ରାଜ୍ୟରେ ବଢ଼ିଛି ଅପରାଧ

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ରାଜ୍ୟରେ ଅପରାଧ ବଢ଼ି ଚାଲିଛି। ଏକଥା ଖୋଦ୍‌ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୋମବାର ୨୦୨୨ ବର୍ଷ ପାଇଁ ପ୍ରକାଶିତ ଶ୍ୱେତପତ୍ରରେ ଉଲ୍ଲେଖ ରହିଛି। ୨୦୨୧ରେ ରାଜ୍ୟରେ ୧,୫୫, ୪୨୦ ଆପରାଧିକ ମାମଲା ରୁଜୁ ହୋଇଥିବାବେଳେ ୨୦୨୨ରେ ୧ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି। ସେଥିରୁ ୧,୬୯,୭୩୫ଟି ମାମଲା ସତ୍ୟ ଆଧାରିତ ଥିବାବେଳେ ୧,୧୮, ୫୪୭ ଜଣଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇଛି। ୨୦୨୨ରେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୩,୧୮୪ଟି ବଳାତ୍କାର, ୧,୩୭୯ଟି ହତ୍ୟା, ୨,୯୯୮ଟି ଲୁଣ୍ଠନ, ୫,୪୭୭ ସନ୍ଧିଚୋରି, ୧୪,୮୯୩ ଚୋରି, ୬୨୬ଟି ଡକାୟତି, ୫,୩୫୨ ପ୍ରତାରଣା. ୨,୨୪୮ଦଙ୍ଗା, ୧୧,୬୬୩ ମୋଟରଯାନ ଦୁର୍ଘଟଣା ଏବଂ ୧୩,୩୮୦ଟି ଅନ୍ୟାନ୍ୟ ମାମଲା ରହିଛି। ୩,୧୪୮ ବଳାତ୍କାର ମାମଲା ମଧ୍ୟରୁ ୩,୧୩୫ ମାମଲା ସତ୍ୟ ଅଟେ। ସେଥିରୁ ବର୍ଷ ଶେଷ ସୁଦ୍ଧା ୨,୨୩୭ଟିରେ ଚାର୍ଜଶିଟ ଦାଖଲ କରାଯାଇଛି। ଶ୍ୱେତପତ୍ରରେ କୁହାଯାଇଛି ଯେ, ଆପରାଧିକ ମାମଲା ବୃଦ୍ଧି ସତ୍ତ୍ୱେ ୨୦୨୨ରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ସେହିପରି ରାଜ୍ୟରେ ୨୭ଟି ମାଓବାଦୀ ଘଟଣା ଘଟିଛି। ଏଥିରେ ୭ ମାଓବାଦୀଙ୍କ ମୃତ୍ୟୁ ହେବାସହ ୧୨ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ-ମାଓବାଦୀ ମଧ୍ୟରେ ୧୨ଥର ଗୁଳିବିନିମୟ ଘଟଣା ଘଟିଥିବାବେଳେ ଏଥିରେ ୩ ଜଣ ସୁରକ୍ଷାକର୍ମୀ ଶହୀଦ ଏବଂ ୮ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ, ୨୦୨୨ରେ ୨୨୪୮ଟି ଦଙ୍ଗା ମାମଲା ରୁଜୁ ହୋଇଛି। ସେଥିରୁ ୨,୧୭୨ଟି ମାମଲା ସତ୍ୟ ହୋଇଥିବା ବେଳେ ବର୍ଷ ଶେଷ ସୁଦ୍ଧା ୧,୩୬୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ସେହିପରି ୩,୧୪୮ଟି ବଳାତ୍କାର ମାମଲା ଋଜୁ ହୋଇଛି। ସେଥିମଧ୍ୟରୁ ୩,୧୩୫ଟି ସତ୍ୟ ମାମଲା ବୋଲି ଜଣାପଡ଼ିଛି। ତେବେ ଶ୍ୱେତପତ୍ର ଅନୁଯାୟୀ ରାଜ୍ୟରେ ହତ୍ୟା ମାମଲା କମିଛି। ପଞ୍ଜିକୃତ ୧,୩୭୯ଟି ହତ୍ୟା ଘଟଣା ମଧ୍ୟରୁ ୧,୩୦୧ଟି ମାମଲା ସତ୍ୟ ଥିବା ଜଣାପଡିଛି। ସେହିପରି ରାଜ୍ୟରେ ୬୨୬ ଡକାୟତି ଘଟଣା ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୬୧୪ଟି ମାମଲା ସତ୍ୟ ବୋଲି ଜଣାପଡ଼ିଛି। ପଞ୍ଜୀକୃତ ହୋଇଥିବା ୫,୩୫୨ଟି ପ୍ରତାରଣା ମାମଲା ମଧ୍ୟରୁ ୫,୦୪୬ଟି ମାମଲା ସତ୍ୟ ବୋଲି ରିପୋର୍ଟରେ କୁହାଯାଇଛି। ୫,୪୭୭ ସିନ୍ଧିଚୋରି ମାମଲା ମଧ୍ୟରୁ ୫,୩୮୨ଟି ମାମଲା ସତ୍ୟ ଅଟେ। ବର୍ଷ ଶେଷ ସୁଦ୍ଧା ୧,୮୦୦ ମାମଲାରେ ଦୋଷାରୋପ ଫର୍ଦ୍ଧ ଦାଖଲ କରାଯାଇଛି। ଉକ୍ତ ମାମଲାରେ ୩,୦୮୦ ଜଣଙ୍କୁ ଗିରଫ କରାଯିବା ସହ ୫୦,୨୬, ୫୦,୭୦୯ ଟଙ୍କା ମୂଲ୍ୟର ଚୋରି ସାମଗ୍ରୀ ମଧ୍ୟରୁ ୧୦,୮୨,୦୦,୯୭୮ ଟଙ୍କା ଜବତ ହୋଇଛି।
ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ହୋଇ ନ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ୧୪ ଥର ଗୁଳି ଚାଳନା କରାଯାଇଛି। ରାଜ୍ୟରେ ବିଭିନ୍ନ ରାଜ୍ୟନୈତିକ ଦଳ ଓ ସଂଗଠନ ୨୯୪ ଥର ରାସ୍ତାରୋକ କରିଥିବା ବେଳେ ୧୮ଥର ରେଳ ରୋକୋ, ୧,୪୦୩ ଥର ଧାରଣା, ୬୮୪ ଥର ରାଲି, ୧,୪୭୭ ଥର ବିକ୍ଷୋଭ, ୭୩ଥର ଅନଶନ, ୪୯ ଥର ଘେରାଓ କରାଯାଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?