Posted inଖେଳ

ନାଇଟ୍‌କ୍ଲବ୍‌ରେ ପ୍ରଥମଥର ଦେଖି ଯୁବତୀଙ୍କୁ ମନ ଦେଇ ବସିଥିଲେ ଏହି କ୍ରିକେଟର୍‌

ଟେଷ୍ଟ କ୍ରିକେଟର ଅନ୍ୟତମ ସଫଳ ବୋଲର ହେଲେ ଇଂଲଣ୍ଡର ଜିମି ଆଣ୍ଡରସନ। ୧୫୭ଟି ମ୍ୟାଚରେ ୬୦୦ରୁ ଅଧିକ ଟେଷ୍ଟ ଉଇକେଟ ନେଇଥିବା ସେ ବିଶ୍ୱର ଏକମାତ୍ର ପେସ୍‌ ବୋଲର୍‌। ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ୫୦୦ରୁ ଅଧିକ ଉଇକେଟ ନେବାରେ କେବଳ ସ୍ପିନରମାନେ ଆଗରେ ଅଛନ୍ତି। ଭାରତ ବିପକ୍ଷ ଟେଷ୍ଟ କ୍ରିକେଟରେ ତାଙ୍କର ରେକର୍ଡ ଆହୁରି ଭଲ ରହିଛି। ଟେଷ୍ଟ କ୍ରିକେଟରେ ଭାରତ ବିପକ୍ଷରେ ଉଇକେଟ ଦୃଷ୍ଟିରୁ ତାଙ୍କର ହାରାହାରି ୨୬.୭୯ ରହିଛି। ଏଥି ସହିତ ସେ ଭାରତ ବିପକ୍ଷ ୨୭ଟି ମ୍ୟାଚରେ ହାରାହାରି ୨୫.୯୮ରେ ୧୧୦ଟି ଟେଷ୍ଟ ଉଇକେଟ ନେଇଛନ୍ତି। ଆଣ୍ଡରସନ ପଡ଼ିଆରେ ଯେତେ ଆକ୍ରମଣାତ୍ମକ, ସେ ପଡ଼ିଆ ବାହାରେ ସେତିକି ଲାଜକୁଳା। ସେ ବହୁତ ଲାଜୁଆ। ଏଭଳି ପରିସ୍ଥିତିରେ, ପ୍ରଥମ ଦେଖାରେ ପ୍ରେମରେ ପଡ଼ିବା ପରେ ମଧ୍ୟ ସେ ପ୍ରେମ ବ୍ୟକ୍ତ କରିପାରି ନ ଥିଲେ। ତାଙ୍କ ସ୍ତ୍ରୀ ଡାନିଏଲ ଲଏଡଙ୍କୁ ଏହି ସମ୍ପର୍କକୁ ଆଗେଇ ନେବାକୁ ପଡିଥିଲା। ଜେମ୍ସ ଆଣ୍ଡରସନ ଏବଂ ଡାନିଏଲ ଲଏଡର ଲଭଷ୍ଟୋରୀ ଏକ ଫିଲ୍ମ କାହାଣୀ ପରି। ଅଗଷ୍ଟ ୨୦୦୪ରେ ଲଣ୍ଡନର ଏଲିସିୟମ ନାଇଟ କ୍ଲବ୍‌ରେ ଜେମ୍ସ ଆଣ୍ଡରସନ ଏବଂ ଡାନିଏଲ ଲଏଡଙ୍କ ପ୍ରଥମ ସାକ୍ଷାତ ହୋଇଥିଲା। ଏହି ଦୁଇଜଣଙ୍କ ମଧ୍ୟରେ ପ୍ରଥମ ଦେଖାରେ ପ୍ରେମ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ଆଣ୍ଡରସନ ଏବଂ ଲଏଡ ଫେବୃଆରୀ ୨୦୦୬ରେ ଦୁଇ ବର୍ଷର ସମ୍ପର୍କକୁ ବିବାହରେ ପରିଣତ କରିଥିଲେ। ଜେମ୍ସ ଆଣ୍ଡରସନ ଏବଂ ଡାନିଏଲଙ୍କର ଦୁଇଟି ଝିଅ ଅଛନ୍ତି। ଆଣ୍ଡରସନ ସୋସିଆଲ ମିଡିଆରେ ତାଙ୍କ ସ୍ତ୍ରୀ ଏବଂ ଝିଅମାନଙ୍କ ସହିତ ଫଟୋ ଶେୟାର କରନ୍ତି। ଡାନିଏଲ ୧୮ ବର୍ଷ ବୟସରେ ମଡେଲିଂ ଆରମ୍ଭ କରିଥିଲେ ଏବଂ ତାଙ୍କର ପ୍ରଥମ ଶୋ ବର୍ମିଂହାମରେ ଥିଲା। ଅଧିକ ବ୍ୟବସାୟ ପାଇଁ ଡାନିଏଲ ଓଲିଡ ଏକ ମଡେଲିଂ ଏଜେନ୍ସିରେ ଯୋଗଦେଇଥିଲେ, କିନ୍ତୁ ଏହା ଫ୍ଲପ ହେବା ପରେ ସେ ଅଧ୍ୟୟନ ପ୍ରତି ଧ୍ୟାନ ଦେଇ ସାଉଥମ୍ପଟନ ବିଶ୍ୱବିଦ୍ୟାଳୟରେ ମାର୍କେଟିଂ ଏବଂ ଫ୍ରେଞ୍ଚ ପାଠ୍ୟକ୍ରମ ଅଧ୍ୟୟନ କରିବା ଆରମ୍ଭ କଲେ। ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ଡାନିଏଲ ମଡେଲିଂ ଦୁନିଆରେ ପୁନଃପ୍ରବେଶ କଲେ। ଏଥର ଭାଗ୍ୟ ତାଙ୍କୁ ସମର୍ଥନ କଲା ଏବଂ ଡାନିଏଲ ମାର୍କେଟିଂ ଫାର୍ମରେ ଯୋଗ ଦେଲେ। ସେ ଅନେକ ମଡେଲିଂ ପ୍ରୋଜେକ୍ଟ ଏବଂ ବିଜ୍ଞାପନ କରିଥିଲେ। କିନ୍ତୁ ବିବାହ ପରେ ଡାନିଏଲ ମଡେଲିଂ ଛାଡି ଆଣ୍ଡରସନଙ୍କ ସହ ଲଣ୍ଡନ ଯାଇଥିଲେ। ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ଡାନିଏଲ ଓଲିଡ ମଡେଲିଂ ଦୁନିଆରେ ପୁନପ୍ରବେଶ କଲେ। ଏଥର ଭାଗ୍ୟ ତାଙ୍କୁ ସମର୍ଥନ କଲା ଏବଂ ଡାନିଏଲ ଶୀର୍ଷ ମାର୍କେଟିଂ ଫାର୍ମରେ ଯୋଗ ଦେଲେ। ସେ ଅନେକ ମଡେଲିଂ ପ୍ରୋଜେକ୍ଟ ଏବଂ ବିଜ୍ଞାପନରେ କାମ କରିଥିଲେ, କିନ୍ତୁ ବିବାହ ପରେ ଡାନିଏଲ ମଡେଲିଂ ଛାଡି ଆଣ୍ଡରସନଙ୍କ ସହ ଲଣ୍ଡନ ଯାଇଥିଲେ। ଡାନିଏଲ ଏବେ ଜଣେ ସାମାଜିକ କର୍ମୀ ଏବଂ ଏକ ଗୁଡବୟ ଚ୍ୟାରିଟି ନାମକ ଏକ ସଂସ୍ଥାରେ କାର୍ଯ୍ୟ କରନ୍ତି। ଏହି ସଂସ୍ଥା ଗର୍ଭାବସ୍ଥାରେ ନିଜ ସନ୍ତାନ ହରାଇଥିବା ମହିଳାମାନଙ୍କୁ ସାହାଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri