ମୃତ୍ୟୁ ପୂର୍ବରୁ ପଡ଼ୋଶୀଙ୍କ ନାମରେ ୫୫ କୋଟିର ସମ୍ପତ୍ତି ଲେଖିଦେଲେ ବୃଦ୍ଧା, ଜଣାପଡ଼ିବା ପରେ…

ସାଧାରଣତଃ ଯଦି ପରିବାରରେ କୌଣସି ଝଗଡ଼ା ହୁଏ ତେବେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହୋଇଥାଏ। ଏପରି ସ୍ଥିତିରେ କୌଣସି ବ୍ୟକ୍ତି ଇଞ୍ଚେ ଜାଗା ବି କାହାକୁ ଛାଡ଼ିବା ପାଇଁ ରାଜି ହୋଇ ନ ଥାନ୍ତି। ଫଳରେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ। ମାତ୍ର ଜର୍ମାନୀର ଜଣେ ବୃଦ୍ଧା ତାଙ୍କର ପଡ଼ୋଶୀଙ୍କୁ କୋଟିଏ କି ଦୁଇ କୋଟି ନୁହଁ, ଏକାବେଳକେ ୫୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦେଇଦେଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।
ଜର୍ମାନୀର ବର୍ଲିନ ସହରରେ ରହୁଥିବା ରେନେଟ୍‌ ନାମକ ଜଣେ ବୃଦ୍ଧା ରାତାରାତି ପଡ଼ୋଶୀଙ୍କୁ ୫୫.୩୫ କୋଟି ଟଙ୍କାର ସମ୍ପତ୍ତି ଦେଇଦେଇଛନ୍ତି। ଏହି ବୃଦ୍ଧା ୨୦୧୯ରୁ ମୃତ୍ୟୁବରଣ କରିସାରିଲେଣି। ମାତ୍ର ଯିବା ପୂର୍ବରୁ ପଡ଼ୋଶୀଙ୍କ ନାମରେ ସମସ୍ତ ସମ୍ପତ୍ତି କରିଦେଇଯାଇଛନ୍ତି। ରେନେଟ୍‌ ତାଙ୍କ ସ୍ବାମୀ ଆଲଫ୍ରେଡ୍‌ ଓ୍ବେସେଲଙ୍କ ସହିତ କେନ୍ଦ୍ରୀୟ ଜର୍ମାନୀର ହେସର ଓ୍ବାଲ୍ଡୋଲପ୍ସର ଓ୍ବେର୍ଫେଲଡେନ୍‌ ଜିଲାରେ ରହୁଥିଲେ। ଏହି କ୍ଲଷ୍ଟର ୬ଟି ଗାଁକୁ ନେଇ ଗଠିତ। ତାଙ୍କ ସ୍ବାମୀ ଆଲଫ୍ରେଡ୍‌ ଷ୍ଟକ୍‌ ମାର୍କେଟରେ ବିନିଯୋଗ କରୁଥିଲେ। ସେ ଏଥିରୁ ବହୁତ ରୋଜଗାର କରୁଥିଲେ। ତେବେ ୨୦୧୪ରେ ଆଲ୍‌ଫ୍ରେଡ୍‌ଙ୍କ ମୃତ୍ୟୁ ଘଟିଥିଲା। ୨୦୧୬ରୁ ଫ୍ରାଙ୍କଫର୍ଟର ଏକ ନର୍ସିଂହୋମ୍‌ରେ ରହୁଥିବା ରେନେଟ୍‌ ମଧ୍ୟ ୨୦୧୯ ଡିସେମ୍ବରରେ ମୃତ୍ୟୁବରଣ କରିଥିଲେ। ରେନେଟ୍‌ଙ୍କ ଭଉଣୀ ତାଙ୍କର ମୂଳ ଉତ୍ତରାଧିକାରୀ। ତାଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି।
ଏପ୍ରିଲରେ ଜିଲା ପ୍ରଶାସନ ତାଙ୍କ ଇଚ୍ଛା ବିଷୟରେ ସୂଚନା ଦେଇ କହିଥିଲେ ଯେ, ରେନେଟ୍‌ ତାଙ୍କ ବ୍ୟାଙ୍କ ବାଲାନ୍ସ ଶେୟାର ଏବଂ ମୂଲ୍ୟବାନ ସମ୍ପତ୍ତି ଛାଡ଼ିଛନ୍ତି। ବୃଦ୍ଧାଙ୍କ ସମ୍ପତ୍ତିକୁ ଅନେକ ପଡ଼ୋଶୀଙ୍କ ନାମରେ ଭାଗ କରିଥିଲେ। ତଥାପି ପଡ଼ୋଶୀମାନେ ଏହି ଅର୍ଥକୁ ବ୍ୟକ୍ତିଗତ ଖର୍ଚ୍ଚରେ ଲଗାଇ ପାରିବେ ନାହିଁ ଏହା ଜିଲାର ବିକାଶରେ ବ୍ୟବହୃତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ବି ପୋଲିସ ହେବାକୁ ଚାହୁଁ ନ ଥିଲେ ଗୁପ୍ତେଶ୍ୱର ପାଣ୍ଡେ: ଏହି ଘଟଣା ଯୋଗୁ ଜିଦ୍‌ରେ ପାଲଟିଥିଲେ ଆଇପିଏସ୍‌

ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବିହାରର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ପ୍ରଥମେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତକୁ...

କଥା ଦିଆସିଲିର

ଦିନଥିଲା ପଥରକୁ ପଥର ଘଷି ନିଆଁ ଜଳା ଯାଉଥିଲା। ଯାହାକି ବେଶ୍‌ କଷ୍ଟକର କାମ ଥିଲା। ହଠାତ୍‌ ନିଆଁର ଆବଶ୍ୟକତା ପଡିଲେ ତାହା ପୂରଣ ହେଇପାରୁ...

ଅଣୁ ଅସ୍ତ୍ର: ନାଟୋ ବନାମ ରୁଷିଆ

ବ୍ରସେଲ୍ସ, ୧୮ା୧୦: ଫେଡେରେଶନ ଅଫ୍‌ ଆମେରିକାନ୍‌ ସାଇଣ୍ଟିଷ୍ଟ୍‌ ଅନୁସାରେ, ବିଶ୍ୱରେ ୯ ଦେଶ ନିକଟରେ ପ୍ରାୟ ୧୨,୭୦୦ ନ୍ୟୁକ୍ଲିୟର ଅସ୍ତ୍ର ରହିଛି। ସେଥିରୁ ୯୦% କେବଳ...

ପବନ ଟର୍ବାଇନର ବ୍ଲେଡରେ ସାଇକେଲ ଚଳାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ପ୍ରାୟତଃ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଫଟୋ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଭାଇରାଲ ଭିଡିଓରେ, ଜଣେ ବ୍ୟକ୍ତି...

ମୋଦିଙ୍କୁ ଟି-ଶର୍ଟ ଉପହାର ଦେଲେ ବାଇଡେନ

ଓ୍ବାଶିଂଟନ,୨୪।୬: ଭାରତୀୟ-ଆମେରିକୀୟ କମ୍ପାନୀର ସିଇଓମାନଙ୍କ ସହ ଏକ ବୈଠକରେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ବତନ୍ତ୍ର ଟି-ଶର୍ଟ ଉପହାର ଦେଇଛନ୍ତି ଯେଉଁଥିରେ...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଜୋ ବାଇଡେନ ଆଗରେ

ଓ୍ବାଶିଂଟନ୍‌,୪।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଗଣତି ଅନୁଯାୟୀ, ଡେମୋକ୍ରାଟ୍ସ ପାର୍ଟିର ରାଷ୍ଟ୍ରପତି...

ସରକାର ଘୋଷଣା କଲା ତାଲିବାନ୍‌

କାବୁଲ,୭।୯: ଆତଙ୍କବାଦୀ ଗୋଷ୍ଠୀ ତାଲିବାନ୍‌ ଏହାର ବରିଷ୍ଠ ଅଧିକାରୀଙ୍କୁ ନେଇ ମଙ୍ଗଳବାର ଆଫଗାନିସ୍ତାନ ସରକାର ଗଠନ କରିଛି। ତାଲିବାନ୍‌ର ନେତୃତ୍ୱ ପରିଷଦ ମୁଖ୍ୟ ମୁଲା ମହମ୍ମଦ...

ମୃତ୍ୟୁ ମୁହଁରୁ ଓ୍ବରର୍ଥୋଗକୁ ଟାଣି ଆଣିଲେ ୨ ଜଳହସ୍ତୀ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

Advertisement
Archives

Model This Week