Posted inଖେଳ

ରାଉଣ୍ଡ ଅଫ୍‌ ୧୬ରେ କ୍ରୋଏସିଆ: ୟୁରୋକପ୍‌ରୁ ସ୍କଟ୍‌ଲାଣ୍ଡ ଆଉଟ

ଗ୍ଲାସଗୋ,୨୪।୬: ୟୁରୋକପ୍‌ରେ କ୍ରୋଏସିଆ ନକ୍‌ଆଉଟ ପର୍ଯ୍ୟାୟକୁ ଉଠିଛି। ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ୍‌ ଡି’ ମୁକାବିଲାରେ କ୍ରୋଏସିଆ ୩-୧ ଗୋଲରେ ସ୍କଟ୍‌ଲାଣ୍ଡକୁ ହରାଇ ଏହି ସଫଳତା ପାଇଛି। କ୍ରୋଏସିଆ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ହାସଲ କରି ଉନ୍ନତ ଗୋଲ ବ୍ୟବଧାନରେ ରାଉଣ୍ଡ ଅଫ୍‌ ୧୬ ପର୍ଯ୍ୟାୟକୁ ଉଠିଛି। ଅନ୍ୟପଟେ ପରାଜୟ ସହ ସ୍କଟ୍‌ଲାଣ୍ଡ ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଡ୍ର ଓ ୨ଟି ପରାଜୟ ସହ ସ୍କଟ୍‌ଲାଣ୍ଡ ୧ ପଏଣ୍ଟ ପାଇ ଗ୍ରୁପ୍‌ ଡି’ର ଚତୁର୍ଥ ସ୍ଥାନରେ ରହିଛି।
ଅଧିନାୟକ ଲୁକା ମୋଡ୍ରିକ କ୍ରୋଏସିଆର ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ୩୫ ବର୍ଷରେ ପଦାର୍ପଣ କରିଥିବାରୁ ମୋଡ୍ରିକଙ୍କର ଏହା ଶେଷ ୟୁରୋକପ୍‌ ଟୁର୍ନାମେଣ୍ଟ ବୋଲି କୁହାଯାଇପାରେ। ୧୭ତମ ମିନିଟ୍‌ରେ ନିକୋଲା ଭ୍ଲାସିକ ଗୋଲ ଦେଇ କ୍ରୋଏସିଆକୁ ଅଗ୍ରଣୀ କରାଇଥିଲେ। ଏହାପରେ ୪୨ତମ ମିନିଟ୍‌ରେ ସ୍କଟ୍‌ଲାଣ୍ଡ ତରଫରୁ କାଲମ ମ୍ୟାକ୍‌ଗ୍ରେଗର ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନସ୍ଥିତିକୁ ଆଣିଥିଲେ। ୬୨ତମ ମିନିଟ୍‌ରେ ମୋଡ୍ରିକ ଏକ ସୁନ୍ଦର ଗୋଲ ପ୍ରଦାନ କରି କ୍ରୋଏସିଆକୁ ପୁଣି ଅଗ୍ରଣୀ କରାଇଥିଲେ। ଶେଷରେ ୭୭ତମ ମିନିଟ୍‌ରେ କ୍ରୋଏସିଆ ପକ୍ଷରୁ ଇଭାନ ପେରିସ୍‌କ ଗୋଲ ଦେଇ ବିଜୟ ବ୍ୟବଧାନ ବଢାଇଥିଲେ। ବଲ ପଜେସନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ କ୍ରୋଏସିଆ ବହୁ ଆଗରେ ରହିଥିଲା। ଘରୋଇ ପରିବେଶରୁ ମଧ୍ୟ ସ୍କଟ୍‌ଲାଣ୍ଡ ଫାଇଦା ଉଠାଇପାରି ନ ଥିଲା। ଏହି ଗୋଲ ମୋ ପାଇଁ ଓ ଦଳ ଲାଗି ବହୁତ ମହତ୍ତ୍ୱ ରଖୁଛି ବୋଲି ମୋଡ୍ରିକ କହିଛନ୍ତି। ତେବେ ଦଳର ବିଜୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ୨୦୧୮ରେ ବାଲାନ ଡି’ଅର ପୁରସ୍କାର ହାସଲ କରିଥିବା ମୋଡ୍ରିକ କ୍ରୋଏସିଆକୁ ସେହିବର୍ଷ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚାଇଥିଲେ। ବିଜୟ ପରେ ମୋଡ୍ରିକ ଓ କୋଚ୍‌ ଜ୍ଲାଟକୋ ଡାଲିକ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଅନ୍ୟପଟେ ସ୍କଟ୍‌ଲାଣ୍ଡର ପ୍ରଦର୍ଶନ ଆଶାନୁରୂପ ହୋଇପାରି ନ ଥିଲା। କ୍ରୋଏସିଆ ଭଲ ଖେଳିଥିଲା ଓ ବିଜୟର ହକ୍‌ଦାର ବୋଲି ସ୍କଟ୍‌ଲାଣ୍ଡ କୋଚ୍‌ ଷ୍ଟିଭ କ୍ଲାର୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୋଲାଣ୍ଡରେ ଆର୍ମି ଫିଲ୍ଡ ହକିକୁ ବଞ୍ଚାଇ ରଖିଛି: କୋଚ୍‌ କାରୋଲ ସ୍ନିଜେକ୍‌

ଭୁବନେଶ୍ୱର, ୧୧ା୬-ୟୁରୋପୀୟ ଦେଶ ପୋଲାଣ୍ଡରେ ଆର୍ମି ଫିଲ୍ଡ ହକି ଖେଳକୁ ବଞ୍ଚାଇ ରଖିଛି। ଏହି ଦେଶରେ ପ୍ରାୟ ୨୦୦୦ ଖେଳାଳି ରହିଛନ୍ତି। ଭାରତ ଭଳି ପୋଲାଣ୍ଡରେ...

ଅଷ୍ଟ୍ରେଲିଆନ ଓପନ୍‌:ସିନ୍ଧୁ, ସମୀରଙ୍କ ବିଜୟ ଅଭିଯାନ

ସିଡ୍‌ନୀ,୫।୬(ପିଟି)- ଭାରତୀୟ ଷ୍ଟାର ଶଟ୍‌ଲର ପି.ଭି. ସିନ୍ଧୁ ଓ ସମୀର ବର୍ମା ଏଠାରେ ଚାଲିଥିବା ଦେଢ଼ ଲକ୍ଷ ପୁରସ୍କାର ରାଶିବିଶିଷ୍ଟ ଅଷ୍ଟ୍ରେଲିଆ ଓପନ୍‌ ଓ୍ବାଲର୍‌ଡ ଟୁର୍‌...

ଏଭଳି ରେକର୍ଡ କରିବାରେ ଆଇପିଲର ପ୍ରଥମ ବ୍ୟାଟ୍ସମ୍ୟାନ କୋହଲି

ମୁମ୍ବାଇ,୨୨।୪ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଗୁରୁବାର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ପୂରଣ କରିଛନ୍ତି...

ଭୁବନେଶ୍ୱର ଭେଟେରାନ ଫୁଟ୍‌ବଲ ପ୍ଲେୟର ଆସୋସିଏଶନ

ଭୁବନେଶ୍ୱର, ୩ା୪(ସ୍ପୋଟର୍‌ସ ବ୍ୟୁରୋ): ପୁରାତନ ଫୁଟ୍‌ବଲ ଖେଳାଳି ତଥା କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକଙ୍କ ଉଦ୍ୟମରେ ଭୁବନେଶ୍ୱରର ବିଭିନ୍ନ ଫୁଟ୍‌ବଲ କ୍ଲବର ଭେଟେରାନ୍‌ ଖେଳାଳିମାନେ ସ୍ଥାନୀୟ...

ପଡିଆରେ ନାଚିଲେ କୋହଲି, ଜାଣନ୍ତୁ କାହିଁକି

କରୋନା ଯୋଗୁ ଏଥର ଆଇପିଏଲ ୟୁଏଇରେ ଆୟୋଜିତ ହେଉଛି। ମ୍ୟାଚ୍‌ ପୂର୍ବରୁ ସବୁ ଦଳ ଅଭ୍ୟାସ ଆରମ୍ଭ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ କଠିନ...

କେକେଆର୍‌କୁ ଝଟ୍‌କା: ଆଇପିଏଲ୍‌ ୨୦୨୩ରେ ଖେଳିବାକୁ ମନା କରିଦେଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର

ମେଲବୋର୍ନ,୧୫।୧୧: ଆଇପିଏଲ୍‌ର ଆଗାମୀ ସିଜିନ୍‌ରେ ଖେଳିବେ ନାହିଁ ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ପ୍ୟାଟ୍‌ କମିନ୍ସ। ଅନ୍ତର୍ଜାତୀୟ କ୍ରିକେଟ କାର୍ଯ୍ୟସୂଚୀ ଯୋଗୁ ସେ ଏଭଳି...

ଧୋନିଙ୍କୁ ଏବେ ଆଇପିଏଲରୁ ଅବସର ନେବା ଉଚିତ୍‌: କପିଲ ଦେବ

ନୂଆଦିଲ୍ଲୀ,୧୧।୫: ଆଇପିଏଲର ଏହି ସିଜନ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱର ଯାଦୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଦେଖାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ବର୍ତ୍ତମାନ ୧୨ଟି...

ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ଅକଲାଣ୍ଡ,୨୧।୧୧: ଭାରତ ବିପକ୍ଷ ତୃତୀୟ ଟି-୨୦ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଏକ ବଡ଼ ଝଟ୍‌କା ଲାଗିଛି। ବ୍ୟକ୍ତିଗତ କାରଣରୁ କିୱି ଦଳର ଅଧିନାୟକ କେନ ୱିଲିୟମସନ ତୃତୀୟ...

Advertisement
Archives

Model This Week