Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବିନ୍‌ସର

ଉତ୍ତରାଖଣ୍ଡର ଅଲମୋରା ନିକଟସ୍ଥ ବିନ୍‌ସର ହେଉଛି ଏକ ସୁନ୍ଦର ପାହାଡିଆ ପର୍ଯ୍ୟଟନସ୍ଥଳୀ। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନକୁ ବୁଲିଗଲେ ଖୁବ୍‌ ମାନସିକ ଶାନ୍ତି ମିଳିଥାଏ। ଖାସ୍‌କରି ବିନ୍‌ସରରେ ଥିବା ‘ଜିରୋ ପଏଣ୍ଟ’ ନାମକ ସ୍ଥାନଟି ଦେଖିବାକୁ ଖୁବ୍‌ ଆକର୍ଷଣୀୟ ହୋଇଥାଏ। ଏଠାରେ ପ୍ରକୃତିର ବୈଭବକୁ ନିକଟରୁ ଉପଭୋଗ କରିବାର ଅନେକ ସୁଯୋଗ ରହିଥିବାର ମନେହୁଏ।

କ’ଣ ଦେଖିବେ
ବିନ୍‌ସରରେ ଏମିତି କେତେକ ପର୍ଯ୍ୟଟନସ୍ଥଳୀ ରହିଛି; ଯାହା ଆଗନ୍ତୁକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ବିଶେଷକରି ଏଠାରେ ଥିବା ଏକାଧିକ ଆଧ୍ୟାତ୍ମିକସ୍ଥଳୀ ଏବଂ ପଶୁପକ୍ଷୀଙ୍କ ପାଇଁ ଉଦ୍ଦିଷ୍ଟ ବନ୍ୟପ୍ରାଣୀ ଉଦ୍ୟାନ ସମସ୍ତଙ୍କୁ ଖୁବ୍‌ ଆନନ୍ଦ ଦେଇଥାଏ। ତନ୍ମଧ୍ୟରୁ କେତୋଟି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ…

ବିନ୍‌ସର ବନ୍ୟପ୍ରାଣୀ ଅଭୟାରଣ୍ୟ: ପ୍ରାୟ ୪୫.୫୯ ବର୍ଗ କି.ମି ପରିବ୍ୟାପ୍ତ ଅଞ୍ଚଳରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ସମୁଦ୍ରପତ୍ତନରୁ ପାଖାପାଖି ୨,୪୧୨ ମିଟର ଉଚ୍ଚତାରେ ଅବସ୍ଥିତ। ଏଠାରେ ବିଭିନ୍ନ ବନସ୍ପତି ବୃକ୍ଷ ସହିତ ଜାତିଜାତିକା ପଶୁପକ୍ଷୀ ଦେଖିବାକୁ ମିଳିଥାନ୍ତି। ଚିତାବାଘ, ଜଙ୍ଗଲି ବିଲେଇ, କସ୍ତୁରୀ ମୃଗ, ବାର୍‌ହା, କଳା ଭାଲୁ, ବିଲୁଆ ତଥା ନାନାଦି ଜାତିର ମାଙ୍କଡ଼ ଇତ୍ୟାଦି ପଶୁ ଏଠାରେ ମୁଖ୍ୟତଃ ଦେଖାଯାଇଥାନ୍ତି। ଅନ୍ୟପକ୍ଷେ ପ୍ରାୟ ୨୦୦ ପ୍ରଜାତିର ପକ୍ଷୀ ଏହି ଅଭୟାରଣ୍ୟରେ ସୁରକ୍ଷିତ ଭାବରେ ଥିବାର ଦେଖିବାକୁ ମିଳିଥାନ୍ତି। ଏସବୁ ବ୍ୟତିତ ଅନେକ ସରୀସୃପ ତଥା ଭିନ୍ନ ଭିନ୍ନ ପ୍ରଜାତିର ପ୍ରଜାପତିଙ୍କର ସମ୍ଭାର ବି ଏହି ଅଭୟାରଣ୍ୟରେ ରହିଛି।

ବିନେଶ୍ୱର ମହାଦେବ ମନ୍ଦିର: ବିନ୍‌ସରଠାରୁ ପ୍ରାୟ ୬ କି.ମି ଦୂରରେ ରହିଛି ଏହି ପବିତ୍ର ପୀଠଟି। ଦେବ ଦେବ ମହାଦେବଙ୍କୁ ସମର୍ପିତ ଏହି ମନ୍ଦିରଟିର ସୁନ୍ଦର କାରୁକାର୍ଯ୍ୟ ତଥା ଆଧ୍ୟାତ୍ମିକ ପରିବେଶ ଭକ୍ତଗଣଙ୍କୁ ବେଶ୍‌ ମୋହିତ କରିଥାଏ।

ବିନ୍‌ସର ହିଲ୍‌: ସମୁଦ୍ରପତ୍ତନଠାରୁ ପ୍ରାୟ ୨୪୨୦ମିଟର ଉଚ୍ଚତାରେ ଥିବା ଏହି ପାହାଡଟି ହେଉଛି ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ସ୍ଥାନ। ଟ୍ରେକିଂ ପାଇଁ ଏଠାରେ ରହିଛି ଅନେକ ସୁବିଧା। ସେଥିପାଇଁ ପ୍ରାୟତଃ ପର୍ଯ୍ୟଟକଙ୍କର ଏଠାରେ ଭିଡ଼ ଦେଖିବାକୁ ମିଳିଥାଏ।

ଗଣନାଥ ମନ୍ଦିର: ବିନ୍‌ସରଠାରୁ ପ୍ରାୟ ୨୫ କି.ମି ଦୂରରେ ରହିଛି ଏହି ମନ୍ଦିରଟି। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ଏକ ସ୍ବତନ୍ତ୍ର ମେଳାର ଆୟୋଜନ କରାଯାଇଥାଏ; ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି।
କାସାର୍‌ ଦେବୀ ମନ୍ଦିର: ବିନ୍‌ସରଠାରୁ ପ୍ରାୟ ୯ କି.ମି ଦୂରରେ ରହିଛି ଏହି ଦେବୀ ମନ୍ଦିର। ପର୍ଯ୍ୟଟକ ଚାହିଁଲେ ଏଠାକୁ ମଧ୍ୟ ବୁଲିଯାଇପାରିବେ।

କେବେ ଓ କେମିତି ଯିବେ
ବର୍ଷସାରା ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହୁଥିବାରୁ ପର୍ଯ୍ୟଟକ ଚାହିଁଲେ ଯେ କୌଣସି ସମୟରେ ଏଠାକୁ ବୁଲି ଆସିପାରିବେ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। କାଠଗୋଦାମ ହେଉଛି ଏଠାକାର ନିକଟତମ ରେଳଷ୍ଟେଶନ; ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ଟ୍ରେନ୍‌ ଚଳାଚଳ କରିଥାଏ।
ସେହିପରି ପର୍ଯ୍ୟଟକ ଚାହିଁଲେ ବିଭିନ୍ନ ସ୍ଥାନରୁ ବିନ୍‌ସର ଆସୁଥିବା ଟୁରିଷ୍ଟ ବସ୍‌ରେ ବି ଆସି ବୁଲିଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ସୂର୍ଯ୍ୟ ଉଦୟ ଦେଖି ହତବାକ୍‌ ହୋଇଯାଇଥିଲେ ଏହି ପରିବାର

ଲଣ୍ଡନ ଲଡସ୍‌ରେ ଜୁଲାଇ ୧୪ରେ ହେବାକୁ ଥିବା ଓ୍ବାଲର୍‌ଡ କପ୍‌ର ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ଗୋଟିଏ ପରିବାରର ୬ଜଣ ସଦସ୍ୟ ସଡ଼କ ପଥ ଦେଇ...

ଗାଈ ପିଠିରେ କୃଷକ ଲେଖିଲେ, ମୋତେ ବାହା ହେବ କି? ଯୁବତୀ ଦେଲେ ଏମିତି ଉତ୍ତର

ଇଂଲଣ୍ଡର ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରିବା ପାଇଁ ଭିନ୍ନ ଏକ ଉପାୟ ଆପଣାଇଛନ୍ତି। ଏହି ଯୁବକ ନିଜର ଦୁଇଟି ଗାଈଙ୍କ ପିଠିରେ ସ୍ପ୍ରେ ପେଣ୍ଟିଂରେ...

ଇଣ୍ଟରନେଟ୍‌କୁ ନୂଆ ରୂପ ଦେବ ମେଟାଭର୍ସ

ଲଣ୍ଡନ, ୨୦ା୧୦: ଦୁନିଆର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସ୍‌ବୁକ୍‌ ପାଇବ ନୂଆ ପରିଚୟ। ସୋସିଆଲ ମିଡିଆ ବଦଳରେ ଫେସ୍‌ବୁକ୍‌କୁ ‘ମେଟାଭର୍ସ’ରେ ପରିଣତ କରିବାକୁ...

ବିବାହ ପରେ ବି ପ୍ରେମରେ ପଡିଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ବଲିଉଡ୍‌ ପ୍ରେମ କାହାଣୀ ଯେତିକି ରୋଚକପୂର୍ଣ୍ଣ ଭାରତୀୟ ରାଜନେତାଙ୍କ ପ୍ରେମ କାହାଣୀ ମଧ୍ୟ ସେତିକି ରୋମାଞ୍ଚକର। ଏଠି ଅଧିକାଂଶ ନେତା ପ୍ରେମରେ ପଡି ଆସିଛନ୍ତି ଚର୍ଚ୍ଚାକୁ।...

ବୁଲା କୁକୁରଙ୍କ ସହ ଜନ୍ମଦିନ ପାଳିଲେ ଏହି ଯୁବକ, ଭିଡିଓ ଦେଖିଲେ ଆଖିରେ ଆସିବ ଲୁହ

କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ସେଥିପାଇଁ କିଛି ଲୋକ ଘରେ ଏହାକୁ ପାଳିବାକୁ ପସନ୍ଦ କରନ୍ତି। ସେହିଭଳି କିଛି ବୁଲା କୁକୁରଙ୍କ ସହ ଭିନ୍ନ...

ଜାଣନ୍ତି ଜିରାଫର ବେକ ଲମ୍ବା କାହିଁକି

ଚିଡ଼ିଆଖାନା ହେଉ କିମ୍ବା କୌଣସି ଜାତୀୟ ଉଦ୍ୟାନ, ଜିରାଫକୁ ନିଶ୍ଚିତ ଦେଖିଥିବେ। ଏହା ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲମ୍ବା। ଜିରାଫର ଲମ୍ବା ବେକ, ଗୋଡ଼ ଏବଂ...

ପରିତ୍ୟକ୍ତ ମାସ୍କରେ ସୁନ୍ଦର ଗାଉନ୍‌

କରୋନା ମହାମାରୀ ସମୟରେ ମାସ୍କର ଗୁରୁତ୍ୱ କେତେ ତାହା ସମସ୍ତେ ଜାଣନ୍ତି। ତେବେ ଏହାର ବହୁଳ ବ୍ୟବହାର ଯୋଗୁ ଏହାକୁ ନେଇ ଆବର୍ଜନା ବି ବଢ଼ିବାରେ...

ସିଡ୍‌ନୀ ସମୁଦ୍ରକୂଳରେ ବିଚିତ୍ର ଜୀବ

କାନବେରା: ଅଷ୍ଟ୍ରେଲିଆ ସିଡ୍‌ନୀର ବୋନ୍ଦି ସମୁଦ୍ର କୂଳ ବେଳାଭୂମିରେ ଏକ ବିଚିତ୍ର ଜୀବ ଦେଖିବାକୁ ମିଳିଛି। ଅଧ ମିଟର ଲମ୍ବର ଏହି ପ୍ରାଣୀର ମଣିଷଙ୍କ ଭଳି...

Advertisement
Archives

Model This Week