ସୃଜନ ସ୍ଥପତି

ଭାରତୀୟ ସମାଜରେ ଏକ ପୁରୁଣା ଚିନ୍ତାଧାରା ଭାବେ ମହିଳାମାନେ ପୁରୁଷଙ୍କ ଉପରେ ପ୍ରାୟତଃ ନିର୍ଭର କରିଆସିଥିବା କୁହାଯାଉଛି। ସେଥିପାଇଁ କଥାକଥାକେ ‘ପୁରୁଷକୈନ୍ଦ୍ରିକ’ ସମାଜ ଭଳି ଶବ୍ଦ ବ୍ୟବହାର କରାଯାଇଥାଏ। କିନ୍ତୁ ଔପନ୍ୟାସିକା ନମିତା ଗୋଖଲେ ତାଙ୍କ ଇଂଲିଶ ଉପନ୍ୟାସ ‘ଥିଙ୍ଗ୍‌ସ ଟୁ ଲିଭ୍‌ ବିହାଇଣ୍ଡ୍‌’ ବା ପଛରେ ଛାଡ଼ି ଦେଇଥିବା ଜିନିଷ (ଘଟଣା) ମାଧ୍ୟମରେ ମହିଳାମାନଙ୍କୁ କିଭଳି ଏକ ଛାୟା ଆକୃତି ମଧ୍ୟରେ ରଖାଯାଇଆସିଛି ଓ ତାହା ଦ୍ୱାରା ସେମାନଙ୍କ ଶକ୍ତିକୁ ହ୍ରାସ କରିଦିଆଯାଇଛି, ତା’ର ନିଖୁଣ ବର୍ଣ୍ଣନା କରିଛନ୍ତି। ନିଜ ଆଈମା’ଙ୍କ ନିକଟରୁ ଶୁଣିଥିବା କାହାଣୀକୁ ଆଧାର କରି ନମିତା ଉତ୍ତରାଖଣ୍ଡର କୁମାଓନି ଅଞ୍ଚଳର ମହିଳାଙ୍କ ଜୀବନକୁ ଅନୁଧ୍ୟାନ କରିଥିଲେ। ଏଥିରେ ସେ ଦେଖାଇଛନ୍ତି କିଭଳି ମହିଳାମାନେ ପୁରୁଷଙ୍କ ଉପରେ ନିର୍ଭର କରିବାରୁ ନିର୍ଯାତନା ସହିବାକୁ ପଡ଼ିଛି। କିନ୍ତୁ ମହିଳାଙ୍କ ଶକ୍ତିକୁ ଯେଉଁ ପୁରୁଷ ମାପି ପାରିଛନ୍ତି ସେହିମାନଙ୍କୁ ଉଚ୍ଚ ସ୍ଥାନ ଦେଇଛନ୍ତି। ଏହିଭଳି ପଛରେ ଛାଡ଼ି ଦିଆଯାଉଥିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିଲେ ଏକ ଭିନ୍ନତା ଲକ୍ଷ୍ୟ କରାଯାଇପାରିବ ବୋଲି ଔପନ୍ୟାସିକା କହିଛନ୍ତି। ୨୦୨୧ ବର୍ଷ ଲାଗି ତାଙ୍କ ଉପନ୍ୟାସ ‘ଥିଙ୍ଗ୍‌ସ ଟୁ ଲିଭ୍‌ ବିହାଇଣ୍ଡ୍‌’ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଗି ମନୋନୀତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ନମିତା ୧୯୫୬ରେ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଉତ୍ତରାଖଣ୍ଡର ନୈନିତାଲରେ ଆଈମା’ ଶକୁନ୍ତଳା ପାଣ୍ଡେଙ୍କ ପାଖରେ ବଢ଼ିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଜେସସ୍‌ ଆଣ୍ଡ୍‌ ମେରୀ କଲେଜରୁ ଇଂଲିଶ ସାହିତ୍ୟରେ ଡିଗ୍ରୀ ଅର୍ଜନ କରିଥିଲେ। ତେବେ ମାତ୍ର ୧୮ ବର୍ଷ ବୟସରେ ରାଜୀବ ଗୋଖଲେଙ୍କୁ ବିବାହ କରିଥିଲେ। ସେ ଯେତେବେଳେ ଛାତ୍ରୀ ଥିଲେ ସେତିକିବେଳେ ତାଙ୍କର ଦୁଇ କନ୍ୟା ଜନ୍ମ ହୋଇସାରିଥିଲେ। ୪୦ ବର୍ଷ ବୟସ ହୋଇଥିବା ବେଳେ ତାଙ୍କୁ କର୍କଟ ରୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ସେଥିରୁ ଆରୋଗ୍ୟ ଲାଭ କରିଥିଲେ ହେଁ ଅଚାନକ ସ୍ବାମୀଙ୍କୁ ହରାଇଥିଲେ। ଦୁଇ ଝିଅଙ୍କୁ ନେଇ ତାଙ୍କ ଜୀବନ ଗତିଶୀଳ ହୋଇଥିଲା। ଦୁଃଖରେ ଭାଙ୍ଗି ନ ପଡ଼ି ସେ ସାହିତ୍ୟରେ ବଞ୍ଚତ୍ବାକୁ ଚେଷ୍ଟା କରିଥିଲେ। ଲେଖାଲେଖି ମାଧ୍ୟମରେ ମଣିଷ ନୂଆ ଜୀବନକୁ ଆବିଷ୍କାର କରିପାରିବ ବୋଲି ସେ ପ୍ରମାଣ କରିବାକୁ ଚେଷ୍ଟା କରି ସେଥିରେ ସଫଳ ହୋଇଛନ୍ତି। ଅବଶ୍ୟ ତାଙ୍କ ଲେଖକୀୟ ପ୍ରତିଭା ୧୭ ବର୍ଷ ବୟସରୁ ପ୍ରସ୍ଫୁଟିତ ହୋଇଥିଲା। ସେତେବେଳେ ସେ ଗତ ଶତାବ୍ଦୀର ୭୦ ଦଶକର ଫିଲ୍ମର ସମୀକ୍ଷା ଲାଗି ‘ସୁପର’ ନାମକ ପତ୍ରିକାର ସମ୍ପାଦନା ଓ ପରିଚାଳନା ଦାୟିତ୍ୱ ନେଇଥିଲେ। ଏହା ୭ ବର୍ଷ ପ୍ରକାଶ ପାଇବା ପରେ ବନ୍ଦ ହୋଇଯାଇଥିଲା। ତଥାପି ତାହା ସିନେମା ସମୀକ୍ଷା କ୍ଷେତ୍ରକୁ ଏକ ନୂଆ ଦିଶା ଦେଖାଇଥିଲା। ଅନ୍ୟପକ୍ଷରେ ପତ୍ରିକା ବନ୍ଦ ହେବା ତାଙ୍କୁ ମୌଳିକ ରଚନା ଆଡ଼କୁ ଟାଣି ନେଇଥିଲା। ସେ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ଲେଖିବା ଆରମ୍ଭ କରିଦେଇଥିଲେ। କେବଳ ସେତିକି ନୁହେଁ, ସାହିତ୍ୟ ସଂକ୍ରାନ୍ତ ବିଷୟବସ୍ତୁକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନା କରିବା ଲାଗି ଟେଲିଭିଜନରେ ନୂଆ ପରୀକ୍ଷଣ ଆରମ୍ଭ କରିଥିଲେ। ଦୂରଦର୍ଶନରେ ‘କିତାବନାମା: ବୁକ୍ସ ଆଣ୍ଡ୍‌ ବିୟଣ୍ଡ୍‌’ ନାମରେ ଏକଶହ ଏପିସୋଡ୍‌ ପ୍ରସ୍ତୁତ କରି ବହୁଭାଷୀ ପୁସ୍ତକ ପ୍ରଦର୍ଶନର ନିଜେ ଏକ ମଞ୍ଚ ପାଲଟିଯାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଭାଷାର ଲେଖକଙ୍କୁ ଏଥିରେ ବସାଇ ସାହିତ୍ୟର ବିଭିନ୍ନ ବିଭବକୁ ସମୃଦ୍ଧ କରିବାରେ ସହାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ସାହିତ୍ୟ ଉତ୍ସବ ଯାତ୍ରାରେ ଆଉ ଏକ ଫର୍ଦ୍ଦ ଯୋଡ଼ିବାକୁ ଯାଇ ସେ ଆୟୋଜନ କରିଥିଲେ ‘ଜୟପୁର ଲିଟରେଚର ଫେଷ୍ଟିଭାଲ’। ତାହା ଦେଶ ବିଦେଶର ଲେଖକଙ୍କୁ ଆକୃଷ୍ଟ କରିଥିଲା। ତାଙ୍କ ଆୟୋଜନର କଳା ଓ ସାହିତ୍ୟ ସମୀକ୍ଷା ଭୁଟାନର ସାହିତ୍ୟ ମହୋତ୍ସବ ‘ମାଉଣ୍ଟେନ୍‌ ଇକୋଜ୍‌’ର ଆୟୋଜକଙ୍କୁ ମଧ୍ୟ ପ୍ରଭାବିତ କରିଥିଲା। ଫଳରେ ନମିତାଙ୍କୁ ସମ୍ମାନର ସହିତ ଏହି ମହୋତ୍ସବରେ ଉପଦେଷ୍ଟା ଆସନ ଦେଇଥିଲା। ଏଥିସହିତ ସେ ଦେଶ ବିଦେଶର ବିଭିନ୍ନ ଇଂଲିଶ ପତ୍ରପତ୍ରିକାରେ ସାହିତ୍ୟ ସ୍ତମ୍ଭ ଲେଖି ଅନେକ ପାଠିକାପାଠକ ସୃଷ୍ଟି କରିପାରିଛନ୍ତି। କମ୍‌ ବୟସରେ ସ୍ବାମୀଙ୍କୁ ହରାଇଥିବା ନମିତା ଦୁଇ ପିଲାଙ୍କୁ ବଡ଼ କରିବା ସହ ଅଧ୍ୟବସାୟ ବଳରେ ସୃଜନର ଶୀର୍ଷରେ ପହଞ୍ଚତ୍ବା ଆଜି ତାଙ୍କୁ ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ସ୍ତରରେ ନେଇ ବସାଇ ଦେଇଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri