Posted inଖେଳ

ତିନି ବର୍ଷ ପରେ ଏବେ ପୁଣି ସେହି ମଇଦାନ, ପୁଣି ସେହି ତାରିଖ; ମ୍ୟାଚ୍‌ର ଫଳାଫଳକୁ ଅପେକ୍ଷା…

ନୂଆଦିଲ୍ଲୀ,୧୨।୮: ଲଣ୍ଡନରେ ଥିବା ଲଡ୍ସ କ୍ରିକେଟ ଗ୍ରାଉଣ୍ଡ ଭାରତୀୟ କ୍ରିକେଟ ଟିମ୍‌ ପାଇଁ ଭଲ ସାବ୍ୟସ୍ତ ହୋଇନାହିଁ। ଏଠାରେ ଖେଳାଯାଇଥିବା ଟେଷ୍ଟ ଇତିହାସରେ ଭାରତ କେବଳ ଦୁଇଟି ମ୍ୟାଚ୍‌ ଜିତିଛି। ଏଯାବତ ୧୮ ଟେଷ୍ଟ ଖେଳିଥିଲେ ହେଁ ଦଳ ସର୍ବଦା ସଂଘର୍ଷ କରିଥିବା ନଜର ଆସିଛି। ସାତ ବର୍ଷ ପୂର୍ବେ ଏହି ଗ୍ରାଉଣ୍ଡରେ ଶେଷ ଥର ପାଇଁ ଭାରତ ଏକ ଟେଷ୍ଟ ମ୍ୟାଚ୍‌ ଜିତିଥିଲା।

୨୦୧୮ ମସିହାରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିଥିଲା। ସେତେବେଳେ ଏହି ଲଡ୍ସରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଇଥିଲା। ଉକ୍ତ ଦିନ ମଧ୍ୟ ଅଗଷ୍ଟ ୧୨ ଥିଲା। ସେହି ମ୍ୟାଚ୍‌ରେ ଇଂଲଣ୍ଡ ଟିମ୍‌ ଭାରତୀୟ ଦଳକୁ ଶୋଚନୀୟ ଭାବେ ହରାଇଥିଲା। ଏଥର ଖେଳାଳିମାନଙ୍କୁ ସେହି ପରାଜୟରୁ ଶିକ୍ଷା କରି ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ ବୋଲି କୁହାଯାଉଛି।

ଉକ୍ତ ଟେଷ୍ଟରେ ଇଂଲଣ୍ଡ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୧୦୭ରେ ଅଲଆଉଟ୍‌ ହୋଇଥିଲା। ଜବାବରେ ଜୋ ରୁଟ୍‌ଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଟିମ୍‌ ୭ ଉଇକେଟ ହରାଇ ୩୯୬ ରନ୍‌ କରି ଇନିଂସ ଘୋଷଣା କରିଥିଲେ। ଦ୍ୱିତୀୟ ଇନିଂସରେ ଭାରତୀୟ ଟିମ୍‌ ୪୭ ଓଭର ଖେଳି ମାତ୍ର ୧୩୦ ରନ୍‌ କରିଥିଲା। ଶେଷରେ ଇଂଲଣ୍ଡ ସେହି ମ୍ୟାଚ୍‌କୁ ଏକ ଇନିଂସ ଏବଂ ୧୫୯ରନ୍‌ରେ ଜିତିଥିଲା।

ସେହି ମ୍ୟାଚ୍‌ରେ ହିରୋ ଥିଲେ ଇଂଲଣ୍ଡର କ୍ରିସ୍‌ ଓ୍ବୋକ୍ସ। ସେ ପ୍ରଥମ ଥର ପାଇଁ ନିଜର ବ୍ୟାଟିଂ ଦକ୍ଷତା ଦେଖାଇଥିଲେ। ଦଳ ୮୯ ରନ୍‌ରେ ୪ ଉଇକେଟ ହରାଇଥିବା ବେଳେ ଓ୍ବୋକ୍ସ ସାତ ନମ୍ବରରେ ଖେଳିବାକୁ ଆସି ଅପରାଜିତ ୧୩୭ ରନ୍‌ କରି ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ହୋଇଥିଲେ। ଅପରପକ୍ଷେ ଭାରତର ପରାଜୟ ପାଇଁ ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ମାନେ ଦାୟୀ ଥିଲେ। ବୋଲର୍‌ଙ୍କ ଇଶାନ୍ତ ଶର୍ମା ଖରାପ ବୋଲିଂ କରି ଇଂଲଣ୍ଡକୁ ଅଧିକ ରନ୍‌ କରିବାକୁ ସୁଯୋଗ ଦେଇଥିଲେ।

ଏବେ ଏହି ମ୍ୟାଚ୍‌କୁ ତିନି ବର୍ଷ ବିତିଯାଇଥିବା ବେଳେ ପୁଣି ଥରେ ଉଭୟ ଟିମ୍‌ ମଧ୍ୟରେ ସମାନ ପଡ଼ିଆରେ ଦ୍ୱିତୀୟ ଟେଷ୍ଟ ହେବାକୁ ଯାଉଛି। ପୂର୍ବ ମ୍ୟାଚ୍‌ର ପୁନରାବୃତ୍ତି ଯେପରି ନ ହେଉ ତାହା ପ୍ରଶଂସକ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?