ସଙ୍କଟବେଳର ସଖା: କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ ଯୋଗାଉଛନ୍ତି ସତ୍‌ବୀର୍‌

ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା ମହାମାରୀର ଭୟ ଓ ଆତଙ୍କ ଭିତରେ ବର୍ତ୍ତମାନ ଅକ୍ସିଜେନ ଅଭାବ ଦେଶରେ ବଡ଼ ସଂକଟ ସୃଷ୍ଟି କରିଛି। ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ ଅକ୍ସିଜେନ ଅଭାବରୁ ଶହଶହ ରୋଗୀ ଆଖିବୁଜିଛନ୍ତି। ଓଡ଼ିଶାରେ ପର୍ଯ୍ୟାପ୍ତ ଅକ୍ସିଜେନ୍‌ ମହଜୁଦ ଥିବା ସରକାର କହୁଥିଲେ ମଧ୍ୟ ଅନେକ ସ୍ଥାନରେ ଏଥିପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଅକ୍ସିଜେନ ଆବଶ୍ୟକ କରୁଥିବା କରୋନା ଆକ୍ରାନ୍ତଙ୍କୁ ଠିକ୍‌ ସମୟରେ ମିଳିପାରୁ ନ ଥିବାରୁ ତାଙ୍କ ଜୀବନ ବିପଦମୁହଁକୁ ଠେଲି ହୋଇଯାଉଛି। ବିଶେଷକରି ଘରେ ସଙ୍ଗରୋଧରେ ରହୁଥିବା ଆକ୍ରାନ୍ତଙ୍କୁ ଅକ୍ସିଜେନ ମିଳିବା କଷ୍ଟକର ହେଉଛି। ଏଭଳି ସଂକଟ ସମୟରେ ଏମାନଙ୍କ ସଖା ସାଜିଛନ୍ତି ଭୁବନେଶ୍ୱରର ସତ୍‌ବୀର ସିଂ।
ସତ୍‌ବୀର ଜଣେ ବ୍ୟବସାୟୀ ହୋଇଥିବାବେଳେ ଏବେ କରୋନା ଆକ୍ରାନ୍ତ ପାଇଁ ନିଜକୁ ସମର୍ପି ଦେଇଛନ୍ତି। ଏଥିପାଇଁ ସେ ‘ଶିଖ୍‌ଏଡ୍‌’ ନାମକ ଏକ ଅନୁଷ୍ଠାନ ଗଢ଼ି ଅକ୍ସିଜେନ ପହଞ୍ଚାଇବା ସହ ଅନ୍ୟାନ୍ୟ ସେବାକାର୍ଯ୍ୟରେ ଲାଗିପଡିଛନ୍ତି। ତାଙ୍କ କହିବାନୁସାରେ, ଗତବର୍ଷ ସେ ଓ ପରିବାରର ଅନ୍ୟ ୧୦ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗୃହ ସଙ୍ଗରୋଧରେ ଥିବା ସମୟରେ ଅକ୍ସିଜେନ୍‌ ଆବଶ୍ୟକତା ପଡିଥିଲା। କରୋନା ସଂକ୍ରମିତ ହୋଇଥିବାରୁ ସାହାଯ୍ୟ କରିବା ତ ଦୂରର କଥା କେହି ପାଖ ମଧ୍ୟ ମାଡି ନ ଥିଲେ। ବହୁତ କଷ୍ଟରେ ସତ୍‌ବୀର ୩ଟି ସିଲିଣ୍ଡର ଯୋଗାଡ କରିଥିଲେ। ମାତ୍ର ସମସ୍ତଙ୍କ ପାଇଁ ଏହା ପର୍ଯ୍ୟାପ୍ତ ନ ଥିଲା। ଅନ୍ୟ କେହି ଯେପରି ଏମିତି କଷ୍ଟ ନ ପାଉ ସେଥିପାଇଁ ଅଣ୍ଟା ଭିଡିଥିଲେ ସତ୍‌ବୀର। କରୋନାରୁ ସୁସ୍ଥ ହେବା ପରେ ସେ ଏପରି ସ୍ଥିତିରେ ଥିବା ସଂକ୍ରମିତଙ୍କୁ ଅକ୍ସିଜେନ୍‌ ଯୋଗାଇ ଦେବାକୁ ମନସ୍ଥ କରିଥିଲେ। ୨୦୨୦ ଅଗଷ୍ଟରୁ ଏଯାଏ ୧୦୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତଙ୍କୁ ସେ ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଇ ସାରିଲେଣି। ଇତିମଧ୍ୟରେ ତାଙ୍କ ଅନୁଷ୍ଠାନର ସଦସ୍ୟଙ୍କ ସଂଖ୍ୟା ୨୦ରେ ପହଞ୍ଚତ୍ଛି। ସମସ୍ତଙ୍କ ସହଯୋଗରେ ସେ ଏବେ ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରୁଛନ୍ତି। ଦୁଇ ସହର ପାଇଁ ୪ଜଣ ଲେଖାଏ ସଦସ୍ୟ କରୋନା ସଂକ୍ରମିତଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଭୁବନେଶ୍ୱର ପାଇଁ ୩୦ ଅକ୍ସିଜେନ୍‌ ସିଲିଣ୍ଡର ରହିଥିବାବେଳେ କଟକ ପାଇଁ ୧୦ ସିଲିଣ୍ଡର ମହଜୁଦ୍‌ ଅଛି। ପ୍ରତିଦିନ ଅକ୍ସିଜେନ୍‌ ସିଲିଣ୍ଡର ପାଇଁ ପିପିଲି, ପୁରୀ, ଢେଙ୍କାନାଳ ସମେତ ରାଜ୍ୟ ବାହାରୁ ୨ଶହରୁ ଊର୍ଦ୍ଧ୍ୱ ଫୋନ୍‌ କଲ ତାଙ୍କ ପାଖକୁ ଆସୁଥିଲେ ମଧ୍ୟ କେବଳ କଟକ ଓ ଭୁବନେଶ୍ୱରରେ ସେ କାର୍ଯ୍ୟ କରୁଛନ୍ତି। ଅନୁଷ୍ଠାନ ପକ୍ଷରୁ ଜାରି ହେଲ୍ପଲାଇନ ନମ୍ବର, ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍‌ ମାଧ୍ୟମରେ ଖବର ପାଇବା ପରେ ତୁରନ୍ତ ଆକ୍ରାନ୍ତଙ୍କ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଅକ୍ସିଜେନ ଯୋଗାଇ ଦେଉଛନ୍ତି। ସଂକ୍ରମିତ ସୁସ୍ଥ ହେବାପରେ ଅନୁଷ୍ଠାନକୁ ଉକ୍ତ ସିଲିଣ୍ଡରକୁ ଫେରାଇ ଦେଇଥାନ୍ତି। ତାଙ୍କ ପାଖକୁ ଆସୁଥିବା ଶହଶହ କଲ୍‌ରୁ ଜଣାପଡୁଛି ରାଜ୍ୟରେ ଏବେ ବି ଆକ୍ରାନ୍ତ ପାଇଁ ଅକ୍ସିଜେନ ପାଇବା ବଡ଼ ସମସ୍ୟା ପାଲଟିଛି।

ଗୃହ ସଙ୍ଗରୋଧ ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନର ଅଭାବ ରହିଛି
ଗୁରୁତର ନ ଥିଲେ କରୋନା ଆକ୍ରାନ୍ତଙ୍କ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି। ଫଳରେ ଏବେ ଅଧିକାଂଶ କରୋନା ଆକ୍ରାନ୍ତ ଘରେ ରହୁଛନ୍ତି। ହେଲେ ଜଣେ ଆକ୍ରାନ୍ତ ସୁସ୍ଥ ଥିଲେ ମଧ୍ୟ ହଠାତ୍‌ ଶରୀରରୁ ଅକ୍ସିଜେନ ମାତ୍ରା କମିଯାଉଛି। ଜୀବନ ବଞ୍ଚାଇବାକୁ ତୁରନ୍ତ ଅକ୍ସିଜେନର ଆବଶ୍ୟକତା ପଡୁଥିଲେ ମଧ୍ୟ ମିଳିପାରୁନି। ସତ୍‌ବୀର କୁହନ୍ତି, ଓଡ଼ିଶାରେ ଅକ୍ସିଜେନ୍‌ ଗ୍ୟାସ୍‌ର ଅଭାବ ନାହିଁ ସତ, କିନ୍ତୁ ହୋମ୍‌ ଆଇସୋଲେଶନ୍‌ରେ ରହୁଥିବା ସଂକ୍ରମିତଙ୍କ ପାଇଁ ଅକ୍ସିଜେନ୍‌ ସିଲିଣ୍ଡରର ଅଭାବ ରହିଛି। ବହୁତ କଷ୍ଟରେ ମାର୍କେଟରେ ସିଲିଣ୍ଡର ମିଳୁଛି। ଗୋଟିଏ ସିଲିଣ୍ଡରକୁ ୧୨ରୁ ୧୩ହଜାର ଟଙ୍କା ପଡୁଛି। ବର୍ତ୍ତମାନ ସୁଦ୍ଧା କୌଣସି ଅନୁଷ୍ଠାନ କିମ୍ବା ରାଜନୈତିକ ଦଳ ସାହାଯ୍ୟ କରିବାକୁ ଆସି ନାହାନ୍ତି। କେବଳ ମୋ ଅନୁଷ୍ଠାନର ସଦସ୍ୟ ଓ କେତେଜଣ ବନ୍ଧୁଙ୍କ ସହାୟତାରେ ଏହି କାର୍ଯ୍ୟ ଚାଲିଛି। ଅଧିକ ସହଯୋଗ ମିଳିଲେ ଆଗାମୀ ଦିନରେ ରାଜ୍ୟର ଅନ୍ୟ ଅଞ୍ଚଳର ଆକ୍ରାନ୍ତଙ୍କୁ ଅକ୍ସିଜେନ ଯୋଗାଣର ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri