ହସ୍ତଶିଳ୍ପ ତାଲିକାଭୁକ୍ତ ହେଲା ଜନଜାତି ଚିତ୍ରକଳା

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପୂର୍ବରୁ ହସ୍ତ ଶିଳ୍ପକ୍ଷେତ୍ରରେ ସମୁଦାୟ ୫୦ଟି କ୍ରାଫ୍ଟ ବା ହସ୍ତଶିଳ୍ପକୁ ଅନୁମୋଦିତ ହସ୍ତଶିଳ୍ପରେ ତାଲିକାଭୁକ୍ତ କରାଯାଇଥିଲା ା ଏବେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରସ୍ତାବିତ ଆଉ ଗୋଟିଏ ହସ୍ତଶିଳ୍ପ ‘ଜନଜାତି ଚିତ୍ରକଳା’କୁ ତାଲିକାଭୁକ୍ତ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ରୀତା ସାହୁ ଶୁକ୍ରବାର ସୂଚନା ଦେଇଛନ୍ତି। ଏହି ଅବସରରେ ହସ୍ତଶିଳ୍ପଗୁଡ଼ିକୁ ତାଲିକାଭୁକ୍ତ କରିବା ନିମନ୍ତେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କ ସୁପାରିଶକ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଦେଇଥିବା ପ୍ରସ୍ତାବକୁ ମନ୍ତ୍ରୀ ସାହୁ ଅନୁମୋଦନ କରିଛନ୍ତି। ତେବେ ଜନଜାତି ଚିତ୍ରକଳା ହସ୍ତଶିଳ୍ପରେ ୯ଟି ଚିତ୍ରକଳାକୁ ସାମିଲ କରାଯାଇଛି। ସେଗୁଡ଼ିକ ହେଉଛି ଲାଞ୍ଜିଆ ସଉରା, ସଉରା, ଗଣ୍ଡ, ଡଙ୍ଗରିଆ କନ୍ଧ, କୁଟିଆ, ସାନ୍ତାଳ, କୋହ୍ଲ, ଜୁଆଙ୍ଗ ଏବଂ ଓରାଓଁ ଚିତ୍ରକଳା। ଏହି ଜନଜାତି ଚିତ୍ରକଳାକୁ ମିଶାଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମୁଦାୟ ୫୧ଟି ହସ୍ତଶିଳ୍ପକୁ ତାଲିକାଭୁକ୍ତ କରିଛି।
ପୂର୍ବରୁ ବିଭାଗ ଅଧୀନରେ ଚାନ୍ଦୁଆ, ଆର୍ଟ ଲେଦର, ଆର୍ଟ-ଟେକ୍ସଟାଇଲ୍‌ (ଟାଏ ଆଣ୍ଡ୍‌ ଡାଏ), ଆର୍ଟିଫିସିଆଲ୍‌ ବୋନ୍‌ସାଇ, ସୁନ୍ଦର ଜୋତା, କଳାତ୍ମକ ମ୍ୟାଟ୍‌, ବାଟିକ୍‌ ପ୍ରିଣ୍ଟିଂ, ବେଟେଲ୍‌-ନଟ୍‌-କ୍ରାଫ୍ଟ, ବ୍ରାସ୍‌ ଓ ବେଲ୍‌ ମେଟାଲ, ବେତ ଓ ବାଉଁଶ, ମାଟି ଖେଳଣା, କ୍ଲଥ୍‌ ଫ୍ଲାୱାର, କୋକୋନଟ୍‌ ସେଲ୍‌, କତାଶିଳ୍ପ, କଷ୍ଟ୍ୟୁମ୍‌ ଜୁଏଲାରି, ଡୋକ୍ରା କାଷ୍ଟିଂ, ଦରି କାପ୍ରେଟ୍‌, ଏମ୍ବ୍ରଡରି, ଜେମ୍‌ଷ୍ଟୋନ୍‌ ପ୍ରସେସିଂ, ଗୋଲ୍‌ଡେନ୍‌ ଗ୍ରାସ୍‌, ଗୋପା କ୍ରାଫ୍ଟ, ଶିଙ୍ଗ କାମ, ଜାଇଖଡ଼ି କାମ, ଝୋଟଶିଳ୍ପ, କେଓଡ଼ା ପତ୍ର ଶିଳ୍ପ, ଲାଖଶିଳ୍ପ, ଧାତୁଶିଳ୍ପ, ପ୍ରାକୃତିକ ଫାଇବର କ୍ରାଫ୍ଟ, ଧାନଶିଳ୍ପ, ତାଳପତ୍ର ଶିଳ୍ପ, ତାଳପତ୍ର ଖୋଦେଇ, କାଗଜକାମ, ପଟ୍ଟ ଓ ଟସର ଚିତ୍ରକଳା, ରୁଟ୍‌ କ୍ରାଫ୍ଟ, ସବାଇ ଘାସ ଶିଳ୍ପ, ଶାମୁକା ଶିଳ୍ପ, ତାରକସି କାମ, ସଫ୍ଟ ଟଏଜ୍‌, ସୋଲାପିଠ, ପଥର ଖୋଦେଇ, ନଡ଼ାଶିଳ୍ପ, ଟେରାକୋଟା ଓ ମାଟିଶିଳ୍ପ, ଥିଏଟ୍ରିକାଲ୍‌ ଡ୍ରେସ୍‌, ଜନଜାତି ଅଳଙ୍କାର, କାଠ ଖୋଦେଇ, କାଠଶିଳ୍ପ, କାଠରେ ତିଆରି କଣ୍ଢେଇ, ଉଲ୍‌ର କାର୍ପେଟ, ଜରିକାମ, କ୍ଲଥ୍‌ ପ୍ୟାଚ୍‌ ୱାର୍କ ଆଦି ୫୦ଟି ହସ୍ତଶିଳ୍ପ ଅନ୍ତର୍ଭୁକ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?