‘ସନାତନ’ ସ୍ରଷ୍ଟା

ଅସ୍ପୃଶ୍ୟତା ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ସମାଜରେ ଏକ କଳଙ୍କିତ ପ୍ରଥା ଭାବେ ରହିଆସିଛି। ମହାତ୍ମା ଗାନ୍ଧୀ ଏବଂ ବି.ଆର୍‌. ଆମ୍ବେଡ୍‌କର ଏହାକୁ ଦୂର କରିବା ଲାଗି ନେଇଥିବା ବିଭିନ୍ନ ପ୍ରକାର ପଦକ୍ଷେପ ଅନେକାଂଶରେ ବାସ୍ତବ ରୂପ ନେଇଛି। ତଥାପି ଛୁଆଁଅଛୁଆଁ ଭେଦଭାବ ଦୁନିଆରୁ ଦୂର ହୋଇପାରୁ ନାହିଁ। ଆନ୍ତଃଜାତି ବିବାହକୁ ସରକାରୀ ସ୍ତରରେ ପ୍ରୋତ୍ସାହନ ଦିଆଗଲାଣି। ହେଲେ ଦେଶର ଅନେକ ଭାଗରେ ଉଚ୍ଚବର୍ଗର ବ୍ୟକ୍ତିମାନେ ଦଳିତମାନଙ୍କୁ ଅତି ତୁଚ୍ଛ ମନେ କରୁଛନ୍ତି। ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରର କାହାଣୀ ଅବର୍ଣ୍ଣନୀୟ। ଅବଶ୍ୟ କେତେକେ ସ୍ବାର୍ଥସାଧନ ଲାଗି ପ୍ରଚଳିତ ନିୟମ ବାହାରକୁ ଯାଇ ଉଚ୍ଚବର୍ଗଙ୍କୁ ହଇରାଣ ହରକତ କରୁଥିବା ଖବର ମିଳିଥାଏ। ତଥାପି ଅଧିକ ପ୍ରତିଶତ ଦଳିତ ଆର୍ଥିକ ଅନଗ୍ରସରତା ଓ ସାମାଜିକ ବାସନ୍ଦ ଯୋଗୁ ଦୁଃଖ ଭୋଗିଥାଆନ୍ତି। ଇତିହାସ ଦେଖିଲେ ଆମ୍ବେଡ୍‌କର ପ୍ରଥମେ ଦଳିତ ଶବ୍ଦ ବ୍ୟବହାର କରିଥିଲେ। ତେବେ ୧୯୫୮ରେ ମହାରାଷ୍ଟ୍ରର ବମ୍ବେଠାରେ ଅନୁଷ୍ଠିତ ପ୍ରଥମ ଦଳିତ ସମ୍ମିଳନୀରେ ‘ଦଳିତ ସାହିତ୍ୟ’ ଉପରେ ଆଲୋଚନା ହୋଇଥିଲା। ଏହି ବର୍ଗଙ୍କ ବିଷୟରେ କହିବା ଲାଗି ସାହିତ୍ୟର ଆବଶ୍ୟକତା ଅନୁଭୂତ ହେବା ପରେ କେତେକ ଲେଖକ ଏ ଦିଗରେ ଲେଖାଲେଖି କଲେ। ଆଜି ଏହି ଧରଣ ସାହିତି୍ୟକଙ୍କ ସଂଖ୍ୟା ବଢ଼ୁଥିବାରୁ ଦଳିତ ସାହିତ୍ୟ ଏକ ନୂଆ ରୂପ ପାଇଛି। ୨୦୨୦ ମସିହା ପାଇଁ ସରସ୍ବତୀ ସମ୍ମାନ ପାଇବା ଲାଗି ମରାଠୀ ଔପନ୍ୟାସିକ, କବି, ସମାଲୋଚକ ତଥା କ୍ଷୁଦ୍ରଗଳ୍ପ ଲେଖକ ଶରନକୁମାର ଲିମ୍ବାଲେଙ୍କ ନାମ ଘୋଷଣା ପରେ ଦଳିତ ସାହିତ୍ୟ ଆଉ ପାଦେ ସମ୍ମାନ ପାଇଲା ବୋଲି କୁହାଯାଇପାରିବ। ଉଲ୍ଲେଖଯୋଗ୍ୟ, ୧୯୯୧ରେ କେ.କେ. ବିର୍ଲା ଫାଉଣ୍ଡେଶନ ଦ୍ୱାରା ଏହି ସମ୍ମାନ ପ୍ରତିଷ୍ଠା କରାଯାଇଥିଲା। ଭାରତୀୟ ସାହିତ୍ୟରେ ଏହି ମର୍ଯ୍ୟାଦାଜନକ ସମ୍ମାନର ବିଜେତାଙ୍କୁ ଏକ ଫଳକ, ଉପଢୌକନ ଏବଂ ୧୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ।
ମହାରାଷ୍ଟ୍ରର ସୋଲାପୁର ଜିଲାରେ ୧ ଜୁନ୍‌ ୧୯୫୬ରେ ଲିମ୍ବାଲେ ଜନ୍ମଗ୍ରହଣ କରିଥିଲେ। ମରାଠୀ ସାହିତ୍ୟରେ ସ୍ନାତକୋତ୍ତର କରିବା ପରେ ସେ ମରାଠୀ ଦଳିତ ସାହିତ୍ୟ ଏବଂ ଆମେରିକାର କୃଷ୍ଣକାୟଙ୍କ ଉପରେ ଆଧାରିତ ସାହିତ୍ୟର ତୁଳନାତ୍ମକ ଅନୁଧ୍ୟାନ କରି କୋହ୍ଲାପୁରସ୍ଥିତ ଶିବାଜୀ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍‌ ଡିଗ୍ରୀ ଅର୍ଜନ କରିଥିଲେ। ପରେ ନାସିକ୍‌ସ୍ଥିତ ଯଶୋବନ୍ତରାଓ ଚଭନ ମହାରାଷ୍ଟ୍ର ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରକାଶନ ବିଭାଗରେ ସେ ସହାୟକ ସମ୍ପାଦକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ସେଠାରେ ପ୍ରଫେସର ଓ ନିର୍ଦ୍ଦେଶକ ସ୍ତରକୁ ଉନ୍ନୀତ ହୋଇ ଅବସର ନେଇଥିଲେ।
ଲିମ୍ବାଲେଙ୍କ ସାହିତ୍ୟ ପରିଧିକୁ ଦେଖିଲେ ସେ ଉପନ୍ୟାସ, କବିତା ଓ ଗଳ୍ପ ସଙ୍କଳନ ଏବଂ ସମାଲୋଚନାଧର୍ମୀ ୪୦ ଖଣ୍ଡ ପୁସ୍ତକ ରଚନା କରିଛନ୍ତି। ଅନେକ ଆଲୋଚନାଚକ୍ରରେ ବିଶ୍ଳେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରି ସେ ତାଙ୍କ ବୌଦ୍ଧିକ ବିଦ୍‌ବତ୍ତାର ପରିଚୟ ଦେଇଛନ୍ତି। ତେବେ ୨୦୧୮ରେ ରଚିତ ଉପନ୍ୟାସ ‘ସନାତନ’ ପାଇଁ ତାଙ୍କୁ ୨୦୨୦ ସକାଶେ ସରସ୍ବତୀ ସମ୍ମାନ ମିଳିବ ବୋଲି ଘୋଷଣା ହେବା ପରେ ଲିମ୍ବାଲେଙ୍କ ସାହିତ୍ୟକୃତି ଅଧିକ ଚର୍ଚ୍ଚାକୁ ଆସିଛି। ଅସ୍ପୃଶ୍ୟମାନଙ୍କ ସାମାଜିକ ଓ ସାଂସ୍କୃତିକ ସଂଗ୍ରାମର କାହାଣୀ ‘ସନାତନ’ରେ ସନ୍ନିବେଶିତ ହୋଇଥିବାରୁ ତାହା ବିଚାରକମଣ୍ଡଳୀଙ୍କ ନଜରକୁ ଆସିଥିଲା ବୋଲି କେ.କେ. ବିର୍ଲା ଫାଉଣ୍ଡେଶନ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି। ଏଥିରେ ଆହୁରି ଦର୍ଶାଯାଇଛି ଯେ, ଲେଖକ ଏହି ପୁସ୍ତକ ରଚନା ପାଇଁ ଅନେକ ବହି ପଢ଼ିଛନ୍ତି। ଲୋକ ସଭାର ପୂର୍ବତନ ମହାସଚିବ ସୁଭାଷ ସି କାଶ୍ୟପଙ୍କ ନେତୃତ୍ୱରେ ବିଦ୍ୱାନ୍‌ ଓ ଲେଖକଙ୍କ ଏକ କମିଟି ଲିମ୍ବାଲେଙ୍କ କୃତିକୁ ଚୟନ କରିଛନ୍ତି। ୨୨ ଭାରତୀୟ ଭାଷାର ଲେଖାକୁ ତର୍ଜମା କରିବା ସହ ଏକ ତୁଳନାତ୍ମକ ଅନୁଧ୍ୟାନ କରାଯାଇ ‘ସନତନ’କୁ ବଛାଯିବା ସୂଚାଇ ଦେଇଛି ଯେ ଲିମ୍ବାଲେ କେତେ ଗଭୀରକୁ ଯାଇ ଏହି ଉପନ୍ୟାସ ସୃଷ୍ଟି କରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପୂର୍ବରୁ ଏହି ସରସ୍ବତୀ ସମ୍ମାନ କବି ହରିବଂଶ ରାଇ ବଚ୍ଚନ, ନାଟ୍ୟକାର ବିଜୟ ତେନ୍ଦୁଲକର, ଔପନ୍ୟାସିକ ମନୋଜ ଦାସ ଓ ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ଭଳି ଲେଖକଙ୍କୁ ଦିଆଯାଇଛି।
ଲିମ୍ବୋଲେଙ୍କ ଲେଖାର ବିଶେଷତ୍ୱ ହେଲା ସେ କଳ୍ପନା ଜଗତରେ କମ୍‌ ବିଚରଣ କରି ବାସ୍ତବ ଦିଗକୁ କୃତିରେ ପ୍ରତିଫଳିତ କରିବାକୁ ଚାହିଁଥାଆନ୍ତି। ତାଙ୍କ ଆତ୍ମଜୀବନୀ ‘ଏକରମାସି’ ବା ସାମାଜିକ ବାସନ୍ଦ ଇଂଲିଶ ସମେତ ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ ହୋଇ ଉଚ୍ଚ ପାଠକୀୟ ସ୍ବୀକୃତି ପାଇଛି। ଏଥିସହିତ ୨୦୦୪ରେ ପ୍ରକାଶିତ ‘ଏସ୍ଥେଟିକ୍‌ସ ଅଫ୍‌ ଦଳିତ ଲିଟେରେଚର’ ବା ଦଳିତ ସାହିତ୍ୟର ସୌନ୍ଦର୍ଯ୍ୟବୋଧ ହେଉଛି ତାଙ୍କ ଆଉ ଏକ ଅନବଦ୍ୟ କୃତି। ଦଳିତ ସାହିତ୍ୟ ସର୍ଜନା କରୁଥିବା ଲେଖକଙ୍କ ପାଇଁ ଏହା ଏକ ରେଫେରାଲ୍‌ ବୁକ୍‌ ହୋଇପାରିଛି। ସମାଜର ଏକ ଅବହେଳିତ ବର୍ଗଙ୍କ ସଂଘର୍ଷର କାହାଣୀକୁ ସର୍ବସମ୍ମୁଖରେ ଥୋଇ ସେମାନଙ୍କ ମଙ୍ଗଳ ପାଇଁ କିଛି କରିବାରେ ସେ ଯେଉଁ ଆତ୍ମସନ୍ତୋଷ ଲାଭ କରିଛନ୍ତି, ସମ୍ଭବତଃ ସରସ୍ବତୀ ସମ୍ମାନ ତାଙ୍କ ସର୍ଜନା ଦିଗକୁ ଅଧିକ ରୁଦ୍ଧିମନ୍ତ କରିବ। ଯୁଗେ ଯୁଗେ ଏଭଳି ସୃଜନଶୀଳ ବ୍ୟକ୍ତିଙ୍କ ସମାଜ ସଂସ୍କାରଧର୍ମୀ ଚିନ୍ତାଧାରା ଓ ପଦକ୍ଷେପ ଦୁନିଆରେ ପରିବର୍ତ୍ତନ ଆଣିଥାଏ। ଦଳିତ ସାହିତ୍ୟକୁ ‘ସନାତନ’ ପଥ ପ୍ରଦର୍ଶନ କରିବ ବୋଲି କୁହାଯାଇପାରେ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri