Posted inଖେଳ

ଦେବାଶିଷ ଓ ସୁଶ୍ରୀ ପାଇଲେ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର: ‘ତ୍ରୁଣମୂଳ ସ୍ତରରୁ ଖେଳାଳିଙ୍କୁ ସାହାଯ୍ୟ ପାଇଁ ଓସିଏ ବଦ୍ଧପରିକର’

ଭୁବନେଶ୍ୱର, ୧୫।୩(କ୍ରୀଡ଼ା ପ୍ରତିନିଧି)- ”ଅନେକ ବ୍ୟକ୍ତି ଅତ୍ୟନ୍ତ ନିଷ୍ଠାର ସହ କାର୍ଯ୍ୟକରି ତୃଣମୂଳ ସ୍ତରରୁ ପ୍ରତିଭା ବାହାର କରୁଛନ୍ତି। ମାତ୍ର ପରେ ଭିତ୍ତିଭୂମି, ସରଞ୍ଜାମ ଅଭାବ ଯୋଗୁ ହେଉ କିମ୍ବା ଚୟନ ପ୍ରକ୍ରିୟାରେ ଅନିୟମିତତା ପାଇଁ ସେମାନଙ୍କୁ ଜିଲା ଆସୋସିଏଶନ ଏବଂ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପଛରେ ଗୋଡ଼ାଇବାକୁ ପଡ଼ିଥାଏ। ମାତ୍ର ତୃଣମୂଳ ସ୍ତରର ଏହି ପିଲାଙ୍କୁ ଏଣିକି ସାହାଯ୍ୟ କରିବା ପାଇଁ ଓସିଏ ବଦ୍ଧପରିକର ଏବଂ ବ୍ୟକ୍ତିଗତ ଭାବେ ମୁଁ ପ୍ରତିଶ୍ରୁତିବଦ୍ଧ“ ବୋଲି ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ ଇଣ୍ଡିଆ ପକ୍ଷରୁ ଏଠାରେ ଆୟୋଜିତ ‘କ୍ରିକେଟର ଅଫ୍‌ ଦି ଇୟର’ ପୁରସ୍କାର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି। ଓଡ଼ିଶାର ଦେବାଶିଷ ମହାନ୍ତି ଜାତୀୟ ସିନିୟର ଚୟନକର୍ତ୍ତା ହେବାର ଗୌରବ ପାଇଛନ୍ତି। ଏବେ କେବଳ ଆମ ରାଜ୍ୟ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାର ଅଛି। ପୂର୍ବରୁ ସେମାନଙ୍କ ପାଇଁ ଲଢ଼ିବାକୁ ଉଚ୍ଚସ୍ତରରେ କେହି ନ ଥିଲେ। ଏବେ ଦେବାଶିଷ ଅଛନ୍ତି ଏବଂ ଓସିଏ ମଧ୍ୟ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଜିଲା ଆସୋସିଏଶନ ମାଧ୍ୟମରେ ବିଭିନ୍ନ ପଡ଼ିଆର ଉନ୍ନତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। କ୍ଲବଗୁଡ଼ିକ ଜିଲା ଆସୋସିଏଶନ ସହ ଏଗ୍ରିମେଣ୍ଟ କରି ଓସିଏକୁ ଅବଗତ କରାଇବେ। ଏହାପରେ ସେହି ପଡ଼ିଆର ମେଣ୍ଟେନାନ୍ସ ପାଇଁ ଓସିଏ କାର୍ଯ୍ୟ କରିବ। ଏହା ବ୍ୟତୀତ ପିଲାମାନଙ୍କୁ କୋଚିଂ ଦେବାପାଇଁ ପୂର୍ବରୁ ଜୁନିୟର ସ୍ତରରେ ହେଉ କି ସିନିୟରରେ ଖେଳିବାର ଅଭିଜ୍ଞତା ରଖିଥିବା ଖେଳାଳିଙ୍କୁ ନିଯୁକ୍ତି ଦିଆଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସଞ୍ଜୟ ପ୍ରକାଶ କରିଛନ୍ତି।
୨୦୧୯-୨୦ ସିଜନରେ ସଫଳତା ଅର୍ଜନ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ରବିବାର ପୁରୁଷ ଓ ମହିଳା ‘କ୍ରିକେଟର ଅଫ୍‌ ଦି ଇୟର’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦେବାଶିଷ ଏହି ସିଜନରେ ୮ଟି ମ୍ୟାଚ ଖେଳି ୧୨ ଇନିଂସରେ ୫୩.୫୦ ହାରରେ ମୋଟ ୫୩୫ ରନ କରିଥିଲେ। ଏହା ମଧ୍ୟରେ ୨ ଶତକ ଓ ୨ ଅର୍ଦ୍ଧଶତକ ସାମିଲ ଥିଲା। ତାଙ୍କୁ ୨୮ତମ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଗତ ସିଜନରେ ସୁଶ୍ରୀଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା। ଏକଦିବସୀୟ ଜାତୀୟ ପ୍ରତିଯୋଗିତାରେ ଅଲରାଉଣ୍ଡର ସୁଶ୍ରୀ ୨୦୪ ରନ କରିବା ସହ ୮ ମ୍ୟାଚରେ ୧୬ ଉଇକେଟ ଅକ୍ତିଆର କରିଥିଲେ। ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜ ଟ୍ରଫିରେ ଇଣ୍ଡିଆ ‘ବି’ ପକ୍ଷରୁ ଖେଳି ସେ ୪ ମ୍ୟାଚରେ ୭ ଉଇକେଟ ଦଖଲ କରିଥିଲେ। ଏହା ବ୍ୟତୀତ ଇମର୍ଜିଂ ଏସିଆ କପ୍‌, ଇମର୍ଜିଂ ଭାରତୀୟ ଦଳ ସହ ବାଂଲାଦେଶ ଗସ୍ତ ଏବଂ ଟି୨୦ ଇମର୍ଜିଂ ୪ ଦଳୀୟ ମୁକାବିଲାରେ ସେ ସଫଳ ରହିଥିଲେ। ଦେବାଶିଷ ପ୍ରଥମଥର ପାଇଁ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଥିବାବେଳେ ସୁଶ୍ରୀଙ୍କ ପାଇଁ ଏହା ଦ୍ୱିତୀୟ ପୁରସ୍କାର। ପୂର୍ବରୁ ସେ ୨୦୧୭-୧୮ ସିଜନରେ ଏହି ପୁରସ୍କାର ପାଇଥିଲେ। ଏହି ଅବସରରେ ପୂର୍ବତନ କର୍ପୋରେଟର ଶାଶ୍ୱତୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥିଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ପୁରସ୍କାରର ପ୍ରାୟୋଜକ ମାରୁତି ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅଲିମ୍ପିଆନ ଲାଜରୁସ ବାର୍ଲା, ଭାରତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସହିଦ ସ୍ପୋର୍ଟିଂ ସମ୍ପାଦକ ପଙ୍କଜ ପଟ୍ଟନାୟକ, କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସହିଦ ସ୍ପୋର୍ଟିଂର ଅନ୍ୟତମ ସଦସ୍ୟ ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ କୋଚ୍‌ ରଶ୍ମିରଞ୍ଜନ ପରିଡ଼ା ଏବଂ ସୁଶ୍ରୀଙ୍କ କୋଚ୍‌ କ୍ଷୀରୋଦ ବେହେରା ସେମାନଙ୍କ ବକ୍ତବ୍ୟ ରଖିଥିଲେ। ସୁରଟରେ ଚାଲିଥିବା ଜାତୀୟ ସିନିୟର ମହିଳା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ପକ୍ଷରୁ ଖେଳୁଥିବାରୁ ସୁଶ୍ରୀ ବ୍ୟକ୍ତିଗତଭାବେ ଅନୁପସ୍ଥିତ ଥିଲେ। ତାଙ୍କ ମା’ ଚନ୍ଦ୍ରାବତୀ ଓ ପିତା ନିବାସ ପ୍ରଧାନ ପୁରସ୍କାର ଗ୍ରହଣ କରିଥିଲେ। ପ୍ରକାଶଶ୍‌ଯୋଗ୍ୟ ଯେ, ସୁଶ୍ରୀ ନୟାପଲ୍ଲୀର ଇନ୍ଦିରା ମଇଦାନ ଜାଗୃତି କ୍ରିକେଟ ଏକାଡେମୀ (ଏସ୍‌ଜିଓ)ରେ ପ୍ରତିଷ୍ଠିତ କୋଚ୍‌ କ୍ଷୀରୋଦ ବେହେରାଙ୍କଠାରୁ ପ୍ରଶିକ୍ଷଣପ୍ରାପ୍ତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri