Posted inଜାତୀୟ

ପୂର୍ବ ନାଗାଲାଣ୍ଡକୁ ନେଇ ଅଲଗା ରାଜ୍ୟ ଗଠନ ଲାଗି ୨୦ ବିଧାୟକ ଏକଜୁଟ…

କୋହିମା, ୪।୯ : ଆସନ୍ତା ବର୍ଷ ଆରମ୍ଭରେ ନାଗାଲାଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ପୂର୍ବ ଭାଗକୁ ଅଲଗା କରି ଏକ ନୂତନ ରାଜ୍ୟ ଗଠନ ପାଇଁ ଦାବି ଜୋର ଧରିଛି। ୨୦ ଜଣ ବିଧାୟକ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ଯୋଗ ନ ଦେବାକୁ କରାଯାଉଥିବା ଆହ୍ବାନକୁ ସମର୍ଥନ କରିଛନ୍ତି। ୬ ଟି ଜିଲ୍ଲା – ସୋମ, ତୁଏନସାଙ୍ଗ, କିଫିରେ, ଲୋଙ୍ଗଲେଙ୍ଗ, ନୋକଲାକ ଏବଂ ଶାମାଟର ଆଦି ୬ଟି ଜିଲା ପୂର୍ବ ନାଗାଲାଣ୍ଡ ଅଧୀନରେ ଆସନ୍ତି। ଏଠାରେ ଚାଙ୍ଗ, ଖିଆମନିଙ୍ଗନ, କୋନ୍ୟାକ, ଫୋମ, ସାଙ୍ଗତନ, ତିଖିର ଏବଂ ୟିମଖିଓଙ୍ଗ ଆଦି ସାତଟି ଜନଜାତିର ଲୋକ ଏସବୁ ଜିଲାରେ ବାସ କରନ୍ତି।

ଏହି ଅଞ୍ଚଳର ଏକ ପ୍ରଭାବଶାଳୀ ସଂଗଠନ ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପିପୁଲ୍ସ ଅର୍ଗାନାଇଜେସନ (ଇଏନପିଓ) ଅଗଷ୍ଟ ୨୬ ରେ ଦିମାପୁରରେ ନେତା, ସଂଗଠନ ଏବଂ ଏହି ଅଞ୍ଚଳର ଅନ୍ୟ ସଂଗଠନମାନଙ୍କ ସହ ଏକ ବୈଠକ କରି କୌଣସି ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା। ଯେପର୍ଯ୍ୟନ୍ତ, ଏକ ପୃଥକ ସୀମାନ୍ତ ନାଗାଲାଣ୍ଡ ରାଜ୍ୟ ପାଇଁ ସେମାନଙ୍କର ଦାବି ପୂରଣ ନ ହୋଇଛି। ଆନ୍ଦୋଳନ ଜାରି ରହିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି।

ପୂର୍ବାଞ୍ଚଳ ନାଗାଲାଣ୍ଡ ବିଧାନସଭା ୟୁନିଅନର ଜମି ସମ୍ବଳର ସଚିବ ତଥା ପରାମର୍ଶଦାତା ସି.ଏଲ ଜନ କହିଛନ୍ତି ଯେ ଏହି ଅଞ୍ଚଳର ୨୦ ଜଣ ବିଧାୟକ ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଯାଇପାରିବେ ନାହିଁ। ଏକ ଅଲଗା ରାଜ୍ୟ ଗଠନର ଦାବି ହେଉଛି ଏକ ଜନ ଆନ୍ଦୋଳନ ଏବଂ ଆମେ ଲୋକଙ୍କ ସହିତ ଅଛୁ। ନାଗାଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) କହିଛି ୨୦୧୦ ମସିହାରୁ ଏକ ପୃଥକ ରାଜ୍ୟ ପାଇଁ ଦାବି ନେଇ ଆନ୍ଦୋଳନ ଚାଲିଛି ଏବଂ ଇଏନପିଓ ପକ୍ଷରୁ ବହୁଥର ଏ ବାବଦରେ କେନ୍ଦ୍ରକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମାତ୍ର ଏ ସମ୍ପର୍କରେ କୌଣସି ଉତ୍ତର ନ ମିଳିବାରୁ ଲୋକମାନେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

କୋର୍ଟରୁ କେଜ୍‌ରିଓ୍ବାଲ୍‌ଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୨୨ା୪: କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଡାଇବେଟିସ୍‌ ସମ୍ବନ୍ଧରେ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri