ସାବଧାନ! ଜଣଙ୍କ ପରେ ଜଣଙ୍କୁ ଟାଣି ନେଉଛି କୁମ୍ଭୀର, ଏବେ ବି ନଦୀରେ ଘୂରି ବୁଲୁଛି

ମହାକାଳପଡ଼ା,୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଗୋବରୀ ନଦୀର କାଉସପାଳ ଫେରୁଘାଟଠାରେ ଏକ ୨୦ ଫୁଟ ଲମ୍ବର ବଉଳ କୁମ୍ଭୀର ଘୂରି ବୁଲୁଛି। ଏହାକୁ ନେଇ ନଦୀ କୂଳିଆ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି। ପାଣିରେ ପ୍ରବେଶ କରିବା ମାତ୍ରେ କୁମ୍ଭୀର ଆକ୍ରମଣରେ ଶିକାର ହେଉଥିବା ଅଭିଯୋଗ ହେଉଛି। କିଛି ମାସ ମଧ୍ୟରେ ବେଣାକନ୍ଧା ମୌଜାର ଜଣେ ମହିଳାକୁ କୁମ୍ଭୀର ଟାଣି ଟାଣି ନେଇଥିଲା। ପରଦିନ କିଛି ଦୂରରେ ମହିଳାଙ୍କ ମୃତଦେହ ଜବତ ହୋଇଥିଲା। ସେହିପରି ଚଳିତ ମାସ ପ୍ରଥମ ସପ୍ତାହରେ କାଉଶପାଳ ମୌଜାର ଜଣେ ମତ୍ସ୍ୟଜୀବୀ ଭଉଁରୀ ଜାଲ ପକାଇବା ବେଳେ କୁମ୍ଭୀର ଟାଣି ନେଇଥିଲା। ପରଦିନ ଉକ୍ତ ସ୍ଥାନରୁ ମତ୍ସ୍ୟଜୀବୀଙ୍କୁ ମୃତଦେହ ଉଦ୍ଧାର କରାଯାଇଥିଲା। ସେହିପରି ୨ ଦିନ ପୂର୍ବରୁ ବାହାର ସୋବଳା ମୌଜାର ଜଣେ ମହିଳା ଶୌଚ ହେବାକୁ ଯାଇ ଗୋବରୀ ନଦୀରେ କୁମ୍ଭୀର ଟାଣି ନେଇଥିଲା। ଏବେ ନିଖୋଜ ମହିଳାଙ୍କ ମୃତଦେହ ଏକଲପୁର ଫେରିଘାଟଠାରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଯୁବକ ମାନେ ଦେଖିଥିଲେ। ପରିବାର ଲୋକ ନଦୀରୁ ମହିଳାଙ୍କ ମୃତଦେହକୁ ରବିବାର ଅପରାହ୍ନରେ ଉଦ୍ଧାର କରିଛନ୍ତି। ଅପରପକ୍ଷରେ ୨ ବର୍ଷ ପୂର୍ବେ ଖରିନାସୀ ଅଞ୍ଚଳର ମହିଳାଙ୍କୁ ମାଛ ଧରିବା ସମୟରେ କୁମ୍ଭୀର ଟାଣି ନେଇଥିଲା। ପରେ ମୃତଦେହ ଉଦ୍ଧାର କରାଯାଇଥିଲା। ସେହିପରି କିଛି ମାସ ପୂର୍ବରୁ ବାଘୁଆମେଦ ମୌଜାର ଚାଷୀ ଓ ଜଙ୍ଗଲ ଘେରି ଅଞ୍ଚଳର ମତ୍ସ୍ୟଜୀବୀ ରାମଚଣ୍ଡି ଗଳିଆ ନାଳରେ ମାଛ ଧରିବା ବେଳେ କୁମ୍ଭୀର ସହିତ ଲଢ଼େଇ କରି ଜୀବନ ବଞ୍ଚାଇ ପାରିଥିଲେ। ବନ ବିଭାଗ ପକ୍ଷରୁ ନଦୀ ନାଳରେ ପ୍ରବେଶ ନ କରିବା ପାଇଁ ବାରଣ କରାଯାଇଛି। ହେଲେ ଲୋକମାନେ ଜୀବନ ଜୀବିକା ନିର୍ବାହ ପାଇଁ ନଦୀନାଳରେ ପ୍ରବେଶ କରି ମାଛ କଙ୍କଡ଼ା ଧରି ପରିବାର ପ୍ରତିପୋଷଣ କରୁଛନ୍ତି। କେତେଜଣ ମହିଳା ମାନେ କହିବା କଥା ନଦୀରୁ ପାଣି ଛାଡିବା ପରେ ଆଣ୍ଠୁଏ ପାଣିରେ ଚୁନା ମାଛ, ଚିଙ୍ଗୁଡ଼ି, କଙ୍କଡା ଅଣ୍ଡାଳି ଅଣ୍ଡାଳି ଧରିଥାଉ। ଆମ ଆଗରେ ପଛରେ କୁମ୍ଭୀରକୁ ସାମ୍ନା କରିବାକୁ ପଡ଼େ ବୋଲି ଲକ୍ଷ୍ମୀ ମଣ୍ଡଳ, ଭବାନୀ ମାନ୍ନା , ଶକୁନ୍ତଳା ମଣ୍ଡଳ, ମନୋରମା ଦାସ, କୁସୁମ ମଣ୍ଡଳ, କୁମୁଦିନି ମଣ୍ଡଳ ପ୍ରମୁଖ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁନି ତୈଳ ସ୍ଥିତି, ବଢ଼ିଲାଣି କଳାବଜାର

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଓଡ଼ିଶାରେ ଦେଖା ଦେଇଥିବା ତୈଳ ସଙ୍କଟ ସ୍ଥିତିରେ ଶନିବାର ସୁଦ୍ଧା ସୁଧାର ଆସିପାରି ନାହିଁ। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ…

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri