Posted inଖେଳ

୨ ଖେଳାଳିଙ୍କ ଭାଗ୍ୟ ଖୋଲିଦେଲା ବିସିସିଆଇର ଘୋଷଣା: ଇଂଲଣ୍ଡ ବିପକ୍ଷରେ ନ ଖେଳି ବି ହେଲେ କୋଟିପତି

ନୂଆଦିଲ୍ଲୀ,୧୦।୩: ବିସିସିଆଇ ଶନିବାର ଖେଳାଳିଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଟିମ୍‌ ଇଣ୍ଡିଆ ଧର୍ମଶାଳା ଟେଷ୍ଟରେ ବିଜେତା ହେବାର କିଛି ସମୟ ପରେ ବିସିସିଆଇ ସଚିବ ଜୟ ଶାହା ଟେଷ୍ଟ କ୍ରିକେଟରେ ଇନସେଣ୍ଟିଭ ସ୍କିମ ଆସୁଥିବା ଜଣାଇଥିଲେ। ଟେଷ୍ଟ କ୍ରିକେଟକୁ ପ୍ରାଧାନ୍ୟ ଦେଉଥିବା ଖେଳାଳିଙ୍କୁ ସମ୍ମାନ ଦେବା ଏହାର ଉଦ୍ଦେଶ୍ୟ ହୋଇଥିବା ବେଳେ ୨୦୨୨-୨୩ ସିଜନରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଶାହା କହିଥିଲେ। ଏହାଦ୍ୱାରା ବର୍ତ୍ତମାନ ଦଳରେ ନ ଥିବା ଖେଳାଳିମାନେ ମଧ୍ୟ ଲାଭ ପାଇବେ ବୋଲି ସ୍ପଷ୍ଟ ହୋଇଥିଲା, ଯେଉଁଥିରେ ଚେତେଶ୍ୱର ପୂଜାରା ଏବଂ ଦ୍ରୁତ ବୋଲର ଉମେଶ ଯାଦବ ରହିଛନ୍ତି।
ପୂଜାରା କୌଣସି ଆଇପିଏଲ ଫ୍ରାଞ୍ଚାଇଜର ଅଂଶ ନୁହନ୍ତି। କିନ୍ତୁ ସେ ଏହି ଯୋଜନାରୁ ମୋଟା ଅଙ୍କର ପାଉଣା ପାଇବେ।

ଟେଷ୍ଟ କ୍ରିକେଟ ଇନସେଣ୍ଟିଭ୍‌ ସ୍କିମ ଅଧୀନରେ ଖେଳାଳିମାନେ ମ୍ୟାଚ ଫି ବ୍ୟତୀତ ବୋନସ ପାଇବେ। ଯୋଜନାନୁଯାୟୀ, ଯଦି କୌଣସି ଖେଳାଳି ସିଜନ୍‌ର ମୋଟ ମ୍ୟାଚ ମଧ୍ୟରୁ ୭୫ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଥର ଏକାଦଶ ଟିମ୍‌ରେ ସାମିଲ ହୋଇଥିବେ, ତେବେ ଫି’ ବ୍ୟତୀତ ତାଙ୍କୁ ପ୍ରତି ମ୍ୟାଚ ପାଇଁ ୪୫ ଲକ୍ଷ ଟଙ୍କା ମିଳିବ। ସେହିଭଳି ୭୫ ପ୍ରତିଶତ ମ୍ୟାଚରେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ୨୨.୫ ଲକ୍ଷ ଟଙ୍କା ମିଳିବ। ଯେଉଁ ଖେଳାଳିମାନେ ୫୦ ପ୍ରତିଶତ ମ୍ୟାଚ୍‌ ଖେଳିବେ ସେମାନେ ପୃଥକ ଭାବରେ ୩୦ ଲକ୍ଷ ଟଙ୍କା ପାଇବେ ଏବଂ ୫୦ ପ୍ରତିଶତ ମ୍ୟାଚରେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ପୃଥକ ଭାବରେ ୧୫ ଲକ୍ଷ ଟଙ୍କା ମିଳିବ। ଏହାଠାରୁ କମ ମ୍ୟାଚ ଖେଳୁଥିବା ଖେଳାଳିଙ୍କ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ନୁହେଁ।

ଏବେ ପ୍ରଶ୍ନ ହେଉଛି ପୂଜାରା ଏବଂ ଉମେଶ ଏଥିରୁ କିପରି ଉପକୃତ ହେବେ। ବିସିସିଆଇ କହିଛି ଯେ ଏହି ଯୋଜନା ୨୦୨୨-୨୩ ସିଜନରୁ ଲାଗୁ ହେବ। ଏହି ସମୟ ମଧ୍ୟରେ ଭାରତ ୬ ଟେଷ୍ଟ ମ୍ୟାଚ ଖେଳିଥିଲା। ଏହି ଅବଧିରେ ପୂଜାରା ସମସ୍ତ ୬ ମ୍ୟାଚ ଖେଳିଥିଲେ। ଏଭଳି ପରିସ୍ଥିତିରେ ସେ ନିଶ୍ଚିତ ଭାବରେ ଏହି ମ୍ୟାଚ ପାଇଁ ପ୍ରତି ମ୍ୟାଚ ହିସାବରେ ୧୫ ଲକ୍ଷ ଟଙ୍କା ପାଇବେ। ଏହା ବ୍ୟତୀତ ସେ ପ୍ରତି ମ୍ୟାଚ ପାଇଁ ପୃଥକ ଭାବରେ ୪୫ ଲକ୍ଷ ଟଙ୍କା ପାଇବେ। ଅର୍ଥାତ ପୂଜାରା ଗତ ସିଜନ ପାଇଁ ମୋଟ ୩.୬ କୋଟି ଟଙ୍କା ପାଇବେ। ୨୦୨୨-୨୩ ସିଜନରେ ଉମେଶ ଯାଦବ ୪ ମ୍ୟାଚ ଖେଳିଥିଲେ, କିନ୍ତୁ ସେ ସମସ୍ତ ୬ ମ୍ୟାଚରେ ଦଳର ଅଂଶ ହୋଇଥିଲେ। ଏପରି ପରିସ୍ଥିତିରେ, ଯଦିଓ ସେ ଦୁଇଟି ମ୍ୟାଚରେ ଏକାଦଶରେ ସାମିଲ ହୋଇ ନାହାନ୍ତି ତଥାପି ତାଙ୍କୁ ପ୍ରତି ମ୍ୟାଚ ପାଇଁ ୨୨.୫ ଲକ୍ଷ ଟଙ୍କା ମିଳିବ। ଚାରିଟି ମ୍ୟାଚରେ ଏକାଦଶ ଟିମ୍‌ରେ ଥିବାରୁ ତାଙ୍କୁ ପ୍ରତି ମ୍ୟାଚ ପାଇଁ ୪୫ ଲକ୍ଷ ଟଙ୍କା ମିଳିବ। ଅର୍ଥାତ ସେ ମୋଟ ୩ କୋଟି ଟଙ୍କା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri