Posted inଜାତୀୟ

ଭାରତ-ପାକିସ୍ତାନରେ ସଙ୍କଟ, ଭୂସ୍ଖଳନ କ୍ଷତିରେ ୧୪୭ ପ୍ରତିଶତ ବୃଦ୍ଧି, ମରୁଡିରେ ୬୩ ପ୍ରତିଶତ…

ନୂଆଦିଲ୍ଲୀ,୧୭।୧୧ : ସମଗ୍ର ବିଶ୍ୱରେ ମାନବ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ଯୋଗୁ ପ୍ରଦୂଷଣ ବଢ଼ିବା ସହିତ ଜଳବାୟୁ ଉପରେ ମଧ୍ୟ ପ୍ରଭାବ ପଡୁଛି। ଏହି ପରିପ୍ରେକ୍ଷୀରେ ଭାରତ ଏବଂ ପାକିସ୍ଥାନ ଭଳି ଦେଶର ଅବସ୍ଥା ବିଗିଡି ଯାଉଛି। ଷ୍ଟେଟ ଅଫ କ୍ଲାଇମେଟ ଇନ ଏସିଆ ୨୦୨୧ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଗତ ବର୍ଷରେ ମରୁଡ଼ି ଯୋଗୁଁ ଆର୍ଥିକ କ୍ଷତି ୬୩ ପ୍ରତିଶତ ବୃଦ୍ଧି ପାଇଛି। ଏଥି ସହିତ ବନ୍ୟା ଯୋଗୁଁ ହୋଇଥିବା କ୍ଷତି ୨୩ ପ୍ରତିଶତ ଏବଂ ଭୂସ୍ଖଳନ ୧୪୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୦୧ ରୁ ୨୦୨୦ ପର୍ଯ୍ୟନ୍ତ ହାରାହାରି ଅର୍ଥନୈତିକ କ୍ଷତି ସହିତ ଏହି ତୁଳନା କରାଯାଇଛି।

ରିପୋର୍ଟ ଅନୁଯାୟୀ, ଗତ ବର୍ଷ କେବଳ ଜଳ ସହ ଜଡିତ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ସାରା ବିଶ୍ୱରେ ୨.୮୮ ଲକ୍ଷ କୋଟି ଟଙ୍କା କ୍ଷତି ଘଟିଛି। ପ୍ରାୟ ପାଞ୍ଚ କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ଷ୍ଟେଟ ଅଫ କ୍ଲାଇମେଟ ଇନ ଏସିଆ -୨୦୨୧ ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ୪୦ ବର୍ଷ ମଧ୍ୟରେ ପାଞ୍ଚଟି ପ୍ରମୁଖ ହିମାଳୟ ଗ୍ଲେସିୟର ଦ୍ରୁତ ଗତିରେ ତରଳି ଯାଇଛି। ମରୁଡ଼ି ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ଦକ୍ଷିଣ-ପୂର୍ବ ତିବ୍ଦତୀୟ ମାଳଭୂମି, ପୂର୍ବ ହିମାଳୟ ଉପରେ ପ୍ରଭାବ ପଡିଛି।

୨୦୨୧ମସିହାରେ, ଏସିଆରେ ୧୦୦ ରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଘଟିଥିଲା, ସେଥିମଧ୍ୟରୁ ୮୦ ପ୍ରତିଶତ ବନ୍ୟା ଏବଂ ଝଡ ସହିତ ଜଡିତ ଥିଲା। ଏହି କାରଣରୁ ୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଅଧିକାଂଶ ମୃତ୍ୟୁ ବନ୍ୟା ଯୋଗୁଁ ଘଟିଛି। ଏହା ଦ୍ୱାରା ୪.୮୩ କୋଟି ଲୋକ ସିଧାସଳଖ ପ୍ରଭାବିତ ହୋଇଥିଲେ।

ସବୁଠାରୁ ଭୟଙ୍କର ମରୁଡ଼ି ଇରାନ, ଇରାକ, ଆଫଗାନିସ୍ତାନ ଏବଂ ଆରବରେ ଘଟିଛି। ରୁଷିଆର ଦୂର ପୂର୍ବାଞ୍ଚଳ ଏବଂ ୨୦୨୧ ମସିହାରେ ଦକ୍ଷିଣ-ପଶ୍ଚିମ ଏସିଆ ଏବଂ ପୂର୍ବ ସାଇବେରିଆରେ ବାର୍ଷିକ ହାରାହାରି ବୃଷ୍ଟିପାତ କମ ହୋଇଛି।

ଭାରତ, ପାକିସ୍ଥାନ, ମ୍ୟାନମାର ଏବଂ ଚାଇନାର ପଶ୍ଚିମ ଏବଂ ପୂର୍ବ ଏସୀୟ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ଥିଲା। ପ୍ରବଳ ବର୍ଷା ଯୋଗୁଁ ଏହି ଦେଶଗୁଡିକ ପ୍ରଭାବିତ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?