ହସ୍ତଶିଳ୍ପ ତାଲିକାଭୁକ୍ତ ହେଲା ଜନଜାତି ଚିତ୍ରକଳା

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପୂର୍ବରୁ ହସ୍ତ ଶିଳ୍ପକ୍ଷେତ୍ରରେ ସମୁଦାୟ ୫୦ଟି କ୍ରାଫ୍ଟ ବା ହସ୍ତଶିଳ୍ପକୁ ଅନୁମୋଦିତ ହସ୍ତଶିଳ୍ପରେ ତାଲିକାଭୁକ୍ତ କରାଯାଇଥିଲା ା ଏବେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରସ୍ତାବିତ ଆଉ ଗୋଟିଏ ହସ୍ତଶିଳ୍ପ ‘ଜନଜାତି ଚିତ୍ରକଳା’କୁ ତାଲିକାଭୁକ୍ତ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ରୀତା ସାହୁ ଶୁକ୍ରବାର ସୂଚନା ଦେଇଛନ୍ତି। ଏହି ଅବସରରେ ହସ୍ତଶିଳ୍ପଗୁଡ଼ିକୁ ତାଲିକାଭୁକ୍ତ କରିବା ନିମନ୍ତେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କ ସୁପାରିଶକ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଦେଇଥିବା ପ୍ରସ୍ତାବକୁ ମନ୍ତ୍ରୀ ସାହୁ ଅନୁମୋଦନ କରିଛନ୍ତି। ତେବେ ଜନଜାତି ଚିତ୍ରକଳା ହସ୍ତଶିଳ୍ପରେ ୯ଟି ଚିତ୍ରକଳାକୁ ସାମିଲ କରାଯାଇଛି। ସେଗୁଡ଼ିକ ହେଉଛି ଲାଞ୍ଜିଆ ସଉରା, ସଉରା, ଗଣ୍ଡ, ଡଙ୍ଗରିଆ କନ୍ଧ, କୁଟିଆ, ସାନ୍ତାଳ, କୋହ୍ଲ, ଜୁଆଙ୍ଗ ଏବଂ ଓରାଓଁ ଚିତ୍ରକଳା। ଏହି ଜନଜାତି ଚିତ୍ରକଳାକୁ ମିଶାଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମୁଦାୟ ୫୧ଟି ହସ୍ତଶିଳ୍ପକୁ ତାଲିକାଭୁକ୍ତ କରିଛି।
ପୂର୍ବରୁ ବିଭାଗ ଅଧୀନରେ ଚାନ୍ଦୁଆ, ଆର୍ଟ ଲେଦର, ଆର୍ଟ-ଟେକ୍ସଟାଇଲ୍‌ (ଟାଏ ଆଣ୍ଡ୍‌ ଡାଏ), ଆର୍ଟିଫିସିଆଲ୍‌ ବୋନ୍‌ସାଇ, ସୁନ୍ଦର ଜୋତା, କଳାତ୍ମକ ମ୍ୟାଟ୍‌, ବାଟିକ୍‌ ପ୍ରିଣ୍ଟିଂ, ବେଟେଲ୍‌-ନଟ୍‌-କ୍ରାଫ୍ଟ, ବ୍ରାସ୍‌ ଓ ବେଲ୍‌ ମେଟାଲ, ବେତ ଓ ବାଉଁଶ, ମାଟି ଖେଳଣା, କ୍ଲଥ୍‌ ଫ୍ଲାୱାର, କୋକୋନଟ୍‌ ସେଲ୍‌, କତାଶିଳ୍ପ, କଷ୍ଟ୍ୟୁମ୍‌ ଜୁଏଲାରି, ଡୋକ୍ରା କାଷ୍ଟିଂ, ଦରି କାପ୍ରେଟ୍‌, ଏମ୍ବ୍ରଡରି, ଜେମ୍‌ଷ୍ଟୋନ୍‌ ପ୍ରସେସିଂ, ଗୋଲ୍‌ଡେନ୍‌ ଗ୍ରାସ୍‌, ଗୋପା କ୍ରାଫ୍ଟ, ଶିଙ୍ଗ କାମ, ଜାଇଖଡ଼ି କାମ, ଝୋଟଶିଳ୍ପ, କେଓଡ଼ା ପତ୍ର ଶିଳ୍ପ, ଲାଖଶିଳ୍ପ, ଧାତୁଶିଳ୍ପ, ପ୍ରାକୃତିକ ଫାଇବର କ୍ରାଫ୍ଟ, ଧାନଶିଳ୍ପ, ତାଳପତ୍ର ଶିଳ୍ପ, ତାଳପତ୍ର ଖୋଦେଇ, କାଗଜକାମ, ପଟ୍ଟ ଓ ଟସର ଚିତ୍ରକଳା, ରୁଟ୍‌ କ୍ରାଫ୍ଟ, ସବାଇ ଘାସ ଶିଳ୍ପ, ଶାମୁକା ଶିଳ୍ପ, ତାରକସି କାମ, ସଫ୍ଟ ଟଏଜ୍‌, ସୋଲାପିଠ, ପଥର ଖୋଦେଇ, ନଡ଼ାଶିଳ୍ପ, ଟେରାକୋଟା ଓ ମାଟିଶିଳ୍ପ, ଥିଏଟ୍ରିକାଲ୍‌ ଡ୍ରେସ୍‌, ଜନଜାତି ଅଳଙ୍କାର, କାଠ ଖୋଦେଇ, କାଠଶିଳ୍ପ, କାଠରେ ତିଆରି କଣ୍ଢେଇ, ଉଲ୍‌ର କାର୍ପେଟ, ଜରିକାମ, କ୍ଲଥ୍‌ ପ୍ୟାଚ୍‌ ୱାର୍କ ଆଦି ୫୦ଟି ହସ୍ତଶିଳ୍ପ ଅନ୍ତର୍ଭୁକ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ଆଜି ଆସୁଛନ୍ତି ଶାହା, ଟାର୍ଗେଟରେ…

ଭୁବନେଶ୍ୱର,୨୫।୪: ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ତାଙ୍କ ଗସ୍ତକୁ ନେଇ ଓଡିଶା ଭାଜପା ଶିବିରରେ ଉତ୍ସାହର ମାହୋଲ...

ନାମାଙ୍କନର ୯ ଘଣ୍ଟା ମଧ୍ୟରେ ଟିକେଟ କଟିଲା

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri