ଶୁକ୍ର ଗ୍ରହ ଅଭିଯାନରେ ସଙ୍କଟ, ଆମେରିକାକୁ ହଟାଇ ଚାଇନାକୁ ସୁଯୋଗ ଦେଇପାରେ ରୁଷିଆ…

ମସ୍କୋ, ୨୬।୨ : ରୁଷିଆ ୟକ୍ରେନ୍‌ ଯୁଦ୍ଧ ଯୋଗୁ ଶୁକ୍ର ଗ୍ରହ ଅଭିଯାନରେ ସଙ୍କଟ ଦେଖାଦେଇଛି। ରୁଷିଆର ସ୍ପେସ ଏଜେନ୍ସିର ମୁଖ୍ୟ ଶନିବାର କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ମିଳିତ ମହାକାଶ ପ୍ରକଳ୍ପ ଉପରେ ପ୍ରଭାବ ପକାଇବ। ସେ କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ପରେ ଶୁକ୍ର ଗ୍ରହ ମହାକାଶ ଗବେଷଣା ପ୍ରକଳ୍ପ ଭାନେରା-ଡିରୁ ଆମେରିକାକୁ ହଟାଇ ଦିଆଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେ କହିଛନ୍ତି ଯେ ମସ୍କୋ ଏକାକୀ କିମ୍ବା ଚାଇନା ଏହି ମିଶନରେ ଅଂଶଗ୍ରହଣ କରିପାରେ।

ଭାନେରା-ଡି ହେଉଛି ଶୁକ୍ର ଗ୍ରହ ସମ୍ପର୍କରେ ଅନୁସନ୍ଧାନ କରିବା ପାଇଁ ଏକ ମହାକାଶ ଅଭିଯାନ। ଏହା ରୁଷିଆର ରସକୋମୋସ ଏବଂ ଆମେରିକାର ସ୍ପେସ ଏଜେନ୍ସି ନାସା ମଧ୍ୟରେ ପୂର୍ବରୁ ଯୋଜନା ହୋଇଥିବା ମିଳିତ ମହାକାଶ ଅନୁସନ୍ଧାନ ପ୍ରକଳ୍ପ। ଗୁରୁବାର ୟୁକ୍ରେନ ଉପରେ ଆକ୍ରମଣ ପରେ ଆମେରିକା ଏବଂ ଏହାର ସହଯୋଗୀମାନେ ରୁଷିଆ ବିରୋଧରେ କେତେକ କଟକଣା ଜାରି କରିଥିଲେ। ଏହି କଟକଣା ରୁଷିଆର ଏରୋସ୍ପେସ ଶିଳ୍ପ ସମେତ ସ୍ପେସ ପ୍ରୋଗ୍ରାମ କ୍ଷେତ୍ରରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। କଟକଣା ଘୋଷଣା ପରେ ଏହି ପ୍ରକଳ୍ପରେ ଆମେରିକାର ଅଂଶଗ୍ରହଣ ସମ୍ଭବ ନୁହେଁ।

ଟାସ୍‌ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ରୁଷିଆ ଏକାକୀ କିମ୍ବା ଚାଇନାର ସହଯୋଗରେ ଏହି ମିଶନ କାର୍ଯ୍ୟକାରୀ କରିବ। ରୁଷିଆର ସ୍ପେସ ଏଜେନ୍ସିର ମୁଖ୍ୟ କହିଛନ୍ତି ଯେ ସମସ୍ତ ମହାକାଶ ଗବେଷଣା ମିଶନ ପାଇଁ ପାରସ୍ପରିକ ବୈଷୟିକ ସହାୟତା ଉପରେ ବେଜିଂ ସହ ଆଲୋଚନା ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଫ୍ରେଞ୍ଚ୍‌ ଗୁଇନାର କାଏରୋରେ ଥିବା ଗୁଇନା ସ୍ପେସ ସେଣ୍ଟରରୁ ସ୍ପେସ ଲଞ୍ଚରେ ରସକୋମୋସ ଇଉରୋପୀୟ ଅଂଶୀଦାରମାନଙ୍କ ସହ ସହଯୋଗକୁ ସ୍ଥଗିତ ରଖିଛି। ବର୍ତ୍ତମାନ କାଏରୋ କସମୋଡ୍ରୋମରେ ୮୭ ଜଣ ରୁଷିଆର ନାଗରିକ ଅଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ କାର୍ଯ୍ୟ କରାଯାଉଛି।

ରକେଟ ଏବଂ ସ୍ପେସ ସେଣ୍ଟର ସମେତ ୬୪ ଟି ପ୍ରମୁଖ ରୁଷିଆ ସଂରଚନା କେନ୍ଦ୍ର ଉପରେ ୟୁରୋପୀୟ ୟୁନିଅନ କଠୋର ଆର୍ଥିକ ଏବଂ ବୈଷୟିକ କଟକଣା ଲାଗୁ କରିଛି। ରୁଷିଆର ସ୍ପେସ ଏଜେନ୍ସିର ମୁଖ୍ୟ ଆମେରିକାକୁ ଚେତାବନୀ ଦେଇଛନ୍ତି ଯେ ମସ୍କୋ ଉପରେ ଲାଗୁ କରାଯାଇଥିବା କଟକଣା ଅନ୍ତର୍ଜାତୀୟ ସ୍ପେସ ସେଣ୍ଟର (ଆଇଏସଏସ) ଉପରେ ଆମର ସହଯୋଗରେ ବାଧା ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri