ୍ଧୁତାର ଭିଡିଓ ଲୋକଙ୍କ ମନକୁ ବେଶ୍‌ ଛୁଉଁଛି। ଏହି କାଉ ଓ କୁକୁର ସବୁବେଳେ ପାଖେ ପାଖେ ରହୁଥିବା ଦେଖିବାକୁ ମିଳୁଛି। ଆଉ ଯଦି କାଉ ଅଳ୍ପ ସମୟ ପାଇଁ ବି ଆଖି ସାମ୍‌ନାରୁ ଦୂରେଇ ଯାଉଛି କୁକୁର ବ୍ୟସ୍ତ ବିବ୍ରତ ହୋଇ ତାକୁ ଖୋଜୁଛି। ଦୁହେଁ ଗୋଟିଏ ପାତ୍ରରୁ ପାଣି ପିଇବା ସହ ସାଥି ହାଇ ଖାଉଛନ୍ତି। ବିଲେଇଙ୍କଠାରୁ କୁକୁରଟି କାଉକୁ ରକ୍ଷା ବି କରୁଛି। ତେବେ ଏଇ କାଉ ଛୁଆଟି ଥରେ ୧୦୦ ଫୁଟ ଉଚ୍ଚତାରୁ କୁକୁରଟିର ମାଲିକଙ୍କ ବଗିଚାରେ ପଡିଯାଇଥିଲା। ତାକୁ କୁକୁରର ମାଲିକ ଓ କୁକୁର ଦୁହେଁ ମିଶି ବଞ୍ଚାଇବା ସହ ଯତ୍ନ ନେଇଥିଲେ। ଏମିତିରେ କାଉ ଓ କୁକୁରର ବନ୍ଧୁତା ହୋଇଯାଇଥିଲା। ପରବର୍ତ୍ତୀ ସମୟରେ କାଉଟି ନିଜ ପରିବାର ପାଖକୁ ପଳାଇଥିଲା। ହେଲେ ଭୁଲିପାରି ନ ଥିଲା ସେଇ ମାଲିକାଣୀ ଓ ବନ୍ଧୁ କୁକୁରକୁ। ତେଣୁ ଏବେ ସେ ଅଧିକାଂଶ ସମୟ କୁକୁର ପାଖକୁ ଆସେ। ଆଉ ଦୁହେଁ ବହୁତ ଭଲ ସମୟ ବିତାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷୀୟା ବିବାହିତା ମହିଳା ହଠାତ୍‌ ଜାଣିବାକୁ ପାଇଲେ ସେ ପୁରୁଷ ବୋଲି, ଜାଣନ୍ତୁ ଏସବୁ କିପରି ଘଟିଲା

୩୦ ବର୍ଷୀୟା ଜଣେ ମହିଳା ସାଧାରଣ ଜୀବନ ବିତାଉଥିଲେ। ୯ ବର୍ଷର ବୈବାହିକ ଜୀବନ ବିତାଇବା ପରେ ହଠାତ୍‌ ଦିନେ ଜାଣିବାକୁ ପାଇଲେ ସେ ମହିଳା...

ପିକ୍‌ନିକ୍‌ ସ୍ପଟ୍‌: ତିନି ନଦୀର ସଙ୍ଗମସ୍ଥଳ ମୀନାଝୋଲା

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଉପାନ୍ତ ରାୟଗଡ଼ା ଜିଲା। ପାହାଡ଼, ଜଙ୍ଗଲ, ନଦୀ, ଝରଣା, ଆଦିବାସୀ ସଂସ୍କୃତି ଏବଂ ବିଭିନ୍ନ ମନ୍ଦିର ଜିଲାକୁ ସ୍ବତନ୍ତ୍ର ପରିଚୟ...

ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ କିଏ ଜାଣନ୍ତି

ଜୀବନର ସର୍ବଶ୍ରେଷ୍ଠ ପୁସ୍ତକ ହେଉଛି ଶିକ୍ଷକ। ଶିକ୍ଷକ କେବଳ ପୁସ୍ତକ ଜ୍ଞାନ ନୁହେଁ ବରଂ ପ୍ରତ୍ୟେକ ଅସ୍ତିତ୍ୱ ସହିତ ଜୀବନରେ ଏକତା ଏବଂ ପରିଚୟ ଚିହ୍ନିବାରେ...

ଝୁମର୍‌ ଝୁମ୍‌କା

ନାରୀର ପ୍ରିୟ ଆଭୂଷଣ ମଧ୍ୟରେ କାନର ଝୁମ୍‌କା ଅନ୍ୟତମ। ତେଣୁ ଝୁମ୍‌କାର ଭଲ ସଂଗ୍ରହ ଥାଏ ପ୍ରାୟ ସବୁ ମହିଳାଙ୍କ ପାଖରେ। ଭିନ୍ନ ଭିନ୍ନ ଡିଜାଇନର...

ଚିତା ବାଘଙ୍କ କବଳରୁ ନିଜ ଛୁଆକୁ ବଞ୍ଚାଇଲା ଜିରାଫ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଜିରାଫ ନିଜ ଛୁଆକୁ ଚିତା ବାଘଙ୍କ କବଳରୁ ବଞ୍ଚାଇଥିବା ଭିଡିଓ ବେଶ ଭାଇରାଲ...

୫୧ ବର୍ଷରେ ରାହୁଲ: ଛଦ୍ମନାମ ରଖି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ପାଠ; ମ୍ୟାନେଜମେଣ୍ଟ କମ୍ପାନୀରେ…

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଜି ହେଉଛି ଜନ୍ମଦିନ। ଶନିବାର ୫୧ ବର୍ଷର ହୋଇଛନ୍ତି ରାହୁଲ। ଗାନ୍ଧୀ-ନେହେରୁ ପରିବାରରୁ ଆସିଥିବା ରାହୁଲଙ୍କ ଜୀବନ ଏବଂ...

ସୁରକ୍ଷିତ ମାତୃତ୍ୱ ଅପରିହାର୍ଯ୍ୟ

ପୃଥିବୀର ପ୍ରତିଟି ଦେଶ ସୁରକ୍ଷିତ ମାତୃତ୍ୱ ଉପରେ ଗୁରୁତ୍ୱାରୋପ କରିଥାନ୍ତି। ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଦ୍ୱାରା ମାତୃ ଏବଂ ଶିଶୁ ମୃତ୍ୟୁ ହାର ରୋକା ଯିବା...

୭୦ ବର୍ଷ ଧରି ଅଦୃଶ୍ୟ ହୋଇଯାଇଥିଲା ଏହି ଗାଁ, ଏବେ ମିଳିଲା ଏମିତି

୭୦ ବର୍ଷ ପୂର୍ବରୁ ଇଟାଲୀ ହ୍ରଦରେ ଏକ ଗାଁ ହଜିଯାଇଥିବା ବେଳେ ବର୍ତ୍ତମାନ ଏହା ମିଳିଛି। ଅର୍ଥାତ୍‌ ଏହି ଗାଁ ୭୦ ବର୍ଷ ତଳେ ଅଦୃଶ୍ୟ...

Advertisement
Archives

Model This Week