ଜଗନ୍ନାଥଙ୍କ ଭଡ଼ାଘରେ କ୍ରାଇମ୍‌ବ୍ରାଞ୍ଚ ଯାଞ୍ଚ

ପୁରୀ ଅଫିସ,୧୮।୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଶୁକ୍ରବାର ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଚିତ୍ତରଞ୍ଜନଙ୍କ ସହଯୋଗୀ ତଥା ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀଙ୍କ ପୁରୀ ମାଟିଆପଡ଼ାସ୍ଥିତ ଭଡ଼ାଘରକୁ ଯାଇ ଯାଞ୍ଚ କରିଛନ୍ତି। ସେମାନେ ଭଡ଼ାଘର ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିବା ସହ ଏହା ପାଖରେ ଥିବା ବିଭିନ୍ନ ଘରର ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ଏସ୍‌ପି କନୱର ବିଶାଲ ସିଂଙ୍କୁ ଭେଟି ସହଯୋଗ ମାଗିଛନ୍ତି। ଏଥିସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛନ୍ତି। କେହି ଜଗନ୍ନାଥ ଓ ଚିତ୍ତଙ୍କୁ ଦେଖିଛନ୍ତି କି ନାହିଁ କିମ୍ବା ଘଟଣା ସମ୍ପର୍କରେ କୌଣସି ସୂଚନା ଜାଣିଛନ୍ତି କି ନାହିଁ ସେନେଇ ପଚରାଉଚରା କରିଛନ୍ତି। ଅନ୍ୟପକ୍ଷରେ ଚିତ୍ତରଞ୍ଜନଙ୍କ ସ୍ତ୍ରୀ ସୁଭଦ୍ରା ପଲେଇ ନିଜ ବୟାନ ବଦଳାଇ ଦାସବର୍ମାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିବାବେଳେ ଚର୍ଚ୍ଚାକୁ ଆସିଥିବା ଯୁବତୀଙ୍କ ମା’ ମୁହଁ ଖୋଲିଛନ୍ତି। ଉକ୍ତ ଘଟଣାରେ ସେ ନିଜ ଝିଅର ସମ୍ପୃକ୍ତିକୁ ମନଗଢା ବୋଲି କହିଛନ୍ତି।
ଭଡ଼ାଘରେ ଜଗନ୍ନାଥ ଓ ଚିତ୍ତ ଏକାଠି ରୋଷେଇ କରିଥିବା ଓ ସେଠାରୁ ବାହାରି ଦୁହେଁ ଗଡ଼ମୃଗଶିରା ଅଞ୍ଚଳକୁ ଯାଇଥିବା ଜେରା ବେଳେ ଜଗନ୍ନାଥ କହିଥିଲେ। ସେହିଭଳି ଚିତ୍ତରଞ୍ଜନଙ୍କ ପରିବାର ଲୋକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିସାରିଥିବାବେଳେ ଅଟକ ରଖିଥିବା ୫ଜଣଙ୍କୁ ମଧ୍ୟ ଜେରା କରିଛି। ଜେରା କରାଯାଉଥିବା ଯୁବତୀଙ୍କ ସମ୍ପୃୃକ୍ତିକୁ ନେଇ ମାମଲା ଅଧିକ ଜଟିଳ ହେବାରେ ଲାଗିଛି। ଯୁବତୀଙ୍କ ମା’ ଘଟଣା ସମ୍ପର୍କରେ କହିଛନ୍ତି, ନିରୀହ ଲୋକ ଦେଖି ଆମକୁ ଟାର୍ଗେଟ କରାଯାଉଛି। ଚିତ୍ତରଞ୍ଜନଙ୍କ ହତ୍ୟା ସହ ଆମର କୌଣସି ସଂପୃକ୍ତି ନାହିଁ। ମୋ ଝିଅ ଘଟଣା ସହ ଆଦୌ ସଂଶ୍ଳିଷ୍ଟ ନୁହେଁ। ଜଗନ୍ନାଥ ମୋତେ ସେହିଦିନ ବିଳମ୍ବିତ ରାତ୍ରରେ କଲ୍‌ କରିଥିବା କଥା ସତ। ମୋତେ କଲ୍‌ ଆସିବା ପରେ ମୁଁ ବାରମ୍ବାର ତାଙ୍କୁ ପଚାରିଛି, ସେ ଏକା ଅବା ତାଙ୍କ ସହ କିଏ ଅଛନ୍ତି। ଜଗନ୍ନାଥ ଏକା ମୋ’ ଘରକୁ ଆସୁଥିବା କହିଛନ୍ତି। ରାତ୍ର ୩ଟା ୪୭ ମିନିଟ୍‌ ପର୍ଯ୍ୟନ୍ତ ସେ ନ ଆସିବା ପରେ ମୁଁ ବାଧ୍ୟ ହୋଇ ଜଗନ୍ନାଥ ସମେତ ଅନେକ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଛି। ତେବେ ଚିତ୍ତରଞ୍ଜନ ତାଙ୍କ ସହ ଥିବା କଥା ମୋ ଜାଣତରେ ନ ଥିଲା। ଏଣୁ ମୋତେ କିମ୍ବା ମୋ’ ଝିଅକୁ ଅଯଥା ଏହି ମାମଲାକୁ ଟଣା ନ ଯାଉ ବୋଲି ସେ ନିବେଦନ କରିଛନ୍ତି। ସେହିପରି ଗତ ୧୩ ତାରିଖରେ ଚିତ୍ତରଞ୍ଜନଙ୍କ ସ୍ତ୍ରୀ ସୁଭଦ୍ରା ଉକ୍ତ ଘଟଣା ନେଇ ଦାସବର୍ମାଙ୍କ ବିରୋଧରେ ଗଣମାଧ୍ୟମରେ ଅଭିଯୋଗ ଆଣିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା କହିଥିଲେ। ମାତ୍ର ଏବେ ସେ କହିଛନ୍ତି କ୍ରାଇମବ୍ରାଞ୍ଚ ଉପରେ ମୋର ବିଶ୍ୱାସ ରହିଛି। ସଞ୍ଜୟ କୁମାର ଦାସବର୍ମାଙ୍କ ଉପରେ ମଧ୍ୟ ମୋର ଭରସା ରହିଛି। ସ୍ବାମୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର। ମାତ୍ର ଏହି ଘଟଣାକୁ ନେଇ ରାଜନୀତି କରା ନ ଯାଉ। ମୋତେ ନ୍ୟାୟ ଦେବା ପାଇଁ ବ୍ୟବସ୍ଥା କରାଯାଉ ଓ କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ ଦିଆଯାଉ ବୋଲି ସୁଭଦ୍ରା କହିଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଭାଜପା ଏବଂ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ ସହ ତଦନ୍ତ ହେଉ ବୋଲି କଂଗ୍ରେସ ଦାବି କରିଛି। ଏ ନେଇ ଦାସବର୍ମା କହିଛନ୍ତି, ଉକ୍ତ ମାମଲାର ତଦନ୍ତ ଚାଲିଛି। ତଦନ୍ତ ପ୍ରକ୍ରିୟା ସରିଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ଦୋଷୀଙ୍କୁ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଘଟଣା ପରେ ସଞ୍ଜୟଙ୍କ ସହ ଚିତ୍ତରଞ୍ଜନଙ୍କ ବାପା, ବଡ଼ବାପା ଓ ଭଉଣୀ ଏସ୍‌ପିଙ୍କ ପାଖକୁ ଯାଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚକୁ ଏପର୍ଯ୍ୟନ୍ତ ଭିସେରା ଓ ବ୍ୟବଚ୍ଛେଦ ରିପୋର୍ଟ ମିଳିପାରିନାହିଁ। ଏହି ଦୁଇ ରିପୋର୍ଟ ଉକ୍ତ ଘଟଣା ଉପରୁ ପରଦା ହଟାଇବାରେ ସହାୟକ ହେବ ବୋଲି କୁହାଯାଉଛି। ଜଗନ୍ନାଥ ଓ ଚିତ୍ତରଞ୍ଜନଙ୍କ ରକ୍ତ ନମୁନା ସଂଗ୍ରହ ହୋଇଛି। ଫରେନ୍ସିକ୍‌ ଟିମ୍‌ ଦୁର୍ଘଟଣାସ୍ଥଳରୁ ସଂଗ୍ରହ କରିଥିବା ରକ୍ତନମୁନା ସହ ଏବେକାର ରକ୍ତନମୁନାକୁ ମେଳ କରାଯିବ। ଫଳରେ ରକ୍ତ କାହାର ତାହା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri