ଠକେଇର ଶିକାର ହୋଇଥିଲେ ରିପୋର୍ଟ କର

କଟକ ଅଫିସ,୧୩ା୧୨: ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ଚାକିରି କରାଇ ଦେବାକୁ କହି ବହୁ ଯବତୀଯୁବକଙ୍କଠାରୁ ବହୁ କୋଟି ଟଙ୍କା ଠକି ନେଇଛନ୍ତି। ଏହି ଠକେଇରେ ଗୋପାଳପୁର ବିଧାୟକଙ୍କ ସହଯୋଗ କରିଛନ୍ତି। ଏ ନେଇ ୬ଜଣ ଅଭିଯୋଗକାରୀ ଏତଲା ଦେଇଥିବାବେଳେ କ୍ରାଇମବ୍ରଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ମାମଲା ରୁଜୁ ହୋଇଛି। ସେମାନଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ଠକେଇର ଶିକାର ହୋଇଛନ୍ତି, ସେମାନେ ଆସି ରିପୋର୍ଟ କରନ୍ତୁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି।

ଠକେଇ ସଂକ୍ରାନ୍ତରେ ଟାଟା କମ୍ପାନୀର ଡିଜିଏମ୍‌ ତ୍ରିଲୋଚନ ମହାନ୍ତି କ୍ରାଇମବ୍ରାଞ୍ଚ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଅନୁଯାୟୀ, ଆକାଶ ଟାଟା କମ୍ପାନୀର ମେଲ୍‌ ଆଇଡି ଓ ଲୋଗୋ ବ୍ୟବହାର କରି ନକଲି ଆଇକାର୍ଡ ଓ ଭିଜିଟିଂ କାର୍ଡ ବ୍ୟବହାର କରୁଥିଲେ। ଅଭିଯୋଗକୁ ଭିତ୍ତିକରି ସାଇବର ଥାନାରେ ଗତମାସ ୨୩ ତାରିଖରେ ମାମଲା (ନଂ.୨୬/୨୦) ମାମଲା ରୁଜୁ ହୋଇଥିଲା ା ଆକାଶଙ୍କ ବିରୋଧରେ ଆଇପିସି ଦଫା ୪୧୯, ୪୨୦, ୪୬୭, ୪୬, ୪୬୯, ୪୭୧ ଧାରା ଏବଂ ଆଇଟି ଆଇନର ୬୬(ଗ) ଓ ୬୬(ଘ)ରେ ତଦନ୍ତ ଜାରି ରହିଛି। ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ଟାଟା ମୋଟର୍ସର ଏମ୍‌ଡି ଥିବା ନେଇ ପ୍ରଚାର କରୁଥିଲେ ା ଏଣୁ ଚାକିରି ଆଶାୟୀମାନେ ଆକାଶ, ପ୍ରଦୀପ ଓ ତାଙ୍କ ସହଯୋଗୀଙ୍କୁ ଟଙ୍କା ଦେଉଥିଲେ। ୬ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୨ଜଣ ପ୍ରଦୀପଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ଓ ଅନ୍ୟ ୪ଜଣ ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଟଙ୍କା ଟ୍ରାନ୍ସଫର କରିଛନ୍ତି। ସେହିପରି ଟଙ୍କା ନେଇ ଆକାଶ କେତେଜଣ ଯୁବତୀଯୁବକଙ୍କୁ ଜାଲ୍‌ ନିଯୁକ୍ତିପତ୍ର ଓ ଅନ୍‌ଲାଇନ ଟ୍ରେନିଂ ମଧ୍ୟ ଦେଇଥିଲେ। ଆକାଶ ଓ ପ୍ରଦୀପଙ୍କୁ ଅନେକ ଲୋକ ଟଙ୍କା ଦେଇଥିବା ଆକାଶଙ୍କ ପିଏ ଡେଭିଡ୍‌ ପିଟର କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀଙ୍କ ନିକଟରେ ବୟାନ ମଧ୍ୟ ଦେଇଛନ୍ତି। ତେଣୁ ଯେଉଁମାନେ ଏମାନଙ୍କ ଦ୍ୱାରା ଠକାମିର ଶିକାର ହୋଇଛନ୍ତି ସେମାନେ କ୍ରାଇମବ୍ରଞ୍ଚ ନିକଟରେ ଅଭିଯୋଗ କରିବାକୁ କ୍ରାଇମବ୍ରାଞ୍ଚ ଏଡିଜି ଅନୁରୋଧ କରିଛନ୍ତି। ଯଦି ଏଭଳି ଅଭିଯୋଗ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?