ଶୁକ୍ର ଗ୍ରହ ଅଭିଯାନରେ ସଙ୍କଟ, ଆମେରିକାକୁ ହଟାଇ ଚାଇନାକୁ ସୁଯୋଗ ଦେଇପାରେ ରୁଷିଆ…

ମସ୍କୋ, ୨୬।୨ : ରୁଷିଆ ୟକ୍ରେନ୍‌ ଯୁଦ୍ଧ ଯୋଗୁ ଶୁକ୍ର ଗ୍ରହ ଅଭିଯାନରେ ସଙ୍କଟ ଦେଖାଦେଇଛି। ରୁଷିଆର ସ୍ପେସ ଏଜେନ୍ସିର ମୁଖ୍ୟ ଶନିବାର କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ମିଳିତ ମହାକାଶ ପ୍ରକଳ୍ପ ଉପରେ ପ୍ରଭାବ ପକାଇବ। ସେ କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ପରେ ଶୁକ୍ର ଗ୍ରହ ମହାକାଶ ଗବେଷଣା ପ୍ରକଳ୍ପ ଭାନେରା-ଡିରୁ ଆମେରିକାକୁ ହଟାଇ ଦିଆଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେ କହିଛନ୍ତି ଯେ ମସ୍କୋ ଏକାକୀ କିମ୍ବା ଚାଇନା ଏହି ମିଶନରେ ଅଂଶଗ୍ରହଣ କରିପାରେ।

ଭାନେରା-ଡି ହେଉଛି ଶୁକ୍ର ଗ୍ରହ ସମ୍ପର୍କରେ ଅନୁସନ୍ଧାନ କରିବା ପାଇଁ ଏକ ମହାକାଶ ଅଭିଯାନ। ଏହା ରୁଷିଆର ରସକୋମୋସ ଏବଂ ଆମେରିକାର ସ୍ପେସ ଏଜେନ୍ସି ନାସା ମଧ୍ୟରେ ପୂର୍ବରୁ ଯୋଜନା ହୋଇଥିବା ମିଳିତ ମହାକାଶ ଅନୁସନ୍ଧାନ ପ୍ରକଳ୍ପ। ଗୁରୁବାର ୟୁକ୍ରେନ ଉପରେ ଆକ୍ରମଣ ପରେ ଆମେରିକା ଏବଂ ଏହାର ସହଯୋଗୀମାନେ ରୁଷିଆ ବିରୋଧରେ କେତେକ କଟକଣା ଜାରି କରିଥିଲେ। ଏହି କଟକଣା ରୁଷିଆର ଏରୋସ୍ପେସ ଶିଳ୍ପ ସମେତ ସ୍ପେସ ପ୍ରୋଗ୍ରାମ କ୍ଷେତ୍ରରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। କଟକଣା ଘୋଷଣା ପରେ ଏହି ପ୍ରକଳ୍ପରେ ଆମେରିକାର ଅଂଶଗ୍ରହଣ ସମ୍ଭବ ନୁହେଁ।

ଟାସ୍‌ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ରୁଷିଆ ଏକାକୀ କିମ୍ବା ଚାଇନାର ସହଯୋଗରେ ଏହି ମିଶନ କାର୍ଯ୍ୟକାରୀ କରିବ। ରୁଷିଆର ସ୍ପେସ ଏଜେନ୍ସିର ମୁଖ୍ୟ କହିଛନ୍ତି ଯେ ସମସ୍ତ ମହାକାଶ ଗବେଷଣା ମିଶନ ପାଇଁ ପାରସ୍ପରିକ ବୈଷୟିକ ସହାୟତା ଉପରେ ବେଜିଂ ସହ ଆଲୋଚନା ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଫ୍ରେଞ୍ଚ୍‌ ଗୁଇନାର କାଏରୋରେ ଥିବା ଗୁଇନା ସ୍ପେସ ସେଣ୍ଟରରୁ ସ୍ପେସ ଲଞ୍ଚରେ ରସକୋମୋସ ଇଉରୋପୀୟ ଅଂଶୀଦାରମାନଙ୍କ ସହ ସହଯୋଗକୁ ସ୍ଥଗିତ ରଖିଛି। ବର୍ତ୍ତମାନ କାଏରୋ କସମୋଡ୍ରୋମରେ ୮୭ ଜଣ ରୁଷିଆର ନାଗରିକ ଅଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ କାର୍ଯ୍ୟ କରାଯାଉଛି।

ରକେଟ ଏବଂ ସ୍ପେସ ସେଣ୍ଟର ସମେତ ୬୪ ଟି ପ୍ରମୁଖ ରୁଷିଆ ସଂରଚନା କେନ୍ଦ୍ର ଉପରେ ୟୁରୋପୀୟ ୟୁନିଅନ କଠୋର ଆର୍ଥିକ ଏବଂ ବୈଷୟିକ କଟକଣା ଲାଗୁ କରିଛି। ରୁଷିଆର ସ୍ପେସ ଏଜେନ୍ସିର ମୁଖ୍ୟ ଆମେରିକାକୁ ଚେତାବନୀ ଦେଇଛନ୍ତି ଯେ ମସ୍କୋ ଉପରେ ଲାଗୁ କରାଯାଇଥିବା କଟକଣା ଅନ୍ତର୍ଜାତୀୟ ସ୍ପେସ ସେଣ୍ଟର (ଆଇଏସଏସ) ଉପରେ ଆମର ସହଯୋଗରେ ବାଧା ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାମାନେ ସର୍ବସାଧାରଣ ସୁଇମିଂ ପୁଲରେ ଟପଲେସ ହୋଇ ପହଁରି ପାରିବେ…

ବର୍ଲିନ,୧୧।୩ : ମହିଳାମାନେ ବର୍ତ୍ତମାନ ଜର୍ମାନୀର ରାଜଧାନୀ ବର୍ଲିନରେ ଥିବା ସର୍ବସାଧାରଣ ସୁଇମିଂ ପୁଲରେ ଟପଲେସ ହୋଇ ପହଁରି ପାରିବେ। ନଗର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ପରେ...

ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପୁଟିନ୍‌ଙ୍କ ଲୋକପ୍ରିୟତା ନିଜ ଦେଶରେ ୭୧ ପ୍ରତିଶତ ବଢ଼ିଲା…

ମସ୍କୋ,୯।୩ : ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷିଆରେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ଲୋକପ୍ରିୟତା ୭୧ ପ୍ରତିଶତ ବୃଦ୍ଧି ପାଇଛି। ଯୁଦ୍ଧକୁ ନେଇ ବିରୋଧ ପ୍ରଦର୍ଶନ...

ପାକିସ୍ତାନରେ ପଡ଼ିଲା ଭାରତୀୟ କ୍ଷେପଣାସ୍ତ୍ର; ପ୍ରତିରକ୍ଷା ମନ୍ତ୍ରଣାଳୟ କହିଲା…

ନୂଆଦିଲ୍ଲୀ,୧୧।୩: ପାକିସ୍ତାନରେ ପଡ଼ିଲା ଭାରତୀୟ କ୍ଷେପଣାସ୍ତ୍ର। ଭାରତପଟୁ ଏକ ମିସାଇଲ୍‌ ଦୁର୍ଘଟଣାବଶତଃ ପାକିସ୍ତାନ ପଟକୁ ଫାୟାରିଂ ହୋଇଯାଇଥିଲା। ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ...

ଯୌନ ନିର୍ଯାତନା ମାମଲାରେ ଓସ୍କାର ବିଜେତା ପଲ ହାଗିସ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୧୧।୧୧: ଓସ୍କାର ବିଜେତା ନିର୍ଦ୍ଦେଶକ ପଲ ହାଗିସ ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିସହ ପୀଡିତାଙ୍କୁ ୭.୫ ମିଲିୟନ ଆମେରିକୀୟ ଡଲାର...

ଭାରତକୁ ପ୍ରଶଂସା କଲା ଚାଇନା

ବେଜିଂ,୯ା୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ସାହାଯ୍ୟ କରିଥିବାରୁ ଚାଇନା ଭାରତକୁ ପ୍ରଶଂସା କରିଛି। ଏକ ଖବରଦାତା ସମ୍ମିଳନୀରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର...

ବାଇଡେନଙ୍କ ଘରୁ ମିଳିଲା ଆଉ କିଛି ଗୋପନୀୟ କାଗଜପତ୍ର, ଯାଞ୍ଚ ପାଇଁ ବିଶେଷ ଓକିଲ ନିଯୁକ୍ତ

ୱାଶିଂଟନ,୧୫ ।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରୁ ଗୋପନୀୟ କାଗଜପତ୍ର ମିଳିବାର ପ୍ରକ୍ରିୟା ଜାରି ରହିଛି । ହ୍ୱାଇଟ ହାଉସ କହିଛି ଡେଲାଭେୟରରେ ଆମେରିକା...

ଜି-୨୦ ପୂର୍ବରୁ ହଂକଂରେ ବିଶାଳ ବିକ୍ଷୋଭ: ବିଶ୍ୱ ନେତାଙ୍କ ସହଯୋଗ ଲୋଡ଼ିଲେ

ଜାତିସଂଘ,୨୭ା୬: ଚଳିତ ସପ୍ତାହରେ ଜାପାନର ଓସାକାଠାରେ ଜି-୨୦ ରାଷ୍ଟ୍ରଗୋଷ୍ଠୀର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ବୁଧବାର ହଂକଂରେ ହଜାର ହଜାର ଲୋକ ୧୯ଟି...

ଆଖିରେ ଲୁହ-ମନରେ କୋହ, ମାତୃଭୂମିର ସୁରକ୍ଷା ପାଇଁ ଅସ୍ତ୍ର ଧରୁଛନ୍ତି ୟୁକ୍ରେନ୍‌ର ସାଧାରଣ ନାଗରିକ…

କ୍ୱିଭ୍‌,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫ ଦିନ ଧରି ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ ଦଖଲ...

Advertisement
Archives

Model This Week