ଧୈର୍ଯ୍ୟ ସଙ୍କଟ

କ୍ରୋଧ ଅତ୍ୟନ୍ତ ଖରାପ ଓ ତାହା ନକାରାତ୍ମକ ଆବେଗ ସୃଷ୍ଟି କରିଥାଏ। ଅଚାନକ କୋପକୁ ନିୟନ୍ତ୍ରଣ କରାଯାଇ ନ ପାରିଲେ ବିଷମ ସ୍ଥିତି ଉପୁଜେ। କଟକ ଜିଲା ଚୌଦ୍ୱାର ଅଞ୍ଚଳର ମହିଷାଲଣ୍ଡାଠାରେ ୨ ଏପ୍ରିଲରେ ଆୟୋଜିତ ଏକ କ୍ରିକେଟ ମ୍ୟାଚ୍‌ରେ ‘ନୋ ବଲ୍‌’ ସଂକ୍ରାନ୍ତ ଏକ ନିଷ୍ପତ୍ତି ପାଇଁ ଅମ୍ପାୟରଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଏକ କାଣ୍ଡ। ମହିଷାଲଣ୍ଡା ଗ୍ରାମର ଯୁବକମାନେ ଏହି ଖେଳର ଆୟୋଜନ କରିଥିଲେ। ଦୁଇଟି ଟିମ୍‌ ଶଙ୍କରପୁର ଓ ଡାଳିଯୋଡ଼ା ବ୍ରହ୍ମପୁର ମଧ୍ୟରେ ଖେଳ ହେଉଥିବା ବେଳେ ଅମ୍ପାୟର ଭୁଲ୍‌ ନିଷ୍ପତ୍ତି ନେଇଥିବା ଅଭିଯୋଗରୁ ଗଣ୍ଡଗୋଳ ହୋଇଥିଲା। ଏହାର ପରିଣତି ଜଣଙ୍କ ହତ୍ୟାରେ ଶେଷ ହୋଇଥିଲା।
କୁହାଯାଇଥାଏ, କ୍ରିକେଟ ହେଉଛି ‘ଭଦ୍ରଲୋକଙ୍କ ଖେଳ’। ବନ୍ଧୁତ୍ୱ ବୃଦ୍ଧି ଦିଗରେ ଏହି କ୍ରୀଡ଼ାର ସୁନାମ ରହିଛି। ଭାରତରେ ଅନ୍ୟାନ୍ୟ ଖେଳ ଅପେକ୍ଷା କ୍ରିକେଟ ସର୍ବାଧିକ ଲୋକପ୍ରିୟତା ଅର୍ଜନ କରିଛି। ଗାଁ ଦାଣ୍ଡ, ସହରର ଗଳିଠାରୁ ବୃହତ୍‌ ଷ୍ଟାଡିୟମ୍‌ ଯାଏ ବ୍ୟାଟ୍‌ ଓ ବଲ୍‌ର ସଂଘର୍ଷ ଦେଖିବାକୁ ମିଳିଥାଏ। ବଡ଼ଧରଣର ଟୁର୍ନାମେଣ୍ଟରେ ଖେଳପଡ଼ିଆରେ ଉପସ୍ଥିତ ଅମ୍ପାୟରଙ୍କ ନିଷ୍ପତ୍ତି ଭୁଲ୍‌ କିମ୍ବା ସନ୍ଦେହଜନକ ହେଲେ ଥାର୍ଡ ଅମ୍ପାୟରଙ୍କ ସହାୟତା ନିଆଯାଇଥାଏ ଓ ତାହା ନିର୍ଣ୍ଣାୟକ ହୁଏ। ହେଲେ ଗ୍ରାମାଞ୍ଚଳରେ ହେଉଥିବା କ୍ରିକେଟରେ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଖେଳ ଆଗେଇଥାଏ। ମହିଷାଲଣ୍ଡାର କ୍ରିକେଟ ଖେଳରେ ଯଦିବା ଅମ୍ପାୟରଙ୍କ ନିଷ୍ପତ୍ତି ଭୁଲ୍‌ ହୋଇଥିବ, ତେବେ ସେହି ଘଟଣାରେ ଅମ୍ପାୟରଙ୍କ ସମ୍ପର୍କୀୟଙ୍କୁ ଛୁରି ଭୁସିବା ସହ ବ୍ୟାଟ୍‌ରେ ପିଟି ମାରି ଦେବା କ୍ରୋଧର ସ୍ତର କେତେ ଭୀଷଣ ଯେକେହି ବୁଝିପାରିବେ। ଆଜିର ସମୟରେ ଘରୋଇ ହିଂସା, ସଡ଼କରେ ଉପଦ୍ରବଠାରୁ ଆରମ୍ଭକରି ଆତ୍ମହତ୍ୟା ପ୍ରବଣତା ବଢ଼ିଚାଲିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ପୁତ୍ର ପିତାଙ୍କୁ, ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିବା, ପ୍ରେମ କିମ୍ବା ପରୀକ୍ଷାରେ ବିଫଳ ହେବା ପରେ ଯୁବତୀଯୁବକ ଆତ୍ମହତ୍ୟା କରୁଛନ୍ତି। ଏକ ଅମୂଲ୍ୟ ଜୀବନ କେତେକଙ୍କୁ ଅସାର ଲାଗୁଛି ଭାବି ସୋସିଆଲ୍‌ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ ଜରିଆରେ ପ୍ରାଣ ବିସର୍ଜନ କରି ଦେଉଥିବା ଖବର ଗଣମାଧ୍ୟମରୁ ଦେଖିବାକୁ ଓ ଶୁଣିବାକୁ ମିଳୁଛି। କୁହାଯାଇଥାଏ, ମଣିଷ ଜୀବନ ଥରୁଟିଏ ମିଳିଥିବାରୁ ସମୟର ସଦ୍‌ବିନିଯୋଗ କରି ଶେଷ ଯାଏ ଭଲରେ ବଞ୍ଚତ୍ବା କଥା। ହେଲେ କେତେକ ଲୋକ ଜୀବନର ମହତ୍ତ୍ୱ ବୁଝିବାରେ ଅସଫଳ ହୋଇଥାଆନ୍ତି। ଘରୋଇ ହିଂସା ଯୋଗୁ ଯେଉଁ କରୁଣ ପରିଣତି ଦେଖାଯାଉଛି ତାହାର ତାଲିକା କଲେ ଲମ୍ବିଚାଲିବ। ଗତ କିଛି ବର୍ଷ ହେବ ଭିଡ଼ ହିଂସା ଓ ସଡ଼କ ଉପରେ ପ୍ରକୋପ ପ୍ରକାଶ ପାଉଥିବାରୁ ଅନେକଙ୍କ ଜୀବନ ଚାଲିଯାଉଛି। ‘ଗୋଠ ମାତିଲେ ଖଣ୍ଡିଆ ମାତେ’ ଭଳି କୌଣସି ଗୁଜବକୁ ନେଇ କିଛି ସ୍ଥାନରେ ‘ଘୋ’ ସୃଷ୍ଟି ହେବା ପରେ ମାରପିଟ୍‌ ଓ ସ୍ଥଳବିଶେଷରେ ଲୋକଙ୍କୁ ହତ୍ୟା କରାଯାଉଥିବା ଦେଖାଯାଉଛି। ରାସ୍ତାରେ ଯାଉଥିବାବେଳେ ଯଦି କୌଣସି ଗାଡ଼ି ଆଉ ଏକ ଗାଡ଼ିରେ ଅସାବଧାନତାବଶତଃ ଘଷି ହୋଇଯାଉଛି କିମ୍ବା କୌଣସି କାରଣ ଯୋଗୁ ବଚସା ହେଉଛି, ତାହା ଉଗ୍ର ରୂପ ଧାରଣ କରି ମଣିଷର ଜୀବନ ନେଇଯାଉଛି।
ବର୍ତ୍ତମାନ ସମୟରେ ଧୈର୍ଯ୍ୟର ସଙ୍କଟ ବହୁଳ ମାତ୍ରାରେ ପରିଲକ୍ଷିତ ହେଉଛି। ଜଣେ କ’ଣ କହିବାକୁ ଚାହୁଁଛନ୍ତି, ତାଙ୍କୁ ଭଲ ଭାବେ ଶୁଣିବାକୁ ଅନେକେ ଅରାଜି। କାହାକୁ ସମାଲୋଚନା କରିବା କିମ୍ବା ଜଣଙ୍କ ଉପରେ ନିନ୍ଦା ଥୋପି ଦିଆଯିବା ଯୋଗୁ ମଧ୍ୟ ଉତ୍ତେଜନା ଦେଖାଯାଉଛି। ଅନିୟନ୍ତ୍ରିତ କ୍ରୋଧ ମଣିଷର ସ୍ବାସ୍ଥ୍ୟ ଓ ସମ୍ପର୍କକୁ ନଷ୍ଟ କରିଦେଇଥାଏ। ମହିଷାଲଣ୍ଡାରେ କ୍ରିକେଟ ଖେଳରୁ ସୃଷ୍ଟି ହୋଇଥିବା ଉତ୍ତେଜନା ଅଚାନକ ଜଣଙ୍କ ଜୀବନ ନେଇଯିବ ବୋଲି ସେଠାରେ ଉପସ୍ଥିତ ଲୋକେ ବିଶ୍ୱାସ କରିପାରୁ ନ ଥିଲେ। ଶାରୀରିକ ସୁସ୍ଥତା ଓ ବନ୍ଧୁତ୍ୱ ସ୍ଥାପନ ଲାଗି ମହିଷାଲଣ୍ଡାବାସୀ ଯେଉଁ କ୍ରିକେଟ ଖେଳର ଆୟୋଜନ କରିଥିଲେ, ସେଥିରେ ଗଣ୍ଡଗୋଳ ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଦାବି ହୋଇଛି। ଏବର ସ୍ଥିତିରେ ଯେଉଁଭଳି ଭାବେ ଘରୋଇ ସ୍ତରରୁ ସାଧାରଣ ଜୀବନ ଯାଏ ବିଶୃଙ୍ଖଳା ଦେଖାଦେଉଛି, କେବଳ କୋପକୁ ନିୟନ୍ତ୍ରଣ କରାଯାଇପାରିଲେ ଅନେକାଂଶରେ ସାମାଜିକ ଶୃଙ୍ଖଳା ବୃଦ୍ଧି ପାଇପାରନ୍ତା। ଅନ୍ୟଥା କ୍ରୋଧ ବୁଦ୍ଧିନାଶ କରି ଜୀବନହାନିର କାରଣ ସାଜୁଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?