ଏକା ସହ ଜାଳିଦେଲେ ୫୦ କରୋନା ଆକ୍ରାନ୍ତଙ୍କ ମୃତଦେହ, ଆଉ ତା’ ପରେ..

ହାଇଦ୍ରାବାଦ,୨୪।୭: ସାରା ବିଶ୍ୱରେ କରୋନା କାୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନହାନି ମଧ୍ୟ ଘଟୁଛି। ଭାରତରେ ମଧ୍ୟ ଏବେ ସ୍ଥିତି ସଙ୍ଗୀନ ଆଡ଼କୁ ଗତି କରୁଛି। ଏହି କ୍ରମରେ ହାଇଦ୍ରାବାଦରୁ ଏକ ଚକିତ କରିବା ଭଳି ଘଟଣା ସମ୍ମୁଖକୁ ଆସିଛି। ଏକାସହ ୫୦ଜଣ କରୋନା ରୋଗୀଙ୍କ ଶେଷକୃତ୍ୟ କରାଯାଇଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଜୁନ୍‌ ୨୧ର ଏହି ଘଟଣା ବୋଲି କୁହାଯାଉଛି। ତେବେ ହାଇଦ୍ରାବାଦର ଇଏସ୍‌ଆଇ ଶ୍ମଶାନରେ ସାମୁହିକ ଦାହ ସଂସ୍କାର କରାଯାଉଥିବା ଭିଡିଓରେ ଦେଖାଯାଉଛି। ଏହାକୁ ନେଇ ବିରୋଧିମାନେ ସରକାରଙ୍କୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି। କରୋନା ମୃତ୍ୟୁକୁ ଲୁଚାଇବା ଲାଗି ସରକାର ଏଭଳି କରୁଥିବା ସେମାନେ ଅଭିଯୋଗ କରୁଛନ୍ତି।

ଅପରପକ୍ଷେ ଏନେଇ ସ୍ବାସ୍ଥ୍ୟ ଅଧିକାରୀମାନେ ସ୍ପଷ୍ଟିକରଣ ରଖିଛନ୍ତି। ସାମୁହିକ ଦାହକୁ ସେମାନେ ସ୍ବିକାର କରିଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ କୌଣସି ପ୍ରକାର ହେରଫେର କରାଯାଉ ନ ଥିବା କହିଛନ୍ତି।

କରୋନାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଲୋକଙ୍କ ପାଇଁ ଏପରି କରାଯାଇଛି। ଦୁଇ ଦିନ ଧରି ମୃତ୍ୟୁ ଘଟିଥିବା ଲୋକଙ୍କ ମୃତଦେହକୁ ସତ୍କାର କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇରେ ୧୩ କୋଟିରୁ ଅଧିକ ଲୋକଙ୍କୁ ଦିଆଯାଇଛି ଟିକା: ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୧।୮: ଜୁଲାଇ ମାସରେ ଦେଶରେ ୧୩ କୋଟିରୁ ଅଧିକ ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏକ ଟୁଇଟ...

ଗର୍ଭବତୀଙ୍କ ଡେଲିଭରୀ କଲେ ବିଧାୟକ…

ଅଇଜ୍ୱଲ, ୧୨।୮: ଡାକ୍ତରରୁ ବିଧାୟକ ସାଜିଥିବା ବିଧାୟକ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କ ଡେଲିଭରୀ କରିଛନ୍ତି। ମିଜୋରାମର ବିଧାୟକ ଜେଡ୍‌.ଆର୍‌. ଥିୟାମସଙ୍ଗା ଏଭଳି...

ମାଗ୍‌ସେସେ ପୁରସ୍କାର ବିଜେତା ଗିରଫ

ନୂଆଦିଲ୍ଲୀ,୧୮ା୨(ପି.ଟି.): ଉତ୍ତରପ୍ରଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ବିକ୍ଷୋଭରେ ସାମିଲ ହେବାକୁ ଯାଉଥିବା ମାଗ୍‌ସେସେ ପୁରସ୍କାର ବିଜୟୀ...

ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୭: କାରଗୀଲ୍‌ ବିଜୟ ଦିବସର ୨୨ ତମ ବର୍ଷ ପୂରଣ ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ସୋମବାର ପୂର୍ବାହ୍ନରେ...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୋଆ: କିନ୍ତୁ ପାଳନ କରିବାକୁ ପଡ଼ିବ ଏହିସବୁ ନିୟମ

ପଣଜି,୨।୭: ଦେଶର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଗୋଆ ହେଉଛି ଅନ୍ୟତମ। ଏଠାକୁ ଦେଶ ଓ ରାଜ୍ୟ ବାହାରୁ ଲୋକଙ୍କ ସୂଅ ଛଟିଥାଏ। କିନ୍ତୁ କରୋନା...

ବରଗଛ ଦେଲା କୁକୁରର ମାଲିକାନା

ଫତେହାବାଦ: ଗୋଟିଏ ନାୟିକାକୁ ଦୁଇଜଣ ନାୟକ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନାୟିକା ପାଇଁ କିପରି ଦୁହେଁ ଲଢ଼େଇ...

୧୨୬ କୋଟି ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିର ଯାଞ୍ଚ୍‌ କରିବ ସିବିଆଇ

ଲକ୍ଷ୍ନୌ, ୨୫।୧୨: ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିର ଯାଞ୍ଚ୍‌ ଏବେ ସିବିଆଇ କରିବ। ଏଥିରେ ୧୨୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନୋଏଡ଼ାକୁ ଆଗ୍ରା...

ଏହି ଢ଼ାଳର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ଲକ୍ଷ୍ନୌ,୪।୧୧: ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମ, ତ୍ୟାଗ ଓ ସମର୍ପଣର ପ୍ରତୀକ ହେଉଛି କରଓ୍ବାଚୌଥ ପୂଜା। ଦେଶରେ ବୁଧବାର କରଓ୍ବାଚୌଥ ପର୍ବ ପାଳନ କରାଯାଉଛି।...

Advertisement
Archives

Model This Week