Posted inଜାତୀୟ

ଡ୍ରୋନ୍‌ରେ ସୀମା ପାର୍‌ ହେରୋଇନ୍‌ ଚୋରା ଚାଲାଣ, ବିଏସ୍‌ଏଫ୍‌ ଗୁଳି କରି ଖସାଇଲା …

ଅମୃତସର, ୯।୫ : ପାକିସ୍ତାନ ଭାରତ ବିରୋଧରେ ଷଡ଼ଯନ୍ତ୍ର ଜାରି ରହିଛି। ଡ୍ରୋନ୍‌ ମାଧ୍ୟମରେ ସୀମାବର୍ତ୍ତୀ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି ବିଭିନ୍ନ ନିଶାଦ୍ରବ୍ୟ ଚୋରା ଚାଲାଣ ପାକିସ୍ତାନ ଇଶାରାରେ କରାଯାଉଛି। ରବିବାର ରାତିରେ ବିଏସ୍‌ଏଫ୍‌ ଅମୃତସର ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛି।

ଡ୍ରୋନ୍‌ଟି ଭାରତୀୟ ଆକାଶ ମାର୍ଗ ସୀମାରେ ଅନୁପ୍ରବେଶ କରିଥିଲା। ଏହି ଡ୍ରୋନରୁ ଏକ ବ୍ୟାଗ ଜବତ କରାଯାଇଛି। ଏଥିରେ ଦଶ କିଲୋଗ୍ରାମ ୭୪ ଗ୍ରାମ ହିରୋଇନ ଜବତ ହୋଇଛି। ଡ୍ରୋନରେ ୯ ପ୍ୟାକେଟ ହେରୋଇନ୍‌ ଥିବା ବିଏସ୍‌ଏଫ୍‌ ଅଧିକାରୀ କହିଛନ୍ତି।

ଏହା ପୂର୍ବରୁ ବିଏସଏଫ ସୀମାରେ ପାକିସ୍ତାନର ଡ୍ରୋନ ଉଡ଼ି ବୁଲୁଥିଲା। ମେ ୭ ରେ ପାକିସ୍ତାନୀ ଡ୍ରୋନ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ପ୍ରସ୍ତୁତ ବିଏସ୍‌ଏଫ୍‌ କର୍ମଚାରୀମାନେ ତାଙ୍କ ଡ୍ରୋନ୍‌ ଉପରକୁ ଆଠ ରାଉଣ୍ଡ ଗୁଳି ଚଳାଇଥିଲେ। ଶେଷରେ ପାକିସ୍ତାନୀ ଡ୍ରୋନଟି ଫେରି ଯାଇଥିଲା।

ପଞ୍ଜାବର ବହୁ ଗାଁ ପାକିସ୍ତାନ ସୀମାକୁ ଲାଗିଛି। ଏଥିମଧ୍ୟରେ ହାଓ୍ବେଲିସ, ମହାଓ୍ବା, ରାଜତାଲ, ଧନୋଏ କାଲାଂ, ପୁଲ କଞ୍ଜାରି ଆଦିଠାରେ ଚୋରା ଚାଲାଣକାରୀମାନେ ସକ୍ରିୟ ରହିଛନ୍ତି। ପାକିସ୍ତାନୀ ଚୋରା ଚାଲାଣକାରୀମାନେ ସେମାନଙ୍କ ସହିତ ଯୋଗାଯୋଗ କରି ସୀମା ପାର କରି କ୍ଷେତରେ ଅସ୍ତ୍ରଶସ୍ତ୍ର ଏବଂ ହିରୋଇନ ଡ୍ରୋନ୍‌ ମାଧ୍ୟମରେ ପକାଇଥାନ୍ତି।

ଦିନକୁ ଦିନ ବୃଦ୍ଧି ପାଉଥିବା ଡ୍ରୋନର ସୀମା ପାର୍‌ ଘଟଣା ବିଏସ୍‌ଏଫ୍‌କୁ ଚିନ୍ତାରେ ପକାଇଛି। ସୀମାନ୍ତ ଗ୍ରାମଗୁଡ଼ିକରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ପାଟ୍ରୋଲିଂ ଦଳ ପ୍ରତି ଘଣ୍ଟାରେ ପାଟ୍ରୋଲିଂ କରିଥାନ୍ତି। ଗାଁରେ ଦେଖାଯାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରାଯାଇ ପଚରାଉଚରା କରାଯାଏ ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଗ୍ରାମ ସରପଞ୍ଚଙ୍କ ଦ୍ୱାରା ମଧ୍ୟ ଚିହ୍ନଟ କରାଯାଉଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri