ମଣ୍ଡିରେ ଜୋର୍‌ ଧରିଲା କଟନୀଛଟନୀ: ଧାନକେଣ୍ଡା ଧରି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ ଚାଷୀ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍‌ ଧରିଛି। ଅନ୍ୟପଟେ ଚଳିତ ସପ୍ତାହରେ ତୁହାକୁ ତୁହା ବର୍ଷା ହେଉଛି। କ୍ଷେତ, ଖଳାଠାରୁ ଆରମ୍ଭ କରି ବିଭିନ୍ନ ଖୋଲାମଣ୍ଡିରେ ରହିଥିବା ଧାନ ଏଥିରେ ପ୍ରଭାବିତ ହେଉଛି। କ୍ଷେତରେ ଧାନପେଟା ବର୍ଷାପାଣି ଘେରରେ ରହି ନଷ୍ଟ ହେଉଛି। ଅନ୍ୟପଟେ ଅମଳ ଅବସ୍ଥାରେ ରହିଥିବା ଧାନଗଛ ମଧ୍ୟ କ୍ଷେତରେ ଢ଼ଳି ପଡ଼ି ପ୍ରଭାବିତ ହୋଇଛି। ସେହିପରି କ୍ଷେତ, ଖଳା ଏବଂ ଖୋଲାମଣ୍ଡିରେ ରହିଥିବା ଧାନ ଓଦା ହେବାରୁ ତାହା ଶୁଖାଇବା ପାଇଁ ଚାଷୀଙ୍କୁ ହଇରାଣ ହରକତ ହେବାକୁ ପଡ଼ିଛି। ଧାନ ଅମଳ ସମୟରେ ଏଭଳି ବର୍ଷା ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି।
ଏହି କ୍ରମରେ ଗୁରୁବାର ଜିଲାର ବରପାଲି ତହସିଲ ଅନ୍ତର୍ଗତ କୁମ୍ଭାରୀ ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲେ। ସେମାନଙ୍କୁ ଇନପୁଟ୍‌ ସବସିଡ଼ି ଏବଂ ବୀମା କ୍ଷତିପୂରଣ ଯୋଗାଇବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସ୍ମାରକପତ୍ରରେ ଚାଷୀମାନେ ଉଲ୍ଲେଖ କରିଛନ୍ତି, ଗତ ୨୨ରୁ ୨୭ତାରିଖ ପର୍ଯ୍ୟନ୍ତ କ୍ରମାଗତ ବର୍ଷା ହୋଇଥିଲା। ଦୀର୍ଘ ୬ଦିନ ବର୍ଷା ହେବା ଯୋଗୁ ଏହାର ପ୍ରଭାବରେ କ୍ଷେତ, ଖଳାରେ ରହିଥିବା ଧାନ ବ୍ୟାପକ କ୍ଷତି ହୋଇଛି। କ୍ଷେତରେ କଟାହୋଇ ପଡ଼ିଥିବା ଧାନପେଟାଗୁଡ଼ିକ ୭୦ପ୍ରତିଶତ ନଷ୍ଟ ହୋଇଥିବା ଚାଷୀମାନେ କହିଛନ୍ତି। ଧାନପେଟା ବର୍ଷାଜଳ ଯୋଗୁ ପଚିଯାଇଛି। ଫଳରେ ସେଥିରୁ କିଛି ଅମଳ ହେବା ଆଶା ଆଦୌ ନାହିଁ। ସେହିପରି କ୍ଷେତରେ ଠିଆ ହୋଇ ରହିଥିବା ଧାନ ମଧ୍ୟ ୫୦ପ୍ରତିଶତ ନଷ୍ଟ ହୋଇଥିବାବେଳେ ଅମଳ ହୋଇ ରହିଥିବା ଚୂନଧାନ ୭୦ପ୍ରତିଶତ ନଷ୍ଟ ହୋଇଥିବା ଚାଷୀମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। କୁମ୍ଭାରୀ ପଞ୍ଚାୟତର ରାଧେଶ୍ୟାମ ନାୟକ, ଗୁଣନିଧି ପଧାନ, ଭାଗ୍ୟବନ୍ତ ପଧାନ, ପ୍ରେମାନନ୍ଦ ନାୟକ, ଡାକ୍ତର ପଧାନ, ଉପେନ୍ଦ୍ର ସାହୁ, ରବୀନ୍ଦ୍ର ନାୟକ, ବଳରାମ ନାୟକ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।
ପ୍ରକାଶଥାଉକି, ଗତ ୧୪ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ୧୮୯ ମଣ୍ଡିରେ ଧାନ କିଣାବିକା ଚାଲିଛି। ତେବେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍‌ ଧରିଥିବା ସମୟରେ କ୍ରମାଗତ ବର୍ଷା ଚାଷୀଙ୍କୁ ଚଡ଼କ ସଦୃଶ ହୋଇଛି। ଚାଷୀଙ୍କ ଧାନ ଅମଳ ବାଧାପ୍ରାପ୍ତ ହେବା ସହିତ ଧାନ ଉଠାଣ ପ୍ରକ୍ରିୟା ମଧ୍ୟ ଶିଥିଳ ହୋଇ ପଡ଼ିଛି। ଅପରପକ୍ଷେ ଭିତ୍ତିଭୂମି ଅଭାବରୁ ଖୋଲାମଣ୍ଡିରେ ରହିଥିବା ଧାନ ବର୍ଷାରେ ପ୍ରଭାବିତ ହେଉଥିବାବେଳେ କ୍ଷେତ, ଖଳାରେ ରହିଥିବା ଧାନ ଅଧିକ ପ୍ରଭାବିତ ହୋଇଛି। ଏହାକୁ ନେଇ ଚାଷୀ ହତାଶ ହୋଇ ପଡ଼ିଥିବାବେଳେ ମଣ୍ଡି ଗୁଡ଼ିକରେ କଟନୀଛଟନୀ ଜୋର୍‌ ଧରିଛି। ମଣ୍ଡି ଖୋଲିବା ଆରମ୍ଭରୁ ଧାନ କୁଇଣ୍ଟାଲ ପ୍ରତି ୧କି.ଗ୍ରାରୁ ୨କି.ଗ୍ରା ପର୍ଯ୍ୟନ୍ତ କଟନୀଛଟନୀ ହେଉଥିବାବେଳେ ବର୍ତ୍ତମାନ ଏହା ୪କି.ଗ୍ରାରୁ ୫କି.ଗ୍ରା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। କଟନୀଛଟନୀ ପ୍ରକ୍ରିୟାକୁ ଜିଲା ପ୍ରଶାସନ ନିୟନ୍ତ୍ରଣ ନ କଲେ ଅନେକ ଚାଷୀ ସେମାନଙ୍କ କଷ୍ଟୋପାର୍ଜିତ ଧାନର ପ୍ରାପ୍ୟରାଶି ପାଇବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ସେହିପରି କଟନୀଛଟନୀକୁ ବିରୋଧ କରିବା ପାଇଁ ଚାଷୀମାନ ବିଭିନ୍ନ ସ୍ଥାନରେ ସଙ୍ଗଠିତ ହେଉଥିବା ଯୋଗୁ ଏହାକୁ ନେଇ ଆଗାମୀ ଦିନରେ ଏକ ବଡ଼ ଚାଷୀ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଏଣ୍ଟ୍ରି: ମାସେ ଯାଏ ୫ ରାଶିଙ୍କୁ ଫାଇଦା ହିଁ ଫାଇଦା, ମାଲାମାଲ ହେବେ…

ନବଗ୍ରହଙ୍କ ମଧ୍ୟରେ ରାଜାର ପଦବୀ ପାଇଥିବା ସୂର୍ଯ୍ୟଦେବ ୧୭ ସେପ୍ଟେମ୍ୱରରେ ନିଜର ମିତ୍ର ଗ୍ରହ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରିସାରିଛନ୍ତି। ସେ ୧୭ ଅକ୍ଟୋବର ୨୦୨୬…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?