Odisha Elections 2024
Posted inଖେଳ

କ୍ରେଗ ଫୁଲଟନ ହେଲେ ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ

ଭାରତ,୩।୩: ହକି ଇଣ୍ଡିଆ ଭାରତୀୟ ପୁରୁଷ ହକି ଦଳର ନୂତନ କୋଚଙ୍କ ନାମ ଶୁକ୍ରବାର ଘୋଷଣା କରିଛି। ଦକ୍ଷିଣ ଆଫ୍ରିକାର ୪୮ ବର୍ଷୀୟ କ୍ରେଗ ଫୁଲଟନ ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ହକି ଇଣ୍ଡିଆ ସୂଚନା ଦେଇଛି। ମାର୍ଚ୍ଚ ୧୦ରୁ ଭାରତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗରେ ଖେଲିବ। ଫୁଲଟନଙ୍କ ନାଁ ଏହା ପୂର୍ବରୁ ଘୋଷଣା କରାଯାଇଛି। ଗ୍ରାହାମ ରିଡଙ୍କ ଇସ୍ତଫା ପରେ ଫୁଲଟନଙ୍କୁ ଭାରତର କୋଚ ଭାବେ ନିଯୁକ୍ତ କରାଯାଇଛି।
କ୍ରେଗ ଫୁଲଟନଙ୍କ ୨୫ ବର୍ଷରୁ ଅଧିକ କୋଚିଂ ଅଭିଜ୍ଞତା ଅଛି। ସେ ଔପଚାରିକତା ସମାପ୍ତ କରିବା ପରେ ଯଥାଶୀଘ୍ର ଦଳରେ ଯୋଗଦେବେ। ଦକ୍ଷିଣ ଆଫ୍ରିକା ଦଳ ସହିତ ହକି ଖେଳାଳି ଭାବରେ ଫୁଲଟନ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୦ ବର୍ଷରେ ୧୯୫ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସ ଏବଂ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ତାଙ୍କ ଘରୋଇ ଦଳ ଦକ୍ଷିଣ ଆଫ୍ରିକା ପାଇଁ ଖେଳିଥିଲେ। ଫୁଲଟନ ବିଶ୍ୱକପ ଏବଂ କମନୱେଲଥ ଗେମ୍ସରେ ମଧ୍ୟ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ୫ ଖେଳାଳି ଭାରତକୁ ଜିତାଇପାରନ୍ତି ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୮।୫: ଟି-୨୦ ବିଶ୍ୱକପ ୨୦୨୪ ବହୁତ ନିକଟତର। ବର୍ତ୍ତମାନ ଟୁର୍ନାମେଣ୍ଟ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ମାଧ୍ୟମରେ ପୁଣିଥରେ...

ଭାରତୀୟ ଟିମ୍‌ର କୋଚ ପାଇଁ ଆବେଦନ ସମୟ ସୀମା ଶେଷ

ନୂଆଦିଲ୍ଲୀ,୨୮।୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ବର୍ତ୍ତମାନ ନ୍ୟୁୟର୍କରେ ଅଛନ୍ତି। ବର୍ତ୍ତମାନର ଦଳର ମୁଖ୍ୟ...

ହରମନ୍‌ପ୍ରୀତଙ୍କ ହ୍ୟାଟ୍ରିକ୍‌ରେ ଭାରତ ବିଜୟୀ

ଆଣ୍ଟ୍ବେର୍ପ,୨୮ା୫(ପି.ଟି): ଅଧିନାୟକ ହରମନ୍‌ପ୍ରୀତ ସିଂଙ୍କ ହ୍ୟାଟ୍ରିକ୍‌ ଗୋଲ୍‌ ବଳରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ଆର୍ଜେଣ୍ଟିନାକୁ ୫-୪ରେ ପରାସ୍ତ କରିଛି ଭାରତ। ହରମନ୍‌ପ୍ରୀତ୍‌ (୨୯, ୫୦...

ଅଷ୍ଟ୍ରେଲିଆ ଦଳରେ ଖେଳାଳି ଅଭାବ

ମେଲବୋର୍ନ, ୨୮ା୫ (ପି.ଟି.): ଆସନ୍ତା ମାସରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଲାଗି ଅଷ୍ଟ୍ରେଲିଆର ଓ୍ବାର୍ମଅପ୍‌ ମ୍ୟାଚ ବେଳେ ଦଳରେ ଖେଳାଳି ଅଭାବ ପରିଲକ୍ଷିତ ହେବ। ତେଣୁ...

କିସ୍‌ ଚାମ୍ପିୟନ, ଜଗତ୍‌ସିଂହପୁର ରନରଅପ୍‌

ଭୁବନେଶ୍ୱର, ୨୮।୫ (ତପନ ସ୍ବାଇଁ): ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏଶନ (ଓର୍‌ଫା) ଆନୁକୂଲ୍ୟରେ କିଟ୍‌ ରଗ୍‌ବୀ ଷ୍ଟାଡିୟମରେ ଆନ୍ତଃ ଜିଲା ଜୁନିୟର ବାଳିକା ରଗ୍‌ବୀ ୭ଏସ୍‌...

ସ୍ବିଟେକ୍‌, ଜାବେରଙ୍କ ସହଜ ବିଜୟ

ପ୍ୟାରିସ, ୨୮।୫: ଟପ୍‌ ସିଡ୍‌ ଇଗା ସ୍ବିଟେକ ଓ ୮ମ ସିଡ୍‌ ଓନ୍ସ ଜାବେର ପ୍ରମୁଖ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ...

ତୃତୀୟ ସନ୍ତାନର ପିତା ହେବେ ଇଂଲଣ୍ଡ ଅଧିନାୟକ ବଟଲର

କାର୍ଡିଫ,୨୭ା୫: ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲର ତୃତୀୟ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ସମୟ ଦେବାକୁ ଟି୨୦ ସିରିଜ ଅଧାରୁ...

ଇମୋଶନାଲ୍‌ ହେଲେ କୋହଲି: କହିଦେଲେ ହୃଦୟର କଥା

ନୂଆଦିଲ୍ଲୀ,୨୭।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ପରାଜୟ ପରେ ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri