ମୃତ୍ୟୁ ପୂର୍ବରୁ ପଡ଼ୋଶୀଙ୍କ ନାମରେ ୫୫ କୋଟିର ସମ୍ପତ୍ତି ଲେଖିଦେଲେ ବୃଦ୍ଧା, ଜଣାପଡ଼ିବା ପରେ…

ସାଧାରଣତଃ ଯଦି ପରିବାରରେ କୌଣସି ଝଗଡ଼ା ହୁଏ ତେବେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହୋଇଥାଏ। ଏପରି ସ୍ଥିତିରେ କୌଣସି ବ୍ୟକ୍ତି ଇଞ୍ଚେ ଜାଗା ବି କାହାକୁ ଛାଡ଼ିବା ପାଇଁ ରାଜି ହୋଇ ନ ଥାନ୍ତି। ଫଳରେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ। ମାତ୍ର ଜର୍ମାନୀର ଜଣେ ବୃଦ୍ଧା ତାଙ୍କର ପଡ଼ୋଶୀଙ୍କୁ କୋଟିଏ କି ଦୁଇ କୋଟି ନୁହଁ, ଏକାବେଳକେ ୫୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦେଇଦେଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।
ଜର୍ମାନୀର ବର୍ଲିନ ସହରରେ ରହୁଥିବା ରେନେଟ୍‌ ନାମକ ଜଣେ ବୃଦ୍ଧା ରାତାରାତି ପଡ଼ୋଶୀଙ୍କୁ ୫୫.୩୫ କୋଟି ଟଙ୍କାର ସମ୍ପତ୍ତି ଦେଇଦେଇଛନ୍ତି। ଏହି ବୃଦ୍ଧା ୨୦୧୯ରୁ ମୃତ୍ୟୁବରଣ କରିସାରିଲେଣି। ମାତ୍ର ଯିବା ପୂର୍ବରୁ ପଡ଼ୋଶୀଙ୍କ ନାମରେ ସମସ୍ତ ସମ୍ପତ୍ତି କରିଦେଇଯାଇଛନ୍ତି। ରେନେଟ୍‌ ତାଙ୍କ ସ୍ବାମୀ ଆଲଫ୍ରେଡ୍‌ ଓ୍ବେସେଲଙ୍କ ସହିତ କେନ୍ଦ୍ରୀୟ ଜର୍ମାନୀର ହେସର ଓ୍ବାଲ୍ଡୋଲପ୍ସର ଓ୍ବେର୍ଫେଲଡେନ୍‌ ଜିଲାରେ ରହୁଥିଲେ। ଏହି କ୍ଲଷ୍ଟର ୬ଟି ଗାଁକୁ ନେଇ ଗଠିତ। ତାଙ୍କ ସ୍ବାମୀ ଆଲଫ୍ରେଡ୍‌ ଷ୍ଟକ୍‌ ମାର୍କେଟରେ ବିନିଯୋଗ କରୁଥିଲେ। ସେ ଏଥିରୁ ବହୁତ ରୋଜଗାର କରୁଥିଲେ। ତେବେ ୨୦୧୪ରେ ଆଲ୍‌ଫ୍ରେଡ୍‌ଙ୍କ ମୃତ୍ୟୁ ଘଟିଥିଲା। ୨୦୧୬ରୁ ଫ୍ରାଙ୍କଫର୍ଟର ଏକ ନର୍ସିଂହୋମ୍‌ରେ ରହୁଥିବା ରେନେଟ୍‌ ମଧ୍ୟ ୨୦୧୯ ଡିସେମ୍ବରରେ ମୃତ୍ୟୁବରଣ କରିଥିଲେ। ରେନେଟ୍‌ଙ୍କ ଭଉଣୀ ତାଙ୍କର ମୂଳ ଉତ୍ତରାଧିକାରୀ। ତାଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି।
ଏପ୍ରିଲରେ ଜିଲା ପ୍ରଶାସନ ତାଙ୍କ ଇଚ୍ଛା ବିଷୟରେ ସୂଚନା ଦେଇ କହିଥିଲେ ଯେ, ରେନେଟ୍‌ ତାଙ୍କ ବ୍ୟାଙ୍କ ବାଲାନ୍ସ ଶେୟାର ଏବଂ ମୂଲ୍ୟବାନ ସମ୍ପତ୍ତି ଛାଡ଼ିଛନ୍ତି। ବୃଦ୍ଧାଙ୍କ ସମ୍ପତ୍ତିକୁ ଅନେକ ପଡ଼ୋଶୀଙ୍କ ନାମରେ ଭାଗ କରିଥିଲେ। ତଥାପି ପଡ଼ୋଶୀମାନେ ଏହି ଅର୍ଥକୁ ବ୍ୟକ୍ତିଗତ ଖର୍ଚ୍ଚରେ ଲଗାଇ ପାରିବେ ନାହିଁ ଏହା ଜିଲାର ବିକାଶରେ ବ୍ୟବହୃତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri