Posted inଜାତୀୟ

ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…

କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ ଏବେ ସ୍ଥିତି ବଦଳିବାରେ ଲାଗିଛି। ନେତା ଭାଜପା ଛାଡି ତୃଣମୂଳ କଂଗ୍ରେସ ମୁହାଁ ହେବାରେ ଲାଗିଛନ୍ତିି। ବିରୋଧୀ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀଙ୍କୁ ଗ୍ରହଣ କରିବା ଲାଗି ଭାଜପାର କେତେକ ଅସନ୍ତୁଷ୍ଟ ସଦସ୍ୟ ଅମଙ୍ଗ ହେଉଥିବାରୁ ଦଳରେ ବିବାଦ ବଢ଼ିବାରେ ଲାଗିଛି। ଭାଜପାରେ ରିଭର୍ସ ମାଇଗ୍ରେସନ ରୋକିବା ଶୁଭେନ୍ଦୁଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ସୋମବାର ଶୁଭେନ୍ଦୁଙ୍କ ନେୃତ୍ୱରେ ଭାଜପା ନେତା ରାଜ୍ୟପାଳ ଜଗଦୀପ୍‌ ଧନଖଣ୍ଡଙ୍କ ସହିତ ସାକ୍ଷାତ୍‌ କରିବାକୁ ଯାଇଥିଲେ। ରାଜ୍ୟପାଳଙ୍କ ସହିତ ଦଳବଦଳ ବିରୋଧୀ ଆଇନ ଏବଂ ଅନ୍ୟ କିଛି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ତେବେ ୭୫ ବିଧାୟକଙ୍କ ମଧ୍ୟରୁ ୨୫ ବିଧାୟକ ସାକ୍ଷାତ୍‌ ସମୟରେ ଅନୁପସ୍ଥିତ ଥିଲେ। ଏହା ଦଳରେ ଜାରି ରହିଥିବା କନ୍ଦଳକୁ ପଦାରେ ପକାଇ ଦେଇଛି। ଏହାଯୋଗୁ ଭାଜପାର ହାଇକମାଣ୍ଡ୍‌ଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ସିଦ୍ଧୁଙ୍କ ଅଡୁଆ

ଚଣ୍ଡିଗଡ଼,୧୬।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏବେ...

କଶ୍ମୀରକୁ ନେଇ ପୁଣି ଥରେ ସମସ୍ତଙ୍କୁ ଚମକାଇ ପାରନ୍ତି ମୋଦି

ନୂଆଦିଲ୍ଲୀ,୧୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଥର କିଛି ନା କିଛି ବଡ ପଦକ୍ଷେପ ନେଇ ସମସ୍ତଙ୍କୁ ଚମକାଇ ଦେଇଥାଆନ୍ତି। ବିମୁଦ୍ରିକରଣ ହେଉ ଅବା ତିନ୍‌ ତଲାକ...

ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଘରେ ପାଳନ୍ତୁ ଏହି ପ୍ରାଣୀ …

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ ସମସ୍ୟା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ...

କିଏ ଛୁଇଁବ କୁହୁକ ସଂଖ୍ୟା ୧୨୨

ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହେବ। ରାଜ୍ୟର ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ଲାଗି...

ପରଲୋକରେ ଶଶାଙ୍କ ଘୋଷ

କୋଲକାତା,୨୨ା୪: ବିଶିଷ୍ଟ ବଙ୍ଗଳା କବି ପଦ୍ମଭୂଷଣ ଶଶାଙ୍କ ଘୋଷଙ୍କ ବୁଧବାର ପରଲୋକ ହୋଇଛି। ତାଙ୍କୁ ୮୯ ବର୍ଷ ହେଉଥିଲା। ୧୯୩୨ ଫେବୃୟାରୀ ୫ରେ ବାଂଲାଦେଶର ଚାନ୍ଦପୁର...

ମହରମ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, ୨୮।୮(ପି.ଟି.):ଦେଶବ୍ୟାପୀ ମହରମ ଶୋଭାଯାତ୍ରା ବାହାର କରିବା ଲାଗି ଅନୁମତି ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ଏଥିପାଇଁ ଆବେଦନ କରିଥିବା ଲକ୍ଷ୍ନୌର ଶିୟା ନେତା...

ଗୋଦାବରୀ ଡଙ୍ଗାବୁଡି ଘଟଣା: ଉଦ୍ଧାର ହେଲା ୭ ମୃତଦେହ, ଏବେ ବି ଅନେକ ନିଖୋଜ

ଦେବୀପଟନମ,୧୫।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଡଙ୍ଗା ବୁଡି ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏବେ ବି ଅନେକ ଲୋକ ନିଖୋଜ ଥିବା...

ଅବତରଣ ବେଳେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୪ ମୃତ

ନୂଆଦିଲ୍ଲୀ,୧୩।୩: କାଜାଖସ୍ତାନର ଆଲ୍‌ମାଟି ବିମାନବନ୍ଦରରେ ଶନିବାର ସେନାବାହିନୀର ଏକ ଯୁଦ୍ଧ ବିମାନ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

Advertisement


Archives

Model This Week