Posted inଜାତୀୟ

ରାଫାଲକୁ ନେଇ ଭାରତୀୟ ବାୟୁ ସେନାକୁ ଶୁଭେଚ୍ଛା ଜଣାଇଲେ ଧୋନି

ନୂଆଦିଲ୍ଲୀ,୧୦ ।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ସେନା ପ୍ରେମ ଦେଖିବାକୁ ମିଳିଛି । ଭାରତୀୟ ସେନା ପକ୍ଷରୁ ଧୋନିଙ୍କୁ ଲେପ୍ଟନାଣ୍ଟ କର୍ନେଲ ର‌୍ୟାଙ୍କ ଦିଆଯାଇଛି । ଏବେ ଭାରତୀୟ ବାୟୁସେନାରେ ରାଫାଲ ସାମିଲ ହେବା ଖବର ଜାଣିବା ପରେ ଶୁଭେଚ୍ଛା ଜଣାଇଛନ୍ତି ଧୋନି । ସେ ଏବେ ଆଇପିଏଲ୍ ପାଇଁ ୟୁଏଇରେ ଥିଲେ ମଧ୍ୟ ଭାରତୀୟ ବାୟୁସେନାକୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି । ସୂଚନାଯୋଗ୍ୟା, ଫ୍ରାନ୍ସ ନିକଟରୁ ଭାରତ ଯୁଦ୍ଧ ବିମାନ ରାଫାଲ କିଣିବା ପରେ ଗୁରୁବାର ଏହା ଔପଚାରିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି । ଧୋନି ଟୁଇଟ୍ କରି କହିଛନ୍ତି ବାୟୁସେନାକୁ ଏହି ବିଶେଷ ମୁହୂର୍ତ୍ତରେ ମୁଁ ଶୁଭେଚ୍ଛା ଜଣାଉଛି । ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନକୁ ସବୁଠାରୁ ଭଲ ପାଇଲଟ ମିଳି ଯାଇଥିବା ସେ କହିଛନ୍ତି । ଏହି ରାଫାଲ ଯୁଦ୍ଧ ବିମାନ ମିରାଜ-୨୦୦୦କୁ ପଛରେ ପକାଇ ଦେବ ବୋଲି ସେ କହୁଛନ୍ତି । କିନ୍ତି ସୁଖୋଇ ଆଜିବି ଧୋନିଙ୍କର ପସନ୍ଦର ଯୁଦ୍ଧ ବିମାନ ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗୁରୁବାର ଅମ୍ବାଲ ଏୟାବେଶରେ ଫ୍ରାନ୍ସ ନିକଟରୁ କ୍ରୟ କରାଯାଇଥିବା ରାଫାଲ ଯୁଦ୍ଧବିମାନ ଗୁଡିକ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍ସର ରୋଗରେ ମୃତ ପରିବାରଙ୍କୁ ଭେଟିଲେ ବିଧାୟକ, ଶେଷ ଦର୍ଶନ ସହ କରିବା ସହ…

ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ ): ଅସହାୟ, ଅବହେଳିତ ହେଉ ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଯାଇଥାନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।…

କାହିିଁକି ଇସ୍ତଫା ଦେବେ ସିଦ୍ଦାରାମାୟା, ଜଣାପଡିଲା ଅସଲ କାରଣ, କଂଗ୍ରେସ ଖେଳିଲା ବଡ଼ ଚାଲ୍‌

ନୂଆଦିଲ୍ଲୀ, ୨୭।୫: କଂଗ୍ରେସ ଦଳ କର୍ନାଟକରେ ଦୀର୍ଘ ଦିନ ଧରି ଚାଲିଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରାୟ ସମାଧାନ କରିସାରିଛି। ଦୀର୍ଘ ସମୟ ଧରି ଦୁଇ ଶକ୍ତିଶାଳୀ ନେତା,…

ଆଜି ଢିଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଶିଳ୍ପ ଉନ୍ନତିରେ ଏକ ବଡ଼ ପଦକ୍ଷେପ

ଭୁବନେଶ୍ୱର,୨୭।୫:  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଜଗତସିଂହପୁର ଜିଲାର ଢିଙ୍କିଆ ଗସ୍ତ କରିବେ। ସେଠାରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ

ଥିରୁଭାନନ୍ତପୁରମ,୨୭।୫:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଇଡି ପିନାରାଇ…

ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ! ଧର୍ମଘଟ ଘୋଷଣା କଲେ…

ନୂଆଦିଲ୍ଲୀ, ୨୭।୫: ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ । ରାଜସ୍ଥାନର ପେଟ୍ରୋଲ ପମ୍ପ ଅପରେଟରମାନେ ଜୁନ ୧ ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି। ପେଟ୍ରୋଲିୟମ…

ଇରାନ-ଆମେରିକା ଯୁଦ୍ଧ ସମ୍ପର୍କରେ ପୁଣିଥରେ ଆସିଲା ଅଶୁଭ ସଙ୍କେତ: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ, ୨୭।୫: ବିଶ୍ୱ ପୁଣିଥରେ ଏପରି ଏକ ସନ୍ଧିରେ ପଡ଼ିଥିବା ପରି ମନେ ହେଉଛି ଯେଉଁଠାରେ ଏକ ଛୋଟ ଚିଙ୍ଗାରି ମଧ୍ୟ ସମଗ୍ର ମଧ୍ୟପ୍ରାଚ୍ୟକୁ ଜଳାଇ ପାରେ।…

ରାଜଧାନୀରେ ଏନ୍‌କାଉଣ୍ଟର୍: ଡ୍ରଗ୍ସ ଡିଲ୍‌ ବେଳେ ବାଜିଲା ଗୁଳି , କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍ ମାଝୀ ଗୁରୁତର

ଭୁବନେଶ୍ୱର,୨୭।୫:ରାଜଧାନୀରେ ଏନ୍‌କାଉଣ୍ଟର। ସକାଳୁ ସକାଳୁ ବାଜିଲା ଗୁଳି। ରାଜଧାନୀରେ କମିଶନରେଟ୍‌ ପୋଲିସ୍‌ ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଡ୍ରଗ୍ସ ମାଫିଆ…

ତୋରଣ ନିର୍ମାଣରେ ଅନିୟମିତତା ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଥାନାଛକ ସମ୍ମୁଖରେ ନିର୍ମିତ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ତୋରଣ ଭାଙ୍ଗିଯିବା ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ନିମ୍ନମାନର କାମ ହୋଇଥିବା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri