ରାଜରାସ୍ତାରେ ରାହାଜାନି, ଲୋକଙ୍କୁ ସୁରକ୍ଷା ଚିନ୍ତା

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଅପରାଧ ଅନିୟନ୍ତ୍ରିତ ହୋଇପଡ଼ିଛି। ଅପରାଧୀମାନେ ସକ୍ରିୟ ହୋଇ ପଡ଼ିଛନ୍ତି। ପୋଲିସକୁ ମଧ୍ୟ ସେମାନଙ୍କର ଭୟ ନାହିଁ। ରାଜରାସ୍ତାରେ ରାହାଜାନି, ଲୁଟ୍‌ପାଟ୍‌ କରୁଛନ୍ତି। କେବଳ ସନ୍ଧ୍ୟା କିମ୍ବା ରାତିରେ ନୁହେଁ, ଦିନ ଦ୍ୱିପ୍ରହରରେ ଏଭଳି ଅପରାଧ ଘଟୁଛି। କଥା ସେତିକିରେ ସରି ନାହିଁ, କାହାକୁ ଭୁଜାଲି, ଛୁରାମାଡ଼ ହେଉଛି ତ ଆଉ କାହାକୁ ମାରପିଟ୍‌ କରି ଲୁଟ୍‌ତରାଜ ଚାଲିଛି। ପୋଲିସ୍‌ ଚିରାଚରିତ ଢଙ୍ଗରେ ରାଜପଥରେ ପାଟ୍ରୋଲିଂ କରୁଛି। କିନ୍ତୁ ତାକୁ ଅପରାଧରଙ୍କ ଖାତିର୍‌ ନାହିଁ। ଅନ୍ୟପଟେ ସହର ଉପକଣ୍ଠ ରାଜପଥ ସମେତ ବିଭିନ୍ନ ରାସ୍ତାଘାଟରେ ଲୁଟ୍‌ପାଟ୍‌ ବଢ଼ିବାରେ ଚାଲିଛି ଏବଂ ଏହାକୁ ନେଇ ଲୋକେ ରାସ୍ତାରେ ଯିବା, ଆସିବା କରିବାକୁ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଗତ କିଛିମାସ ହେଲା ବରଗଡ଼ ଦେଇ ସମ୍ବଲପୁର ପଟକୁ ଯାଇଥିବା ୫୩ନମ୍ବର ଜାତୀୟ ରାଜପଥର ସହର ଉପକଣ୍ଠ ହଲଦୀପାଲି ଛକରୁ ବିକାଶ ଛକ, କଲାପାଣିରୁ ଦନ୍ତା ବ୍ରିଜ, ସୁକୁଟାପାଲିରୁ-ଲାଦରପାଲି, ଅତାବିରାରୁ-ଗୋଡ଼ଭଗା ଆଦି ସ୍ଥାନରେ ଏଭଳି ଅପରାଧୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ସେହିପରି ବରଗଡ଼ରୁ ଭେଡ଼େନ, ଅମ୍ବାଭୋନା, ବରପାଲି, ସୋହେଲାକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଲୁଟ୍‌ତରାଜ୍‌ ବଢ଼ୁଥିବା ଅଭିଯୋଗ ହୋଇଛି। ଏଭଳି ଅପରାଧରେ ସାଧାରଣତଃ ନାବାଳକଙ୍କଠାରୁ ଆରମ୍ଭ କରି ଯୁବକମାନେ ସମ୍ପୃକ୍ତ ଥିବାବେଳେ ନିଶା କାରବାର ତଥା ପୋଲିସ ପାଟ୍ରୋଲିଂ ଅଭାବରୁ ସେଭଳି ଅପରାଧ ବଢୁଥିବା ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଗତ କିଛିମାସ ତଳେ ସହର ଉପକଣ୍ଠ ଘୁଲିପାଲି-ପ୍ରଧାନପାଲି ମଧ୍ୟରେ ରାଜରାସ୍ତାରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ମାଡ଼ ହୋଇଥିଲା। ସେହିପରି କଲାପାଣି ମାର୍କେଟ୍‌ ନିକଟରେ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିବା ଧାନ ବୋଝେଇ ୫ ଟ୍ରକ୍‌ରୁ ଦୁର୍ବୃତ୍ତମାନେ ରାତାରାତି ବ୍ୟାଟେରି କାଢ଼ି ନେଇଥିଲେ। ଅତାବିରା ଥାନା ବାବେବିରାରୁ ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମକୁ ଏକ ଦମ୍ପତି ବାଇକ୍‌ ଯୋଗେ ଫେରୁଥିବାବେଳେ ଦୁର୍ବୃତ୍ତମାନେ ସୁନାଚେନ୍‌ ଲୁଟି ଫେରାର୍‌ ହୋଇଯାଇଥିଲେ। ତେବେ ତାକୁ ପୋଲିସ ଏପର୍ଯ୍ୟନ୍ତ ଉଦ୍ଧାର କରି ପାରି ନ ଥିବାବେଳେ ରବିବାର ବିକାଶ ଛକ-ହଳଦୀପାଲି ଛକ ମଝିରେ ଜଣେ ମହିଳା ପିନ୍ଧିଥିବା ସୁନା ଗହଣା ଲୁଟ୍‌ପାଟ୍‌ ସହ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଛି। ସେ ଗୁରୁତର ହୋଇ ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

କେସିଙ୍ଗାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୨୧ ଦୋକାନରୁ ୧୩ ହଜାର ଜରିମାନା, ୩୮ କେଜି ବାସି ଖାଦ୍ୟ ନଷ୍ଟ

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକରେ ଶନିବାର କଳାହାଣ୍ଡି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆକସ୍ମିକ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri