ନିଜ ନୀତି ନିଜକୁ ଅଡ଼ୁଆ

ପ୍ରେମାନନ୍ଦ ଖମାରୀ
ବରଗଡ଼ ଅଫିସ, ୨୬ା୧୦: ରାଜ୍ୟ ସରକାର ଧାନ ସଂଗ୍ରହ ପାଇଁ ନୀତି ନିର୍ଦ୍ଧାରଣ କରିଥାନ୍ତି। ହେଲେ ସେହି ନୀତି ବେଳେ ବେଳେ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥାଏ। ଏଭଳି ଏକ ସ୍ଥିତି ବରଗଡ଼ ଜିଲାରେ ଦେଖିବାକୁ ମିଳିଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, କୌଣସି ମିଲର୍ସ ପୂର୍ବବର୍ଷ କଷ୍ଟମ ମିଲିଂଭିତ୍ତିରେ ଉଠାଇଥିବା ଧାନ ପରିମାଣ ହାରରେ ଶତ ପ୍ରତିଶତ ଚାଉଳ ଜମା ନ ଦେଲେ, ଉକ୍ତ ମିଲର୍ସ ପରବର୍ତ୍ତୀ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ। ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଗତ ୨୦୨୧-୨୨ କେଏମ୍‌ଏସ୍‌ (ଖରିଫ ମାର୍କେଟିଂ ସିଜନ) ଗାଇଡ୍‌ ଲାଇନ୍‌ରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି। ଇତିମଧ୍ୟରେ ୨୦୨୨-୨୩ କେଏମ୍‌ଏସ୍‌ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ମିଲର୍ସଙ୍କ ପାଖରୁ ଶତ ପ୍ରତିଶତ କଷ୍ଟମ ମିଲିଂ ଚାଉଳ ସଂଗ୍ରହ ହୋଇପାରିନାହିଁ। ୨୦୨୧-୨୨ ଖରିଫରେ ୯୯.୯୨ % ଚାଉଳ ସଂଗୃହୀତ ହୋଇଥିଲା। ଗତ ରବିରେ ଏପର୍ଯ୍ୟନ୍ତ (ନଭେମ୍ବର ୨୧ତାରିଖ ସୁଦ୍ଧା) ମାତ୍ର ୧୮.୬୧ % ଚାଉଳ ସଂଗ୍ରହ ହୋଇଥିବାବେଳେ ମିଲର୍ସଙ୍କ ପାଖରେ ଆହୁରି ୮୧.୩୯ % ଚାଉଳ ବାକି ପଡ଼ିଛି। ଅପରପକ୍ଷେ ପ୍ରତିବର୍ଷ ନଭେମ୍ବର ମାସରେ ହିଁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇଥାଏ। ଏଥର ପ୍ରଥମଥର ଲାଗି ଜିଲାରେ ଡିସେମ୍ବର ପହିଲାରୁ ଏହାକୁ ଆରମ୍ଭ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ମିଲର୍ସଙ୍କଠାରୁ ଚାଉଳ ସଂଗ୍ରହ କରାଯାଇ ପାରି ନ ଥିବାରୁ ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ପ୍ରଶାସନ ଏଥର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏଭଳି ବିଳମ୍ବ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହା ନିଜ ନୀତି ସରକାରଙ୍କ ପାଇଁ ଅଡ଼ୁଆ ବୋଲି ସେମାନେ ସମାଲୋଚନା କରିଛନ୍ତି। ଏହା ବିରୋଧରେ ବିଭିନ୍ନ ଚାଷୀ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ମଧ୍ୟ ସଜବାଜ ହେଉଥିବା ଜଣାପଡିଛି।
ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ କେଏମ୍‌ଏସ୍‌-୨୦୨୧-୨୨ ଗାଇଡ୍‌ଲାଇନକୁ ଅନୁଧ୍ୟାନ କଲେ ନଭେମ୍ବର ୧ରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଖରିଫ ଏବଂ ମେ ୧ରୁ ଜୁନ ୩୦ତାରିଖ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥାଏ। ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଯୋଗ୍ୟ ବିବେଚିତ ମିଲର୍ସ ମଣ୍ଡିରୁ ଧାନ ଉଠାଇଥାନ୍ତି ଏବଂ ନିର୍ଦ୍ଧାରିତ ହାରରେ ଯୋଗାଣ ନିଗମକୁ ଚାଉଳ ଜମା ଦେଇଥାନ୍ତି। ଏହି କ୍ରମରେ କୌଣସି ମିଲର ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ଉଠାଇଥିବା ଧାନ ଅନୁପାତରେ ଶତ ପ୍ରତିଶତ ଚାଉଳ କିମ୍ବା ବକେୟା ଚାଉଳ ହାରରେ ସଂରକ୍ଷିତ ରାଶି ଜମା ନ ଦେଲେ ସମ୍ପୃକ୍ତ ମିଲର ପରବର୍ତ୍ତୀ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇପାରିବେନାହିଁ। ମାତ୍ର ରାଜ୍ୟ ସରକାରଙ୍କ ଏହି ଗାଇଡ୍‌ଲାଇନର ବାସ୍ତବତା ଏବେ ପଦାରେ ପଡ଼ିଛି।
ଜିଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେଏମ୍‌ଏସ୍‌-୨୦୨୧-୨୨ର ଖରିଫରେ ୬ଲକ୍ଷ ୧୪ହଜାର ୧୦୨.୧୯୮ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏହି କ୍ରମରେ ଜିଲାର ୧୧୨ ମିଲର୍ସ କଷ୍ଟମ ମିଲିଂଭିତ୍ତିରେ ୪ଲକ୍ଷ ୧୭ହଜାର ୫୮୯.୪୮୯ ମେଟ୍ରିକ ଟନ୍‌ ଚାଉଳ ଜମା ଦେବା କଥା। କିନ୍ତୁ ମିଲର୍ସମାନେ ୪ଲକ୍ଷ ୧୭ହଜାର ୨୭୧.୫୯୪ ମେଟ୍ରିକ ଟନ୍‌ (୯୯.୯୨%) ଚାଉଳ ଜମା ଦେଇ ପରବର୍ତ୍ତୀ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାରେ ୫ଲକ୍ଷ ୨୪ହଜାର ୬୫୪.୫୩୫ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏହି ଅନୁପାତରେ ମିଲର୍ସଙ୍କଠାରୁ ୩ଲକ୍ଷ ୫୬ହଜାର ୭୬୫.୦୮୩ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ ହେବା କଥା। କିନ୍ତୁ ଆଉ କିଛିଦିନ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ମିଲର୍ସଙ୍କଠାରୁ ନଭେମ୍ବର ୨୧ତାରିଖ ସୁଦ୍ଧା ମାତ୍ର ୬୬ହଜାର ୩୯୮.୩୯୯(୧୮.୬୧%) ମେଟ୍ରିକ ଟନ୍‌ ସଂଗ୍ରହ ହୋଇପାରିଛି। ଏଫ୍‌ସିଆଇ ଚାଉଳ ନ ଉଠାଇବା ଯୋଗୁ ଏଭଳି ସମସ୍ୟା ଦେଖାଯାଇଛି ବୋଲି ବିଭାଗୀୟ ଅଧିକାରୀ ସଫେଇ ଦେଇଛନ୍ତି। ଅନ୍ୟପଟେ ଏହା ଚାଉଳ ରିସାଇକ୍ଲିଂ ପାଇଁ ମିଲର୍ସଙ୍କୁ ଏକ ଅପୂର୍ବ ସୁଯୋଗ ଦିଆଯାଇଛି। ଗୋଦାମ ଖାଲି ନ ଥିବା ଆଳ କରି ମିଲର୍ସ ମଣ୍ଡିକୁ ଧାନ ଉଠାଇବାକୁ ଆସିବେନାହିଁ ଏବଂ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ ବୋଲି ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆ କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶରଥି ସୋରେନଙ୍କୁ ପଚାରିବାରୁ ସେ କହିଥିଲେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯେଉଁ ସ୍ବାକ୍ଷରିତ ରାଜିନାମା (ଏମ୍‌ଓୟୁ) ହୋଇଥିଲା, ସେହି କ୍ରମରେ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଚାଉଳ ନେଉନାହିଁ। ଫଳରେ ସେହି ସମସ୍ୟା ଉପୁଜିଛି ବୋଲି କହିଥିଲେ। ଅନ୍ୟପଟେ ମିଲର୍ସ ଶତ ପ୍ରତିଶତ ଚାଉଳ ଜମା ଦେଇ ନ ପାରିଲେ, ସେମାନଙ୍କୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯିବ କି ନାହିଁ ପଚାରିବାରୁ ସେ ଦିଗରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ସୋରେନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri