ସଙ୍କଟବେଳର ସଖା: କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ ଯୋଗାଉଛନ୍ତି ସତ୍‌ବୀର୍‌

ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା ମହାମାରୀର ଭୟ ଓ ଆତଙ୍କ ଭିତରେ ବର୍ତ୍ତମାନ ଅକ୍ସିଜେନ ଅଭାବ ଦେଶରେ ବଡ଼ ସଂକଟ ସୃଷ୍ଟି କରିଛି। ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ ଅକ୍ସିଜେନ ଅଭାବରୁ ଶହଶହ ରୋଗୀ ଆଖିବୁଜିଛନ୍ତି। ଓଡ଼ିଶାରେ ପର୍ଯ୍ୟାପ୍ତ ଅକ୍ସିଜେନ୍‌ ମହଜୁଦ ଥିବା ସରକାର କହୁଥିଲେ ମଧ୍ୟ ଅନେକ ସ୍ଥାନରେ ଏଥିପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଅକ୍ସିଜେନ ଆବଶ୍ୟକ କରୁଥିବା କରୋନା ଆକ୍ରାନ୍ତଙ୍କୁ ଠିକ୍‌ ସମୟରେ ମିଳିପାରୁ ନ ଥିବାରୁ ତାଙ୍କ ଜୀବନ ବିପଦମୁହଁକୁ ଠେଲି ହୋଇଯାଉଛି। ବିଶେଷକରି ଘରେ ସଙ୍ଗରୋଧରେ ରହୁଥିବା ଆକ୍ରାନ୍ତଙ୍କୁ ଅକ୍ସିଜେନ ମିଳିବା କଷ୍ଟକର ହେଉଛି। ଏଭଳି ସଂକଟ ସମୟରେ ଏମାନଙ୍କ ସଖା ସାଜିଛନ୍ତି ଭୁବନେଶ୍ୱରର ସତ୍‌ବୀର ସିଂ।
ସତ୍‌ବୀର ଜଣେ ବ୍ୟବସାୟୀ ହୋଇଥିବାବେଳେ ଏବେ କରୋନା ଆକ୍ରାନ୍ତ ପାଇଁ ନିଜକୁ ସମର୍ପି ଦେଇଛନ୍ତି। ଏଥିପାଇଁ ସେ ‘ଶିଖ୍‌ଏଡ୍‌’ ନାମକ ଏକ ଅନୁଷ୍ଠାନ ଗଢ଼ି ଅକ୍ସିଜେନ ପହଞ୍ଚାଇବା ସହ ଅନ୍ୟାନ୍ୟ ସେବାକାର୍ଯ୍ୟରେ ଲାଗିପଡିଛନ୍ତି। ତାଙ୍କ କହିବାନୁସାରେ, ଗତବର୍ଷ ସେ ଓ ପରିବାରର ଅନ୍ୟ ୧୦ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗୃହ ସଙ୍ଗରୋଧରେ ଥିବା ସମୟରେ ଅକ୍ସିଜେନ୍‌ ଆବଶ୍ୟକତା ପଡିଥିଲା। କରୋନା ସଂକ୍ରମିତ ହୋଇଥିବାରୁ ସାହାଯ୍ୟ କରିବା ତ ଦୂରର କଥା କେହି ପାଖ ମଧ୍ୟ ମାଡି ନ ଥିଲେ। ବହୁତ କଷ୍ଟରେ ସତ୍‌ବୀର ୩ଟି ସିଲିଣ୍ଡର ଯୋଗାଡ କରିଥିଲେ। ମାତ୍ର ସମସ୍ତଙ୍କ ପାଇଁ ଏହା ପର୍ଯ୍ୟାପ୍ତ ନ ଥିଲା। ଅନ୍ୟ କେହି ଯେପରି ଏମିତି କଷ୍ଟ ନ ପାଉ ସେଥିପାଇଁ ଅଣ୍ଟା ଭିଡିଥିଲେ ସତ୍‌ବୀର। କରୋନାରୁ ସୁସ୍ଥ ହେବା ପରେ ସେ ଏପରି ସ୍ଥିତିରେ ଥିବା ସଂକ୍ରମିତଙ୍କୁ ଅକ୍ସିଜେନ୍‌ ଯୋଗାଇ ଦେବାକୁ ମନସ୍ଥ କରିଥିଲେ। ୨୦୨୦ ଅଗଷ୍ଟରୁ ଏଯାଏ ୧୦୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତଙ୍କୁ ସେ ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଇ ସାରିଲେଣି। ଇତିମଧ୍ୟରେ ତାଙ୍କ ଅନୁଷ୍ଠାନର ସଦସ୍ୟଙ୍କ ସଂଖ୍ୟା ୨୦ରେ ପହଞ୍ଚତ୍ଛି। ସମସ୍ତଙ୍କ ସହଯୋଗରେ ସେ ଏବେ ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରୁଛନ୍ତି। ଦୁଇ ସହର ପାଇଁ ୪ଜଣ ଲେଖାଏ ସଦସ୍ୟ କରୋନା ସଂକ୍ରମିତଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଭୁବନେଶ୍ୱର ପାଇଁ ୩୦ ଅକ୍ସିଜେନ୍‌ ସିଲିଣ୍ଡର ରହିଥିବାବେଳେ କଟକ ପାଇଁ ୧୦ ସିଲିଣ୍ଡର ମହଜୁଦ୍‌ ଅଛି। ପ୍ରତିଦିନ ଅକ୍ସିଜେନ୍‌ ସିଲିଣ୍ଡର ପାଇଁ ପିପିଲି, ପୁରୀ, ଢେଙ୍କାନାଳ ସମେତ ରାଜ୍ୟ ବାହାରୁ ୨ଶହରୁ ଊର୍ଦ୍ଧ୍ୱ ଫୋନ୍‌ କଲ ତାଙ୍କ ପାଖକୁ ଆସୁଥିଲେ ମଧ୍ୟ କେବଳ କଟକ ଓ ଭୁବନେଶ୍ୱରରେ ସେ କାର୍ଯ୍ୟ କରୁଛନ୍ତି। ଅନୁଷ୍ଠାନ ପକ୍ଷରୁ ଜାରି ହେଲ୍ପଲାଇନ ନମ୍ବର, ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍‌ ମାଧ୍ୟମରେ ଖବର ପାଇବା ପରେ ତୁରନ୍ତ ଆକ୍ରାନ୍ତଙ୍କ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଅକ୍ସିଜେନ ଯୋଗାଇ ଦେଉଛନ୍ତି। ସଂକ୍ରମିତ ସୁସ୍ଥ ହେବାପରେ ଅନୁଷ୍ଠାନକୁ ଉକ୍ତ ସିଲିଣ୍ଡରକୁ ଫେରାଇ ଦେଇଥାନ୍ତି। ତାଙ୍କ ପାଖକୁ ଆସୁଥିବା ଶହଶହ କଲ୍‌ରୁ ଜଣାପଡୁଛି ରାଜ୍ୟରେ ଏବେ ବି ଆକ୍ରାନ୍ତ ପାଇଁ ଅକ୍ସିଜେନ ପାଇବା ବଡ଼ ସମସ୍ୟା ପାଲଟିଛି।

ଗୃହ ସଙ୍ଗରୋଧ ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନର ଅଭାବ ରହିଛି
ଗୁରୁତର ନ ଥିଲେ କରୋନା ଆକ୍ରାନ୍ତଙ୍କ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି। ଫଳରେ ଏବେ ଅଧିକାଂଶ କରୋନା ଆକ୍ରାନ୍ତ ଘରେ ରହୁଛନ୍ତି। ହେଲେ ଜଣେ ଆକ୍ରାନ୍ତ ସୁସ୍ଥ ଥିଲେ ମଧ୍ୟ ହଠାତ୍‌ ଶରୀରରୁ ଅକ୍ସିଜେନ ମାତ୍ରା କମିଯାଉଛି। ଜୀବନ ବଞ୍ଚାଇବାକୁ ତୁରନ୍ତ ଅକ୍ସିଜେନର ଆବଶ୍ୟକତା ପଡୁଥିଲେ ମଧ୍ୟ ମିଳିପାରୁନି। ସତ୍‌ବୀର କୁହନ୍ତି, ଓଡ଼ିଶାରେ ଅକ୍ସିଜେନ୍‌ ଗ୍ୟାସ୍‌ର ଅଭାବ ନାହିଁ ସତ, କିନ୍ତୁ ହୋମ୍‌ ଆଇସୋଲେଶନ୍‌ରେ ରହୁଥିବା ସଂକ୍ରମିତଙ୍କ ପାଇଁ ଅକ୍ସିଜେନ୍‌ ସିଲିଣ୍ଡରର ଅଭାବ ରହିଛି। ବହୁତ କଷ୍ଟରେ ମାର୍କେଟରେ ସିଲିଣ୍ଡର ମିଳୁଛି। ଗୋଟିଏ ସିଲିଣ୍ଡରକୁ ୧୨ରୁ ୧୩ହଜାର ଟଙ୍କା ପଡୁଛି। ବର୍ତ୍ତମାନ ସୁଦ୍ଧା କୌଣସି ଅନୁଷ୍ଠାନ କିମ୍ବା ରାଜନୈତିକ ଦଳ ସାହାଯ୍ୟ କରିବାକୁ ଆସି ନାହାନ୍ତି। କେବଳ ମୋ ଅନୁଷ୍ଠାନର ସଦସ୍ୟ ଓ କେତେଜଣ ବନ୍ଧୁଙ୍କ ସହାୟତାରେ ଏହି କାର୍ଯ୍ୟ ଚାଲିଛି। ଅଧିକ ସହଯୋଗ ମିଳିଲେ ଆଗାମୀ ଦିନରେ ରାଜ୍ୟର ଅନ୍ୟ ଅଞ୍ଚଳର ଆକ୍ରାନ୍ତଙ୍କୁ ଅକ୍ସିଜେନ ଯୋଗାଣର ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?