ସୃଜନ ସ୍ଥପତି

ଭାରତୀୟ ସମାଜରେ ଏକ ପୁରୁଣା ଚିନ୍ତାଧାରା ଭାବେ ମହିଳାମାନେ ପୁରୁଷଙ୍କ ଉପରେ ପ୍ରାୟତଃ ନିର୍ଭର କରିଆସିଥିବା କୁହାଯାଉଛି। ସେଥିପାଇଁ କଥାକଥାକେ ‘ପୁରୁଷକୈନ୍ଦ୍ରିକ’ ସମାଜ ଭଳି ଶବ୍ଦ ବ୍ୟବହାର କରାଯାଇଥାଏ। କିନ୍ତୁ ଔପନ୍ୟାସିକା ନମିତା ଗୋଖଲେ ତାଙ୍କ ଇଂଲିଶ ଉପନ୍ୟାସ ‘ଥିଙ୍ଗ୍‌ସ ଟୁ ଲିଭ୍‌ ବିହାଇଣ୍ଡ୍‌’ ବା ପଛରେ ଛାଡ଼ି ଦେଇଥିବା ଜିନିଷ (ଘଟଣା) ମାଧ୍ୟମରେ ମହିଳାମାନଙ୍କୁ କିଭଳି ଏକ ଛାୟା ଆକୃତି ମଧ୍ୟରେ ରଖାଯାଇଆସିଛି ଓ ତାହା ଦ୍ୱାରା ସେମାନଙ୍କ ଶକ୍ତିକୁ ହ୍ରାସ କରିଦିଆଯାଇଛି, ତା’ର ନିଖୁଣ ବର୍ଣ୍ଣନା କରିଛନ୍ତି। ନିଜ ଆଈମା’ଙ୍କ ନିକଟରୁ ଶୁଣିଥିବା କାହାଣୀକୁ ଆଧାର କରି ନମିତା ଉତ୍ତରାଖଣ୍ଡର କୁମାଓନି ଅଞ୍ଚଳର ମହିଳାଙ୍କ ଜୀବନକୁ ଅନୁଧ୍ୟାନ କରିଥିଲେ। ଏଥିରେ ସେ ଦେଖାଇଛନ୍ତି କିଭଳି ମହିଳାମାନେ ପୁରୁଷଙ୍କ ଉପରେ ନିର୍ଭର କରିବାରୁ ନିର୍ଯାତନା ସହିବାକୁ ପଡ଼ିଛି। କିନ୍ତୁ ମହିଳାଙ୍କ ଶକ୍ତିକୁ ଯେଉଁ ପୁରୁଷ ମାପି ପାରିଛନ୍ତି ସେହିମାନଙ୍କୁ ଉଚ୍ଚ ସ୍ଥାନ ଦେଇଛନ୍ତି। ଏହିଭଳି ପଛରେ ଛାଡ଼ି ଦିଆଯାଉଥିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିଲେ ଏକ ଭିନ୍ନତା ଲକ୍ଷ୍ୟ କରାଯାଇପାରିବ ବୋଲି ଔପନ୍ୟାସିକା କହିଛନ୍ତି। ୨୦୨୧ ବର୍ଷ ଲାଗି ତାଙ୍କ ଉପନ୍ୟାସ ‘ଥିଙ୍ଗ୍‌ସ ଟୁ ଲିଭ୍‌ ବିହାଇଣ୍ଡ୍‌’ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଗି ମନୋନୀତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ନମିତା ୧୯୫୬ରେ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଉତ୍ତରାଖଣ୍ଡର ନୈନିତାଲରେ ଆଈମା’ ଶକୁନ୍ତଳା ପାଣ୍ଡେଙ୍କ ପାଖରେ ବଢ଼ିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଜେସସ୍‌ ଆଣ୍ଡ୍‌ ମେରୀ କଲେଜରୁ ଇଂଲିଶ ସାହିତ୍ୟରେ ଡିଗ୍ରୀ ଅର୍ଜନ କରିଥିଲେ। ତେବେ ମାତ୍ର ୧୮ ବର୍ଷ ବୟସରେ ରାଜୀବ ଗୋଖଲେଙ୍କୁ ବିବାହ କରିଥିଲେ। ସେ ଯେତେବେଳେ ଛାତ୍ରୀ ଥିଲେ ସେତିକିବେଳେ ତାଙ୍କର ଦୁଇ କନ୍ୟା ଜନ୍ମ ହୋଇସାରିଥିଲେ। ୪୦ ବର୍ଷ ବୟସ ହୋଇଥିବା ବେଳେ ତାଙ୍କୁ କର୍କଟ ରୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ସେଥିରୁ ଆରୋଗ୍ୟ ଲାଭ କରିଥିଲେ ହେଁ ଅଚାନକ ସ୍ବାମୀଙ୍କୁ ହରାଇଥିଲେ। ଦୁଇ ଝିଅଙ୍କୁ ନେଇ ତାଙ୍କ ଜୀବନ ଗତିଶୀଳ ହୋଇଥିଲା। ଦୁଃଖରେ ଭାଙ୍ଗି ନ ପଡ଼ି ସେ ସାହିତ୍ୟରେ ବଞ୍ଚତ୍ବାକୁ ଚେଷ୍ଟା କରିଥିଲେ। ଲେଖାଲେଖି ମାଧ୍ୟମରେ ମଣିଷ ନୂଆ ଜୀବନକୁ ଆବିଷ୍କାର କରିପାରିବ ବୋଲି ସେ ପ୍ରମାଣ କରିବାକୁ ଚେଷ୍ଟା କରି ସେଥିରେ ସଫଳ ହୋଇଛନ୍ତି। ଅବଶ୍ୟ ତାଙ୍କ ଲେଖକୀୟ ପ୍ରତିଭା ୧୭ ବର୍ଷ ବୟସରୁ ପ୍ରସ୍ଫୁଟିତ ହୋଇଥିଲା। ସେତେବେଳେ ସେ ଗତ ଶତାବ୍ଦୀର ୭୦ ଦଶକର ଫିଲ୍ମର ସମୀକ୍ଷା ଲାଗି ‘ସୁପର’ ନାମକ ପତ୍ରିକାର ସମ୍ପାଦନା ଓ ପରିଚାଳନା ଦାୟିତ୍ୱ ନେଇଥିଲେ। ଏହା ୭ ବର୍ଷ ପ୍ରକାଶ ପାଇବା ପରେ ବନ୍ଦ ହୋଇଯାଇଥିଲା। ତଥାପି ତାହା ସିନେମା ସମୀକ୍ଷା କ୍ଷେତ୍ରକୁ ଏକ ନୂଆ ଦିଶା ଦେଖାଇଥିଲା। ଅନ୍ୟପକ୍ଷରେ ପତ୍ରିକା ବନ୍ଦ ହେବା ତାଙ୍କୁ ମୌଳିକ ରଚନା ଆଡ଼କୁ ଟାଣି ନେଇଥିଲା। ସେ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ଲେଖିବା ଆରମ୍ଭ କରିଦେଇଥିଲେ। କେବଳ ସେତିକି ନୁହେଁ, ସାହିତ୍ୟ ସଂକ୍ରାନ୍ତ ବିଷୟବସ୍ତୁକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନା କରିବା ଲାଗି ଟେଲିଭିଜନରେ ନୂଆ ପରୀକ୍ଷଣ ଆରମ୍ଭ କରିଥିଲେ। ଦୂରଦର୍ଶନରେ ‘କିତାବନାମା: ବୁକ୍ସ ଆଣ୍ଡ୍‌ ବିୟଣ୍ଡ୍‌’ ନାମରେ ଏକଶହ ଏପିସୋଡ୍‌ ପ୍ରସ୍ତୁତ କରି ବହୁଭାଷୀ ପୁସ୍ତକ ପ୍ରଦର୍ଶନର ନିଜେ ଏକ ମଞ୍ଚ ପାଲଟିଯାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଭାଷାର ଲେଖକଙ୍କୁ ଏଥିରେ ବସାଇ ସାହିତ୍ୟର ବିଭିନ୍ନ ବିଭବକୁ ସମୃଦ୍ଧ କରିବାରେ ସହାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ସାହିତ୍ୟ ଉତ୍ସବ ଯାତ୍ରାରେ ଆଉ ଏକ ଫର୍ଦ୍ଦ ଯୋଡ଼ିବାକୁ ଯାଇ ସେ ଆୟୋଜନ କରିଥିଲେ ‘ଜୟପୁର ଲିଟରେଚର ଫେଷ୍ଟିଭାଲ’। ତାହା ଦେଶ ବିଦେଶର ଲେଖକଙ୍କୁ ଆକୃଷ୍ଟ କରିଥିଲା। ତାଙ୍କ ଆୟୋଜନର କଳା ଓ ସାହିତ୍ୟ ସମୀକ୍ଷା ଭୁଟାନର ସାହିତ୍ୟ ମହୋତ୍ସବ ‘ମାଉଣ୍ଟେନ୍‌ ଇକୋଜ୍‌’ର ଆୟୋଜକଙ୍କୁ ମଧ୍ୟ ପ୍ରଭାବିତ କରିଥିଲା। ଫଳରେ ନମିତାଙ୍କୁ ସମ୍ମାନର ସହିତ ଏହି ମହୋତ୍ସବରେ ଉପଦେଷ୍ଟା ଆସନ ଦେଇଥିଲା। ଏଥିସହିତ ସେ ଦେଶ ବିଦେଶର ବିଭିନ୍ନ ଇଂଲିଶ ପତ୍ରପତ୍ରିକାରେ ସାହିତ୍ୟ ସ୍ତମ୍ଭ ଲେଖି ଅନେକ ପାଠିକାପାଠକ ସୃଷ୍ଟି କରିପାରିଛନ୍ତି। କମ୍‌ ବୟସରେ ସ୍ବାମୀଙ୍କୁ ହରାଇଥିବା ନମିତା ଦୁଇ ପିଲାଙ୍କୁ ବଡ଼ କରିବା ସହ ଅଧ୍ୟବସାୟ ବଳରେ ସୃଜନର ଶୀର୍ଷରେ ପହଞ୍ଚତ୍ବା ଆଜି ତାଙ୍କୁ ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ସ୍ତରରେ ନେଇ ବସାଇ ଦେଇଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri